ରାହୁଲ ଗାନ୍ଧୀଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟ, ୩ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ନାଁରେ ମାମଲା
କନକ ବ୍ୟୁରୋ: ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ସୋସିଆଲ ମିଡିଆରେ ଅଶ୍ଳୀଳ, ଆପତ୍ତିଜନକ ଓ ସମ୍ମାନହାନିକର ପୋଷ୍ଟ କରିବା ଅଭିଯୋଗରେ ବେଙ୍ଗାଲୁରୁରେ ୩ଟି ଇନଷ୍ଟାଗ୍ରାମ୍ ଆକାଉଣ୍ଟଧାରୀଙ୍କ ବିରୋଧରେ ପୁଲିସ୍ ମାମଲା ରୁଜୁ କରିଛି । କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟିର ଜଣେ ସଦସ୍ୟଙ୍କ ଏତଲା ଆଧାରରେ ଜୁଲାଇ ୨୭ ତାରିଖରେ ଏହି ‘ଏଫଆଇଆର’ ଦାଖଲ କରାଯାଇଛି । ଅଧିକ ପଢ଼ନ୍ତୁ:‘ପ୍ରଧାନମନ୍ତ୍ରୀଙ୍କୁ ଭିକ୍ଟିମ୍ କାର୍ଡ ଖେଳିବାକୁ ଭଲ ଲାଗେ’: ଜୟରାମ ରମେଶ ଅନ୍ୟପକ୍ଷରେ, ନୀଟ୍-ୟୁଜି ପ୍ରଶ୍ନପତ୍ର ଲିକ୍ ପ୍ରତିବାଦ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଅପଶବ୍ଦ ବ୍ୟବହାର କରିଥିବା ଜଣେ ମହିଳାଙ୍କ ବିରୋଧରେ ନୋଏଡାଠାରେ ମାମଲା ରୁଜୁ କରାଯାଇଛି । ଫରିଦାବାଦର ଏହି ଯୁବତୀ ଜଣକ ଜନ୍ତରମନ୍ତର ଆନ୍ଦୋଳନ ସମୟରେ ଗାଳିଗୁଲଜ କରିଥିବା ଭିଡିଓ ଭାଇରାଲ ହେବା ପରେ ଜଣେ ଆଇନଜୀବୀଙ୍କ ଅଭିଯୋଗ କ୍ରମେ ମାମଲା ରୁଜୁ ହୋଇଛି । ତେବେ ଏହି ଘଟଣାରେ ଯୁବତୀ ଜଣକ କ୍ଷମାପ୍ରାର୍ଥନା କରି ଏହା ତାଙ୍କର ପ୍ରଥମ ଓ ଶେଷ ଭୁଲ୍ ବୋଲି ପ୍ରକାଶ କରିଛନ୍ତି ।

କନକ ବ୍ୟୁରୋ: ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ସୋସିଆଲ ମିଡିଆରେ ଅଶ୍ଳୀଳ, ଆପତ୍ତିଜନକ ଓ ସମ୍ମାନହାନିକର ପୋଷ୍ଟ କରିବା ଅଭିଯୋଗରେ ବେଙ୍ଗାଲୁରୁରେ ୩ଟି ଇନଷ୍ଟାଗ୍ରାମ୍ ଆକାଉଣ୍ଟଧାରୀଙ୍କ ବିରୋଧରେ ପୁଲିସ୍ ମାମଲା ରୁଜୁ କରିଛି । କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟିର ଜଣେ ସଦସ୍ୟଙ୍କ ଏତଲା ଆଧାରରେ ଜୁଲାଇ ୨୭ ତାରିଖରେ ଏହି ‘ଏଫଆଇଆର’ ଦାଖଲ କରାଯାଇଛି ।
ଅଧିକ ପଢ଼ନ୍ତୁ:‘ପ୍ରଧାନମନ୍ତ୍ରୀଙ୍କୁ ଭିକ୍ଟିମ୍ କାର୍ଡ ଖେଳିବାକୁ ଭଲ ଲାଗେ’: ଜୟରାମ ରମେଶ
ଅନ୍ୟପକ୍ଷରେ, ନୀଟ୍-ୟୁଜି ପ୍ରଶ୍ନପତ୍ର ଲିକ୍ ପ୍ରତିବାଦ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଅପଶବ୍ଦ ବ୍ୟବହାର କରିଥିବା ଜଣେ ମହିଳାଙ୍କ ବିରୋଧରେ ନୋଏଡାଠାରେ ମାମଲା ରୁଜୁ କରାଯାଇଛି । ଫରିଦାବାଦର ଏହି ଯୁବତୀ ଜଣକ ଜନ୍ତରମନ୍ତର ଆନ୍ଦୋଳନ ସମୟରେ ଗାଳିଗୁଲଜ କରିଥିବା ଭିଡିଓ ଭାଇରାଲ ହେବା ପରେ ଜଣେ ଆଇନଜୀବୀଙ୍କ ଅଭିଯୋଗ କ୍ରମେ ମାମଲା ରୁଜୁ ହୋଇଛି । ତେବେ ଏହି ଘଟଣାରେ ଯୁବତୀ ଜଣକ କ୍ଷମାପ୍ରାର୍ଥନା କରି ଏହା ତାଙ୍କର ପ୍ରଥମ ଓ ଶେଷ ଭୁଲ୍ ବୋଲି ପ୍ରକାଶ କରିଛନ୍ତି ।
What's Your Reaction?



