ଆଖିରେ ଲୁହ, ଗଳାରେ ଗୋଲ୍ଡ ମେଡାଲ୍ ; ଦିବଙ୍ଗତ ବାପାଙ୍କ ସ୍ବପ୍ନକୁ ପୂରା କରି ଇତିହାସ ରଚିଲେ ଅସ୍ମିତା

କନକ ବ୍ୟୁରୋ:  ଦେଶ ପାଇଁ ସୁନା ଜିତିଲେ, ବାପାଙ୍କୁ ମନେପକାଇ କାନ୍ଦି ପକେଇଲେ  ଅସ୍ମିତା ଦେ । ଗ୍ଲାସକୋରେ ଚାଲିଥିବା ୨୦୨୬ କମନୱେଲ୍ଥ ଗେମ୍ସରେ ଇତିହାସ ରଚିଛନ୍ତି ୨୩ ବର୍ଷି ଜୁଡୋ ଖେଳାଳି ଅସ୍ମିତା ଦେ । ଜୁଡ଼ୋରେ କମନୱେଲ୍ଥରେ ସୁନା ଜିତିବାରେ ଏହା ପ୍ରଥମ ।  ମହିଳାଙ୍କ ୪୮ କିଲୋଗ୍ରାମ ବର୍ଗରେ କାନାଡ଼ାର ହ୍ୟାଡି କ୍ବାଜଙ୍କୁ ହରାଇ ଅସ୍ମିତା ଭାରତ ପାଇଁ ଜିତିଛନ୍ତି ଗୋଲ୍ଡ ମେଡାଲ  । କିନ୍ତୁ ଏହି ବିଜୟର ସବୁଠୁ ଭାବୁକ କରିଦେବା ଭଳି କଥା ହେଉଛି ଅସ୍ମିତା ନିଜ ବିଜୟର ଖବର ଯାହାଙ୍କୁ ସବୁଠୁ ପ୍ରଥମେ ଦେବା କଥା ସେ ଏବେ ନାହାନ୍ତି । ଆରପାରିରେ ଥିବା ବାପାଙ୍କ କଥା କହି କାନ୍ଦିଲେ ଅସ୍ମିତା । ଅଧିକ ପଢ଼ନ୍ତୁ: ବକ୍ସିଂରେ ଭାରତର ସଫଳତା, ପ୍ରିତି ପୱାର କମନ୍ ୱେଲଥ୍ ଗେମ୍ସରେ ଆଣିଲେ ସ୍ୱର୍ଣ୍ଣ ଦକ୍ଷିଣ ତ୍ରିପୁରାର ଝିଅ ଅସ୍ମିତା । ଆଜି ସେ ଯେଉଁ ସଫଳତା ପାଉନ୍ତି ତାହା ପାଇବା ଏତେ ସହଜ ନଥିଲା । ୭ ମାସ ଆଗରୁ ବାପାଙ୍କୁ ହରାଇଛନ୍ତି ଅସ୍ମିତା । ବାପାଙ୍କ ଚାଲିଯିବା ପରେ ତାଙ୍କୁ ଲାଗିଲା ଯେମିତି ସବୁ ସରିଗଲା । ଖେଳ ଛାଡ଼ିଦେବାକୁ ଭାବିଥିଲେ । କିନ୍ତୁ ଏହିଚ ସମୟରେ ତାଙ୍କୁ ସାହସ ଦେଇଥିଲେ ତାଙ୍କ ମା’, କୋଚ୍ ଏବଂ ସାଙ୍ଗମାନେ । ତାଙ୍କ ବାପାଙ୍କ ସ୍ବପ୍ନକୁ ନିଜର ଲକ୍ଷ୍ୟ ଭାବେ ରଖି ଆଗକୁ ବଢ଼ିବାକୁ ପୁଣି ପାଦ ଟାଣ କଲେ, ଯାହାର ପରିଣାମ ଆଜିର ସୁନା ପଦକ ... କମନୱେଲ୍ଥରେ ସୁନା ପଦକ ଜିତିବା ପରେ ପରିବାର ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ମାଣିକ୍ ଶାହା ।  ଅସ୍ମିତା ନିଜର ସ୍ବର୍ଣ୍ଣ ପଦକ ତାଙ୍କ ଦିବଙ୍ଗତ ବାପା, କୋଚ୍ ଏବଂ ତାଙ୍କୁ ସହଯୋଗ କରିଥିବା ପ୍ରତ୍ୟେକଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ତାଙ୍କ ସହ ହର୍ଷ ସିଂ ମଧ୍ୟ ଜୁଡୋରେ  ଗୋଲ୍ଡ ମେଡାଲ ଜିତି ଦେଶ ପାଇଁ ବିଜୟ ଧ୍ବଜା ଉଡ଼ାଇଛନ୍ତି ।   

Aug 1, 2026 - 18:58
 0  31
ଆଖିରେ ଲୁହ, ଗଳାରେ ଗୋଲ୍ଡ ମେଡାଲ୍ ; ଦିବଙ୍ଗତ ବାପାଙ୍କ ସ୍ବପ୍ନକୁ ପୂରା କରି ଇତିହାସ ରଚିଲେ ଅସ୍ମିତା

କନକ ବ୍ୟୁରୋ:  ଦେଶ ପାଇଁ ସୁନା ଜିତିଲେ, ବାପାଙ୍କୁ ମନେପକାଇ କାନ୍ଦି ପକେଇଲେ  ଅସ୍ମିତା ଦେ । ଗ୍ଲାସକୋରେ ଚାଲିଥିବା ୨୦୨୬ କମନୱେଲ୍ଥ ଗେମ୍ସରେ ଇତିହାସ ରଚିଛନ୍ତି ୨୩ ବର୍ଷି ଜୁଡୋ ଖେଳାଳି ଅସ୍ମିତା ଦେ । ଜୁଡ଼ୋରେ କମନୱେଲ୍ଥରେ ସୁନା ଜିତିବାରେ ଏହା ପ୍ରଥମ । 

ମହିଳାଙ୍କ ୪୮ କିଲୋଗ୍ରାମ ବର୍ଗରେ କାନାଡ଼ାର ହ୍ୟାଡି କ୍ବାଜଙ୍କୁ ହରାଇ ଅସ୍ମିତା ଭାରତ ପାଇଁ ଜିତିଛନ୍ତି ଗୋଲ୍ଡ ମେଡାଲ  । କିନ୍ତୁ ଏହି ବିଜୟର ସବୁଠୁ ଭାବୁକ କରିଦେବା ଭଳି କଥା ହେଉଛି ଅସ୍ମିତା ନିଜ ବିଜୟର ଖବର ଯାହାଙ୍କୁ ସବୁଠୁ ପ୍ରଥମେ ଦେବା କଥା ସେ ଏବେ ନାହାନ୍ତି । ଆରପାରିରେ ଥିବା ବାପାଙ୍କ କଥା କହି କାନ୍ଦିଲେ ଅସ୍ମିତା ।

ଅଧିକ ପଢ଼ନ୍ତୁ: ବକ୍ସିଂରେ ଭାରତର ସଫଳତା, ପ୍ରିତି ପୱାର କମନ୍ ୱେଲଥ୍ ଗେମ୍ସରେ ଆଣିଲେ ସ୍ୱର୍ଣ୍ଣ

ଦକ୍ଷିଣ ତ୍ରିପୁରାର ଝିଅ ଅସ୍ମିତା । ଆଜି ସେ ଯେଉଁ ସଫଳତା ପାଉନ୍ତି ତାହା ପାଇବା ଏତେ ସହଜ ନଥିଲା । ୭ ମାସ ଆଗରୁ ବାପାଙ୍କୁ ହରାଇଛନ୍ତି ଅସ୍ମିତା । ବାପାଙ୍କ ଚାଲିଯିବା ପରେ ତାଙ୍କୁ ଲାଗିଲା ଯେମିତି ସବୁ ସରିଗଲା । ଖେଳ ଛାଡ଼ିଦେବାକୁ ଭାବିଥିଲେ । କିନ୍ତୁ ଏହିଚ ସମୟରେ ତାଙ୍କୁ ସାହସ ଦେଇଥିଲେ ତାଙ୍କ ମା’, କୋଚ୍ ଏବଂ ସାଙ୍ଗମାନେ । ତାଙ୍କ ବାପାଙ୍କ ସ୍ବପ୍ନକୁ ନିଜର ଲକ୍ଷ୍ୟ ଭାବେ ରଖି ଆଗକୁ ବଢ଼ିବାକୁ ପୁଣି ପାଦ ଟାଣ କଲେ, ଯାହାର ପରିଣାମ ଆଜିର ସୁନା ପଦକ ...


କମନୱେଲ୍ଥରେ ସୁନା ପଦକ ଜିତିବା ପରେ ପରିବାର ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ମାଣିକ୍ ଶାହା ।  ଅସ୍ମିତା ନିଜର ସ୍ବର୍ଣ୍ଣ ପଦକ ତାଙ୍କ ଦିବଙ୍ଗତ ବାପା, କୋଚ୍ ଏବଂ ତାଙ୍କୁ ସହଯୋଗ କରିଥିବା ପ୍ରତ୍ୟେକଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ତାଙ୍କ ସହ ହର୍ଷ ସିଂ ମଧ୍ୟ ଜୁଡୋରେ  ଗୋଲ୍ଡ ମେଡାଲ ଜିତି ଦେଶ ପାଇଁ ବିଜୟ ଧ୍ବଜା ଉଡ଼ାଇଛନ୍ତି । 

 

What's Your Reaction?

like

dislike

love

funny

angry

sad

wow