ଏ ଗାଡ଼ି ପାଇଁ ଠିକ୍ ନୁହେଁ E20 ଇନ୍ଧନ : ପାର୍ଟ୍ସ ହୋଇଯିବ ଖରାପ, ସରକାର ଦେଲେଣି ପରାମର୍ଶ

କନକ ବ୍ୟୁରୋ : ଦେଶରେ ପ୍ରଦୂଷଣ ନିୟନ୍ତ୍ରଣ ଏବଂ ପେଟ୍ରୋଲ୍ ଉପରେ ନିର୍ଭରଶୀଳତା କମାଇବା ପାଇଁ ସରକାର କ୍ରମାଗତ ଭାବରେ ବଡ଼ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହି କ୍ରମରେ ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ୍ ମିଶ୍ରଣ ଅର୍ଥାତ୍ E20 ଇନ୍ଧନକୁ ଦେଶରେ ବ୍ୟବହାର କରିବା ପାଇଁ ଉତ୍ସାହିତ କରାଯାଉଛି। ତେବେ ଏହାକୁ ନେଇ ଗାଡ଼ି ମାଲିକ, ଖାସ୍ କରି ପୁରୁଣା BS-3 ଯାନ ବ୍ୟବହାରକାରୀଙ୍କ ମନରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ବର୍ତ୍ତମାନ କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ଏକ ବଡ଼ ଖୁଲାସା କରି E20 ଇନ୍ଧନର ପ୍ରଭାବକୁ ସମ୍ପୂର୍ଣ୍ଣ ସ୍ପଷ୍ଟ କରିଛନ୍ତି। ଆଗକୁ ପଢ଼ନ୍ତୁ : ମୁଁ ଆଉ ବଞ୍ଚିବିନି ପୁଅ,ମା’ ତତେ ଲାଗିଲା ସରକାରଙ୍କ ସୂଚନା ଅନୁଯାୟୀ, E20 ଇନ୍ଧନର ବ୍ୟବହାର ସାଧାରଣ ନୂଆ ଇଞ୍ଜିନ୍ ପାଇଁ ପ୍ରସ୍ତୁତ ଯାନଗୁଡ଼ିକରେ ସହଜରେ କାମ କରିଥାଏ। କିନ୍ତୁ ପୁରୁଣା BS-3 ଏବଂ ଏହାଠାରୁ ପୁରୁଣା ମାନର ଯାନଗୁଡ଼ିକରେ ଯଦି କ୍ରମାଗତ ଭାବେ E20 ଇନ୍ଧନ ବ୍ୟବହାର କରାଯାଏ ତେବେ ଏହାର ଇଞ୍ଜିନ୍ ଉପରେ ନକାରାତ୍ମକ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି । ଇଥାନଲର ରାସାୟନିକ ଗୁଣ କାରଣରୁ ପୁରୁଣା ଯାନଗୁଡ଼ିକର ଫୁଏଲ୍ ପମ୍ପ, ରବର ହୋଜ୍ ପାଇପ୍ ଏବଂ ଗ୍ଲାସ୍କାଟ୍ ପାର୍ଟଗୁଡ଼ିକ ଶୀଘ୍ର ନଷ୍ଟ ହେବା କିମ୍ବା କ୍ଷୟ ହେବାର ସମ୍ଭାବନା ଅଧିକ ରହିଥାଏ। ଏହି ସମ୍ପର୍କରେ ସରକାର ଏବଂ ବିଶେଷଜ୍ଞମାନେ କିଛି ମହତ୍ତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି । BS-3 ଏବଂ ପୁରୁଣା ଗାଡ଼ିଗୁଡ଼ିକର ଇନ୍ଧନ ପ୍ରଣାଳୀ E20 ଇନ୍ଧନର କ୍ଷତିକାରକ ଗୁଣକୁ ସହ୍ୟ କରିବା ପାଇଁ ଡିଜାଇନ୍ ହୋଇନଥାଏ। ଯାହାଦ୍ବାରା ଇଞ୍ଜିନ୍ କ୍ଷତିଗ୍ରସ୍ତ ହେବାର ଆଶଙ୍କା ବଢ଼ିଯାଏ । ପୁରୁଣା ଗାଡ଼ିରେ ଏହି ଇନ୍ଧନ ପକାଇଲେ ଗାଡ଼ିର ମାଇଲେଜ୍ କମିଯିବା ସହ ଇଞ୍ଜିନ୍ ସଠିକ୍ ଭାବେ କାମ କରିନଥାଏ। ବାରମ୍ବାର ପାର୍ଟ ବଦଳାଇଲେ ଅଧିକ ଆର୍ଥିକ ବୋଝ ସହିବାକୁ ପଡ଼ିଥାଏ। ତେଣୁ ଯଦି ଆପଣ ମଧ୍ୟ ପୁରୁଣା BS-3 ଯାନ ବ୍ୟବହାର କରୁଛନ୍ତି ତେବେ ସମ୍ଭବ ହେଲେ ସଠିକ୍ ପେଟ୍ରୋଲ୍ ଚୟନ କରନ୍ତୁ କିମ୍ବା ଗାଡ଼ିର ଇଞ୍ଜିନ୍ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ସରକାରଙ୍କ ଏହି ସତର୍କ ସୂଚନା ପୁରୁଣା ଗାଡ଼ି ମାଲିକଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି।

Aug 1, 2026 - 18:58
 0  1
ଏ ଗାଡ଼ି ପାଇଁ ଠିକ୍ ନୁହେଁ E20 ଇନ୍ଧନ : ପାର୍ଟ୍ସ ହୋଇଯିବ ଖରାପ, ସରକାର ଦେଲେଣି ପରାମର୍ଶ

କନକ ବ୍ୟୁରୋ : ଦେଶରେ ପ୍ରଦୂଷଣ ନିୟନ୍ତ୍ରଣ ଏବଂ ପେଟ୍ରୋଲ୍ ଉପରେ ନିର୍ଭରଶୀଳତା କମାଇବା ପାଇଁ ସରକାର କ୍ରମାଗତ ଭାବରେ ବଡ଼ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହି କ୍ରମରେ ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ୍ ମିଶ୍ରଣ ଅର୍ଥାତ୍ E20 ଇନ୍ଧନକୁ ଦେଶରେ ବ୍ୟବହାର କରିବା ପାଇଁ ଉତ୍ସାହିତ କରାଯାଉଛି। ତେବେ ଏହାକୁ ନେଇ ଗାଡ଼ି ମାଲିକ, ଖାସ୍ କରି ପୁରୁଣା BS-3 ଯାନ ବ୍ୟବହାରକାରୀଙ୍କ ମନରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ବର୍ତ୍ତମାନ କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ଏକ ବଡ଼ ଖୁଲାସା କରି E20 ଇନ୍ଧନର ପ୍ରଭାବକୁ ସମ୍ପୂର୍ଣ୍ଣ ସ୍ପଷ୍ଟ କରିଛନ୍ତି।

ଆଗକୁ ପଢ଼ନ୍ତୁ : ମୁଁ ଆଉ ବଞ୍ଚିବିନି ପୁଅ,ମା’ ତତେ ଲାଗିଲା

ସରକାରଙ୍କ ସୂଚନା ଅନୁଯାୟୀ, E20 ଇନ୍ଧନର ବ୍ୟବହାର ସାଧାରଣ ନୂଆ ଇଞ୍ଜିନ୍ ପାଇଁ ପ୍ରସ୍ତୁତ ଯାନଗୁଡ଼ିକରେ ସହଜରେ କାମ କରିଥାଏ। କିନ୍ତୁ ପୁରୁଣା BS-3 ଏବଂ ଏହାଠାରୁ ପୁରୁଣା ମାନର ଯାନଗୁଡ଼ିକରେ ଯଦି କ୍ରମାଗତ ଭାବେ E20 ଇନ୍ଧନ ବ୍ୟବହାର କରାଯାଏ ତେବେ ଏହାର ଇଞ୍ଜିନ୍ ଉପରେ ନକାରାତ୍ମକ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି । ଇଥାନଲର ରାସାୟନିକ ଗୁଣ କାରଣରୁ ପୁରୁଣା ଯାନଗୁଡ଼ିକର ଫୁଏଲ୍ ପମ୍ପ, ରବର ହୋଜ୍ ପାଇପ୍ ଏବଂ ଗ୍ଲାସ୍କାଟ୍ ପାର୍ଟଗୁଡ଼ିକ ଶୀଘ୍ର ନଷ୍ଟ ହେବା କିମ୍ବା କ୍ଷୟ ହେବାର ସମ୍ଭାବନା ଅଧିକ ରହିଥାଏ। ଏହି ସମ୍ପର୍କରେ ସରକାର ଏବଂ ବିଶେଷଜ୍ଞମାନେ କିଛି ମହତ୍ତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି । BS-3 ଏବଂ ପୁରୁଣା ଗାଡ଼ିଗୁଡ଼ିକର ଇନ୍ଧନ ପ୍ରଣାଳୀ E20 ଇନ୍ଧନର କ୍ଷତିକାରକ ଗୁଣକୁ ସହ୍ୟ କରିବା ପାଇଁ ଡିଜାଇନ୍ ହୋଇନଥାଏ। ଯାହାଦ୍ବାରା ଇଞ୍ଜିନ୍ କ୍ଷତିଗ୍ରସ୍ତ ହେବାର ଆଶଙ୍କା ବଢ଼ିଯାଏ । ପୁରୁଣା ଗାଡ଼ିରେ ଏହି ଇନ୍ଧନ ପକାଇଲେ ଗାଡ଼ିର ମାଇଲେଜ୍ କମିଯିବା ସହ ଇଞ୍ଜିନ୍ ସଠିକ୍ ଭାବେ କାମ କରିନଥାଏ। ବାରମ୍ବାର ପାର୍ଟ ବଦଳାଇଲେ ଅଧିକ ଆର୍ଥିକ ବୋଝ ସହିବାକୁ ପଡ଼ିଥାଏ।

ତେଣୁ ଯଦି ଆପଣ ମଧ୍ୟ ପୁରୁଣା BS-3 ଯାନ ବ୍ୟବହାର କରୁଛନ୍ତି ତେବେ ସମ୍ଭବ ହେଲେ ସଠିକ୍ ପେଟ୍ରୋଲ୍ ଚୟନ କରନ୍ତୁ କିମ୍ବା ଗାଡ଼ିର ଇଞ୍ଜିନ୍ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ସରକାରଙ୍କ ଏହି ସତର୍କ ସୂଚନା ପୁରୁଣା ଗାଡ଼ି ମାଲିକଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି।

What's Your Reaction?

like

dislike

love

funny

angry

sad

wow