ଲାଲ୍ ସାଗର ଦେଇ ଭାରତକୁ ତେଲ ପଠାଇଲା ସାଉଦି ଆରବ, ହର୍ମୁଜ୍ ସଙ୍କଟ ମଧ୍ୟରେ ବଡ଼ ଆଶ୍ୱସ୍ତି
କନକବ୍ୟୁରୋ: ପଶ୍ଚିମ ଏସିଆରେ ବଢ଼ୁଥିବା ଯୁଦ୍ଧ ଓ ହର୍ମୁଜ୍ ପ୍ରଣାଳୀରେ ଜାରି ରହିଥିବା ଅସ୍ଥିରତା ମଧ୍ୟରେ ଭାରତକୁ ଏକ ବଡ଼ ଆଶ୍ଵସ୍ତି ମିଳିଛି। ଇରାନ ଓ ଆମେରିକା ମଧ୍ୟରେ ଉତ୍ତେଜନା ଯୋଗୁଁ ପାରମ୍ପରିକ ଜଳପଥ ବିପଦପୂର୍ଣ୍ଣ ହୋଇପଡ଼ିଥିବା ବେଳେ, ବନ୍ଧୁରାଷ୍ଟ୍ର ସାଉଦି ଆରବ ଏବେ ବିକଳ୍ପ ମାର୍ଗରେ ଭାରତକୁ ଅଶୋଧିତ ତୈଳ ଯୋଗାଣ ଆରମ୍ଭ କରିଛି। ସାଉଦି ଆରବର ପଶ୍ଚିମ ଉପକୂଳରେ ଥିବା ୟାନବୁ ବନ୍ଦରରୁ ଲାଲ୍ ସାଗର ଦେଇ ଭାରତ ଅଭିମୁଖେ ତୈଳ ଟ୍ୟାଙ୍କର ବାହାରି ସାରିଛି। ରିପୋର୍ଟ ଅନୁଯାୟୀ, ସାଉଦି ଆରବରୁ ବର୍ତ୍ତମାନ ୪ଟି ବିଶାଳ ଟ୍ୟାଙ୍କର ଭାରତ ଅଭିମୁଖେ ଆସୁଛି। ଏଥିରେ ପ୍ରାୟ ୬ ନିୟୁତ (୬୦ ଲକ୍ଷ) ବ୍ୟାରେଲ୍ ଅଶୋଧିତ ତୈଳ ରହିଛି। ଏତିକି ନୁହେଁ, ଚଳିତ ମାସ ଶେଷ ସୁଦ୍ଧା ଅତିରିକ୍ତ ୯ ରୁ ୧୦ ନିୟୁତ ବ୍ୟାରେଲ୍ ତେଲ ଭାରତରେ ପହଞ୍ଚିବାର ଆଶା କରାଯାଉଛି। ସାଧାରଣତଃ ବିଶ୍ୱର ୨୦ ପ୍ରତିଶତ ତୈଳ ବାଣିଜ୍ୟ ହର୍ମୁଜ୍ ପ୍ରଣାଳୀ ଦେଇ ହୋଇଥାଏ, କିନ୍ତୁ ଇରାନର ସମ୍ଭାବ୍ୟ ଆକ୍ରମଣ ଭୟରେ ଏହି ମାର୍ଗ ଏବେ ଅସୁରକ୍ଷିତ ହୋଇପଡ଼ିଛି । ସାଉଦି ଆରବ ନିଜର ପୂର୍ବ ପ୍ରାନ୍ତରୁ ତେଲକୁ ପ୍ରାୟ ୧୨୦୦ କିଲୋମିଟର ଲମ୍ବ ଏକ ପାଇପଲାଇନ ମାଧ୍ୟମରେ ପଶ୍ଚିମ ଉପକୂଳରେ ଥିବା ୟାନବୁ ବନ୍ଦରକୁ ପଠାଉଛି। ସେଠାରୁ ଟ୍ୟାଙ୍କର ଗୁଡ଼ିକ ଲାଲ୍ ସାଗର ଦେଇ ଭାରତ ଆସୁଛନ୍ତି। ତେବେ ଏହି ରୁଟ୍ର କିଛି ସୀମା ରହିଛି, ପାଇପଲାଇନର କ୍ଷମତା ସୀମିତ ଥିବାରୁ ଏହା ହର୍ମୁଜ୍ ମାର୍ଗ ପରି ବିପୁଳ ପରିମାଣର ତେଲ ପରିବହନ କରିପାରିବ ନାହିଁ। ଲାଲ୍ ସାଗରରେ ମଧ୍ୟ ହୁଥି ବିଦ୍ରୋହୀଙ୍କ ଆକ୍ରମଣର ଭୟ ରହିଛି, ଯାହା ବାବ୍ ଅଲ୍-ମାଣ୍ଡେବ୍ ନିକଟରେ ଅଧିକ ସକ୍ରିୟ। ବିପଦ ମଧ୍ୟରେ ବି ଭାରତ ନିଜର ଆବଶ୍ୟକତା ଅନୁଯାୟୀ ତୈଳ ଆମଦାନୀ ଜାରି ରହିଛି। ଏବଂ ଯୁଦ୍ଧ ସମୟରେ ସାଉଦି ଆରବର ଏହି ସହଯୋଗ ଭାରତର ''ଶକ୍ତି ସୁରକ୍ଷା''କୁ ସୁଦୃଢ଼ କରିବ ଓ ଦେଶରେ ସମ୍ଭାବ୍ୟ ତୈଳ ସଙ୍କଟ କିମ୍ବା ଦରବୃଦ୍ଧିକୁ ରୋକିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।

କନକବ୍ୟୁରୋ: ପଶ୍ଚିମ ଏସିଆରେ ବଢ଼ୁଥିବା ଯୁଦ୍ଧ ଓ ହର୍ମୁଜ୍ ପ୍ରଣାଳୀରେ ଜାରି ରହିଥିବା ଅସ୍ଥିରତା ମଧ୍ୟରେ ଭାରତକୁ ଏକ ବଡ଼ ଆଶ୍ଵସ୍ତି ମିଳିଛି। ଇରାନ ଓ ଆମେରିକା ମଧ୍ୟରେ ଉତ୍ତେଜନା ଯୋଗୁଁ ପାରମ୍ପରିକ ଜଳପଥ ବିପଦପୂର୍ଣ୍ଣ ହୋଇପଡ଼ିଥିବା ବେଳେ, ବନ୍ଧୁରାଷ୍ଟ୍ର ସାଉଦି ଆରବ ଏବେ ବିକଳ୍ପ ମାର୍ଗରେ ଭାରତକୁ ଅଶୋଧିତ ତୈଳ ଯୋଗାଣ ଆରମ୍ଭ କରିଛି। ସାଉଦି ଆରବର ପଶ୍ଚିମ ଉପକୂଳରେ ଥିବା ୟାନବୁ ବନ୍ଦରରୁ ଲାଲ୍ ସାଗର ଦେଇ ଭାରତ ଅଭିମୁଖେ ତୈଳ ଟ୍ୟାଙ୍କର ବାହାରି ସାରିଛି।
ରିପୋର୍ଟ ଅନୁଯାୟୀ, ସାଉଦି ଆରବରୁ ବର୍ତ୍ତମାନ ୪ଟି ବିଶାଳ ଟ୍ୟାଙ୍କର ଭାରତ ଅଭିମୁଖେ ଆସୁଛି। ଏଥିରେ ପ୍ରାୟ ୬ ନିୟୁତ (୬୦ ଲକ୍ଷ) ବ୍ୟାରେଲ୍ ଅଶୋଧିତ ତୈଳ ରହିଛି। ଏତିକି ନୁହେଁ, ଚଳିତ ମାସ ଶେଷ ସୁଦ୍ଧା ଅତିରିକ୍ତ ୯ ରୁ ୧୦ ନିୟୁତ ବ୍ୟାରେଲ୍ ତେଲ ଭାରତରେ ପହଞ୍ଚିବାର ଆଶା କରାଯାଉଛି। ସାଧାରଣତଃ ବିଶ୍ୱର ୨୦ ପ୍ରତିଶତ ତୈଳ ବାଣିଜ୍ୟ ହର୍ମୁଜ୍ ପ୍ରଣାଳୀ ଦେଇ ହୋଇଥାଏ, କିନ୍ତୁ ଇରାନର ସମ୍ଭାବ୍ୟ ଆକ୍ରମଣ ଭୟରେ ଏହି ମାର୍ଗ ଏବେ ଅସୁରକ୍ଷିତ ହୋଇପଡ଼ିଛି ।
ସାଉଦି ଆରବ ନିଜର ପୂର୍ବ ପ୍ରାନ୍ତରୁ ତେଲକୁ ପ୍ରାୟ ୧୨୦୦ କିଲୋମିଟର ଲମ୍ବ ଏକ ପାଇପଲାଇନ ମାଧ୍ୟମରେ ପଶ୍ଚିମ ଉପକୂଳରେ ଥିବା ୟାନବୁ ବନ୍ଦରକୁ ପଠାଉଛି। ସେଠାରୁ ଟ୍ୟାଙ୍କର ଗୁଡ଼ିକ ଲାଲ୍ ସାଗର ଦେଇ ଭାରତ ଆସୁଛନ୍ତି। ତେବେ ଏହି ରୁଟ୍ର କିଛି ସୀମା ରହିଛି, ପାଇପଲାଇନର କ୍ଷମତା ସୀମିତ ଥିବାରୁ ଏହା ହର୍ମୁଜ୍ ମାର୍ଗ ପରି ବିପୁଳ ପରିମାଣର ତେଲ ପରିବହନ କରିପାରିବ ନାହିଁ। ଲାଲ୍ ସାଗରରେ ମଧ୍ୟ ହୁଥି ବିଦ୍ରୋହୀଙ୍କ ଆକ୍ରମଣର ଭୟ ରହିଛି, ଯାହା ବାବ୍ ଅଲ୍-ମାଣ୍ଡେବ୍ ନିକଟରେ ଅଧିକ ସକ୍ରିୟ। ବିପଦ ମଧ୍ୟରେ ବି ଭାରତ ନିଜର ଆବଶ୍ୟକତା ଅନୁଯାୟୀ ତୈଳ ଆମଦାନୀ ଜାରି ରହିଛି। ଏବଂ ଯୁଦ୍ଧ ସମୟରେ ସାଉଦି ଆରବର ଏହି ସହଯୋଗ ଭାରତର ''ଶକ୍ତି ସୁରକ୍ଷା''କୁ ସୁଦୃଢ଼ କରିବ ଓ ଦେଶରେ ସମ୍ଭାବ୍ୟ ତୈଳ ସଙ୍କଟ କିମ୍ବା ଦରବୃଦ୍ଧିକୁ ରୋକିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।
What's Your Reaction?



