ଜମ୍ମୁ-କାଶ୍ମୀରରେ ପ୍ରବାସୀ ଶ୍ରମିକ ହତ୍ୟା: ଲସ୍କର କମାଣ୍ଡର ମାଷ୍ଟରମାଇଣ୍ଡ!

କନକ ବ୍ୟୁରୋ: ଜମ୍ମୁ-କାଶ୍ମୀରର କୁଲଗାମରେ ଶୁକ୍ରବାର ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଦୁଇଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ସମେତ ଅନ୍ୟ ଟାର୍ଗେଟ କିଲିଂ ପଛରେ ଲସ୍କର-ଏ-ତୋଇବା କମାଣ୍ଡର ଲତିଫ୍ ଭଟ୍ ଓ ତା’ର ସହଯୋଗୀଙ୍କ ହାତ ରହିଥାଇପାରେ ବୋଲି ସୁରକ୍ଷା ଏଜେନ୍ସିଗୁଡ଼ିକ ଅନୁମାନ କରୁଛନ୍ତି । ଭଟ୍‌ର ସହଯୋଗୀ ୱାରିସ୍ ଶାହ ଆକ୍ରମଣ ପାଇଁ ଲଜିଷ୍ଟିକ୍ ସମର୍ଥନ ଯୋଗାଇବା ସହିତ ପୂର୍ବରୁ ଉକ୍ତ ସ୍ଥାନର ନିରୀକ୍ଷଣ କରିଥିଲା । ଶୁକ୍ରବାର ସନ୍ଧ୍ୟାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଛତିଶଗଡ଼ର ଦୁଇଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ଅଧିକ ପଢ଼ନ୍ତୁ:“ଆପଣଙ୍କ ମାଆ ମାଆ, ମୋ ମାଆ କ’ଣ ନୁହେଁ?”—ମୋଦୀଙ୍କ ଭିଡିଓକୁ ନେଇ ସଞ୍ଜୟ ସିଂହଙ୍କ ପ୍ରଶ୍ନ ଏହାପୂର୍ବରୁ ଗତ ସପ୍ତାହରେ ଅନନ୍ତନାଗରେ ଜଣେ ପୁଲିସ କର୍ମଚାରୀଙ୍କୁ ଟାର୍ଗେଟ କରି ହତ୍ୟା କରାଯାଇଥିଲା । ପ୍ରାଥମିକ ତଦନ୍ତ ଅନୁଯାୟୀ, ଉଭୟ ଆକ୍ରମଣରେ ଏକେ-୪୭ ରାଇଫଲ୍ ବଦଳରେ ସମ୍ଭବତଃ ଛୋଟ ପିସ୍ତଲ ବ୍ୟବହାର କରାଯାଇଥିଲା । ଏହି ''ହାଇବ୍ରିଡ୍ ଆତଙ୍କବାଦୀ'' ସାଧାରଣ ଜନତାଙ୍କ ମଧ୍ୟରେ ଲୁଚି ରହିବା ପାଇଁ ନିଯୁକ୍ତି ପାଇଥାନ୍ତି । ସୁରକ୍ଷା ଅଧିକାରୀମାନେ କହିଛନ୍ତି ଯେ, ଉଭୟ ଆକ୍ରମଣର କାର୍ଯ୍ୟପଦ୍ଧତି ଲସ୍କର-ଏ-ତୋଇବାର ଶାଖା ସଙ୍ଗଠନ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଆର୍‌ଏଫ୍‌) ସହିତ ମେଳ ଖାଉଛି ।  ଟିଆର୍‌ଏଫ୍‌ ଖୁବ୍‌ଶୀଘ୍ର ପିସ୍ତଲରେ ଆକ୍ରମଣ କରି ଭିଡ଼ ଭିତରେ ଉଭାନ ହେବା ପାଇଁ ଜଣାଶୁଣା। ସୁରକ୍ଷା ଏଜେନ୍ସିଗୁଡ଼ିକ ଦୁଇ ଆତଙ୍କବାଦୀଙ୍କୁ ଖୋଜୁଛନ୍ତି। ଲତିଫ୍ ଭଟ୍ ଜଣେ ଲସ୍କର କମାଣ୍ଡର ଯିଏ ଶୋପିଆନ୍ ଏନକାଉଣ୍ଟର ପରେ ସୁରକ୍ଷାକର୍ମୀଙ୍କ ଦୃଷ୍ଟିକୁ ଆସିଥିଲା। ଲସ୍କରର ଶୀର୍ଷ କମାଣ୍ଡର ଜାକିର ଗନାଇ ଏନକାଉଣ୍ଟର ସମୟରେ ସୁରକ୍ଷା ବାହିନୀ ସହିତ ଲଢ଼େଇରେ ନିହତ ହୋଇଥଲା କିନ୍ତୁ ଭଟ୍ ଖସିଯିବାରେ ସଫଳ ହୋଇଥିଲା।

Aug 1, 2026 - 18:58
 0  5
ଜମ୍ମୁ-କାଶ୍ମୀରରେ ପ୍ରବାସୀ ଶ୍ରମିକ ହତ୍ୟା: ଲସ୍କର କମାଣ୍ଡର ମାଷ୍ଟରମାଇଣ୍ଡ!

କନକ ବ୍ୟୁରୋ: ଜମ୍ମୁ-କାଶ୍ମୀରର କୁଲଗାମରେ ଶୁକ୍ରବାର ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଦୁଇଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ସମେତ ଅନ୍ୟ ଟାର୍ଗେଟ କିଲିଂ ପଛରେ ଲସ୍କର-ଏ-ତୋଇବା କମାଣ୍ଡର ଲତିଫ୍ ଭଟ୍ ଓ ତା’ର ସହଯୋଗୀଙ୍କ ହାତ ରହିଥାଇପାରେ ବୋଲି ସୁରକ୍ଷା ଏଜେନ୍ସିଗୁଡ଼ିକ ଅନୁମାନ କରୁଛନ୍ତି । ଭଟ୍‌ର ସହଯୋଗୀ ୱାରିସ୍ ଶାହ ଆକ୍ରମଣ ପାଇଁ ଲଜିଷ୍ଟିକ୍ ସମର୍ଥନ ଯୋଗାଇବା ସହିତ ପୂର୍ବରୁ ଉକ୍ତ ସ୍ଥାନର ନିରୀକ୍ଷଣ କରିଥିଲା । ଶୁକ୍ରବାର ସନ୍ଧ୍ୟାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଛତିଶଗଡ଼ର ଦୁଇଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା ।

ଅଧିକ ପଢ଼ନ୍ତୁ:“ଆପଣଙ୍କ ମାଆ ମାଆ, ମୋ ମାଆ କ’ଣ ନୁହେଁ?”—ମୋଦୀଙ୍କ ଭିଡିଓକୁ ନେଇ ସଞ୍ଜୟ ସିଂହଙ୍କ ପ୍ରଶ୍ନ

ଏହାପୂର୍ବରୁ ଗତ ସପ୍ତାହରେ ଅନନ୍ତନାଗରେ ଜଣେ ପୁଲିସ କର୍ମଚାରୀଙ୍କୁ ଟାର୍ଗେଟ କରି ହତ୍ୟା କରାଯାଇଥିଲା । ପ୍ରାଥମିକ ତଦନ୍ତ ଅନୁଯାୟୀ, ଉଭୟ ଆକ୍ରମଣରେ ଏକେ-୪୭ ରାଇଫଲ୍ ବଦଳରେ ସମ୍ଭବତଃ ଛୋଟ ପିସ୍ତଲ ବ୍ୟବହାର କରାଯାଇଥିଲା । ଏହି ''ହାଇବ୍ରିଡ୍ ଆତଙ୍କବାଦୀ'' ସାଧାରଣ ଜନତାଙ୍କ ମଧ୍ୟରେ ଲୁଚି ରହିବା ପାଇଁ ନିଯୁକ୍ତି ପାଇଥାନ୍ତି । ସୁରକ୍ଷା ଅଧିକାରୀମାନେ କହିଛନ୍ତି ଯେ, ଉଭୟ ଆକ୍ରମଣର କାର୍ଯ୍ୟପଦ୍ଧତି ଲସ୍କର-ଏ-ତୋଇବାର ଶାଖା ସଙ୍ଗଠନ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଆର୍‌ଏଫ୍‌) ସହିତ ମେଳ ଖାଉଛି । 

ଟିଆର୍‌ଏଫ୍‌ ଖୁବ୍‌ଶୀଘ୍ର ପିସ୍ତଲରେ ଆକ୍ରମଣ କରି ଭିଡ଼ ଭିତରେ ଉଭାନ ହେବା ପାଇଁ ଜଣାଶୁଣା। ସୁରକ୍ଷା ଏଜେନ୍ସିଗୁଡ଼ିକ ଦୁଇ ଆତଙ୍କବାଦୀଙ୍କୁ ଖୋଜୁଛନ୍ତି। ଲତିଫ୍ ଭଟ୍ ଜଣେ ଲସ୍କର କମାଣ୍ଡର ଯିଏ ଶୋପିଆନ୍ ଏନକାଉଣ୍ଟର ପରେ ସୁରକ୍ଷାକର୍ମୀଙ୍କ ଦୃଷ୍ଟିକୁ ଆସିଥିଲା। ଲସ୍କରର ଶୀର୍ଷ କମାଣ୍ଡର ଜାକିର ଗନାଇ ଏନକାଉଣ୍ଟର ସମୟରେ ସୁରକ୍ଷା ବାହିନୀ ସହିତ ଲଢ଼େଇରେ ନିହତ ହୋଇଥଲା କିନ୍ତୁ ଭଟ୍ ଖସିଯିବାରେ ସଫଳ ହୋଇଥିଲା।

What's Your Reaction?

like

dislike

love

funny

angry

sad

wow