ଏନଡିଏରେ ଅସହଜ ଅନୁଭବ କରୁଛନ୍ତି ବିଦ୍ରୋହୀ ସାଂସଦ, ଟିଏମସିକୁ ଫେରିବା ନେଇ ସୌଗତ ରାୟଙ୍କ ଦାବି

କନକ ବ୍ୟୁରୋ :  ତୃଣମୂଳ କଂଗ୍ରେସ (ଟିଏମସି) ଛାଡ଼ି ଏନଡିଏ ମେଣ୍ଟରେ ଯୋଗ ଦେଇଥିବା ବିଦ୍ରୋହୀ ସାଂସଦମାନଙ୍କୁ ନେଇ ଦଳର ବରିଷ୍ଠ ସାଂସଦ ସୌଗତ ରୟ ଏକ ଗୁରୁତ୍ୱପୂର୍ଣ୍ଣ ଦାବି କରିଛନ୍ତି। ଶନିବାର ସେ କହିଛନ୍ତି ଯେ, ବିଜେପି ମେଣ୍ଟରେ ସାମିଲ ହୋଇଥିବା ପୂର୍ବତନ ଟିଏମସି ସାଂସଦମାନେ ଏବେ ସେଠାରେ ଅତ୍ୟନ୍ତ ଅସହଜ ଅନୁଭବ କରୁଛନ୍ତି ଏବଂ ସେମାନଙ୍କୁ ଦଳରେ ରଖିବା ପାଇଁ ଚାପ ଓ ଧମକ ଦିଆଯାଉଛି। ପୂର୍ବତନ ନେତାମାନଙ୍କ ଦଳକୁ ଫେରିବା ନେଇ ଚାଲିଥିବା ଚର୍ଚ୍ଚା ଉପରେ ସୌଗତ ରୟ ସ୍ପଷ୍ଟ କରିଛନ୍ତି ଯେ, ସେମାନଙ୍କ ମଧ୍ୟରୁ କେତେକ ନେତା ତାଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି। ଯଦି ସେମାନେ ଦଳକୁ ଫେରିଆସନ୍ତି ତେବେ ଏହା ଏକ ଭଲ ପଦକ୍ଷେପ ହେବ ଏବଂ ଏ ନେଇ ସେ ଦଳୀୟ ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କରିଛନ୍ତି ବୋଲି ଦର୍ଶାଇଛନ୍ତି। ବିଶେଷ କରି ‘ଏନସିପିଆଇ’ ନେତା ଅବୁ ତାହେର ଖାନ, ଖଲିଲୁର ରହମାନ ଏବଂ ୟୁସୁଫ ପଠାନ ବିଜେପି ସହ ମେଣ୍ଟ କରିବାକୁ ଚାହୁଁନାହାନ୍ତି ଏବଂ ସେଥିପାଇଁ ସେମାନେ ନିକଟରେ ଅନୁଷ୍ଠିତ ଏନଡିଏ ବୈଠକକୁ ବୟକଟ୍ କରିଥିଲେ। ଏହି ନେତାମାନଙ୍କ ପାଇଁ ନିଜ ସମ୍ପ୍ରଦାୟ ନିକଟରେ ଉତ୍ତରଦାୟୀ ହେବା କଷ୍ଟକର ହୋଇପଡୁଥିବାରୁ ସେମାନଙ୍କ ଫେରିବା ନେଇ ଆଲୋଚନା ଜାରି ରହିଛି ବୋଲି ସେ ପ୍ରକାଶ କରିଛନ୍ତି।      

Aug 1, 2026 - 18:58
 0  2
ଏନଡିଏରେ ଅସହଜ ଅନୁଭବ କରୁଛନ୍ତି ବିଦ୍ରୋହୀ ସାଂସଦ, ଟିଏମସିକୁ ଫେରିବା ନେଇ ସୌଗତ ରାୟଙ୍କ ଦାବି

କନକ ବ୍ୟୁରୋ :  ତୃଣମୂଳ କଂଗ୍ରେସ (ଟିଏମସି) ଛାଡ଼ି ଏନଡିଏ ମେଣ୍ଟରେ ଯୋଗ ଦେଇଥିବା ବିଦ୍ରୋହୀ ସାଂସଦମାନଙ୍କୁ ନେଇ ଦଳର ବରିଷ୍ଠ ସାଂସଦ ସୌଗତ ରୟ ଏକ ଗୁରୁତ୍ୱପୂର୍ଣ୍ଣ ଦାବି କରିଛନ୍ତି। ଶନିବାର ସେ କହିଛନ୍ତି ଯେ, ବିଜେପି ମେଣ୍ଟରେ ସାମିଲ ହୋଇଥିବା ପୂର୍ବତନ ଟିଏମସି ସାଂସଦମାନେ ଏବେ ସେଠାରେ ଅତ୍ୟନ୍ତ ଅସହଜ ଅନୁଭବ କରୁଛନ୍ତି ଏବଂ ସେମାନଙ୍କୁ ଦଳରେ ରଖିବା ପାଇଁ ଚାପ ଓ ଧମକ ଦିଆଯାଉଛି।

ପୂର୍ବତନ ନେତାମାନଙ୍କ ଦଳକୁ ଫେରିବା ନେଇ ଚାଲିଥିବା ଚର୍ଚ୍ଚା ଉପରେ ସୌଗତ ରୟ ସ୍ପଷ୍ଟ କରିଛନ୍ତି ଯେ, ସେମାନଙ୍କ ମଧ୍ୟରୁ କେତେକ ନେତା ତାଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି। ଯଦି ସେମାନେ ଦଳକୁ ଫେରିଆସନ୍ତି ତେବେ ଏହା ଏକ ଭଲ ପଦକ୍ଷେପ ହେବ ଏବଂ ଏ ନେଇ ସେ ଦଳୀୟ ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କରିଛନ୍ତି ବୋଲି ଦର୍ଶାଇଛନ୍ତି। ବିଶେଷ କରି ‘ଏନସିପିଆଇ’ ନେତା ଅବୁ ତାହେର ଖାନ, ଖଲିଲୁର ରହମାନ ଏବଂ ୟୁସୁଫ ପଠାନ ବିଜେପି ସହ ମେଣ୍ଟ କରିବାକୁ ଚାହୁଁନାହାନ୍ତି ଏବଂ ସେଥିପାଇଁ ସେମାନେ ନିକଟରେ ଅନୁଷ୍ଠିତ ଏନଡିଏ ବୈଠକକୁ ବୟକଟ୍ କରିଥିଲେ। ଏହି ନେତାମାନଙ୍କ ପାଇଁ ନିଜ ସମ୍ପ୍ରଦାୟ ନିକଟରେ ଉତ୍ତରଦାୟୀ ହେବା କଷ୍ଟକର ହୋଇପଡୁଥିବାରୁ ସେମାନଙ୍କ ଫେରିବା ନେଇ ଆଲୋଚନା ଜାରି ରହିଛି ବୋଲି ସେ ପ୍ରକାଶ କରିଛନ୍ତି।

 

 

 

What's Your Reaction?

like

dislike

love

funny

angry

sad

wow