ମ୍ୟାଚ୍ ମଝିରେ ବାଧ୍ୟରେ ବ୍ୟାଟ୍ ବଦଳାଇଲେ ତିୱାତିଆ
କନକ ବ୍ୟୁରୋ: ଚଳିତ ଆଇପିଏଲ୍ର ଚତୁର୍ଥ ମ୍ୟାଚ୍ ମଝିରେ ଗୁଜରାଟ ଟାଇଟନ୍ସ ବ୍ୟାଟର୍ ରାହୁଲ ତିୱାତିଆଙ୍କୁ ବାଧ୍ୟରେ ବ୍ୟାଟ୍ ବଦଳାଇବାକୁ ପଡ଼ିଛି । ଏଠାରେ ଖେଳାଯାଇଥିବା ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚ୍ର ୧୮ତମ ଓଭରରେ ୱାସିଂଟନ୍ ସୁନ୍ଦର ଆଉଟ୍ ପରେ ବ୍ୟାଟିଂକୁ ଆସିଥିଲେ ତିୱାତିଆ । ସେ ଗାର୍ଡ ନେବାକୁ ଯାଉଥିଲା ବେଳେ ଫିଲ୍ଡ ଅମ୍ପାୟାର ତାଙ୍କ ବ୍ୟାଟ୍ର ମାପକୁ ନେଇ ସନ୍ଦେହ କରିଥିଲେ । ଏଥିପାଇଁ ବ୍ୟାଟ୍ର ପରୀକ୍ଷା କରାଇଥିଲେ । ବ୍ୟାଟ୍ର ଚଉଡ଼ା ନିୟମଠୁ ଅଧିକ ରହିଥିଲା । ଫଳରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଥିଲା । ବ୍ୟାଟିଂ କରିବା ପୂର୍ବରୁ ତାଙ୍କୁ ବ୍ୟାଟ୍ ବଦଳାଇବାକୁ କୁହାଯାଇଥିଲା । ଏହାକୁ ନେଇ କିଛି ସମୟ ପଡ଼ିଆ ଭିତରେ ନାଟକୀୟ ପରିସ୍ଥିତି ଦେଖିବାକୁ ମିଳିଥିଲା । ଶେଷରେ ବ୍ୟାଟ୍ ବଦଳାଇ ତିୱାତିଆ ବ୍ୟାଟିଂ କରିଥିଲେ । ସେ ୧୦ ବଲ୍ରୁ ୧୧* ରନ୍ କରିଥିଲା ବେଳେ ତାଙ୍କ ଦଳ ୧୬୨/୬ କରିପାରିଥିଲା । ଗୁଜରାଟ ଦଳ କଡ଼ା ସଂଘର୍ଷ କରିଥିଲେ ମଧ୍ୟ ପଞ୍ଜାବ କିଙ୍ଗ୍ସ ମ୍ୟାଚ୍କୁ ୩ ୱିକେଟ୍ରେ ଜିତି ନେଇଥିଲା । ଏହା ବି ପଢ଼ନ୍ତୁ: ଆୟରଙ୍କୁ ୧୨ ଲକ୍ଷ ଟଙ୍କା ଜରିମାନା, ଭାରି ପଡ଼ିଲା ଧିମା ବୋଲିଂ

କନକ ବ୍ୟୁରୋ: ଚଳିତ ଆଇପିଏଲ୍ର ଚତୁର୍ଥ ମ୍ୟାଚ୍ ମଝିରେ ଗୁଜରାଟ ଟାଇଟନ୍ସ ବ୍ୟାଟର୍ ରାହୁଲ ତିୱାତିଆଙ୍କୁ ବାଧ୍ୟରେ ବ୍ୟାଟ୍ ବଦଳାଇବାକୁ ପଡ଼ିଛି । ଏଠାରେ ଖେଳାଯାଇଥିବା ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚ୍ର ୧୮ତମ ଓଭରରେ ୱାସିଂଟନ୍ ସୁନ୍ଦର ଆଉଟ୍ ପରେ ବ୍ୟାଟିଂକୁ ଆସିଥିଲେ ତିୱାତିଆ । ସେ ଗାର୍ଡ ନେବାକୁ ଯାଉଥିଲା ବେଳେ ଫିଲ୍ଡ ଅମ୍ପାୟାର ତାଙ୍କ ବ୍ୟାଟ୍ର ମାପକୁ ନେଇ ସନ୍ଦେହ କରିଥିଲେ । ଏଥିପାଇଁ ବ୍ୟାଟ୍ର ପରୀକ୍ଷା କରାଇଥିଲେ । ବ୍ୟାଟ୍ର ଚଉଡ଼ା ନିୟମଠୁ ଅଧିକ ରହିଥିଲା । ଫଳରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଥିଲା । ବ୍ୟାଟିଂ କରିବା ପୂର୍ବରୁ ତାଙ୍କୁ ବ୍ୟାଟ୍ ବଦଳାଇବାକୁ କୁହାଯାଇଥିଲା । ଏହାକୁ ନେଇ କିଛି ସମୟ ପଡ଼ିଆ ଭିତରେ ନାଟକୀୟ ପରିସ୍ଥିତି ଦେଖିବାକୁ ମିଳିଥିଲା । ଶେଷରେ ବ୍ୟାଟ୍ ବଦଳାଇ ତିୱାତିଆ ବ୍ୟାଟିଂ କରିଥିଲେ । ସେ ୧୦ ବଲ୍ରୁ ୧୧* ରନ୍ କରିଥିଲା ବେଳେ ତାଙ୍କ ଦଳ ୧୬୨/୬ କରିପାରିଥିଲା । ଗୁଜରାଟ ଦଳ କଡ଼ା ସଂଘର୍ଷ କରିଥିଲେ ମଧ୍ୟ ପଞ୍ଜାବ କିଙ୍ଗ୍ସ ମ୍ୟାଚ୍କୁ ୩ ୱିକେଟ୍ରେ ଜିତି ନେଇଥିଲା ।
ଏହା ବି ପଢ଼ନ୍ତୁ: ଆୟରଙ୍କୁ ୧୨ ଲକ୍ଷ ଟଙ୍କା ଜରିମାନା, ଭାରି ପଡ଼ିଲା ଧିମା ବୋଲିଂ
What's Your Reaction?



