ରାହୁଲ ଗାନ୍ଧୀଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟ, ୩ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ନାଁରେ ମାମଲା

କନକ ବ୍ୟୁରୋ: ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ସୋସିଆଲ ମିଡିଆରେ ଅଶ୍ଳୀଳ, ଆପତ୍ତିଜନକ ଓ ସମ୍ମାନହାନିକର ପୋଷ୍ଟ କରିବା ଅଭିଯୋଗରେ ବେଙ୍ଗାଲୁରୁରେ ୩ଟି ଇନଷ୍ଟାଗ୍ରାମ୍ ଆକାଉଣ୍ଟଧାରୀଙ୍କ ବିରୋଧରେ ପୁଲିସ୍ ମାମଲା ରୁଜୁ କରିଛି । କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟିର ଜଣେ ସଦସ୍ୟଙ୍କ ଏତଲା ଆଧାରରେ ଜୁଲାଇ ୨୭ ତାରିଖରେ ଏହି ‘ଏଫଆଇଆର’ ଦାଖଲ କରାଯାଇଛି ।  ଅଧିକ ପଢ଼ନ୍ତୁ:‘ପ୍ରଧାନମନ୍ତ୍ରୀଙ୍କୁ ଭିକ୍ଟିମ୍ କାର୍ଡ ଖେଳିବାକୁ ଭଲ ଲାଗେ’: ଜୟରାମ ରମେଶ ଅନ୍ୟପକ୍ଷରେ, ନୀଟ୍-ୟୁଜି ପ୍ରଶ୍ନପତ୍ର ଲିକ୍ ପ୍ରତିବାଦ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଅପଶବ୍ଦ ବ୍ୟବହାର କରିଥିବା ଜଣେ ମହିଳାଙ୍କ ବିରୋଧରେ ନୋଏଡାଠାରେ ମାମଲା ରୁଜୁ କରାଯାଇଛି । ଫରିଦାବାଦର ଏହି ଯୁବତୀ ଜଣକ ଜନ୍ତରମନ୍ତର ଆନ୍ଦୋଳନ ସମୟରେ ଗାଳିଗୁଲଜ କରିଥିବା ଭିଡିଓ ଭାଇରାଲ ହେବା ପରେ ଜଣେ ଆଇନଜୀବୀଙ୍କ ଅଭିଯୋଗ କ୍ରମେ ମାମଲା ରୁଜୁ ହୋଇଛି । ତେବେ ଏହି ଘଟଣାରେ ଯୁବତୀ ଜଣକ କ୍ଷମାପ୍ରାର୍ଥନା କରି ଏହା ତାଙ୍କର ପ୍ରଥମ ଓ ଶେଷ ଭୁଲ୍ ବୋଲି ପ୍ରକାଶ କରିଛନ୍ତି ।          

Aug 1, 2026 - 18:58
 0  1
ରାହୁଲ ଗାନ୍ଧୀଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟ, ୩ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ନାଁରେ ମାମଲା

କନକ ବ୍ୟୁରୋ: ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ସୋସିଆଲ ମିଡିଆରେ ଅଶ୍ଳୀଳ, ଆପତ୍ତିଜନକ ଓ ସମ୍ମାନହାନିକର ପୋଷ୍ଟ କରିବା ଅଭିଯୋଗରେ ବେଙ୍ଗାଲୁରୁରେ ୩ଟି ଇନଷ୍ଟାଗ୍ରାମ୍ ଆକାଉଣ୍ଟଧାରୀଙ୍କ ବିରୋଧରେ ପୁଲିସ୍ ମାମଲା ରୁଜୁ କରିଛି । କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟିର ଜଣେ ସଦସ୍ୟଙ୍କ ଏତଲା ଆଧାରରେ ଜୁଲାଇ ୨୭ ତାରିଖରେ ଏହି ‘ଏଫଆଇଆର’ ଦାଖଲ କରାଯାଇଛି । 

ଅଧିକ ପଢ଼ନ୍ତୁ:‘ପ୍ରଧାନମନ୍ତ୍ରୀଙ୍କୁ ଭିକ୍ଟିମ୍ କାର୍ଡ ଖେଳିବାକୁ ଭଲ ଲାଗେ’: ଜୟରାମ ରମେଶ

ଅନ୍ୟପକ୍ଷରେ, ନୀଟ୍-ୟୁଜି ପ୍ରଶ୍ନପତ୍ର ଲିକ୍ ପ୍ରତିବାଦ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଅପଶବ୍ଦ ବ୍ୟବହାର କରିଥିବା ଜଣେ ମହିଳାଙ୍କ ବିରୋଧରେ ନୋଏଡାଠାରେ ମାମଲା ରୁଜୁ କରାଯାଇଛି । ଫରିଦାବାଦର ଏହି ଯୁବତୀ ଜଣକ ଜନ୍ତରମନ୍ତର ଆନ୍ଦୋଳନ ସମୟରେ ଗାଳିଗୁଲଜ କରିଥିବା ଭିଡିଓ ଭାଇରାଲ ହେବା ପରେ ଜଣେ ଆଇନଜୀବୀଙ୍କ ଅଭିଯୋଗ କ୍ରମେ ମାମଲା ରୁଜୁ ହୋଇଛି । ତେବେ ଏହି ଘଟଣାରେ ଯୁବତୀ ଜଣକ କ୍ଷମାପ୍ରାର୍ଥନା କରି ଏହା ତାଙ୍କର ପ୍ରଥମ ଓ ଶେଷ ଭୁଲ୍ ବୋଲି ପ୍ରକାଶ କରିଛନ୍ତି ।

 

 

 

 

 

What's Your Reaction?

like

dislike

love

funny

angry

sad

wow