ରାଜ୍ୟରେ ବନ୍ୟା ଆଶଙ୍କା କମିଲା: ୭ ଦିନରେ ସବୁ ଘାଇ ମରାମତି ହେବ

କନକ ବ୍ୟୁରୋ: ରାଜ୍ୟରେ ବନ୍ୟା ସ୍ଥିତିକୁ ନେଇ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା । ୭ ଦିନ ଭିତରେ ହେବ ସବୁ ଘାଇର ମରାମତି କାମ । ଅଧିକ ବର୍ଷା ଯୋଗୁଁ ଘାଇ ହୋଇଛି । ୭ଟି ଘାଇ ସୃଷ୍ଟି ହୋଇଛି । ଏସଆରସି ଅର୍ଥ ଦେଲେ ଦୁଇ ଦିନରେ ମରାମତି କାମ ଆରମ୍ଭ ହେବ ଓ ୭ ଦିନରେ ଶେଷ ହେବ । ମହାନଦୀରେ ଆଉ ବନ୍ୟା ଆଶଙ୍କା ନାହିଁ। ମହାନଦୀର ଉପରମୁଣ୍ଡରେ ପାଣି କମିଛି । ଅଧିକ ପଢ଼ନ୍ତୁ:୫ ଜିଲ୍ଲାର ୧୨ରୁ ଅଧିକ ବ୍ଲକ୍‌ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ, ଦ୍ରୁତ ସହାୟତାର ଆଶ୍ୱାସନ ବର୍ଷା ନହେବା ଯାଏଁ ମହାନଦୀକୁ ଆଉ ବନ୍ୟା ନାହିଁ । ଏବେ ୨୨ଟି ଗେଟ୍ ଦେଇ ହୀରାକୁଦରୁ ଜଳ ନିଷ୍କାସିତ ହେଉଛି । ୩ ତାରିଖ ବେଳକୁ ହୀରକାଦୁ ଜଳସ୍ତର ୬୧୮କୁ ଖସିଯିବ । ମୁଣ୍ଡଳୀରେ ବି ବନ୍ୟା ନାହିଁ । ହେଲେ ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ କେନ୍ଦ୍ରାପଡ଼ାର କିଛି ତଳିଆ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଉପୁଜିଛି । ସେପଟେ ବୈତରଣୀ ସମେତ ଅନ୍ୟ ସନୁ ନଦୀରେ ବି ଜଳସ୍ତର କମିଛି । ସବୁ ନଦୀ ବିପଦ ସଂକେତ ତଳକୁ ଆସିଲାଣି । 

Aug 1, 2026 - 18:58
 0  2
ରାଜ୍ୟରେ ବନ୍ୟା ଆଶଙ୍କା କମିଲା: ୭ ଦିନରେ ସବୁ ଘାଇ ମରାମତି ହେବ

କନକ ବ୍ୟୁରୋ: ରାଜ୍ୟରେ ବନ୍ୟା ସ୍ଥିତିକୁ ନେଇ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା । ୭ ଦିନ ଭିତରେ ହେବ ସବୁ ଘାଇର ମରାମତି କାମ । ଅଧିକ ବର୍ଷା ଯୋଗୁଁ ଘାଇ ହୋଇଛି । ୭ଟି ଘାଇ ସୃଷ୍ଟି ହୋଇଛି । ଏସଆରସି ଅର୍ଥ ଦେଲେ ଦୁଇ ଦିନରେ ମରାମତି କାମ ଆରମ୍ଭ ହେବ ଓ ୭ ଦିନରେ ଶେଷ ହେବ । ମହାନଦୀରେ ଆଉ ବନ୍ୟା ଆଶଙ୍କା ନାହିଁ। ମହାନଦୀର ଉପରମୁଣ୍ଡରେ ପାଣି କମିଛି ।

ଅଧିକ ପଢ଼ନ୍ତୁ:୫ ଜିଲ୍ଲାର ୧୨ରୁ ଅଧିକ ବ୍ଲକ୍‌ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ, ଦ୍ରୁତ ସହାୟତାର ଆଶ୍ୱାସନ

ବର୍ଷା ନହେବା ଯାଏଁ ମହାନଦୀକୁ ଆଉ ବନ୍ୟା ନାହିଁ । ଏବେ ୨୨ଟି ଗେଟ୍ ଦେଇ ହୀରାକୁଦରୁ ଜଳ ନିଷ୍କାସିତ ହେଉଛି । ୩ ତାରିଖ ବେଳକୁ ହୀରକାଦୁ ଜଳସ୍ତର ୬୧୮କୁ ଖସିଯିବ । ମୁଣ୍ଡଳୀରେ ବି ବନ୍ୟା ନାହିଁ । ହେଲେ ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ କେନ୍ଦ୍ରାପଡ଼ାର କିଛି ତଳିଆ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଉପୁଜିଛି । ସେପଟେ ବୈତରଣୀ ସମେତ ଅନ୍ୟ ସନୁ ନଦୀରେ ବି ଜଳସ୍ତର କମିଛି । ସବୁ ନଦୀ ବିପଦ ସଂକେତ ତଳକୁ ଆସିଲାଣି । 

What's Your Reaction?

like

dislike

love

funny

angry

sad

wow