କେଜ୍ରିୱାଲଙ୍କ ‘ନ୍ୟାସନାଲ ଟାଉନ୍ ହଲ୍’, E20 ନେଇ ସରକାର ଘେରାଉ

କନକ ବ୍ୟୁରୋ: ପେପରଲିକ ବିବାଦ ଥମିବା ପରେ ଦେଶରେ ମୁଣ୍ଡ ଟେକିଛି ଇ-ଟ୍ବିଣ୍ଟି ପେଟ୍ରୋଲ ତାତି । ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ ମିଶାଯିବା ନେଇ ବଢ଼ିବାରେ ଲାଗିଛି ବିରୋଧ । ଗାଡିର ମାଇଲେଜ କମିବା ଓ ଇଞ୍ଜିନ ଖରାପ ହେଉଥିବା ଅଭିଯୋଗ ଆଣି ଆଜି ଦିଲ୍ଲୀରେ ଦୁଇଟି ଭିନ୍ନ ଭିନ୍ନ ମୋର୍ଚ୍ଚାରେ ବଡ ଆନ୍ଦୋଳନ ଚାଲିଛି । ଗୋଟିଏ ପଟେ ଆମ ଆଦମୀ ପାର୍ଟିର ମୁଖିଆ ଅରବିନ୍ଦ କେଜ୍ରିୱାଲ ରାଷ୍ଟ୍ରବ୍ୟାପୀ 'ନ୍ୟାସନାଲ ଟାଉନ୍ ହଲ୍' ଆୟୋଜନ କରିଥିବା ବେଳେ, ଅନ୍ୟପଟେ ସାମାଜିକ କର୍ମୀ ତହସୀନ ପୁନାୱାଲା ନିଜର ଆମରଣ ଅନଶନ ଜାରି ରଖିଛନ୍ତି । ଅଭିଯୋଗ ଏୟାକି ଋ୨୦ ପେଟ୍ରୋଲ ଯୋଗୁଁ ଗାଡ଼ିର ମାଇଲେଜ୍ କମିଯାଉଛି । ଇଞ୍ଜିନ୍ ଉପରେ ଖରାପ ପ୍ରଭାବ ପଡ଼ୁଛି ଏବଂ ମେଣ୍ଟେନାନ୍ସ ଖର୍ଚ୍ଚ ବଢ଼ିବାରେ ଲାଗିଛି । ଏହି ମୁଦ୍ଦାକୁ ନେଇ ଆଜି ଆମ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀର କନଷ୍ଟିଚ୍ୟୁସନ କ୍ଲବରେ 'ନ୍ୟାସନାଲ ଟାଉନ୍ ହଲ୍'ର ଆୟୋଜନ କରିଛନ୍ତି। ଏଥିରେ ଅନଲାଇନ୍ ଏବଂ ଅଫଲାଇନ୍ ମାଧ୍ୟମରେ ହଜାର ହଜାର ଲୋକ ଯୋଡ଼ି ହୋଇ ନିଜର ସମସ୍ୟା ରଖୁଛନ୍ତି । ଅଧିକ ପଢ଼ନ୍ତୁ:ବକ୍ସିଂରେ ଭାରତର ସଫଳତା, ପ୍ରିତି ପୱାର କମନ୍ ୱେଲଥ୍ ଗେମ୍ସରେ ଆଣିଲେ ସ୍ୱର୍ଣ୍ଣ ଅନ୍ୟପଟେ, ସାମାଜିକ କର୍ମୀ ତହସୀନ ପୁନାୱାଲା ଏହି ନୀତି ବିରୁଦ୍ଧରେ ଏକାକୀ ଗାନ୍ଧୀ ସ୍ମୃତି ପର୍ୟ୍ୟନ୍ତ ମୌନ ମାର୍ଚ୍ଚ ଏବଂ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆମରଣ ଅନଶନ ଆହ୍ୱାନ ଦେଇଛନ୍ତି। ତେବେ ପୋଲିସ ତାଙ୍କୁ ଏହାର ଅନୁମତି ଦେଇନଥିବା ବେଳେ, ପୁନାୱାଲା ଅଭିଯୋଗ କରିଛନ୍ତି ଯେ ଏହା ତାଙ୍କର ସାମ୍ବିଧାନିକ ଅଧିକାରର ଉଲ୍ଲଂଘନ। ଯଦିଓ କେନ୍ଦ୍ର ସରକାର ପୂର୍ବରୁ ଏହି ସମସ୍ତ ଅଭିଯୋଗକୁ ଏଡ଼ାଇ ଦେଉଥିଲେ, କିନ୍ତୁ ସାମ୍ପ୍ରତିକ ପରିସ୍ଥିତିରେ ମାଇଲେଜ୍‌ରେ ସାମାନ୍ୟ କମି ଆସୁଥିବା କଥାକୁ ସ୍ୱୀକାର କରିଛନ୍ତି। ସରକାରଙ୍କ ଯୁକ୍ତି ହେଉଛି - ଇଥାନଲ୍ ମିଶ୍ରଣ ନକରାଗଲେ ପେଟ୍ରୋଲ ଦର ଆହୁରି ବୃଦ୍ଧି ପାଆନ୍ତା । କିନ୍ତୁ ବିରୋଧୀ ଏବଂ ସାଧାରଣ ଜନତା ଏବେ ଏହାକୁ ଏକ ବଡ଼ ମୁଦ୍ଦା ବନାଇ ସରକାରଙ୍କ ଉପରେ ଚାପ ପକାଇବାକୁ ଚେଷ୍ଟା କରୁଛନ୍ତି। ଋ୨୦ ପେଟ୍ରୋଲକୁ ନେଇ ଦେଶର ରାଜନୀତି ଏବଂ ରାଜପଥ ଦୁଇଟିଯାକ ଗରମ ହେବାରେ ଲାଗିଛି। ଗୋଟିଏ ପଟେ ଅରବିନ୍ଦ କେଜ୍ରିୱାଲ ଜନସାଧାରଣଙ୍କ ସ୍ୱରକୁ ଏକାଠି କରୁଥିବା ବେଳେ, ଅନ୍ୟପଟେ ତହସୀନ ପୁନାୱାଲାଙ୍କ  ଆମରଣ ଅନଶ ସରକାରଙ୍କ ଅସୁବିଧା ବଢ଼ାଇ ଦେଇଛି। ଏବେ ଦେଖିବାକୁ ବାକି ରହିଲା, ଜନତାଙ୍କ ଏହି ଆନ୍ଦୋଳନ ସାମ୍ନାରେ ସରକାର ନିଜର ଋ୨୦ ନୀତିରେ କୌଣସି ପରିବର୍ତ୍ତନ ଆଣୁଛନ୍ତି ନା ନାହିଁ।  

Aug 1, 2026 - 18:58
 0  2
କେଜ୍ରିୱାଲଙ୍କ ‘ନ୍ୟାସନାଲ ଟାଉନ୍ ହଲ୍’, E20 ନେଇ ସରକାର ଘେରାଉ

କନକ ବ୍ୟୁରୋ: ପେପରଲିକ ବିବାଦ ଥମିବା ପରେ ଦେଶରେ ମୁଣ୍ଡ ଟେକିଛି ଇ-ଟ୍ବିଣ୍ଟି ପେଟ୍ରୋଲ ତାତି । ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ ମିଶାଯିବା ନେଇ ବଢ଼ିବାରେ ଲାଗିଛି ବିରୋଧ । ଗାଡିର ମାଇଲେଜ କମିବା ଓ ଇଞ୍ଜିନ ଖରାପ ହେଉଥିବା ଅଭିଯୋଗ ଆଣି ଆଜି ଦିଲ୍ଲୀରେ ଦୁଇଟି ଭିନ୍ନ ଭିନ୍ନ ମୋର୍ଚ୍ଚାରେ ବଡ ଆନ୍ଦୋଳନ ଚାଲିଛି । ଗୋଟିଏ ପଟେ ଆମ ଆଦମୀ ପାର୍ଟିର ମୁଖିଆ ଅରବିନ୍ଦ କେଜ୍ରିୱାଲ ରାଷ୍ଟ୍ରବ୍ୟାପୀ 'ନ୍ୟାସନାଲ ଟାଉନ୍ ହଲ୍' ଆୟୋଜନ କରିଥିବା ବେଳେ, ଅନ୍ୟପଟେ ସାମାଜିକ କର୍ମୀ ତହସୀନ ପୁନାୱାଲା ନିଜର ଆମରଣ ଅନଶନ ଜାରି ରଖିଛନ୍ତି ।

ଅଭିଯୋଗ ଏୟାକି ଋ୨୦ ପେଟ୍ରୋଲ ଯୋଗୁଁ ଗାଡ଼ିର ମାଇଲେଜ୍ କମିଯାଉଛି । ଇଞ୍ଜିନ୍ ଉପରେ ଖରାପ ପ୍ରଭାବ ପଡ଼ୁଛି ଏବଂ ମେଣ୍ଟେନାନ୍ସ ଖର୍ଚ୍ଚ ବଢ଼ିବାରେ ଲାଗିଛି । ଏହି ମୁଦ୍ଦାକୁ ନେଇ ଆଜି ଆମ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀର କନଷ୍ଟିଚ୍ୟୁସନ କ୍ଲବରେ 'ନ୍ୟାସନାଲ ଟାଉନ୍ ହଲ୍'ର ଆୟୋଜନ କରିଛନ୍ତି। ଏଥିରେ ଅନଲାଇନ୍ ଏବଂ ଅଫଲାଇନ୍ ମାଧ୍ୟମରେ ହଜାର ହଜାର ଲୋକ ଯୋଡ଼ି ହୋଇ ନିଜର ସମସ୍ୟା ରଖୁଛନ୍ତି ।

ଅଧିକ ପଢ଼ନ୍ତୁ:ବକ୍ସିଂରେ ଭାରତର ସଫଳତା, ପ୍ରିତି ପୱାର କମନ୍ ୱେଲଥ୍ ଗେମ୍ସରେ ଆଣିଲେ ସ୍ୱର୍ଣ୍ଣ

ଅନ୍ୟପଟେ, ସାମାଜିକ କର୍ମୀ ତହସୀନ ପୁନାୱାଲା ଏହି ନୀତି ବିରୁଦ୍ଧରେ ଏକାକୀ ଗାନ୍ଧୀ ସ୍ମୃତି ପର୍ୟ୍ୟନ୍ତ ମୌନ ମାର୍ଚ୍ଚ ଏବଂ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆମରଣ ଅନଶନ ଆହ୍ୱାନ ଦେଇଛନ୍ତି। ତେବେ ପୋଲିସ ତାଙ୍କୁ ଏହାର ଅନୁମତି ଦେଇନଥିବା ବେଳେ, ପୁନାୱାଲା ଅଭିଯୋଗ କରିଛନ୍ତି ଯେ ଏହା ତାଙ୍କର ସାମ୍ବିଧାନିକ ଅଧିକାରର ଉଲ୍ଲଂଘନ। ଯଦିଓ କେନ୍ଦ୍ର ସରକାର ପୂର୍ବରୁ ଏହି ସମସ୍ତ ଅଭିଯୋଗକୁ ଏଡ଼ାଇ ଦେଉଥିଲେ, କିନ୍ତୁ ସାମ୍ପ୍ରତିକ ପରିସ୍ଥିତିରେ ମାଇଲେଜ୍‌ରେ ସାମାନ୍ୟ କମି ଆସୁଥିବା କଥାକୁ ସ୍ୱୀକାର କରିଛନ୍ତି। ସରକାରଙ୍କ ଯୁକ୍ତି ହେଉଛି - ଇଥାନଲ୍ ମିଶ୍ରଣ ନକରାଗଲେ ପେଟ୍ରୋଲ ଦର ଆହୁରି ବୃଦ୍ଧି ପାଆନ୍ତା ।

କିନ୍ତୁ ବିରୋଧୀ ଏବଂ ସାଧାରଣ ଜନତା ଏବେ ଏହାକୁ ଏକ ବଡ଼ ମୁଦ୍ଦା ବନାଇ ସରକାରଙ୍କ ଉପରେ ଚାପ ପକାଇବାକୁ ଚେଷ୍ଟା କରୁଛନ୍ତି। ଋ୨୦ ପେଟ୍ରୋଲକୁ ନେଇ ଦେଶର ରାଜନୀତି ଏବଂ ରାଜପଥ ଦୁଇଟିଯାକ ଗରମ ହେବାରେ ଲାଗିଛି। ଗୋଟିଏ ପଟେ ଅରବିନ୍ଦ କେଜ୍ରିୱାଲ ଜନସାଧାରଣଙ୍କ ସ୍ୱରକୁ ଏକାଠି କରୁଥିବା ବେଳେ, ଅନ୍ୟପଟେ ତହସୀନ ପୁନାୱାଲାଙ୍କ  ଆମରଣ ଅନଶ ସରକାରଙ୍କ ଅସୁବିଧା ବଢ଼ାଇ ଦେଇଛି। ଏବେ ଦେଖିବାକୁ ବାକି ରହିଲା, ଜନତାଙ୍କ ଏହି ଆନ୍ଦୋଳନ ସାମ୍ନାରେ ସରକାର ନିଜର ଋ୨୦ ନୀତିରେ କୌଣସି ପରିବର୍ତ୍ତନ ଆଣୁଛନ୍ତି ନା ନାହିଁ।

 

What's Your Reaction?

like

dislike

love

funny

angry

sad

wow