ଆବାସ ଯୋଜନା ଅନିୟମିତତା: ଅଧିକାରୀଙ୍କୁ ତାଗିଦ ଦେଲେ ମନ୍ତ୍ରୀ

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ବଣ୍ଟନରେ ଅନିୟମିତତା ଅଭିଯୋଗ । ଘଟଣାସ୍ଥଳ ପରିଦର୍ଶନ ବେଳେ ଅଧିକାରୀଙ୍କ ଉପରେ ବର୍ଷିଲେ ଯୋଗାଣ ମନ୍ତ୍ରୀ । ଏହାର ସମୀକ୍ଷା କରିବା ପାଇଁ ଘଟଣାସ୍ଥଳ ପରିଦର୍ଶନରେ ଯାଇଥିଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ସେଠାରେ ଯୋଗ୍ୟ ହିତାଧିକାରୀ ଘର ନ ପାଇଥିବା ଦେଖି ଢେଙ୍କାନାଳ ସଦର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଉପରେ ବର୍ଷିଥିଲେ ମନ୍ତ୍ରୀ । ଅଧିକ ପଢ଼ନ୍ତୁ: ଆସନ୍ତା ୩ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ କାଇମାଟି ପଞ୍ଚାୟତର ଗହମଖୁଣ୍ଟି ଗାଁରେ ଅନେକ ଯୋଗ୍ୟ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରୁ ବାଦ୍ ପଡିଥିବା ଅଭିଯୋଗ ହୋଇଥିଲା। ଏହାର ସମୀକ୍ଷା କରିବା ପାଇଁ ଯୋଗାଣ ମନ୍ତ୍ରୀ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ସଂମ୍ପୃକ୍ତ ଅଞ୍ଚଳରେ ଅନେକ ଯୋଗ୍ୟ ହିତାଧିକାରୀ ଯୋଜନାରୁ ବାଦ୍ ପଡିଥିବା ଦେଖି ଘଟଣାସ୍ଥଳରେ ହିଁ ଅଧିକାରୀ ମାନଙ୍କ ଉପରେ ଭୀଷଣ ବର୍ଷିଥିଲେ ମନ୍ତ୍ରୀ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କୌଣସି ସୀମା ନାହିଁ। ଯେତେ ହିତାଧିକାରୀ ହେଲେ ମଧ୍ୟ ଘର ପାଇପାରିବେ। ତେଣୁ, ପଇସା ନେଇ କାହିଁକି ରାଜନୀତି କରୁଛ ଓ ମଜାକ୍ ଚାଲିଛି ବୋଲି କହି ବିଡିଓ ଓ ପିଇଓଙ୍କୁ ଗାଳି କରିଥିଲେ ମନ୍ତ୍ରୀ କୃଷ୍ଣ ପାତ୍ର।

Aug 1, 2026 - 18:58
 0  1
ଆବାସ ଯୋଜନା ଅନିୟମିତତା: ଅଧିକାରୀଙ୍କୁ ତାଗିଦ ଦେଲେ ମନ୍ତ୍ରୀ

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ବଣ୍ଟନରେ ଅନିୟମିତତା ଅଭିଯୋଗ । ଘଟଣାସ୍ଥଳ ପରିଦର୍ଶନ ବେଳେ ଅଧିକାରୀଙ୍କ ଉପରେ ବର୍ଷିଲେ ଯୋଗାଣ ମନ୍ତ୍ରୀ । ଏହାର ସମୀକ୍ଷା କରିବା ପାଇଁ ଘଟଣାସ୍ଥଳ ପରିଦର୍ଶନରେ ଯାଇଥିଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ସେଠାରେ ଯୋଗ୍ୟ ହିତାଧିକାରୀ ଘର ନ ପାଇଥିବା ଦେଖି ଢେଙ୍କାନାଳ ସଦର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଉପରେ ବର୍ଷିଥିଲେ ମନ୍ତ୍ରୀ ।

ଅଧିକ ପଢ଼ନ୍ତୁ: ଆସନ୍ତା ୩ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ କାଇମାଟି ପଞ୍ଚାୟତର ଗହମଖୁଣ୍ଟି ଗାଁରେ ଅନେକ ଯୋଗ୍ୟ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରୁ ବାଦ୍ ପଡିଥିବା ଅଭିଯୋଗ ହୋଇଥିଲା। ଏହାର ସମୀକ୍ଷା କରିବା ପାଇଁ ଯୋଗାଣ ମନ୍ତ୍ରୀ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ସଂମ୍ପୃକ୍ତ ଅଞ୍ଚଳରେ ଅନେକ ଯୋଗ୍ୟ ହିତାଧିକାରୀ ଯୋଜନାରୁ ବାଦ୍ ପଡିଥିବା ଦେଖି ଘଟଣାସ୍ଥଳରେ ହିଁ ଅଧିକାରୀ ମାନଙ୍କ ଉପରେ ଭୀଷଣ ବର୍ଷିଥିଲେ ମନ୍ତ୍ରୀ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କୌଣସି ସୀମା ନାହିଁ। ଯେତେ ହିତାଧିକାରୀ ହେଲେ ମଧ୍ୟ ଘର ପାଇପାରିବେ। ତେଣୁ, ପଇସା ନେଇ କାହିଁକି ରାଜନୀତି କରୁଛ ଓ ମଜାକ୍ ଚାଲିଛି ବୋଲି କହି ବିଡିଓ ଓ ପିଇଓଙ୍କୁ ଗାଳି କରିଥିଲେ ମନ୍ତ୍ରୀ କୃଷ୍ଣ ପାତ୍ର।

What's Your Reaction?

like

dislike

love

funny

angry

sad

wow