ଦୂର ହେବ ଏଲ୍ପିଜି ସଙ୍କଟ ! କମର୍ସିଆଲ୍ ଗ୍ୟାସ୍ ବିତରଣ ପାଇଁ ପ୍ରକ୍ରିୟା ଆରମ୍ଭ
କନକ ବ୍ୟୁରୋ : ରାଜ୍ୟରେ ବିଭିନ୍ନ ସ୍ଥାନରୁ ଗ୍ୟାସ ସଂକଟ ଖବର ଆସୁଛି । ଏହାରି ଭିତରେ ସମସ୍ତଙ୍କୁ ଆଶ୍ୱସ୍ତ କରି ଓଡ଼ିଶାରେ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ମହଜୁଦ ଅଛି ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ । ହେଲେ, ଗ୍ରାଉଣ୍ଡ ରିଏଲିଟି କିଛି ଭିନ୍ନ କଥା କହୁଛି । ଗତ କିଛି ଦିନ ଧରି ଲାଗି ରହିଛି ଏଲପିଜି ଗ୍ୟାସ ସଙ୍କଟ । କମର୍ସିଆଲ ଗ୍ୟାସ ବିତରଣ ବନ୍ଦ ହେବାରୁ ହୋଟେଲ ବ୍ୟବସାୟ ଉପରେ ପଡିଛି ଜୋରଦାର ପ୍ରଭାବ । ଛୋଟ ଛୋଟ ହୋଟେଲ ବ୍ୟବସାୟ ବନ୍ଦ ହୋଇଯାଇଥିବା ବେଳେ କିଛି ଦୋକାନୀ ଖାଦ୍ୟ ଦର ବଢାଇଦେଇଛନ୍ତି । ଏହି ସମସ୍ୟାର ସମାଧାନ ପାଇଁ ଯୋଜନା କରିଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର । କମର୍ସିଆଲ୍ ଗ୍ୟାସ୍ ବଣ୍ଟନ ୨୦ ପ୍ରତିଶତ ରହିଥିବା ବେଳେ, ବର୍ତ୍ତମାନ କେନ୍ଦ୍ର ସରକାର ଆଉ ୨୦ ପ୍ରତିଶତ ମଞ୍ଜୁର କରିଛନ୍ତି । ଏହା ଫଳରେ ବିଶେଷକରି ରେଷ୍ଟୁରାଣ୍ଟ ଓ ହୋଟେଲ ବ୍ୟବସାୟୀମାନଙ୍କ ସମସ୍ୟା ଦୂର ହେବ । ଆଉ ୧୦ ପ୍ରତିଶତ ବଢ଼ାଇବା ପାଇଁ ଆଲୋଚନା ଚାଲିଛି । ଶୀଘ୍ର କମର୍ସିଆଲ ଗ୍ୟାସ ଆବଶ୍ୟକତାର ପ୍ରାୟ ୫୦ ପ୍ରତିଶତ ପୂରଣ ହେବ ବୋଲି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ । ଅଧିକ ପଢ଼ନ୍ତୁ : ନରମିଲେ ଟ୍ରମ୍ପ, ସରିବ ଯୁଦ୍ଧ ? ଭୟଭୀତ ନହେବାକୁ ମୋଦୀଙ୍କ ପରାମର୍ଶ ଅନ୍ୟପଟେ ସାଧାରଣ ଗ୍ରାହକଙ୍କ ପାଇଁ ଘରୋଇ ଗ୍ୟାସ ବଣ୍ଟନରେ ସମସ୍ୟା ହେଉନାହିଁ ବୋଲି ମନ୍ତ୍ରୀ କହିଥିବାବେଳେ ବାସ୍ତବ ଚିତ୍ର କିଛି ଭିନ୍ନ । ଗ୍ୟାସ ଏଜେନ୍ସି ପାଖରେ ପୂର୍ବ ଭଳି ଭିଡ଼ ନଥିଲେ ବି ଏବେବି ସମ୍ପୂର୍ଣ୍ଣ ସମସ୍ୟାର ସମାଧାନ ହୋଇପାରିନାହିଁ । ଗ୍ୟାସ ବୁକିଂ କରିବାର ବହୁ ଦିନ ପର୍ଯ୍ୟନ୍ତ ସିଲିଣ୍ଡର ହୋମ ଡେଲିଭରି ହେଉନଥିବାରୁ ଗ୍ରାହକ ଏଜେନ୍ସି ଆସୁଛନ୍ତି । କିଛି ଗ୍ରାହକ ଖାଲି ସିଲିଣ୍ଡର ଧରି ଏଜେନ୍ସି ପାଖକୁ ଆସି ନେଉଛନ୍ତି ତ ଆଉ କାହାକୁ ଡିପୋ ଯାଇ ଗ୍ୟାସ ନେବାକୁ କୁହାଯାଉଛି । ଅନେକ ଗ୍ରାହକ ନିଜ ଗ୍ୟାସ ଯନ୍ତ୍ରଣା କଥା ଆମ କ୍ୟାମେରା ସାମ୍ନାରେ କହିଛନ୍ତି । ରାଜ୍ୟରେ ଏଲପିଜି ଗ୍ୟାସ ମହଜୁଦ ଅଛି, ବିଚଳିତ ନହେବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ଯୋଗାଣ ମନ୍ତ୍ରୀ ।

କନକ ବ୍ୟୁରୋ : ରାଜ୍ୟରେ ବିଭିନ୍ନ ସ୍ଥାନରୁ ଗ୍ୟାସ ସଂକଟ ଖବର ଆସୁଛି । ଏହାରି ଭିତରେ ସମସ୍ତଙ୍କୁ ଆଶ୍ୱସ୍ତ କରି ଓଡ଼ିଶାରେ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ମହଜୁଦ ଅଛି ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ । ହେଲେ, ଗ୍ରାଉଣ୍ଡ ରିଏଲିଟି କିଛି ଭିନ୍ନ କଥା କହୁଛି ।
ଗତ କିଛି ଦିନ ଧରି ଲାଗି ରହିଛି ଏଲପିଜି ଗ୍ୟାସ ସଙ୍କଟ । କମର୍ସିଆଲ ଗ୍ୟାସ ବିତରଣ ବନ୍ଦ ହେବାରୁ ହୋଟେଲ ବ୍ୟବସାୟ ଉପରେ ପଡିଛି ଜୋରଦାର ପ୍ରଭାବ । ଛୋଟ ଛୋଟ ହୋଟେଲ ବ୍ୟବସାୟ ବନ୍ଦ ହୋଇଯାଇଥିବା ବେଳେ କିଛି ଦୋକାନୀ ଖାଦ୍ୟ ଦର ବଢାଇଦେଇଛନ୍ତି । ଏହି ସମସ୍ୟାର ସମାଧାନ ପାଇଁ ଯୋଜନା କରିଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର । କମର୍ସିଆଲ୍ ଗ୍ୟାସ୍ ବଣ୍ଟନ ୨୦ ପ୍ରତିଶତ ରହିଥିବା ବେଳେ, ବର୍ତ୍ତମାନ କେନ୍ଦ୍ର ସରକାର ଆଉ ୨୦ ପ୍ରତିଶତ ମଞ୍ଜୁର କରିଛନ୍ତି । ଏହା ଫଳରେ ବିଶେଷକରି ରେଷ୍ଟୁରାଣ୍ଟ ଓ ହୋଟେଲ ବ୍ୟବସାୟୀମାନଙ୍କ ସମସ୍ୟା ଦୂର ହେବ । ଆଉ ୧୦ ପ୍ରତିଶତ ବଢ଼ାଇବା ପାଇଁ ଆଲୋଚନା ଚାଲିଛି । ଶୀଘ୍ର କମର୍ସିଆଲ ଗ୍ୟାସ ଆବଶ୍ୟକତାର ପ୍ରାୟ ୫୦ ପ୍ରତିଶତ ପୂରଣ ହେବ ବୋଲି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ।
ଅଧିକ ପଢ଼ନ୍ତୁ : ନରମିଲେ ଟ୍ରମ୍ପ, ସରିବ ଯୁଦ୍ଧ ? ଭୟଭୀତ ନହେବାକୁ ମୋଦୀଙ୍କ ପରାମର୍ଶ
ଅନ୍ୟପଟେ ସାଧାରଣ ଗ୍ରାହକଙ୍କ ପାଇଁ ଘରୋଇ ଗ୍ୟାସ ବଣ୍ଟନରେ ସମସ୍ୟା ହେଉନାହିଁ ବୋଲି ମନ୍ତ୍ରୀ କହିଥିବାବେଳେ ବାସ୍ତବ ଚିତ୍ର କିଛି ଭିନ୍ନ । ଗ୍ୟାସ ଏଜେନ୍ସି ପାଖରେ ପୂର୍ବ ଭଳି ଭିଡ଼ ନଥିଲେ ବି ଏବେବି ସମ୍ପୂର୍ଣ୍ଣ ସମସ୍ୟାର ସମାଧାନ ହୋଇପାରିନାହିଁ । ଗ୍ୟାସ ବୁକିଂ କରିବାର ବହୁ ଦିନ ପର୍ଯ୍ୟନ୍ତ ସିଲିଣ୍ଡର ହୋମ ଡେଲିଭରି ହେଉନଥିବାରୁ ଗ୍ରାହକ ଏଜେନ୍ସି ଆସୁଛନ୍ତି । କିଛି ଗ୍ରାହକ ଖାଲି ସିଲିଣ୍ଡର ଧରି ଏଜେନ୍ସି ପାଖକୁ ଆସି ନେଉଛନ୍ତି ତ ଆଉ କାହାକୁ ଡିପୋ ଯାଇ ଗ୍ୟାସ ନେବାକୁ କୁହାଯାଉଛି । ଅନେକ ଗ୍ରାହକ ନିଜ ଗ୍ୟାସ ଯନ୍ତ୍ରଣା କଥା ଆମ କ୍ୟାମେରା ସାମ୍ନାରେ କହିଛନ୍ତି ।
ରାଜ୍ୟରେ ଏଲପିଜି ଗ୍ୟାସ ମହଜୁଦ ଅଛି, ବିଚଳିତ ନହେବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ଯୋଗାଣ ମନ୍ତ୍ରୀ ।
What's Your Reaction?



