ଉତ୍କଟ ହେଲାଣି ରନ୍ଧନ ଗ୍ୟାସ୍ ସମସ୍ୟା; କାଠଚୁଲି ପଡ଼ିଛି ଖୋଜା
କନକ ବ୍ୟୁରୋ : ସବୁଠି ରନ୍ଧନ ଗ୍ୟାସ୍ ସମସ୍ୟା । ଗାଁ ଗହଳିରେ ଟିକେ ଚଳୁଛି, ହେଲେ ସହରରେ କାଠ ଚୁଲି ଚିନ୍ତା ବି କିଛି କମ୍ ନୁହେଁ । ଏଇ ଯେମିତି ବ୍ରହ୍ମପୁର ସହରର ଅଳକାପୁରୀରେ ଗୋଟିଏ ଚୁଲି ପାଖେ ସାହିପଡ଼ିଶା ମିଶି ରୋଷେଇ କରୁଛନ୍ତି । ବ୍ରହ୍ମପୁର ଅଳକାପୁରୀ ୭ ନମ୍ବର ଲେନ୍ର ସୁକୁମାରି । ଭାତ ଖାଇଲେ ସ୍ୱାମୀ କାମକୁ ଯିବେ । ତେଣୁ ସକାଳୁ ସକାଳୁ ତରତର ହୋଇ ଚୁଲି ଲଗାଉଛନ୍ତି । ଚୁଲିରେ ଭାତ ସିନା ଫୁଟୁଛି, ହେଲେ ପାଖରେ ଅନ୍ୟ ମହିଳାମାନେ ଏଠି ଧାଡ଼ିରେ ଅଛନ୍ତି ସୁକୁମାରୀଙ୍କ ପରେ ରୋଷେଇ କରିବେ ବୋଲି । କାହାର ଗ୍ୟାସ୍ ଟାଙ୍କି ପୂରା ଫାଙ୍କା ତ’ ଆଉ କାହାର ସରିଆସିଲାଣି । ତେଣୁ ସମସ୍ତେ କାଠଚୁଲି ମୁହାଁ । ରାତି ପାହିଲା ମାନେ ନିଜ ନିଜ ଭିତରେ କଥା ହୋଇ ଏହି ଚୁଲି ପାଖରେ ସବୁ ମହିଳାଙ୍କ ଭିଡ଼ ଲାଗୁଛି । ଅଧିକ ପଢ଼ନ୍ତୁ : ଘୋଷଣାରେ ସୀମିତ ଏନ୍ଏସି ମାନ୍ୟତା; କେବେ କାର୍ଯ୍ୟକ୍ଷମ ହେବ ବଢ଼ୁଛି ସନ୍ଦେହ ? କେହି କାହାକୁ ଆଗରୁ ଭଲରେ ଜାଣିନାହାନ୍ତି । କିନ୍ତୁ ଗ୍ୟାସ୍ ସଙ୍କଟ ବେଳେ ପଡ଼ୋଶୀର ଦାୟିତ୍ୱ ତୁଲାଉଛନ୍ତି । ଯାହାଙ୍କ ପିଲାମାନେ ସ୍କୁଲ୍ ଯିବାକୁ ଥିବ ସେମାନେ ଆଗେ ରୋଷେଇ କରନ୍ତି ଆଉ ଅନ୍ୟମାନେ ପଛରେ । ଏମିତି ଚାଲିଛି ଭାଇଚାରାରେ ଭାଗିଦାରି । ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ଦେଶରେ ହୋଇଥିବା ଗ୍ୟାସ ସଙ୍କଟ ଧୀରେଧୀରେ ଉଗ୍ର ହେବାର ଲାଗିଛି । କାହାର ବୁକିଂ ହେଉନି ଆଉ ଯାହାର ବୁକିଂ ହେଉଛି ସିଲିଣ୍ଡର ମିଳୁନି । ହୋଟେଲ, ମନ୍ଦିର ସବୁ ପ୍ରଭାବିତ ହେଉଛି । ହେଲେ ତା’ ଭିତରେ ଅଳକାପୁରୀର ମହିଳାମାନଙ୍କ ପାଳି କରି ରୋଷେଇ କରିବା ବ୍ୟବସ୍ଥାର ବିଫଳ ପ୍ରତିଛବି ନୁହେଁ ତ ଆଉ କ’ଣ ? ସେପଟେ ରନ୍ଧନ ଗ୍ୟାସ ସଙ୍କଟ କାରଣରୁ ରୋଜଗାର ହରାଇଛନ୍ତି ଶହଶହ ଲୋକ । ଜଗତସିଂହପୁର ଜିଲ୍ଲାରେ ଅନେକ ଜଳଖିଆ, ଚା’ ଓ ଫାଷ୍ଟଫୁଡ଼ ଦୋକାନ, ଗ୍ୟାସ ସଙ୍କଟ ତଥା କଳା ବଜାରୀ ପାଇଁ ଚାଲିପାରୁନି । ପ୍ରାୟ ୯୦ ପ୍ରତିଶତ ଜଳଖିଆ ଓ ଫାଷ୍ଟଫୁଡ଼ ଦୋକାନ ଏବେ ବନ୍ଦ ହେବା ଉପରେ । ବ୍ୟବସାୟ ବନ୍ଦ କାରଣରୁ ପରିବାର ପ୍ରତିପୋଷଣ କଷ୍ଟ ହୋଇ ପଡ଼ିଥିବା କହିଛନ୍ତି ବ୍ୟବସାୟୀ ।

କନକ ବ୍ୟୁରୋ : ସବୁଠି ରନ୍ଧନ ଗ୍ୟାସ୍ ସମସ୍ୟା । ଗାଁ ଗହଳିରେ ଟିକେ ଚଳୁଛି, ହେଲେ ସହରରେ କାଠ ଚୁଲି ଚିନ୍ତା ବି କିଛି କମ୍ ନୁହେଁ । ଏଇ ଯେମିତି ବ୍ରହ୍ମପୁର ସହରର ଅଳକାପୁରୀରେ ଗୋଟିଏ ଚୁଲି ପାଖେ ସାହିପଡ଼ିଶା ମିଶି ରୋଷେଇ କରୁଛନ୍ତି ।
ବ୍ରହ୍ମପୁର ଅଳକାପୁରୀ ୭ ନମ୍ବର ଲେନ୍ର ସୁକୁମାରି । ଭାତ ଖାଇଲେ ସ୍ୱାମୀ କାମକୁ ଯିବେ । ତେଣୁ ସକାଳୁ ସକାଳୁ ତରତର ହୋଇ ଚୁଲି ଲଗାଉଛନ୍ତି । ଚୁଲିରେ ଭାତ ସିନା ଫୁଟୁଛି, ହେଲେ ପାଖରେ ଅନ୍ୟ ମହିଳାମାନେ ଏଠି ଧାଡ଼ିରେ ଅଛନ୍ତି ସୁକୁମାରୀଙ୍କ ପରେ ରୋଷେଇ କରିବେ ବୋଲି । କାହାର ଗ୍ୟାସ୍ ଟାଙ୍କି ପୂରା ଫାଙ୍କା ତ’ ଆଉ କାହାର ସରିଆସିଲାଣି । ତେଣୁ ସମସ୍ତେ କାଠଚୁଲି ମୁହାଁ । ରାତି ପାହିଲା ମାନେ ନିଜ ନିଜ ଭିତରେ କଥା ହୋଇ ଏହି ଚୁଲି ପାଖରେ ସବୁ ମହିଳାଙ୍କ ଭିଡ଼ ଲାଗୁଛି ।
ଅଧିକ ପଢ଼ନ୍ତୁ : ଘୋଷଣାରେ ସୀମିତ ଏନ୍ଏସି ମାନ୍ୟତା; କେବେ କାର୍ଯ୍ୟକ୍ଷମ ହେବ ବଢ଼ୁଛି ସନ୍ଦେହ ?
କେହି କାହାକୁ ଆଗରୁ ଭଲରେ ଜାଣିନାହାନ୍ତି । କିନ୍ତୁ ଗ୍ୟାସ୍ ସଙ୍କଟ ବେଳେ ପଡ଼ୋଶୀର ଦାୟିତ୍ୱ ତୁଲାଉଛନ୍ତି । ଯାହାଙ୍କ ପିଲାମାନେ ସ୍କୁଲ୍ ଯିବାକୁ ଥିବ ସେମାନେ ଆଗେ ରୋଷେଇ କରନ୍ତି ଆଉ ଅନ୍ୟମାନେ ପଛରେ । ଏମିତି ଚାଲିଛି ଭାଇଚାରାରେ ଭାଗିଦାରି । ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ଦେଶରେ ହୋଇଥିବା ଗ୍ୟାସ ସଙ୍କଟ ଧୀରେଧୀରେ ଉଗ୍ର ହେବାର ଲାଗିଛି । କାହାର ବୁକିଂ ହେଉନି ଆଉ ଯାହାର ବୁକିଂ ହେଉଛି ସିଲିଣ୍ଡର ମିଳୁନି । ହୋଟେଲ, ମନ୍ଦିର ସବୁ ପ୍ରଭାବିତ ହେଉଛି । ହେଲେ ତା’ ଭିତରେ ଅଳକାପୁରୀର ମହିଳାମାନଙ୍କ ପାଳି କରି ରୋଷେଇ କରିବା ବ୍ୟବସ୍ଥାର ବିଫଳ ପ୍ରତିଛବି ନୁହେଁ ତ ଆଉ କ’ଣ ?
ସେପଟେ ରନ୍ଧନ ଗ୍ୟାସ ସଙ୍କଟ କାରଣରୁ ରୋଜଗାର ହରାଇଛନ୍ତି ଶହଶହ ଲୋକ । ଜଗତସିଂହପୁର ଜିଲ୍ଲାରେ ଅନେକ ଜଳଖିଆ, ଚା’ ଓ ଫାଷ୍ଟଫୁଡ଼ ଦୋକାନ, ଗ୍ୟାସ ସଙ୍କଟ ତଥା କଳା ବଜାରୀ ପାଇଁ ଚାଲିପାରୁନି । ପ୍ରାୟ ୯୦ ପ୍ରତିଶତ ଜଳଖିଆ ଓ ଫାଷ୍ଟଫୁଡ଼ ଦୋକାନ ଏବେ ବନ୍ଦ ହେବା ଉପରେ । ବ୍ୟବସାୟ ବନ୍ଦ କାରଣରୁ ପରିବାର ପ୍ରତିପୋଷଣ କଷ୍ଟ ହୋଇ ପଡ଼ିଥିବା କହିଛନ୍ତି ବ୍ୟବସାୟୀ ।
What's Your Reaction?



