ସ୍ପୋର୍ଟ୍ସ ସାଇନ୍ସ ଇଣ୍ଡିଆ ପକ୍ଷରୁ ହ୍ୟାପି ଆୱର୍ସ ସ୍କୁଲରେ ‘ୟଙ୍ଗ ଆଥଲେଟ୍ ପ୍ରୋଗ୍ରାମ’ ର ଶୁଭାରମ୍ଭ

କନକ ବ୍ୟୁରୋ : ଡଃ ସାର୍ଥକ ପଟ୍ଟନାୟକଙ୍କ ନେତୃତ୍ୱରେ ସ୍ପୋର୍ଟ୍ସ ସାଇନ୍ସ ଇଣ୍ଡିଆ  ପକ୍ଷରୁ ଏହାର ପ୍ରମୁଖ ‘ୟଙ୍ଗ ଆଥଲେଟ୍ ପ୍ରୋଗ୍ରାମ’ର ସଫଳ ଶୁଭାରମ୍ଭ ଭୁବନେଶ୍ୱର ସହିଦନଗରସ୍ଥିତ ହ୍ୟାପି ଆୱର୍ସ ସ୍କୁଲରେ କରାଯାଇଛି। ଉଦ୍‌ଘାଟନୀ ଶିବିରରେ ୫୦ରୁ ଅଧିକ ଛାତ୍ରଛାତ୍ରୀ, ସେମାନଙ୍କ ଅଭିଭାବକ ଏବଂ ଶିକ୍ଷକମାନେ ଉତ୍ସାହର ସହ ଯୋଗଦେଇଥିଲେ। ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାରେ ସ୍ପୋର୍ଟ୍ସ ସାଇନ୍ସକୁ ସାମିଲ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ୟଙ୍ଗ ଆଥଲେଟ୍ ପ୍ରୋଗ୍ରାମ  ହେଉଛି ସ୍ପୋର୍ଟ୍ସ ସାଇନ୍ସ ଇଣ୍ଡିଆର ଏକ ବିଶେଷ ପଦକ୍ଷେପ, ଯାହାର ଉଦ୍ଦେଶ୍ୟ ବୈଜ୍ଞାନିକ ମୂଲ୍ୟାଙ୍କନ ଓ ପ୍ରମାଣଭିତ୍ତିକ ପରାମର୍ଶ ମାଧ୍ୟମରେ କୁନି କ୍ରୀଡ଼ା ପ୍ରତିଭାଙ୍କୁ ଚିହ୍ନଟ କରି ସେମାନଙ୍କୁ ଉଚିତ ଦିଗନିର୍ଦ୍ଦେଶ ଦେବା। ଏହି କାର୍ୟ୍ୟକ୍ରମରେ ଶାରୀରିକ ଦକ୍ଷତା, ଶରୀରର ଗତିବିଧି ବିଶ୍ଳେଷଣ, ଫିଟନେସ୍ ମୂଲ୍ୟାଙ୍କନ, ଆଘାତ ପ୍ରତିରୋଧ ଏବଂ ଦୀର୍ଘମିଆଦୀ ଆଥଲେଟ୍ ବିକାଶ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ଶିବିରରେ ଶିଶୁମାନଙ୍କ ବୟସ ଅନୁଯାୟୀ ବୈଜ୍ଞାନିକ ପରୀକ୍ଷା କରାଯାଇଥିଲା। ସେହିପରି ଅଭିଭାବକ ଓ ଶିକ୍ଷକମାନଙ୍କୁ ଫିଟନେସ୍, ପୁଷ୍ଟିକର ଖାଦ୍ୟ, ସଠିକ୍ ଶରୀର ଗଠନ (ପୋଷ୍ଚର), ଆଘାତ ପ୍ରତିରୋଧ ଏବଂ ବୈଜ୍ଞାନିକ ଭିତ୍ତିରେ କ୍ରୀଡ଼ା ବିକାଶ ସମ୍ପର୍କରେ ସଚେତନ କରାଯାଇଥିଲା। ପ୍ରତ୍ୟେକ ଶିଶୁଙ୍କୁ ସେମାନଙ୍କ ଶାରୀରିକ ବିକାଶ ଓ କ୍ରୀଡ଼ା ଯାତ୍ରା ପାଇଁ ପରାମର୍ଶ ସହିତ ଏକ ‘ଆଥଲେଟ୍ ରିପୋର୍ଟ କାର୍ଡ’ ପ୍ରଦାନ କରାଯିବ। ଏହି ଶିବିରକୁ ସ୍ପୋର୍ଟ୍ସ ଫିଜିଓଥେରାପିଷ୍ଟ ଡଃ ଦିବ୍ୟ ପ୍ରକାଶ କର, ଡଃ ପୂଜା ମେହେଟା ଏବଂ ଡଃ ଦାୱା ଶେର୍ପା ପରିଚାଳନା କରିଥିଲେ। ସୁଭଦ୍ରା, ସନ୍ଧ୍ୟା ଓ ପ୍ରବାସିନୀଙ୍କ ସହଯୋଗରେ କାର୍ୟ୍ୟକ୍ରମଟି ସୁଚାରୁ ଭାବେ ସମ୍ପନ୍ନ ହୋଇଥିଲା।ସ୍ପୋର୍ଟ୍ସ ସାଇନ୍ସ ଇଣ୍ଡିଆ ଆଗାମୀ ଦିନରେ ଓଡ଼ିଶା ସମେତ ସାରା ଦେଶର ବିଭିନ୍ନ ବିଦ୍ୟାଳୟରେ ୟଙ୍ଗ ଆଥଲେଟ୍ ପ୍ରୋଗ୍ରାମ ବିସ୍ତାର କରିବାକୁ ଯୋଜନା କରିଛି। ଏହା ମାଧ୍ୟମରେ ବୈଜ୍ଞାନିକ ପଦ୍ଧତିରେ ସୁସ୍ଥ ଓ ଭବିଷ୍ୟତର ଦକ୍ଷ କ୍ରୀଡ଼ାବିତ୍ ସୃଷ୍ଟି କରିବା ଲକ୍ଷ୍ୟ ରହିଛି। ଡଃ ସାର୍ଥକ ପଟ୍ଟନାୟକ, ପ୍ରତିଷ୍ଠାତା, ସ୍ପୋର୍ଟ୍ସ ସାଇନ୍ସ ଇଣ୍ଡିଆଙ୍କ ବାର୍ତ୍ତା"ୟଙ୍ଗ ଆଥଲେଟ୍ ପ୍ରୋଗ୍ରାମ ହେଉଛି ତୃଣମୂଳ ସ୍ତରରେ ସ୍ପୋର୍ଟ୍ସ ସାଇନ୍ସକୁ ପହଞ୍ଚାଇବାର ଏକ ସ୍ୱପ୍ନ। ପ୍ରତ୍ୟେକ ଶିଶୁଙ୍କର ନିଜ ଶାରୀରିକ କ୍ଷମତାକୁ ବୁଝିବା ଏବଂ ବୈଜ୍ଞାନିକ ଓ ସୁରକ୍ଷିତ ପରିବେଶରେ ବିକାଶ କରିବାର ସୁଯୋଗ ମିଳିବା ଉଚିତ। ‘ୟଙ୍ଗ ଆଥଲେଟ୍ ପ୍ରୋଗ୍ରାମ  ମାଧ୍ୟମରେ ଆମେ ସୁସ୍ଥ ଶିଶୁ ଗଢ଼ିବା, କ୍ରୀଡ଼ାଜନିତ ଆଘାତ କମାଇବା ଏବଂ ଭବିଷ୍ୟତର ଚାମ୍ପିଅନଙ୍କୁ ଚିହ୍ନଟ କରିବାକୁ ଲକ୍ଷ୍ୟ ରଖିଛୁ। ଏହି ପଦକ୍ଷେପରେ ବିଶ୍ୱାସ ରଖି ପ୍ରଥମ ସହଯୋଗୀ ବିଦ୍ୟାଳୟ ହୋଇଥିବାରୁ ହ୍ୟାପି ଆୱର୍ସ ସ୍କୁଲ ଏବଂ ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ନିଧି ଧାୱାନଙ୍କୁ ଧନ୍ୟବାଦ।"ଶ୍ରୀମତୀ ନିଧି ଧାୱାନ, ପ୍ରଧାନଶିକ୍ଷୟିତ୍ରୀ, ହ୍ୟାପି ଆୱର୍ସ ସ୍କୁଲଙ୍କ ବାର୍ତ୍ତା"ସ୍ପୋର୍ଟ୍ସ ସାଇନ୍ସ ଇଣ୍ଡିଆର ପ୍ରଥମ ୟଙ୍ଗ ଆଥଲେଟ୍ ପ୍ରୋଗ୍ରାମର ଆୟୋଜନ କରି ଆମେ ଅତ୍ୟନ୍ତ ଆନନ୍ଦିତ। ଏହି କାର୍ୟ୍ୟକ୍ରମ ଆମର ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକମାନଙ୍କୁ ବୈଜ୍ଞାନିକ ଫିଟନେସ୍ ମୂଲ୍ୟାଙ୍କନ ଏବଂ ଆଥଲେଟ୍ ବିକାଶ ସମ୍ପର୍କରେ ମୂଲ୍ୟବାନ ଜ୍ଞାନ ପ୍ରଦାନ କରିଛି। ଡଃ ସାର୍ଥକ ପଟ୍ଟନାୟକ ଓ ତାଙ୍କ ଟିମ୍‌ଙ୍କ ଉଦ୍ୟମକୁ ଆମେ ପ୍ରଶଂସା କରୁଛୁ ଏବଂ ଆଗାମୀ ଦିନରେ ମଧ୍ୟ ଏହି ସହଯୋଗ ଜାରି ରହିବ ବୋଲି ଆଶା କରୁଛୁ।"ୟଙ୍ଗ ଆଥଲେଟ୍ ପ୍ରୋଗ୍ରାମ – ସ୍ପୋର୍ଟ୍ସ ସାଇନ୍ସ ଇଣ୍ଡିଆର ଏକ ପଦକ୍ଷେପ•    ବୈଜ୍ଞାନିକ ଫିଟନେସ୍ ଓ ଶରୀର ଗତିବିଧିର ମୂଲ୍ୟାଙ୍କନ •    କୁନି କ୍ରୀଡ଼ା ପ୍ରତିଭାଙ୍କ ଶୀଘ୍ର ଚିହ୍ନଟ •    କ୍ରୀଡ଼ାଜନିତ ଆଘାତ ପ୍ରତିରୋଧ ପରୀକ୍ଷା •    ବ୍ୟକ୍ତିଗତ ଆଥଲେଟ୍ ରିପୋର୍ଟ କାର୍ଡ •    ପୁଷ୍ଟିକର ଖାଦ୍ୟ ଓ ସୁସ୍ଥ ଜୀବନଶୈଳୀ ପରାମର୍ଶ •    ଦୀର୍ଘମିଆଦୀ ଆଥଲେଟ୍ ବିକାଶ •    ଅଭିଭାବକ ଓ ବିଦ୍ୟାଳୟ ପାଇଁ ସ୍ପୋର୍ଟ୍ସ ସାଇନ୍ସ ସଚେତନତା କାର୍ୟ୍ୟକ୍ରମ       

Aug 1, 2026 - 18:58
 0  32
ସ୍ପୋର୍ଟ୍ସ ସାଇନ୍ସ ଇଣ୍ଡିଆ ପକ୍ଷରୁ ହ୍ୟାପି ଆୱର୍ସ ସ୍କୁଲରେ ‘ୟଙ୍ଗ ଆଥଲେଟ୍ ପ୍ରୋଗ୍ରାମ’ ର ଶୁଭାରମ୍ଭ

କନକ ବ୍ୟୁରୋ : ଡଃ ସାର୍ଥକ ପଟ୍ଟନାୟକଙ୍କ ନେତୃତ୍ୱରେ ସ୍ପୋର୍ଟ୍ସ ସାଇନ୍ସ ଇଣ୍ଡିଆ  ପକ୍ଷରୁ ଏହାର ପ୍ରମୁଖ ‘ୟଙ୍ଗ ଆଥଲେଟ୍ ପ୍ରୋଗ୍ରାମ’ର ସଫଳ ଶୁଭାରମ୍ଭ ଭୁବନେଶ୍ୱର ସହିଦନଗରସ୍ଥିତ ହ୍ୟାପି ଆୱର୍ସ ସ୍କୁଲରେ କରାଯାଇଛି। ଉଦ୍‌ଘାଟନୀ ଶିବିରରେ ୫୦ରୁ ଅଧିକ ଛାତ୍ରଛାତ୍ରୀ, ସେମାନଙ୍କ ଅଭିଭାବକ ଏବଂ ଶିକ୍ଷକମାନେ ଉତ୍ସାହର ସହ ଯୋଗଦେଇଥିଲେ। ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାରେ ସ୍ପୋର୍ଟ୍ସ ସାଇନ୍ସକୁ ସାମିଲ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

ୟଙ୍ଗ ଆଥଲେଟ୍ ପ୍ରୋଗ୍ରାମ  ହେଉଛି ସ୍ପୋର୍ଟ୍ସ ସାଇନ୍ସ ଇଣ୍ଡିଆର ଏକ ବିଶେଷ ପଦକ୍ଷେପ, ଯାହାର ଉଦ୍ଦେଶ୍ୟ ବୈଜ୍ଞାନିକ ମୂଲ୍ୟାଙ୍କନ ଓ ପ୍ରମାଣଭିତ୍ତିକ ପରାମର୍ଶ ମାଧ୍ୟମରେ କୁନି କ୍ରୀଡ଼ା ପ୍ରତିଭାଙ୍କୁ ଚିହ୍ନଟ କରି ସେମାନଙ୍କୁ ଉଚିତ ଦିଗନିର୍ଦ୍ଦେଶ ଦେବା। ଏହି କାର୍ୟ୍ୟକ୍ରମରେ ଶାରୀରିକ ଦକ୍ଷତା, ଶରୀରର ଗତିବିଧି ବିଶ୍ଳେଷଣ, ଫିଟନେସ୍ ମୂଲ୍ୟାଙ୍କନ, ଆଘାତ ପ୍ରତିରୋଧ ଏବଂ ଦୀର୍ଘମିଆଦୀ ଆଥଲେଟ୍ ବିକାଶ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି।

ଶିବିରରେ ଶିଶୁମାନଙ୍କ ବୟସ ଅନୁଯାୟୀ ବୈଜ୍ଞାନିକ ପରୀକ୍ଷା କରାଯାଇଥିଲା। ସେହିପରି ଅଭିଭାବକ ଓ ଶିକ୍ଷକମାନଙ୍କୁ ଫିଟନେସ୍, ପୁଷ୍ଟିକର ଖାଦ୍ୟ, ସଠିକ୍ ଶରୀର ଗଠନ (ପୋଷ୍ଚର), ଆଘାତ ପ୍ରତିରୋଧ ଏବଂ ବୈଜ୍ଞାନିକ ଭିତ୍ତିରେ କ୍ରୀଡ଼ା ବିକାଶ ସମ୍ପର୍କରେ ସଚେତନ କରାଯାଇଥିଲା। ପ୍ରତ୍ୟେକ ଶିଶୁଙ୍କୁ ସେମାନଙ୍କ ଶାରୀରିକ ବିକାଶ ଓ କ୍ରୀଡ଼ା ଯାତ୍ରା ପାଇଁ ପରାମର୍ଶ ସହିତ ଏକ ‘ଆଥଲେଟ୍ ରିପୋର୍ଟ କାର୍ଡ’ ପ୍ରଦାନ କରାଯିବ।

ଏହି ଶିବିରକୁ ସ୍ପୋର୍ଟ୍ସ ଫିଜିଓଥେରାପିଷ୍ଟ ଡଃ ଦିବ୍ୟ ପ୍ରକାଶ କର, ଡଃ ପୂଜା ମେହେଟା ଏବଂ ଡଃ ଦାୱା ଶେର୍ପା ପରିଚାଳନା କରିଥିଲେ। ସୁଭଦ୍ରା, ସନ୍ଧ୍ୟା ଓ ପ୍ରବାସିନୀଙ୍କ ସହଯୋଗରେ କାର୍ୟ୍ୟକ୍ରମଟି ସୁଚାରୁ ଭାବେ ସମ୍ପନ୍ନ ହୋଇଥିଲା।
ସ୍ପୋର୍ଟ୍ସ ସାଇନ୍ସ ଇଣ୍ଡିଆ ଆଗାମୀ ଦିନରେ ଓଡ଼ିଶା ସମେତ ସାରା ଦେଶର ବିଭିନ୍ନ ବିଦ୍ୟାଳୟରେ ୟଙ୍ଗ ଆଥଲେଟ୍ ପ୍ରୋଗ୍ରାମ ବିସ୍ତାର କରିବାକୁ ଯୋଜନା କରିଛି। ଏହା ମାଧ୍ୟମରେ ବୈଜ୍ଞାନିକ ପଦ୍ଧତିରେ ସୁସ୍ଥ ଓ ଭବିଷ୍ୟତର ଦକ୍ଷ କ୍ରୀଡ଼ାବିତ୍ ସୃଷ୍ଟି କରିବା ଲକ୍ଷ୍ୟ ରହିଛି।

ଡଃ ସାର୍ଥକ ପଟ୍ଟନାୟକ, ପ୍ରତିଷ୍ଠାତା, ସ୍ପୋର୍ଟ୍ସ ସାଇନ୍ସ ଇଣ୍ଡିଆଙ୍କ ବାର୍ତ୍ତା
"ୟଙ୍ଗ ଆଥଲେଟ୍ ପ୍ରୋଗ୍ରାମ ହେଉଛି ତୃଣମୂଳ ସ୍ତରରେ ସ୍ପୋର୍ଟ୍ସ ସାଇନ୍ସକୁ ପହଞ୍ଚାଇବାର ଏକ ସ୍ୱପ୍ନ। ପ୍ରତ୍ୟେକ ଶିଶୁଙ୍କର ନିଜ ଶାରୀରିକ କ୍ଷମତାକୁ ବୁଝିବା ଏବଂ ବୈଜ୍ଞାନିକ ଓ ସୁରକ୍ଷିତ ପରିବେଶରେ ବିକାଶ କରିବାର ସୁଯୋଗ ମିଳିବା ଉଚିତ। ‘ୟଙ୍ଗ ଆଥଲେଟ୍ ପ୍ରୋଗ୍ରାମ  ମାଧ୍ୟମରେ ଆମେ ସୁସ୍ଥ ଶିଶୁ ଗଢ଼ିବା, କ୍ରୀଡ଼ାଜନିତ ଆଘାତ କମାଇବା ଏବଂ ଭବିଷ୍ୟତର ଚାମ୍ପିଅନଙ୍କୁ ଚିହ୍ନଟ କରିବାକୁ ଲକ୍ଷ୍ୟ ରଖିଛୁ। ଏହି ପଦକ୍ଷେପରେ ବିଶ୍ୱାସ ରଖି ପ୍ରଥମ ସହଯୋଗୀ ବିଦ୍ୟାଳୟ ହୋଇଥିବାରୁ ହ୍ୟାପି ଆୱର୍ସ ସ୍କୁଲ ଏବଂ ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ନିଧି ଧାୱାନଙ୍କୁ ଧନ୍ୟବାଦ।"
ଶ୍ରୀମତୀ ନିଧି ଧାୱାନ, ପ୍ରଧାନଶିକ୍ଷୟିତ୍ରୀ, ହ୍ୟାପି ଆୱର୍ସ ସ୍କୁଲଙ୍କ ବାର୍ତ୍ତା
"ସ୍ପୋର୍ଟ୍ସ ସାଇନ୍ସ ଇଣ୍ଡିଆର ପ୍ରଥମ ୟଙ୍ଗ ଆଥଲେଟ୍ ପ୍ରୋଗ୍ରାମର ଆୟୋଜନ କରି ଆମେ ଅତ୍ୟନ୍ତ ଆନନ୍ଦିତ। ଏହି କାର୍ୟ୍ୟକ୍ରମ ଆମର ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକମାନଙ୍କୁ ବୈଜ୍ଞାନିକ ଫିଟନେସ୍ ମୂଲ୍ୟାଙ୍କନ ଏବଂ ଆଥଲେଟ୍ ବିକାଶ ସମ୍ପର୍କରେ ମୂଲ୍ୟବାନ ଜ୍ଞାନ ପ୍ରଦାନ କରିଛି। ଡଃ ସାର୍ଥକ ପଟ୍ଟନାୟକ ଓ ତାଙ୍କ ଟିମ୍‌ଙ୍କ ଉଦ୍ୟମକୁ ଆମେ ପ୍ରଶଂସା କରୁଛୁ ଏବଂ ଆଗାମୀ ଦିନରେ ମଧ୍ୟ ଏହି ସହଯୋଗ ଜାରି ରହିବ ବୋଲି ଆଶା କରୁଛୁ।"
ୟଙ୍ଗ ଆଥଲେଟ୍ ପ୍ରୋଗ୍ରାମ – ସ୍ପୋର୍ଟ୍ସ ସାଇନ୍ସ ଇଣ୍ଡିଆର ଏକ ପଦକ୍ଷେପ
•    ବୈଜ୍ଞାନିକ ଫିଟନେସ୍ ଓ ଶରୀର ଗତିବିଧିର ମୂଲ୍ୟାଙ୍କନ 
•    କୁନି କ୍ରୀଡ଼ା ପ୍ରତିଭାଙ୍କ ଶୀଘ୍ର ଚିହ୍ନଟ 
•    କ୍ରୀଡ଼ାଜନିତ ଆଘାତ ପ୍ରତିରୋଧ ପରୀକ୍ଷା 
•    ବ୍ୟକ୍ତିଗତ ଆଥଲେଟ୍ ରିପୋର୍ଟ କାର୍ଡ 
•    ପୁଷ୍ଟିକର ଖାଦ୍ୟ ଓ ସୁସ୍ଥ ଜୀବନଶୈଳୀ ପରାମର୍ଶ 
•    ଦୀର୍ଘମିଆଦୀ ଆଥଲେଟ୍ ବିକାଶ 
•    ଅଭିଭାବକ ଓ ବିଦ୍ୟାଳୟ ପାଇଁ ସ୍ପୋର୍ଟ୍ସ ସାଇନ୍ସ ସଚେତନତା କାର୍ୟ୍ୟକ୍ରମ 

 

 

 

What's Your Reaction?

like

dislike

love

funny

angry

sad

wow