କ୍ରସ୍ ଭୋଟିଂ ପରେ କଂଗ୍ରେସ ବିଧାୟକଙ୍କ ବଡ଼ ବୟାନ, ବିଜେଡି ମୋତେ ଶିକାର କରିଥିଲା, ମୁଁ ବିଜେଡିକୁ ଶିକାର କଲି

କନକ ବ୍ୟୁରୋ : କଂଗ୍ରେସ ବିଧାୟକ ରମେଶ ଜେନା କ୍ରସ୍ ଭୋଟିଂ କରିବା ପରେ ପ୍ରଥମ ଥର ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲିଛନ୍ତି । ସେ କହିଛନ୍ତି କି,  କିଛି ଲୁଚାଛପା ନାହିଁ, ମୁଁ ଦିଲ୍ଲୀପ ରାୟଙ୍କୁ ଭୋଟ୍‌ ଦେଇଛି । ମୋ ସହ ଯାହା ହୋଇଥିଲା ତାହାର ପ୍ରତିଶୋଧ ନେଇଛି । ବିଧାୟକ ହୋଇଛି ସତ ହେଲେ ସମ୍ମାନ କେବେ ପାଇନି । ଦଳ ସମର୍ଥନ ଦେଇକି ଜିତିବାର ନଥିଲା ତାହେଲେ କାହିଁକି ସମର୍ଥନ ଦେଉଥିଲ । ବାଲି ମାଫିଆ କି ମଦ ମାଫିଆ କିଏ ମୁଁ ଜାଣିନି । ମୋର ଯଦି ଡରିବାର ଥିଲା ତେବେ ବିଜେଡିକୁ ପଳାଇଥାଆନ୍ତି । ବୁଢ଼ା ବାପାକୁ ମୋର ଜେଲ୍‌ ପଠାଇଛି । ସେ ରାଗ ସବୁ ଯିବ କୁଆଡ଼େ । ଏବେ ସସ୍‌ପେଣ୍ଡ କରି କଣ ପାଇଲେ । କେବଳ ଦଳରେ କନ୍ଦଳ ହେବ । ମୁଁ ସିଧା କହୁଛି, ପ୍ରତିଶୋଧ ନେବା ପାଇଁ ସ୍ୱାଧୀନ ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇଛି ।  ଅଧିକ ପଢ଼ନ୍ତୁ :   ରାଜ୍ୟସଭା ନିର୍ବାଚନରେ ଏନଡିଏର ଶକ୍ତି ପ୍ରଦର୍ଶନ, ୩୭ ଆସନରୁ ୨୨ ରେ ବିଜୟୀ ରାଜ୍ୟସଭା ନିର୍ବାଚନ ରେଜଲ୍ଟର ଦୁଇଦିନ ପରେ ମୁହଁ ଖୋଲିଲେ କଂଗ୍ରେସ ବିଧାୟକ ରମେଶ ଜେନା । ରମେଶ ଜେନା ସିଧାସଳଖ ସ୍ୱୀକାର କରିଛନ୍ତି ଯେ ସେ ରାଜ୍ୟସଭା ନିର୍ବାଚନରେ 'କ୍ରସ୍ ଭୋଟିଂ' କରିଛନ୍ତି । ଖାଲି ସେତିକିରେ ଅଟକି ଯାଇନାହାନ୍ତି ଗଞ୍ଜାମ ଟାଇଗର । ଭକ୍ତ ଦାସଙ୍କ ଗଞ୍ଜାମ ଟାଇଗର ବାଖ୍ୟାନର ବି ଉତ୍ତର ରଖିଛନ୍ତି । କହିଛନ୍ତି ଯିଏ କହିଛନ୍ତି ସେ ଜାଣି ନାହାନ୍ତି । ଟାଇଗର କେବେ ଘାସ ଖାଇନି କି ଖାଇବନି । ମୁଁ ରମେଶ ଜେନା କେବେ ନିଜକୁ ପ୍ରମାଣିତ କରିନି । ଓଲଟା ସେ କଂଗ୍ରେସ ସଭାପତିଙ୍କୁ ପ୍ରଶ୍ନବାଣ କରିଛନ୍ତି । କହିଛନ୍ତି କାହା ସହ ଆଲୋଚନା କରି ସେ ବିଜେଡିକୁ ସମର୍ଥନ ଦେଇଥିଲେ ?  ଯେତେବେଳେ ବିଧାନସଭାରେ ଅନାସ୍ଥା ଆଣିଥିଲେ ସେତେବେଳେ ବିଜେଡି ସହାୟତା କରିଥିଲା କି ? କେଉଁ ପରିସ୍ଥିତିରେ ବିଜେଡି ସହ ମେଣ୍ଟ ପାଇଁ ରାଜି ହୋଇଥିଲେ । ଆମେ ୨୪ ବର୍ଷ ଶୋଷଣର ଶିକାର ହୋଇଛୁ । ସେ ସ୍ପଷ୍ଟ କରିଛନ୍ତି ଯେ କାହାରି କହିବା କଥାରେ ସେ ପ୍ରଭାବିତ ହୁଅନ୍ତି ନାହିଁ ଏବଂ ନିଜକୁ ପ୍ରମାଣିତ କରିବାର ଆବଶ୍ୟକତା ମଧ୍ୟ ତାଙ୍କର ନାହିଁ। ରମେଶ ଜେନାଙ୍କ ଏହି ବିସ୍ଫୋରକ ବୟାନ କେବଳ ଏକ ସ୍ୱୀକାରୋକ୍ତି ନୁହେଁ, ବରଂ ଓଡ଼ିଶା ରାଜନୀତିରେ ବର୍ଷ ବର୍ଷ ଧରି ଜମି ରହିଥିବା ଆକ୍ରୋଶର ଏକ ଜ୍ୱଳନ୍ତ ପ୍ରତିଫଳନ। "ଟାଇଗର କେବେ ଘାସ ଖାଏନି" କହି ସେ କେବଳ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିନାହାନ୍ତି, ବରଂ ଦଳୀୟ ହାଇକମାଣ୍ଡଙ୍କୁ ମଧ୍ୟ କଡ଼ା ଚେତାବନୀ ଦେଇଛନ୍ତି। ୨୪ ବର୍ଷର ଶୋଷଣ ଏବଂ ପରିବାର ଉପରେ ହୋଇଥିବା ଅତ୍ୟାଚାରର ବଦଲା ନେବା ପାଇଁ ସେ ଯେଉଁ 'ଶିକାର'ର ବାଟ ବାଛିଛନ୍ତି, ତାହା କଂଗ୍ରେସ ଏବଂ ବିଜେଡି ଉଭୟଙ୍କ ପାଇଁ ଏକ ବଡ଼ ଶକ୍ତ ଧକ୍କା ।   

Mar 18, 2026 - 19:36
 0  2
କ୍ରସ୍ ଭୋଟିଂ ପରେ କଂଗ୍ରେସ ବିଧାୟକଙ୍କ ବଡ଼ ବୟାନ, ବିଜେଡି ମୋତେ ଶିକାର କରିଥିଲା, ମୁଁ ବିଜେଡିକୁ ଶିକାର କଲି

କନକ ବ୍ୟୁରୋ : କଂଗ୍ରେସ ବିଧାୟକ ରମେଶ ଜେନା କ୍ରସ୍ ଭୋଟିଂ କରିବା ପରେ ପ୍ରଥମ ଥର ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲିଛନ୍ତି । ସେ କହିଛନ୍ତି କି,  କିଛି ଲୁଚାଛପା ନାହିଁ, ମୁଁ ଦିଲ୍ଲୀପ ରାୟଙ୍କୁ ଭୋଟ୍‌ ଦେଇଛି । ମୋ ସହ ଯାହା ହୋଇଥିଲା ତାହାର ପ୍ରତିଶୋଧ ନେଇଛି । ବିଧାୟକ ହୋଇଛି ସତ ହେଲେ ସମ୍ମାନ କେବେ ପାଇନି । ଦଳ ସମର୍ଥନ ଦେଇକି ଜିତିବାର ନଥିଲା ତାହେଲେ କାହିଁକି ସମର୍ଥନ ଦେଉଥିଲ ।

ବାଲି ମାଫିଆ କି ମଦ ମାଫିଆ କିଏ ମୁଁ ଜାଣିନି । ମୋର ଯଦି ଡରିବାର ଥିଲା ତେବେ ବିଜେଡିକୁ ପଳାଇଥାଆନ୍ତି । ବୁଢ଼ା ବାପାକୁ ମୋର ଜେଲ୍‌ ପଠାଇଛି । ସେ ରାଗ ସବୁ ଯିବ କୁଆଡ଼େ । ଏବେ ସସ୍‌ପେଣ୍ଡ କରି କଣ ପାଇଲେ । କେବଳ ଦଳରେ କନ୍ଦଳ ହେବ । ମୁଁ ସିଧା କହୁଛି, ପ୍ରତିଶୋଧ ନେବା ପାଇଁ ସ୍ୱାଧୀନ ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇଛି । 

ଅଧିକ ପଢ଼ନ୍ତୁ :   ରାଜ୍ୟସଭା ନିର୍ବାଚନରେ ଏନଡିଏର ଶକ୍ତି ପ୍ରଦର୍ଶନ, ୩୭ ଆସନରୁ ୨୨ ରେ ବିଜୟୀ

ରାଜ୍ୟସଭା ନିର୍ବାଚନ ରେଜଲ୍ଟର ଦୁଇଦିନ ପରେ ମୁହଁ ଖୋଲିଲେ କଂଗ୍ରେସ ବିଧାୟକ ରମେଶ ଜେନା । ରମେଶ ଜେନା ସିଧାସଳଖ ସ୍ୱୀକାର କରିଛନ୍ତି ଯେ ସେ ରାଜ୍ୟସଭା ନିର୍ବାଚନରେ 'କ୍ରସ୍ ଭୋଟିଂ' କରିଛନ୍ତି । ଖାଲି ସେତିକିରେ ଅଟକି ଯାଇନାହାନ୍ତି ଗଞ୍ଜାମ ଟାଇଗର । ଭକ୍ତ ଦାସଙ୍କ ଗଞ୍ଜାମ ଟାଇଗର ବାଖ୍ୟାନର ବି ଉତ୍ତର ରଖିଛନ୍ତି । କହିଛନ୍ତି ଯିଏ କହିଛନ୍ତି ସେ ଜାଣି ନାହାନ୍ତି । ଟାଇଗର କେବେ ଘାସ ଖାଇନି କି ଖାଇବନି । ମୁଁ ରମେଶ ଜେନା କେବେ ନିଜକୁ ପ୍ରମାଣିତ କରିନି । ଓଲଟା ସେ କଂଗ୍ରେସ ସଭାପତିଙ୍କୁ ପ୍ରଶ୍ନବାଣ କରିଛନ୍ତି । କହିଛନ୍ତି କାହା ସହ ଆଲୋଚନା କରି ସେ ବିଜେଡିକୁ ସମର୍ଥନ ଦେଇଥିଲେ ?  ଯେତେବେଳେ ବିଧାନସଭାରେ ଅନାସ୍ଥା ଆଣିଥିଲେ ସେତେବେଳେ ବିଜେଡି ସହାୟତା କରିଥିଲା କି ? କେଉଁ ପରିସ୍ଥିତିରେ ବିଜେଡି ସହ ମେଣ୍ଟ ପାଇଁ ରାଜି ହୋଇଥିଲେ । ଆମେ ୨୪ ବର୍ଷ ଶୋଷଣର ଶିକାର ହୋଇଛୁ । ସେ ସ୍ପଷ୍ଟ କରିଛନ୍ତି ଯେ କାହାରି କହିବା କଥାରେ ସେ ପ୍ରଭାବିତ ହୁଅନ୍ତି ନାହିଁ ଏବଂ ନିଜକୁ ପ୍ରମାଣିତ କରିବାର ଆବଶ୍ୟକତା ମଧ୍ୟ ତାଙ୍କର ନାହିଁ।

ରମେଶ ଜେନାଙ୍କ ଏହି ବିସ୍ଫୋରକ ବୟାନ କେବଳ ଏକ ସ୍ୱୀକାରୋକ୍ତି ନୁହେଁ, ବରଂ ଓଡ଼ିଶା ରାଜନୀତିରେ ବର୍ଷ ବର୍ଷ ଧରି ଜମି ରହିଥିବା ଆକ୍ରୋଶର ଏକ ଜ୍ୱଳନ୍ତ ପ୍ରତିଫଳନ। "ଟାଇଗର କେବେ ଘାସ ଖାଏନି" କହି ସେ କେବଳ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିନାହାନ୍ତି, ବରଂ ଦଳୀୟ ହାଇକମାଣ୍ଡଙ୍କୁ ମଧ୍ୟ କଡ଼ା ଚେତାବନୀ ଦେଇଛନ୍ତି। ୨୪ ବର୍ଷର ଶୋଷଣ ଏବଂ ପରିବାର ଉପରେ ହୋଇଥିବା ଅତ୍ୟାଚାରର ବଦଲା ନେବା ପାଇଁ ସେ ଯେଉଁ 'ଶିକାର'ର ବାଟ ବାଛିଛନ୍ତି, ତାହା କଂଗ୍ରେସ ଏବଂ ବିଜେଡି ଉଭୟଙ୍କ ପାଇଁ ଏକ ବଡ଼ ଶକ୍ତ ଧକ୍କା । 

 

What's Your Reaction?

like

dislike

love

funny

angry

sad

wow