RCBକୁ ଟେନ୍‌ସନ୍‌: ମ୍ୟାଚ୍‌ ଖେଳି ନପାରନ୍ତି ଏହି ଷ୍ଟାର ଖେଳାଳି, ଏବେ ଫିଜିଓଙ୍କ କ୍ଲିୟରାନ୍ସକୁ ଅପେକ୍ଷା

କନକ ବ୍ୟୁରୋ: ଆଇପିଏଲ୍ ୨୦୨୬ ଆରମ୍ଭ ହେବା ପୂର୍ବରୁ ଡିଫେଣ୍ଡିଂ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପାଇଁ ଖବର ସାମ୍ନାକୁ ଆସିଛି ଏକ ବଡ଼ ଚିନ୍ତାଜନକ । ଗତ ସିଜନରେ ଦଳକୁ ପ୍ରଥମ ଥର ପାଇଁ ଟାଇଟଲ୍ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଷ୍ଟାର୍ ଫାଷ୍ଟ ବୋଲର ଆଗାମୀ ସିଜନର କିଛି ପ୍ରାରମ୍ଭିକ ମ୍ୟାଚ୍ ମିସ୍ କରିପାରନ୍ତି ।ଏକ ସ୍ପୋର୍ଟସର ରିପୋର୍ଟ ଅନୁସାରେ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଏହି ଷ୍ଟାର୍ ବୋଲର ଆହତ ସମସ୍ୟାରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି । ତେଣୁ ଆଇପିଏଲ୍ ୨୦୨୬ର ପ୍ରାରମ୍ଭିକ ଦୁଇଟି ମ୍ୟାଚ୍ ମିସ୍ କରିପାରନ୍ତି ଏବଂ ଏପ୍ରିଲ୍ ୧୧ ପୂର୍ବରୁ ସେ ମୈଦାନକୁ ଓହ୍ଲାଇବା ସମ୍ଭବ ପରି ମନେ ହେଉନାହିଁ । ଏହି ରିପୋର୍ଟରେ କୁହାଯାଇଛି ଯେ, ଜୋଶ୍‌ ହେଜଲଉଡ୍ ଏବଂ ହାଇଦ୍ରାବାଦ ଦଳର ପ୍ୟାଟ୍ କମିନ୍ସ ଉଭୟ ଏବେ ରିହ୍ୟାବ୍ ପ୍ରକ୍ରିୟା ଦେଇ ଗତି କରୁଛନ୍ତି । ଫିଜିଓଙ୍କଠାରୁ ଫିଟନେସ୍ ମଞ୍ଜୁରୀ ମିଳିବା ପରେ ହିଁ ସେମାନେ ଭାରତ ଅଭିମୁଖେ ଯାତ୍ରା କରିବେ, ତେଣୁ ଟୁର୍ଣ୍ଣାମେଣ୍ଟର ପ୍ରଥମ କିଛି ମ୍ୟାଚ୍ ପାଇଁ ଦୁଇ ଷ୍ଟାର ଫାଷ୍ଟ ବୋଲର ଉପଲବ୍ଧ ହୋଇପାରିବେ ନାହିଁ, ଯଦିଓ ପରବର୍ତ୍ତୀ ସମୟରେ ସେମାନେ ନିଜ ନିଜ ଦଳ ସହ ଯୋଗଦେବାର ସମ୍ପୂର୍ଣ୍ଣ ଆଶା ରହିଛି । ଏହା ବି ପଢ଼ନ୍ତୁ: କୋଟିପତିଙ୍କ ସିକ୍ରେଟ୍ ଠିକଣା : ଏହି ସହରକୁ ପସନ୍ଦ କରନ୍ତି ଧନୀ ଲୋକ , ଯୁଆଡ଼େ ଦେଖିବ ଖାଲି ବଙ୍ଗଳା ହିଁ ବଙ୍ଗଳାରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଟାଇଟଲ୍ ବିଜୟରେ ଜୋଶ୍ ହେଜଲଉଡ୍‌ଙ୍କ ବଡ଼ ଅବଦାନ ରହିଥିଲା । ୨୦୨୫ ସିଜନରେ ସେ ସର୍ବାଧିକ ୱିକେଟ୍‌ ଦଖଲ କରିଥିବା  ବୋଲରଙ୍କ ତାଲିକାରେ ତୃତୀୟ ସ୍ଥାନରେ ରହିଥିଲେ । ସେ ମାତ୍ର ୧୨ଟି ମ୍ୟାଚ୍‌ରେ ବୋଲିଂ କରି ୧୭.୫୪ ହାରରେ ମୋଟ୍ ୨୨ଟି ୱିକେଟ ନିଜ ନାମରେ କରିଥିଲେ । ସେହି ସିଜନରେ ତାଙ୍କର ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ ଥିଲା ୩୩ ରନ୍ ଦେଇ ୪ଟି ୱିକେଟ୍‌ । ପ୍ରତି ଓଭରରେ ପ୍ରାୟ ୮.୭୭ ରନ୍ ଦେଇ ସେ ବେଙ୍ଗାଲୁରୁ ପାଇଁ ଜଣେ 'ମ୍ୟାଚ୍ ୱିନର୍' ସାବ୍ୟସ୍ତ ହୋଇଥିଲେ । ଆଇପିଏଲ୍‌ରେ ଜୋଶ୍ ହେଜଲଉଡ୍‌ଙ୍କ ଟ୍ରାକ୍ ରେକର୍ଡ ବେଶ୍ ପ୍ରଭାବଶାଳୀ ରହିଛି । ସେ ଏପର୍ଯ୍ୟନ୍ତ ମୋଟ୍ ୩୯ଟି ମ୍ୟାଚ୍ ଖେଳିଥିବା ବେଳେ ଏହାର ୩୯ଟି ଯାକ ଇନିଂସରେ ବୋଲିଂ କରି ୨୦.୯୮ ହାରରେ ମୋଟ୍ ୫୭ଟି ୱିକେଟ୍ ହାସଲ କରିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟରେ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ରହିଛି ୨୫ ରନ୍ ଦେଇ ୪ଟି ୱିକେଟ୍ । ଏଥିସହିତ ସେ ୮.୨୭ ଇକୋନୋମିରେ ବୋଲିଂ କରି ରନ୍ ଗତିକୁ ନିୟନ୍ତ୍ରଣ କରିବାରେ ମଧ୍ୟ ସଫଳ ହୋଇଥିଲେ । ଜୋଶ୍ ହେଜଲଉଡ୍ ଗତ କିଛି ମାସ ଧରି ହ୍ୟାମଷ୍ଟ୍ରିଙ୍ଗ୍ ବା ମାଂସପେଶୀ ଜନିତ ଆହତ ସମସ୍ୟା ଦେଇ ଗତି କରୁଛନ୍ତି । ସୂଚନା ଅନୁସାରେ, ସେ ନଭେମ୍ବର ୨୦୨୫ରୁ କୌଣସି ପ୍ରତିଯୋଗିତାମୂଳକ କ୍ରିକେଟ୍ ଖେଳିନାହାନ୍ତି । ଏହି ଆହତ ସମସ୍ୟା କାରଣରୁ ସେ ଆସେସ୍ ସିରିଜ୍ ଏବଂ ଟି-୨୦ ବିଶ୍ୱକପ୍ ୨୦୨୬ ମଧ୍ୟ ମିସ୍ କରିଥିଲେ । ଏବେ ସେ 'କ୍ରିକେଟ୍ ଅଷ୍ଟ୍ରେଲିଆ'ର ମେଡିକାଲ୍ ଟିମ୍‌ର ତତ୍ତ୍ୱାବଧାନରେ ଅଛନ୍ତି ଏବଂ ଫିଜିଓଙ୍କ କ୍ଲିୟରାନ୍ସ ପାଇଁ ଅପେକ୍ଷା କରିଛନ୍ତି ।

Mar 18, 2026 - 19:36
 0  2
RCBକୁ ଟେନ୍‌ସନ୍‌: ମ୍ୟାଚ୍‌ ଖେଳି ନପାରନ୍ତି ଏହି ଷ୍ଟାର ଖେଳାଳି, ଏବେ ଫିଜିଓଙ୍କ କ୍ଲିୟରାନ୍ସକୁ ଅପେକ୍ଷା

କନକ ବ୍ୟୁରୋ: ଆଇପିଏଲ୍ ୨୦୨୬ ଆରମ୍ଭ ହେବା ପୂର୍ବରୁ ଡିଫେଣ୍ଡିଂ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପାଇଁ ଖବର ସାମ୍ନାକୁ ଆସିଛି ଏକ ବଡ଼ ଚିନ୍ତାଜନକ । ଗତ ସିଜନରେ ଦଳକୁ ପ୍ରଥମ ଥର ପାଇଁ ଟାଇଟଲ୍ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଷ୍ଟାର୍ ଫାଷ୍ଟ ବୋଲର ଆଗାମୀ ସିଜନର କିଛି ପ୍ରାରମ୍ଭିକ ମ୍ୟାଚ୍ ମିସ୍ କରିପାରନ୍ତି ।
ଏକ ସ୍ପୋର୍ଟସର ରିପୋର୍ଟ ଅନୁସାରେ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଏହି ଷ୍ଟାର୍ ବୋଲର ଆହତ ସମସ୍ୟାରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି । ତେଣୁ ଆଇପିଏଲ୍ ୨୦୨୬ର ପ୍ରାରମ୍ଭିକ ଦୁଇଟି ମ୍ୟାଚ୍ ମିସ୍ କରିପାରନ୍ତି ଏବଂ ଏପ୍ରିଲ୍ ୧୧ ପୂର୍ବରୁ ସେ ମୈଦାନକୁ ଓହ୍ଲାଇବା ସମ୍ଭବ ପରି ମନେ ହେଉନାହିଁ । ଏହି ରିପୋର୍ଟରେ କୁହାଯାଇଛି ଯେ, ଜୋଶ୍‌ ହେଜଲଉଡ୍ ଏବଂ ହାଇଦ୍ରାବାଦ ଦଳର ପ୍ୟାଟ୍ କମିନ୍ସ ଉଭୟ ଏବେ ରିହ୍ୟାବ୍ ପ୍ରକ୍ରିୟା ଦେଇ ଗତି କରୁଛନ୍ତି । ଫିଜିଓଙ୍କଠାରୁ ଫିଟନେସ୍ ମଞ୍ଜୁରୀ ମିଳିବା ପରେ ହିଁ ସେମାନେ ଭାରତ ଅଭିମୁଖେ ଯାତ୍ରା କରିବେ, ତେଣୁ ଟୁର୍ଣ୍ଣାମେଣ୍ଟର ପ୍ରଥମ କିଛି ମ୍ୟାଚ୍ ପାଇଁ ଦୁଇ ଷ୍ଟାର ଫାଷ୍ଟ ବୋଲର ଉପଲବ୍ଧ ହୋଇପାରିବେ ନାହିଁ, ଯଦିଓ ପରବର୍ତ୍ତୀ ସମୟରେ ସେମାନେ ନିଜ ନିଜ ଦଳ ସହ ଯୋଗଦେବାର ସମ୍ପୂର୍ଣ୍ଣ ଆଶା ରହିଛି ।

ଏହା ବି ପଢ଼ନ୍ତୁ: କୋଟିପତିଙ୍କ ସିକ୍ରେଟ୍ ଠିକଣା : ଏହି ସହରକୁ ପସନ୍ଦ କରନ୍ତି ଧନୀ ଲୋକ , ଯୁଆଡ଼େ ଦେଖିବ ଖାଲି ବଙ୍ଗଳା ହିଁ ବଙ୍ଗଳା
ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଟାଇଟଲ୍ ବିଜୟରେ ଜୋଶ୍ ହେଜଲଉଡ୍‌ଙ୍କ ବଡ଼ ଅବଦାନ ରହିଥିଲା । ୨୦୨୫ ସିଜନରେ ସେ ସର୍ବାଧିକ ୱିକେଟ୍‌ ଦଖଲ କରିଥିବା  ବୋଲରଙ୍କ ତାଲିକାରେ ତୃତୀୟ ସ୍ଥାନରେ ରହିଥିଲେ । ସେ ମାତ୍ର ୧୨ଟି ମ୍ୟାଚ୍‌ରେ ବୋଲିଂ କରି ୧୭.୫୪ ହାରରେ ମୋଟ୍ ୨୨ଟି ୱିକେଟ ନିଜ ନାମରେ କରିଥିଲେ । ସେହି ସିଜନରେ ତାଙ୍କର ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ ଥିଲା ୩୩ ରନ୍ ଦେଇ ୪ଟି ୱିକେଟ୍‌ । ପ୍ରତି ଓଭରରେ ପ୍ରାୟ ୮.୭୭ ରନ୍ ଦେଇ ସେ ବେଙ୍ଗାଲୁରୁ ପାଇଁ ଜଣେ 'ମ୍ୟାଚ୍ ୱିନର୍' ସାବ୍ୟସ୍ତ ହୋଇଥିଲେ ।

ଆଇପିଏଲ୍‌ରେ ଜୋଶ୍ ହେଜଲଉଡ୍‌ଙ୍କ ଟ୍ରାକ୍ ରେକର୍ଡ ବେଶ୍ ପ୍ରଭାବଶାଳୀ ରହିଛି । ସେ ଏପର୍ଯ୍ୟନ୍ତ ମୋଟ୍ ୩୯ଟି ମ୍ୟାଚ୍ ଖେଳିଥିବା ବେଳେ ଏହାର ୩୯ଟି ଯାକ ଇନିଂସରେ ବୋଲିଂ କରି ୨୦.୯୮ ହାରରେ ମୋଟ୍ ୫୭ଟି ୱିକେଟ୍ ହାସଲ କରିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟରେ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ରହିଛି ୨୫ ରନ୍ ଦେଇ ୪ଟି ୱିକେଟ୍ । ଏଥିସହିତ ସେ ୮.୨୭ ଇକୋନୋମିରେ ବୋଲିଂ କରି ରନ୍ ଗତିକୁ ନିୟନ୍ତ୍ରଣ କରିବାରେ ମଧ୍ୟ ସଫଳ ହୋଇଥିଲେ ।

ଜୋଶ୍ ହେଜଲଉଡ୍ ଗତ କିଛି ମାସ ଧରି ହ୍ୟାମଷ୍ଟ୍ରିଙ୍ଗ୍ ବା ମାଂସପେଶୀ ଜନିତ ଆହତ ସମସ୍ୟା ଦେଇ ଗତି କରୁଛନ୍ତି । ସୂଚନା ଅନୁସାରେ, ସେ ନଭେମ୍ବର ୨୦୨୫ରୁ କୌଣସି ପ୍ରତିଯୋଗିତାମୂଳକ କ୍ରିକେଟ୍ ଖେଳିନାହାନ୍ତି । ଏହି ଆହତ ସମସ୍ୟା କାରଣରୁ ସେ ଆସେସ୍ ସିରିଜ୍ ଏବଂ ଟି-୨୦ ବିଶ୍ୱକପ୍ ୨୦୨୬ ମଧ୍ୟ ମିସ୍ କରିଥିଲେ । ଏବେ ସେ 'କ୍ରିକେଟ୍ ଅଷ୍ଟ୍ରେଲିଆ'ର ମେଡିକାଲ୍ ଟିମ୍‌ର ତତ୍ତ୍ୱାବଧାନରେ ଅଛନ୍ତି ଏବଂ ଫିଜିଓଙ୍କ କ୍ଲିୟରାନ୍ସ ପାଇଁ ଅପେକ୍ଷା କରିଛନ୍ତି ।

What's Your Reaction?

like

dislike

love

funny

angry

sad

wow