ଟେକ୍ସାସର ପୋର୍ଟ ଆର୍ଥର ତୈଳ ବିଶୋଧନାଗାରରେ ବିସ୍ଫୋରଣ
କନକ ବ୍ୟୁରୋ : ଟେକ୍ସାସର ପୋର୍ଟ ଆର୍ଥରରେ ଥିବା ଭାଲେରୋ ରିଫାଇନାରୀରେ ବିସ୍ଫୋରଣ ପରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ସ୍ଥାନୀୟ ସମୟ ପ୍ରାୟ ସନ୍ଧ୍ୟା ୬:୩୦ ରେ ଘଟିଥିବା ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ ନିକଟସ୍ଥ ବାସିନ୍ଦାମାନେ ସେମାନଙ୍କ ଘରେ କମ୍ପନ ଅନୁଭବ କରିଥିଲେ । ଘଟଣା ପରେ କଳା ଧୂଆଁ ଆକାଶକୁ ଆଚ୍ଛାଦିତ କରିଦେଇଥିଲା, ଯାହା ଫଳରେ ପ୍ରଶାସନକୁ ପୋର୍ଟ ଆର୍ଥରର ପଶ୍ଚିମ ଅଂଶର ବାସିନ୍ଦାଙ୍କ ପାଇଁ ଆଶ୍ରୟସ୍ଥଳୀକୁ ଯିବା ପାଇଁ ନିର୍ଦ୍ଦେଶ ଜାରି କରିବାକୁ ପଡ଼ିଥିଲା । ଜେଫରସନ କାଉଣ୍ଟି ସେରିଫ୍ ଜେନା ଷ୍ଟିଫେନ୍ସ କହିଛନ୍ତି, ପ୍ରାଥମିକ ତଦନ୍ତରୁ ଜଣାପଡୁଛି ଯେ ବିସ୍ଫୋରଣ ସମ୍ଭବତଃ ଏକ ତ୍ରୁଟିପୂର୍ଣ୍ଣ ଶିଳ୍ପ ହିଟର ଯୋଗୁଁ ହୋଇଥିଲା । ଜରୁରୀକାଳୀନ କର୍ମଚାରୀମାନେ ଘଟଣାସ୍ଥଳକୁ ଯାଇଥିଲେ । ସୁରକ୍ଷା ଦୃଷ୍ଟିରୁ ଜେଫରସନ କାଉଣ୍ଟି ଅଧିକାରୀମାନେ ଷ୍ଟେଟ୍ ହାଇୱେ ୮୨ ଏବଂ ୮୭ କୁ ଅସ୍ଥାୟୀ ଭାବରେ ବନ୍ଦ କରିଦେଇଛନ୍ତି ।ଘଟଣାସ୍ଥଳରେ ଉପସ୍ଥିତ ସମସ୍ତ କର୍ମଚାରୀଙ୍କୁ ସୁରକ୍ଷିତ ଭାବରେ ବାହାର କରାଯାଇଥିବା ପୁଲିସ କହିଛି । ପୋର୍ଟ ଆର୍ଥର ପୁଲିସ ମୁଖ୍ୟ ଟିମ୍ ଡୁରିସୋ ଏବଂ ସେରିଫ୍ ଷ୍ଟିଫେନ୍ସ ନିଶ୍ଚିତ କରିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ରିପୋର୍ଟ ମିଳିନାହିଁ । ଅଧିକ ପଢନ୍ତୁ : ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଡି ବସିଛନ୍ତି ବିରୋଧୀ; ସପ୍ତାହ ପରେ ବି ଥମୁନି ଏସସିବି ଅଗ୍ନିକାଣ୍ଡର ତାତି ବର୍ତ୍ତମାନ ଆମର ଗୋଟିଏ ୟୁନିଟରେ ଅଗ୍ନିକାଣ୍ଡ ଘଟିଛି । ଆମର ଜରୁରୀକାଳୀନ ପ୍ରତିକ୍ରିୟା ଦଳ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ କାମ କରୁଛି । ଆମର କର୍ମଚାରୀ ଏବଂ ସମ୍ପ୍ରଦାୟର ସୁରକ୍ଷା ଆମର ସର୍ବୋଚ୍ଚ ପ୍ରାଥମିକତା ବୋଲି ଭାଲେରୋ ପବ୍ଲିକ୍ ଆଫେୟାର୍ସ ମ୍ୟାନେଜର କାରୋଲ ହେବର୍ଟ ଏକ ସରକାରୀ ବିବୃତିରେ କହିଛନ୍ତି । ଟେକ୍ସାସ ପୁଲିସ ବିସ୍ଫୋରଣର କାରଣ ଜାଣିବା ପାଇଁ ତଦନ୍ତ ଜାରି ରଖିଛି ।

କନକ ବ୍ୟୁରୋ : ଟେକ୍ସାସର ପୋର୍ଟ ଆର୍ଥରରେ ଥିବା ଭାଲେରୋ ରିଫାଇନାରୀରେ ବିସ୍ଫୋରଣ ପରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ସ୍ଥାନୀୟ ସମୟ ପ୍ରାୟ ସନ୍ଧ୍ୟା ୬:୩୦ ରେ ଘଟିଥିବା ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ ନିକଟସ୍ଥ ବାସିନ୍ଦାମାନେ ସେମାନଙ୍କ ଘରେ କମ୍ପନ ଅନୁଭବ କରିଥିଲେ । ଘଟଣା ପରେ କଳା ଧୂଆଁ ଆକାଶକୁ ଆଚ୍ଛାଦିତ କରିଦେଇଥିଲା, ଯାହା ଫଳରେ ପ୍ରଶାସନକୁ ପୋର୍ଟ ଆର୍ଥରର ପଶ୍ଚିମ ଅଂଶର ବାସିନ୍ଦାଙ୍କ ପାଇଁ ଆଶ୍ରୟସ୍ଥଳୀକୁ ଯିବା ପାଇଁ ନିର୍ଦ୍ଦେଶ ଜାରି କରିବାକୁ ପଡ଼ିଥିଲା ।
ଜେଫରସନ କାଉଣ୍ଟି ସେରିଫ୍ ଜେନା ଷ୍ଟିଫେନ୍ସ କହିଛନ୍ତି, ପ୍ରାଥମିକ ତଦନ୍ତରୁ ଜଣାପଡୁଛି ଯେ ବିସ୍ଫୋରଣ ସମ୍ଭବତଃ ଏକ ତ୍ରୁଟିପୂର୍ଣ୍ଣ ଶିଳ୍ପ ହିଟର ଯୋଗୁଁ ହୋଇଥିଲା । ଜରୁରୀକାଳୀନ କର୍ମଚାରୀମାନେ ଘଟଣାସ୍ଥଳକୁ ଯାଇଥିଲେ । ସୁରକ୍ଷା ଦୃଷ୍ଟିରୁ ଜେଫରସନ କାଉଣ୍ଟି ଅଧିକାରୀମାନେ ଷ୍ଟେଟ୍ ହାଇୱେ ୮୨ ଏବଂ ୮୭ କୁ ଅସ୍ଥାୟୀ ଭାବରେ ବନ୍ଦ କରିଦେଇଛନ୍ତି ।
ଘଟଣାସ୍ଥଳରେ ଉପସ୍ଥିତ ସମସ୍ତ କର୍ମଚାରୀଙ୍କୁ ସୁରକ୍ଷିତ ଭାବରେ ବାହାର କରାଯାଇଥିବା ପୁଲିସ କହିଛି । ପୋର୍ଟ ଆର୍ଥର ପୁଲିସ ମୁଖ୍ୟ ଟିମ୍ ଡୁରିସୋ ଏବଂ ସେରିଫ୍ ଷ୍ଟିଫେନ୍ସ ନିଶ୍ଚିତ କରିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ରିପୋର୍ଟ ମିଳିନାହିଁ ।
ଅଧିକ ପଢନ୍ତୁ : ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଡି ବସିଛନ୍ତି ବିରୋଧୀ; ସପ୍ତାହ ପରେ ବି ଥମୁନି ଏସସିବି ଅଗ୍ନିକାଣ୍ଡର ତାତି
ବର୍ତ୍ତମାନ ଆମର ଗୋଟିଏ ୟୁନିଟରେ ଅଗ୍ନିକାଣ୍ଡ ଘଟିଛି । ଆମର ଜରୁରୀକାଳୀନ ପ୍ରତିକ୍ରିୟା ଦଳ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ କାମ କରୁଛି । ଆମର କର୍ମଚାରୀ ଏବଂ ସମ୍ପ୍ରଦାୟର ସୁରକ୍ଷା ଆମର ସର୍ବୋଚ୍ଚ ପ୍ରାଥମିକତା ବୋଲି ଭାଲେରୋ ପବ୍ଲିକ୍ ଆଫେୟାର୍ସ ମ୍ୟାନେଜର କାରୋଲ ହେବର୍ଟ ଏକ ସରକାରୀ ବିବୃତିରେ କହିଛନ୍ତି । ଟେକ୍ସାସ ପୁଲିସ ବିସ୍ଫୋରଣର କାରଣ ଜାଣିବା ପାଇଁ ତଦନ୍ତ ଜାରି ରଖିଛି ।
What's Your Reaction?



