ମୁଁ ଆଉ ବଞ୍ଚିବିନି ପୁଅ,ମା’ ତତେ ଲାଗିଲା

କନକ ବ୍ୟୁରୋ : ‘‘ପୁଅ ଶୁଣୁ ମୋ ପାଖରେ ବସ... ଏବେ ଠାରୁ ତତେ ତୋ ମା’,ଦୁଇ ଭଉଣୀଙ୍କ ଦାୟିତ୍ୱ ନେବାକୁ ପଡ଼ିବ। ମାଆର ସବୁକଥା ମାନିବୁ, କେବେ ମାଆକୁ ଅସୁବିଧାରେ ପକାଇବୁ ନାହିଁ । ସବୁବେଳେ ଦୃଢ଼ ହୋଇ ରହିବୁ,ଜମାରୁ କାନ୍ଦିବୁନି ପୁଅ । ଯେତେବେଳେ ବି ମୋତେ ଖୋଜିବୁ କିମ୍ବା ମୋର ମନେ ପଡ଼ିବ ଜାଣିବୁ ମୁଁ ତୋ ପାଖାପାଖି ହିଁ ଅଛି ଆଉ ସବୁବେଳେ ତୋତେ ଜଗି ରହିଛି ।’’   ଆଗକୁ ପଢ଼ନ୍ତୁ : ଥାଲାପତିଙ୍କ ଉପରେ ବଡ଼ ସଙ୍କଟ ! ସରକାରକୁ ବଡ଼ ଝଟକା ଦେଲେ ହାଇକୋର୍ଟ, ୪୧ ସରକାରୀ ଚାକିରିର ହେବ କ’ଣ? ଏ ଥିଲା ଜଣେ ଅଭାଗା ବାପାଙ୍କ ପାଟିରୁ ବାହାରୁଥିବା ହୃଦୟସ୍ପର୍ଶୀ କଥା । ମୃତ୍ୟୁ ଆଲିଙ୍ଗନ କରିବା ପୂର୍ବରୁ ନିଜ କୁନିପୁଅକୁ କିଛି ଏମିତି କହିଥିଲେ କ୍ୟାନ୍ସର ରୋଗରେ ପୀଡ଼ିତ ବାପା । କହୁ କହୁ ଓଠ ଶୁଖିଲା ପଡ଼ିଯାଉଥିଲା,ଆଖିରୁ ଲୁହ ନିଗିଡ଼ି ପଡୁଥିଲା ହେଲେ କୁନି ପୁଅଟି ହଁ ହଁ କରୁଥିଲା ସିନା କିଛି ଜାଣିପାରୁନଥିଲା । ପୁଅକୁ କମ୍ ବୟସରୁ ଦାୟିତ୍ବର ପାଠ ପଢ଼ାଉଥିବା ଏହି ବାପାଙ୍କ ଭାବବିହ୍ବଳ ମୁହୂର୍ତ୍ତର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ଯିଏ ବି ଏ ଭିଡିଓ ଦେଖୁଛନ୍ତି ସମବେଦନା ଜଣାଉଛନ୍ତି । ଜୀବନ ଓ ମୃତ୍ୟୁର ସବୁଠାରୁ କଠିନ ସମୟରେ ବାପା ପୁଅକୁ ବହୁତ ବଡ଼ ଦାୟିତ୍ବର ସାମ୍ନା କରାଉଛନ୍ତି । ଦୁନିଆରୁ ବିଦାୟ ନେବା ପୂର୍ବରୁ ଗରିବ ଓ ଅସହାୟ ଦେଖାଯାଉଥିବା ବାପା ମୁହଁରେ ମାସ୍କ ଲଗାଇ ନିଜର କୁନିପୁଅକୁ ଅମୂଲ୍ୟ ଶିକ୍ଷାର ପାଠ ପଢ଼ାଉଛନ୍ତି । ଯେଉଁ ସମୟରେ ପୁଅର ଭବିଷ୍ୟତକୁ ସଜାଡ଼ିବା କଥା, ପୁଅ ସହ ମନଭରି ଖେଳିବା ଏବଂ ମେଳା ବୁଲାଇବା କଥା ସେହି ବୟସରେ ସ୍ତ୍ରୀ ଓ ଦୁଇ ଝିଅଙ୍କ ଦାୟିତ୍ବଭାର ପୁଅ କାନ୍ଧରେ ଦେଇ ଦୁନିଆ ଛାଡ଼ି ଯିବାକୁ ପ୍ରସ୍ତୁତ ହେଉଛନ୍ତି ବାପା । ସତରେ କେତେ ଭାବବିହ୍ବଳ ଏହି ଦୃଶ୍ୟ ।  ଏହି ହୃଦୟସ୍ପର୍ଶୀ ଦୃଶ୍ୟ ଏବଂ ବାପାଙ୍କ ଅପାର,ଅମର ପ୍ରେମକୁ ଦେଖି ସୋସିଆଲ୍ ମିଡିଆ ୟୁଜର୍ସ ନିଜର ଲୁହକୁ ଅଟକାଇ ପାରିନାହାନ୍ତି । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ସମସ୍ତେ ସେହି ପରିବାର ପାଇଁ ସମବେଦନା ଜଣାଇବା ସହ ଭଗବାନଙ୍କ ନିକଟରେ ଶାନ୍ତି କାମନା କରୁଛନ୍ତି । ପ୍ରକୃତରେ, ଏହି ଭିଡିଓ ପୁଣିଥରେ ପ୍ରମାଣିତ କରିଦେଲା ଯେ ଜଗତରେ ବାପାଙ୍କ ଅନ୍ତର୍ନିହିତ ସ୍ନେହ ଓ ଭଲପାଇବା ସବୁଠାରୁ ଅନନ୍ୟ ଏବଂ ନିଃସର୍ତ୍ତ । ବାପା ସନ୍ତାନଙ୍କୁ ନିଜ ପ୍ରେମ ଦେଖାନ୍ତି ନାହିଁ କିନ୍ତୁ ମା’ଙ୍କ ପରି ସନ୍ତାନକୁ ପ୍ରେମ ଦେବା ସହ ଦାୟିତ୍ବ ମଧ୍ୟ ଉଠାନ୍ତି । ସେଥିପାଇଁ ତ କୁହନ୍ତି, ‘‘ପିତା ସ୍ବର୍ଗ,ପିତା ଧର୍ମ,ପିତା ହିଁ ପରମ ତପ । ପିତରି ପ୍ରତିମା ପନ୍ନେ,ପ୍ରିୟନ୍ତେ ସର୍ବ ଦେବତା ।’’ 

Aug 1, 2026 - 18:58
 0  3
ମୁଁ ଆଉ ବଞ୍ଚିବିନି ପୁଅ,ମା’ ତତେ ଲାଗିଲା

କନକ ବ୍ୟୁରୋ : ‘‘ପୁଅ ଶୁଣୁ ମୋ ପାଖରେ ବସ... ଏବେ ଠାରୁ ତତେ ତୋ ମା’,ଦୁଇ ଭଉଣୀଙ୍କ ଦାୟିତ୍ୱ ନେବାକୁ ପଡ଼ିବ। ମାଆର ସବୁକଥା ମାନିବୁ, କେବେ ମାଆକୁ ଅସୁବିଧାରେ ପକାଇବୁ ନାହିଁ । ସବୁବେଳେ ଦୃଢ଼ ହୋଇ ରହିବୁ,ଜମାରୁ କାନ୍ଦିବୁନି ପୁଅ । ଯେତେବେଳେ ବି ମୋତେ ଖୋଜିବୁ କିମ୍ବା ମୋର ମନେ ପଡ଼ିବ ଜାଣିବୁ ମୁଁ ତୋ ପାଖାପାଖି ହିଁ ଅଛି ଆଉ ସବୁବେଳେ ତୋତେ ଜଗି ରହିଛି ।’’  

ଆଗକୁ ପଢ଼ନ୍ତୁ : ଥାଲାପତିଙ୍କ ଉପରେ ବଡ଼ ସଙ୍କଟ ! ସରକାରକୁ ବଡ଼ ଝଟକା ଦେଲେ ହାଇକୋର୍ଟ, ୪୧ ସରକାରୀ ଚାକିରିର ହେବ କ’ଣ?

ଏ ଥିଲା ଜଣେ ଅଭାଗା ବାପାଙ୍କ ପାଟିରୁ ବାହାରୁଥିବା ହୃଦୟସ୍ପର୍ଶୀ କଥା । ମୃତ୍ୟୁ ଆଲିଙ୍ଗନ କରିବା ପୂର୍ବରୁ ନିଜ କୁନିପୁଅକୁ କିଛି ଏମିତି କହିଥିଲେ କ୍ୟାନ୍ସର ରୋଗରେ ପୀଡ଼ିତ ବାପା । କହୁ କହୁ ଓଠ ଶୁଖିଲା ପଡ଼ିଯାଉଥିଲା,ଆଖିରୁ ଲୁହ ନିଗିଡ଼ି ପଡୁଥିଲା ହେଲେ କୁନି ପୁଅଟି ହଁ ହଁ କରୁଥିଲା ସିନା କିଛି ଜାଣିପାରୁନଥିଲା । ପୁଅକୁ କମ୍ ବୟସରୁ ଦାୟିତ୍ବର ପାଠ ପଢ଼ାଉଥିବା ଏହି ବାପାଙ୍କ ଭାବବିହ୍ବଳ ମୁହୂର୍ତ୍ତର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ଯିଏ ବି ଏ ଭିଡିଓ ଦେଖୁଛନ୍ତି ସମବେଦନା ଜଣାଉଛନ୍ତି । ଜୀବନ ଓ ମୃତ୍ୟୁର ସବୁଠାରୁ କଠିନ ସମୟରେ ବାପା ପୁଅକୁ ବହୁତ ବଡ଼ ଦାୟିତ୍ବର ସାମ୍ନା କରାଉଛନ୍ତି । ଦୁନିଆରୁ ବିଦାୟ ନେବା ପୂର୍ବରୁ ଗରିବ ଓ ଅସହାୟ ଦେଖାଯାଉଥିବା ବାପା ମୁହଁରେ ମାସ୍କ ଲଗାଇ ନିଜର କୁନିପୁଅକୁ ଅମୂଲ୍ୟ ଶିକ୍ଷାର ପାଠ ପଢ଼ାଉଛନ୍ତି । ଯେଉଁ ସମୟରେ ପୁଅର ଭବିଷ୍ୟତକୁ ସଜାଡ଼ିବା କଥା, ପୁଅ ସହ ମନଭରି ଖେଳିବା ଏବଂ ମେଳା ବୁଲାଇବା କଥା ସେହି ବୟସରେ ସ୍ତ୍ରୀ ଓ ଦୁଇ ଝିଅଙ୍କ ଦାୟିତ୍ବଭାର ପୁଅ କାନ୍ଧରେ ଦେଇ ଦୁନିଆ ଛାଡ଼ି ଯିବାକୁ ପ୍ରସ୍ତୁତ ହେଉଛନ୍ତି ବାପା । ସତରେ କେତେ ଭାବବିହ୍ବଳ ଏହି ଦୃଶ୍ୟ ।  
ଏହି ହୃଦୟସ୍ପର୍ଶୀ ଦୃଶ୍ୟ ଏବଂ ବାପାଙ୍କ ଅପାର,ଅମର ପ୍ରେମକୁ ଦେଖି ସୋସିଆଲ୍ ମିଡିଆ ୟୁଜର୍ସ ନିଜର ଲୁହକୁ ଅଟକାଇ ପାରିନାହାନ୍ତି । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ସମସ୍ତେ ସେହି ପରିବାର ପାଇଁ ସମବେଦନା ଜଣାଇବା ସହ ଭଗବାନଙ୍କ ନିକଟରେ ଶାନ୍ତି କାମନା କରୁଛନ୍ତି । ପ୍ରକୃତରେ, ଏହି ଭିଡିଓ ପୁଣିଥରେ ପ୍ରମାଣିତ କରିଦେଲା ଯେ ଜଗତରେ ବାପାଙ୍କ ଅନ୍ତର୍ନିହିତ ସ୍ନେହ ଓ ଭଲପାଇବା ସବୁଠାରୁ ଅନନ୍ୟ ଏବଂ ନିଃସର୍ତ୍ତ । ବାପା ସନ୍ତାନଙ୍କୁ ନିଜ ପ୍ରେମ ଦେଖାନ୍ତି ନାହିଁ କିନ୍ତୁ ମା’ଙ୍କ ପରି ସନ୍ତାନକୁ ପ୍ରେମ ଦେବା ସହ ଦାୟିତ୍ବ ମଧ୍ୟ ଉଠାନ୍ତି । ସେଥିପାଇଁ ତ କୁହନ୍ତି,

‘‘ପିତା ସ୍ବର୍ଗ,ପିତା ଧର୍ମ,ପିତା ହିଁ ପରମ ତପ । 
ପିତରି ପ୍ରତିମା ପନ୍ନେ,ପ୍ରିୟନ୍ତେ ସର୍ବ ଦେବତା ।’’ 

What's Your Reaction?

like

dislike

love

funny

angry

sad

wow