ଗୁଜରାଟ ବିଧାନସଭାରେ ବୋମା ଥିବା ଧମକ
କନକବ୍ୟୁରୋ : ଗୁଜରାଟ ବିଧାନସଭାର ବଜେଟ ଅଧିବେଶନ ଚାଲିଥିବାବେଳେ ବୁଧବାର ଇମେଲ ମାଧ୍ୟମରେ ବିଧାନସଭା ପରିସରରେ ବୋମା ଥିବା ନେଇ ଧମକ ମିଳିବା ପରେ ବିଧାୟକ ଓ କର୍ମଚାରୀଙ୍କ ମଧ୍ୟରେ ଭୟ ଖେଳି ଯାଇଥିଲା । ଗୃହର କାର୍ଯ୍ୟଧାରା ଆରମ୍ଭ ହେବା ପୂର୍ବରୁ ଇମେଲ ମିଳିଥିଲା। ବିଧାନସଭା ପରିସରରେ ବୋମା ଥିବା ଏଥିରେ ଧମକ ଦିଆଯାଇଥିଲା। ତୁରନ୍ତ ସମସ୍ତ ବିଧାୟକ ଓ କର୍ମଚାରୀଙ୍କୁ ବିଧାନସଭା ପରିସରରୁ ବାହାର କରି ଦିଆଯାଇଥିଲା ବୋଲି ପୁଲିସ କହିଛି । ଅଧିକ ପଢନ୍ତୁ... ମୋଜତବାଙ୍କୁ ହତ୍ୟା କରିବାକୁ ଇସ୍ରାଏଲର ଶପଥ ବିଧାନସଭା ସକାଳ ୯ଟାରେ ଆରମ୍ଭ ହେବାକୁ ଥିବାବେଳେ ଧମକପୂର୍ଣ୍ଣ ଇମେଲ ୮ଟା ୪୫ ମିନିଟରେ ମିଳିଥିଲା। ପୁଲିସକୁ ସୂଚନା ମିଳିବା ପରେ ତୁରନ୍ତ ତଲାସୀ ନିଆଯାଇଥିଲା। କିନ୍ତୁ ଏଠାରୁ କୌଣସି ସନ୍ଦେହଜନକ ବସ୍ତୁ ଠାବ ହୋଇନଥିଲା।

କନକବ୍ୟୁରୋ : ଗୁଜରାଟ ବିଧାନସଭାର ବଜେଟ ଅଧିବେଶନ ଚାଲିଥିବାବେଳେ ବୁଧବାର ଇମେଲ ମାଧ୍ୟମରେ ବିଧାନସଭା ପରିସରରେ ବୋମା ଥିବା ନେଇ ଧମକ ମିଳିବା ପରେ ବିଧାୟକ ଓ କର୍ମଚାରୀଙ୍କ ମଧ୍ୟରେ ଭୟ ଖେଳି ଯାଇଥିଲା । ଗୃହର କାର୍ଯ୍ୟଧାରା ଆରମ୍ଭ ହେବା ପୂର୍ବରୁ ଇମେଲ ମିଳିଥିଲା। ବିଧାନସଭା ପରିସରରେ ବୋମା ଥିବା ଏଥିରେ ଧମକ ଦିଆଯାଇଥିଲା। ତୁରନ୍ତ ସମସ୍ତ ବିଧାୟକ ଓ କର୍ମଚାରୀଙ୍କୁ ବିଧାନସଭା ପରିସରରୁ ବାହାର କରି ଦିଆଯାଇଥିଲା ବୋଲି ପୁଲିସ କହିଛି ।
ଅଧିକ ପଢନ୍ତୁ... ମୋଜତବାଙ୍କୁ ହତ୍ୟା କରିବାକୁ ଇସ୍ରାଏଲର ଶପଥ
ବିଧାନସଭା ସକାଳ ୯ଟାରେ ଆରମ୍ଭ ହେବାକୁ ଥିବାବେଳେ ଧମକପୂର୍ଣ୍ଣ ଇମେଲ ୮ଟା ୪୫ ମିନିଟରେ ମିଳିଥିଲା। ପୁଲିସକୁ ସୂଚନା ମିଳିବା ପରେ ତୁରନ୍ତ ତଲାସୀ ନିଆଯାଇଥିଲା। କିନ୍ତୁ ଏଠାରୁ କୌଣସି ସନ୍ଦେହଜନକ ବସ୍ତୁ ଠାବ ହୋଇନଥିଲା।
What's Your Reaction?



