ବନ୍ୟା ଯୋଗୁଁ ଠପ୍ ପିଲାଙ୍କ ପାଠପଢ଼ା; ରାଜନଗରରେ ବିଦ୍ୟାଳୟ ବନ୍ଦ
କନକ ବ୍ୟୁରୋ: ବନ୍ୟା କେବଳ ଚାଷ ଓ ଜନଜୀବନକୁ ପ୍ରଭାବିତ କରିନାହିଁ, ପିଲାଙ୍କ ପାଠପଢ଼ା ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇଛି । କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଅଞ୍ଚଳରେ ବନ୍ୟା ପରିସ୍ଥିତି ଯୋଗୁଁ ଶିକ୍ଷାବର୍ଷ ମଝିରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି । ଅଧିକ ପଢ଼ନ୍ତୁ...ଚାରିଆଡ଼େ ବନ୍ୟା; ଭୁଟୁଭୁଟିରେ ବସି ବାହା ହେବାକୁ ଗଲେ ପ୍ରମୋଦଚଳିତ ଶିକ୍ଷାବର୍ଷରେ ପ୍ରଥମେ ପ୍ରବଳ ଗ୍ରୀଷ୍ମପ୍ରବାହ ଓ ଅସହ୍ୟ ଖରା ଯୋଗୁଁ ବିଦ୍ୟାଳୟ ଛୁଟିର ଅବଧି ବୃଦ୍ଧି କରାଯାଇଥିଲା । ଏହାପରେ ଲଗାଣ ବର୍ଷା ଏବଂ ବର୍ତ୍ତମାନର ବନ୍ୟା ପରିସ୍ଥିତି ଯୋଗୁଁ ରାଜନଗର ଅଞ୍ଚଳର ଅନେକ ବିଦ୍ୟାଳୟରେ ତାଲା ଝୁଲୁଛି ।ବିଦ୍ୟାଳୟ ବନ୍ଦ ଥିବାରୁ ପିଲାମାନେ ସ୍କୁଲ ଯିବା ପରିବର୍ତ୍ତେ ବନ୍ୟା ପାଣିରେ ବୁଲୁଥିବା ଦୃଶ୍ୟ ସାମ୍ନାକୁ ଆସିଛି । ଦୀର୍ଘଦିନ ଧରି ପାଠପଢ଼ା ବନ୍ଦ ରହିବା ଫଳରେ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ କ୍ଷତି ବଢ଼ିବା ସହ ସେମାନଙ୍କ ଭବିଷ୍ୟତକୁ ନେଇ ଅଭିଭାବକମାନେ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି ।ସ୍ଥିତି ସ୍ୱାଭାବିକ ହେବା ପରେ ଶୀଘ୍ର ବିଦ୍ୟାଳୟ ଖୋଲିବା ସହ ପିଲାଙ୍କ ପାଠପଢ଼ାର କ୍ଷତିକୁ ଭରଣା କରିବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ଅଭିଭାବକମାନେ ଦାବି କରିଛନ୍ତି ।

କନକ ବ୍ୟୁରୋ: ବନ୍ୟା କେବଳ ଚାଷ ଓ ଜନଜୀବନକୁ ପ୍ରଭାବିତ କରିନାହିଁ, ପିଲାଙ୍କ ପାଠପଢ଼ା ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇଛି । କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଅଞ୍ଚଳରେ ବନ୍ୟା ପରିସ୍ଥିତି ଯୋଗୁଁ ଶିକ୍ଷାବର୍ଷ ମଝିରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି ।
ଅଧିକ ପଢ଼ନ୍ତୁ...ଚାରିଆଡ଼େ ବନ୍ୟା; ଭୁଟୁଭୁଟିରେ ବସି ବାହା ହେବାକୁ ଗଲେ ପ୍ରମୋଦ
ଚଳିତ ଶିକ୍ଷାବର୍ଷରେ ପ୍ରଥମେ ପ୍ରବଳ ଗ୍ରୀଷ୍ମପ୍ରବାହ ଓ ଅସହ୍ୟ ଖରା ଯୋଗୁଁ ବିଦ୍ୟାଳୟ ଛୁଟିର ଅବଧି ବୃଦ୍ଧି କରାଯାଇଥିଲା । ଏହାପରେ ଲଗାଣ ବର୍ଷା ଏବଂ ବର୍ତ୍ତମାନର ବନ୍ୟା ପରିସ୍ଥିତି ଯୋଗୁଁ ରାଜନଗର ଅଞ୍ଚଳର ଅନେକ ବିଦ୍ୟାଳୟରେ ତାଲା ଝୁଲୁଛି ।
ବିଦ୍ୟାଳୟ ବନ୍ଦ ଥିବାରୁ ପିଲାମାନେ ସ୍କୁଲ ଯିବା ପରିବର୍ତ୍ତେ ବନ୍ୟା ପାଣିରେ ବୁଲୁଥିବା ଦୃଶ୍ୟ ସାମ୍ନାକୁ ଆସିଛି । ଦୀର୍ଘଦିନ ଧରି ପାଠପଢ଼ା ବନ୍ଦ ରହିବା ଫଳରେ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ କ୍ଷତି ବଢ଼ିବା ସହ ସେମାନଙ୍କ ଭବିଷ୍ୟତକୁ ନେଇ ଅଭିଭାବକମାନେ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି ।
ସ୍ଥିତି ସ୍ୱାଭାବିକ ହେବା ପରେ ଶୀଘ୍ର ବିଦ୍ୟାଳୟ ଖୋଲିବା ସହ ପିଲାଙ୍କ ପାଠପଢ଼ାର କ୍ଷତିକୁ ଭରଣା କରିବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ଅଭିଭାବକମାନେ ଦାବି କରିଛନ୍ତି ।
What's Your Reaction?



