‘ସ୍ୱାଧୀନତାର ଅର୍ଥ ସ୍ୱେଚ୍ଛାଚାରିତା ନୁହେଁ', ଜେନ୍-ଜିଙ୍କୁ ଅଜିତ ଡୋଭାଲଙ୍କ ବାର୍ତ୍ତା
କନକ ବ୍ୟୁରୋ: ଆଜିକାଲିର ଜେନ୍-ଜି ପିଢ଼ି ଓ ସେମାନଙ୍କ ଚିନ୍ତାଧାରାକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ଚାଲିଥିବା ବେଳେ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍ଏସ୍ଏ) ଅଜିତ ଡୋଭାଲ ଯୁବପିଢ଼ିଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଇଛନ୍ତି । ସ୍ୱାଧୀନତାର ପ୍ରକୃତ ଅର୍ଥ ବୁଝିବା ସହ ଜାତୀୟ ସ୍ୱାର୍ଥକୁ ସର୍ବାଗ୍ରେ ରଖିବାକୁ ସେ ଆହ୍ୱାନ କରିଛନ୍ତି ।ମହାରାଷ୍ଟ୍ରର ପୁଣେରେ ଲୋକମାନ୍ୟ ବାଲ ଗଙ୍ଗାଧର ତିଲକଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ଗୃହମନ୍ତ୍ରୀ ଅମିତ ଶାହ ଅଜିତ ଡୋଭାଲଙ୍କୁ ‘ଲୋକମାନ୍ୟ ତିଲକ ଜାତୀୟ ପୁରସ୍କାର–୨୦୨୬’ ରେ ସମ୍ମାନିତ କରିଥିଲେ । ସମ୍ମାନ ସ୍ୱରୂପ ତାଙ୍କୁ ପାରମ୍ପରିକ ପୁନେରୀ ପଗଡ଼ି, ସ୍ମାରକୀ, ନଗଦ ପୁରସ୍କାରର ଚେକ୍ ଏବଂ ‘ଗୀତା ରହସ୍ୟ’ୟର ଏକ ପ୍ରତି ପ୍ରଦାନ କରାଯାଇଥିଲା । ଅଧିକ ପଢ଼ନ୍ତୁ...ଦିଲ୍ଲୀ ଦଙ୍ଗା ମାମଲା: ପୂର୍ବତନ ଆପ୍ କାଉନସିଲର ତାହିର ହୁସେନଙ୍କୁ ଆଜୀବନ କାରାଦଣ୍ଡପୁରସ୍କାର ଗ୍ରହଣ ପରେ ଅଭିଭାଷଣ ଦେଇ ଡୋଭାଲ କହିଥିଲେ, ଦେଶକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ଭଳି ଦୃଢ଼ ନେତୃତ୍ୱ ମିଳିଥିବା ସୌଭାଗ୍ୟର ବିଷୟ । ଭାରତ ବର୍ତ୍ତମାନ ଆଭ୍ୟନ୍ତରୀଣ ଓ ବାହ୍ୟ—ଉଭୟ ପ୍ରକାରର ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିଲେ ମଧ୍ୟ ଦ୍ରୁତ ଗତିରେ ପ୍ରଗତି କରୁଛି, ଯାହାକୁ ଅନେକ ବିରୋଧୀ ଈର୍ଷା କରୁଛନ୍ତି । ଏଣୁ ଦେଶର ପ୍ରତ୍ୟେକ ନାଗରିକଙ୍କୁ ସର୍ବପ୍ରଥମେ ଜାତୀୟ ସ୍ୱାର୍ଥକୁ ପ୍ରାଧାନ୍ୟ ଦେବା ଆବଶ୍ୟକ ବୋଲି ସେ କହିଥିଲେ ।ଯୁବପିଢ଼ିଙ୍କ ଉଦ୍ଦେଶ୍ୟରେ ଡୋଭାଲ କହିଥିଲେ, ‘ଆଜିର ପିଢ଼ି ପାଇଁ ସ୍ୱାଧୀନତାର ପ୍ରକୃତ ଅର୍ଥ ବୁଝିବା ଅତ୍ୟନ୍ତ ଜରୁରୀ । କେହି କେହି ଭାବନ୍ତି ସ୍ୱାଧୀନତା ମାନେ ଯାହା ଇଚ୍ଛା ତାହା କରିବାର ଅଧିକାର । କିନ୍ତୁ ଏହି ଧାରଣା ସମ୍ପୂର୍ଣ୍ଣ ଭୁଲ ।’ ସେ ସ୍ପଷ୍ଟ କରି କହିଥିଲେ ଯେ, ଜାତୀୟ ସ୍ୱାର୍ଥ ବିରୋଧୀ କୌଣସି ପଥରେ ଆଗେଇବା ଉଚିତ ନୁହେଁ । ଭାରତକୁ ଅଧିକ ଶକ୍ତିଶାଳୀ କରିବା ପ୍ରତ୍ୟେକ ନାଗରିକଙ୍କର ପ୍ରଥମ କର୍ତ୍ତବ୍ୟ ହେବା ଉଚିତ୍ । ନିଜ ପିଲାଦିନର ସ୍ମୃତି ମନେପକାଇ ଅଜିତ କହିଥିଲେ ଯେ ପୁଣେରେ ଶିକ୍ଷାଲାଭ ସମୟରେ ସେ ପ୍ରଥମେ ଲୋକମାନ୍ୟ ତିଲକଙ୍କ ଆଦର୍ଶ ଓ ଚିନ୍ତାଧାରା ବିଷୟରେ ଗଭୀର ଭାବେ ଜାଣିଥିଲେ । ବ୍ରିଟିଶ ଶାସନ ସମୟରେ ଯେତେବେଳେ ଅନେକେ ଭୟରେ ନୀରବ ରହୁଥିଲେ, ସେତେବେଳେ ତିଲକ ନିର୍ଭୀକ ଭାବେ ଜାତୀୟ ସ୍ୱାର୍ଥ ପାଇଁ ସ୍ୱର ଉଠାଇଥିଲେ । କାରାବାସ ପରେ ମଧ୍ୟ ସେ ସମାଜସେବା ଓ ରାଷ୍ଟ୍ର ନିର୍ମାଣର ଲକ୍ଷ୍ୟରୁ ବିଚ୍ୟୁତ ହୋଇନଥିଲେ । ଶେଷରେ ଡୋଭାଲ ଯୁବପିଢ଼ିଙ୍କୁ ଲୋକମାନ୍ୟ ତିଲକଙ୍କ ଜୀବନ, ସଂଘର୍ଷ ଓ ଆଦର୍ଶରୁ ପ୍ରେରଣା ନେଇ ରାଷ୍ଟ୍ର ନିର୍ମାଣରେ ସକ୍ରିୟ ଭାଗୀଦାର ହେବାକୁ ଆହ୍ୱାନ କରିଥିଲେ ।

କନକ ବ୍ୟୁରୋ: ଆଜିକାଲିର ଜେନ୍-ଜି ପିଢ଼ି ଓ ସେମାନଙ୍କ ଚିନ୍ତାଧାରାକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ଚାଲିଥିବା ବେଳେ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍ଏସ୍ଏ) ଅଜିତ ଡୋଭାଲ ଯୁବପିଢ଼ିଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଇଛନ୍ତି । ସ୍ୱାଧୀନତାର ପ୍ରକୃତ ଅର୍ଥ ବୁଝିବା ସହ ଜାତୀୟ ସ୍ୱାର୍ଥକୁ ସର୍ବାଗ୍ରେ ରଖିବାକୁ ସେ ଆହ୍ୱାନ କରିଛନ୍ତି ।
ମହାରାଷ୍ଟ୍ରର ପୁଣେରେ ଲୋକମାନ୍ୟ ବାଲ ଗଙ୍ଗାଧର ତିଲକଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ଗୃହମନ୍ତ୍ରୀ ଅମିତ ଶାହ ଅଜିତ ଡୋଭାଲଙ୍କୁ ‘ଲୋକମାନ୍ୟ ତିଲକ ଜାତୀୟ ପୁରସ୍କାର–୨୦୨୬’ ରେ ସମ୍ମାନିତ କରିଥିଲେ । ସମ୍ମାନ ସ୍ୱରୂପ ତାଙ୍କୁ ପାରମ୍ପରିକ ପୁନେରୀ ପଗଡ଼ି, ସ୍ମାରକୀ, ନଗଦ ପୁରସ୍କାରର ଚେକ୍ ଏବଂ ‘ଗୀତା ରହସ୍ୟ’ୟର ଏକ ପ୍ରତି ପ୍ରଦାନ କରାଯାଇଥିଲା ।
ଅଧିକ ପଢ଼ନ୍ତୁ...ଦିଲ୍ଲୀ ଦଙ୍ଗା ମାମଲା: ପୂର୍ବତନ ଆପ୍ କାଉନସିଲର ତାହିର ହୁସେନଙ୍କୁ ଆଜୀବନ କାରାଦଣ୍ଡ
ପୁରସ୍କାର ଗ୍ରହଣ ପରେ ଅଭିଭାଷଣ ଦେଇ ଡୋଭାଲ କହିଥିଲେ, ଦେଶକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ଭଳି ଦୃଢ଼ ନେତୃତ୍ୱ ମିଳିଥିବା ସୌଭାଗ୍ୟର ବିଷୟ । ଭାରତ ବର୍ତ୍ତମାନ ଆଭ୍ୟନ୍ତରୀଣ ଓ ବାହ୍ୟ—ଉଭୟ ପ୍ରକାରର ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିଲେ ମଧ୍ୟ ଦ୍ରୁତ ଗତିରେ ପ୍ରଗତି କରୁଛି, ଯାହାକୁ ଅନେକ ବିରୋଧୀ ଈର୍ଷା କରୁଛନ୍ତି । ଏଣୁ ଦେଶର ପ୍ରତ୍ୟେକ ନାଗରିକଙ୍କୁ ସର୍ବପ୍ରଥମେ ଜାତୀୟ ସ୍ୱାର୍ଥକୁ ପ୍ରାଧାନ୍ୟ ଦେବା ଆବଶ୍ୟକ ବୋଲି ସେ କହିଥିଲେ ।
ଯୁବପିଢ଼ିଙ୍କ ଉଦ୍ଦେଶ୍ୟରେ ଡୋଭାଲ କହିଥିଲେ, ‘ଆଜିର ପିଢ଼ି ପାଇଁ ସ୍ୱାଧୀନତାର ପ୍ରକୃତ ଅର୍ଥ ବୁଝିବା ଅତ୍ୟନ୍ତ ଜରୁରୀ । କେହି କେହି ଭାବନ୍ତି ସ୍ୱାଧୀନତା ମାନେ ଯାହା ଇଚ୍ଛା ତାହା କରିବାର ଅଧିକାର । କିନ୍ତୁ ଏହି ଧାରଣା ସମ୍ପୂର୍ଣ୍ଣ ଭୁଲ ।’ ସେ ସ୍ପଷ୍ଟ କରି କହିଥିଲେ ଯେ, ଜାତୀୟ ସ୍ୱାର୍ଥ ବିରୋଧୀ କୌଣସି ପଥରେ ଆଗେଇବା ଉଚିତ ନୁହେଁ । ଭାରତକୁ ଅଧିକ ଶକ୍ତିଶାଳୀ କରିବା ପ୍ରତ୍ୟେକ ନାଗରିକଙ୍କର ପ୍ରଥମ କର୍ତ୍ତବ୍ୟ ହେବା ଉଚିତ୍ ।
ନିଜ ପିଲାଦିନର ସ୍ମୃତି ମନେପକାଇ ଅଜିତ କହିଥିଲେ ଯେ ପୁଣେରେ ଶିକ୍ଷାଲାଭ ସମୟରେ ସେ ପ୍ରଥମେ ଲୋକମାନ୍ୟ ତିଲକଙ୍କ ଆଦର୍ଶ ଓ ଚିନ୍ତାଧାରା ବିଷୟରେ ଗଭୀର ଭାବେ ଜାଣିଥିଲେ । ବ୍ରିଟିଶ ଶାସନ ସମୟରେ ଯେତେବେଳେ ଅନେକେ ଭୟରେ ନୀରବ ରହୁଥିଲେ, ସେତେବେଳେ ତିଲକ ନିର୍ଭୀକ ଭାବେ ଜାତୀୟ ସ୍ୱାର୍ଥ ପାଇଁ ସ୍ୱର ଉଠାଇଥିଲେ । କାରାବାସ ପରେ ମଧ୍ୟ ସେ ସମାଜସେବା ଓ ରାଷ୍ଟ୍ର ନିର୍ମାଣର ଲକ୍ଷ୍ୟରୁ ବିଚ୍ୟୁତ ହୋଇନଥିଲେ । ଶେଷରେ ଡୋଭାଲ ଯୁବପିଢ଼ିଙ୍କୁ ଲୋକମାନ୍ୟ ତିଲକଙ୍କ ଜୀବନ, ସଂଘର୍ଷ ଓ ଆଦର୍ଶରୁ ପ୍ରେରଣା ନେଇ ରାଷ୍ଟ୍ର ନିର୍ମାଣରେ ସକ୍ରିୟ ଭାଗୀଦାର ହେବାକୁ ଆହ୍ୱାନ କରିଥିଲେ ।
What's Your Reaction?



