ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ, ଶିଶୁଙ୍କ ସମେତ ୬ ମୃତ
କନକବ୍ୟୁରୋ : ରାଜଧାନୀ ଦିଲ୍ଲୀର ପାଲମ ଅଞ୍ଚଳରେ ବୁଧବାର ଏକ ହୃଦୟବିଦାରକ ଘଟଣା ଘଟିଯାଇଛି। ରାମଫଲ ଚୌକ ନିକଟସ୍ଥ ଏକ ପାଞ୍ଚ ମହଲା କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଶିଶୁଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ, ଏହାକୁ ଆୟତ୍ତ କରିବା ପାଇଁ ୩୦ଟି ଦମକଳ ଗାଡ଼ିକୁ ନିୟୋଜିତ କରିବାକୁ ପଡ଼ିଥିଲା। ମୃତ୍ୟୁକୁ ମାତ୍ ଦେଲେ ପବିତ୍ର : ICU ଅଗ୍ନିକାଣ୍ଡରୁ ଚମତ୍କାରିକ ଉଦ୍ଧାର ସୂଚନା ଅନୁସାରେ, ଉଦ୍ଧାରକାରୀ ଦଳ କୋଠା ଭିତରୁ ମୋଟ ୧୦ ଜଣଙ୍କୁ ବାହାର କରିଥିଲେ। ଦୁର୍ଭାଗ୍ୟବଶତଃ, ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ଉଦ୍ଧାର ହୋଇଥିବା ଅନ୍ୟମାନଙ୍କ ମଧ୍ୟରେ ୩ ଜଣ ଶିଶୁ ଅଛନ୍ତି, ଯେଉଁମାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତ୍ୟୁ ସଂଖ୍ୟା ଆଗକୁ ଆହୁରି ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି । ଅଗ୍ନିକାଣ୍ଡ ଘଟିଥିବା କୋଠାରେ ପ୍ରାୟ ୨୨ ଜଣିଆ ଏକ ବଡ଼ ଯୌଥ ପରିବାର ରହୁଥିଲେ । ତେବେ ଭାଗ୍ୟବଶତଃ ପରିବାରର ୧୦ ରୁ ୧୨ ଜଣ ସଦସ୍ୟ ଗୋଆ ଭ୍ରମଣରେ ଯାଇଥିଲେ। ଯେଉଁମାନେ ଘରେ ରହିଯାଇଥିଲେ, ସେମାନେ ନିଆଁ ଓ ଧୂଆଁ ବଳୟ ମଧ୍ୟରେ ଫସି ରହିଥିଲେ। ନିଆଁ ଲାଗିବା ମାତ୍ରେ କୋଠା ଭିତରେ ଫସି ରହିଥିବା ଦୁଇ ଜଣ ବ୍ୟକ୍ତି ଆତ୍ମରକ୍ଷା ପାଇଁ ଉପର ମହଲାରୁ ତଳକୁ ଡେଇଁ ପଡ଼ିଥିଲେ। ସେମାନେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ତେବେ କୋଠାଟିର ବେସମେଣ୍ଟ, ଗ୍ରାଉଣ୍ଡ ଫ୍ଲୋର ଓ ପ୍ରଥମ ମହଲାରେ ପୋଷାକ ଓ କସମେଟିକ୍ ଦୋକାନ ଥିଲା। ଦ୍ୱିତୀୟ ଓ ତୃତୀୟ ମହଲାକୁ ଆବାସିକ ଭାବେ ବ୍ୟବହାର କରାଯାଉଥିଲା। ଦୋକାନରେ ଥିବା ପ୍ରସାଧନ ସାମଗ୍ରୀ ଓ କପଡ଼ା ଯୋଗୁଁ ନିଆଁ ଶୀଘ୍ର ବ୍ୟାପିଥିବା ଅନୁମାନ କରାଯାଉଛି। ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର ସଠିକ୍ କାରଣ ଜଣାପଡ଼ି ନାହିଁ। ଅଗ୍ନିଶମ ବାହିନୀ ନିଆଁକୁ ପ୍ରାୟତଃ ଆୟତ୍ତ କରିଥିଲେ ହେଁ, କୋଠା ଭିତରୁ ଏବେ ମଧ୍ୟ ଘନ ଧୂଆଁ ବାହାରୁଛି। ଅଗ୍ନିଶମ କର୍ମଚାରୀମାନେ ନିରନ୍ତର ପାଣି ସିଞ୍ଚନ ଜାରି ରଖିଛନ୍ତି।

କନକବ୍ୟୁରୋ : ରାଜଧାନୀ ଦିଲ୍ଲୀର ପାଲମ ଅଞ୍ଚଳରେ ବୁଧବାର ଏକ ହୃଦୟବିଦାରକ ଘଟଣା ଘଟିଯାଇଛି। ରାମଫଲ ଚୌକ ନିକଟସ୍ଥ ଏକ ପାଞ୍ଚ ମହଲା କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଶିଶୁଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ, ଏହାକୁ ଆୟତ୍ତ କରିବା ପାଇଁ ୩୦ଟି ଦମକଳ ଗାଡ଼ିକୁ ନିୟୋଜିତ କରିବାକୁ ପଡ଼ିଥିଲା।
ମୃତ୍ୟୁକୁ ମାତ୍ ଦେଲେ ପବିତ୍ର : ICU ଅଗ୍ନିକାଣ୍ଡରୁ ଚମତ୍କାରିକ ଉଦ୍ଧାର
ସୂଚନା ଅନୁସାରେ, ଉଦ୍ଧାରକାରୀ ଦଳ କୋଠା ଭିତରୁ ମୋଟ ୧୦ ଜଣଙ୍କୁ ବାହାର କରିଥିଲେ। ଦୁର୍ଭାଗ୍ୟବଶତଃ, ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ଉଦ୍ଧାର ହୋଇଥିବା ଅନ୍ୟମାନଙ୍କ ମଧ୍ୟରେ ୩ ଜଣ ଶିଶୁ ଅଛନ୍ତି, ଯେଉଁମାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତ୍ୟୁ ସଂଖ୍ୟା ଆଗକୁ ଆହୁରି ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି ।
ଅଗ୍ନିକାଣ୍ଡ ଘଟିଥିବା କୋଠାରେ ପ୍ରାୟ ୨୨ ଜଣିଆ ଏକ ବଡ଼ ଯୌଥ ପରିବାର ରହୁଥିଲେ ।
ତେବେ ଭାଗ୍ୟବଶତଃ ପରିବାରର ୧୦ ରୁ ୧୨ ଜଣ ସଦସ୍ୟ ଗୋଆ ଭ୍ରମଣରେ ଯାଇଥିଲେ। ଯେଉଁମାନେ ଘରେ ରହିଯାଇଥିଲେ, ସେମାନେ ନିଆଁ ଓ ଧୂଆଁ ବଳୟ ମଧ୍ୟରେ ଫସି ରହିଥିଲେ। ନିଆଁ ଲାଗିବା ମାତ୍ରେ କୋଠା ଭିତରେ ଫସି ରହିଥିବା ଦୁଇ ଜଣ ବ୍ୟକ୍ତି ଆତ୍ମରକ୍ଷା ପାଇଁ ଉପର ମହଲାରୁ ତଳକୁ ଡେଇଁ ପଡ଼ିଥିଲେ। ସେମାନେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।
ତେବେ କୋଠାଟିର ବେସମେଣ୍ଟ, ଗ୍ରାଉଣ୍ଡ ଫ୍ଲୋର ଓ ପ୍ରଥମ ମହଲାରେ ପୋଷାକ ଓ କସମେଟିକ୍ ଦୋକାନ ଥିଲା। ଦ୍ୱିତୀୟ ଓ ତୃତୀୟ ମହଲାକୁ ଆବାସିକ ଭାବେ ବ୍ୟବହାର କରାଯାଉଥିଲା। ଦୋକାନରେ ଥିବା ପ୍ରସାଧନ ସାମଗ୍ରୀ ଓ କପଡ଼ା ଯୋଗୁଁ ନିଆଁ ଶୀଘ୍ର ବ୍ୟାପିଥିବା ଅନୁମାନ କରାଯାଉଛି। ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର ସଠିକ୍ କାରଣ ଜଣାପଡ଼ି ନାହିଁ। ଅଗ୍ନିଶମ ବାହିନୀ ନିଆଁକୁ ପ୍ରାୟତଃ ଆୟତ୍ତ କରିଥିଲେ ହେଁ, କୋଠା ଭିତରୁ ଏବେ ମଧ୍ୟ ଘନ ଧୂଆଁ ବାହାରୁଛି। ଅଗ୍ନିଶମ କର୍ମଚାରୀମାନେ ନିରନ୍ତର ପାଣି ସିଞ୍ଚନ ଜାରି ରଖିଛନ୍ତି।
What's Your Reaction?



