ଫିଫା ମାନ୍ୟତାରେ ୫ ସ୍ଥାନ ଉଠିଲା ଭାରତ
କନକ ବ୍ୟୁରୋ: ଭାରତୀୟ ପୁରୁଷ ଫୁଟ୍ବଲ୍ ଦଳ ମଙ୍ଗଳବାର ଏଏଫ୍ସି ଏସୀୟ କପ୍ ୨୦୨୭ ଯୋଗ୍ୟତା ପର୍ଯ୍ୟାୟର ଶେଷ ମ୍ୟାଚ୍ରେ ହଂକଂକୁ ପରାସ୍ତ କରିଥିଲା । ଏହି ବିଜୟ ଭାରତକୁ ଫିଫା ମାନ୍ୟତାର ୫ଟି ସ୍ଥାନ ଉପରକୁ ଉଠାଇ ଦେଇଛି । ପୂର୍ବରୁ ୧୪୧ତମ ସ୍ଥାନରେ ଥିବା ଭାରତ ବୁଧବାର ପ୍ରକାଶିତ ବିଶ୍ବ ମାନ୍ୟତାରେ ୧୩୬ତମ ସ୍ଥାନରେ ପହଞ୍ଚିଛି । ଏଥିସହ ଏସିଆ ମହାଦେଶରେ ମିଆଁମାର ଓ ଲାଓସ୍ ସହ ଯୁଗ୍ମ ଭାବେ ତୃତୀୟ ସ୍ଥାନରେ ରହିଛି । ଏସୀୟ ଯୋଗ୍ୟତା ପର୍ଯ୍ୟାୟରେ ଭାରତ (୫ ପଏଣ୍ଟ୍) ନିଜ ଗ୍ରୁପ୍ରେ ଚତୁର୍ଥ ସ୍ଥାନରେ ରହିଥିଲା । ଏହା ଆଗରେ ବାଂଲାଦେଶ ସମାନ ପଏଣ୍ଟ ପାଇଥିଲେ ମଧ୍ୟ ଗୋଲ୍ ବ୍ୟବଧାନରେ ଆଗରେ ରହି ତୃତୀୟ ଏବଂ ହଂକଂ (୮ ପଏଣ୍ଟ୍) ଦ୍ବିତୀୟ ସ୍ଥାନରେ ରହିଥିଲା । ସିଙ୍ଗାପୁର (୧୪ ପଏଣ୍ଟ୍) ଶୀର୍ଷରେ ରହି ଏସୀୟ କପ୍ରେ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲା । ଏହା ବି ପଢ଼ନ୍ତୁ: କ୍ବାର୍ଟରଫାଇନାଲରେ ବିବିସିଏ, ଆଇଆଇସି

କନକ ବ୍ୟୁରୋ: ଭାରତୀୟ ପୁରୁଷ ଫୁଟ୍ବଲ୍ ଦଳ ମଙ୍ଗଳବାର ଏଏଫ୍ସି ଏସୀୟ କପ୍ ୨୦୨୭ ଯୋଗ୍ୟତା ପର୍ଯ୍ୟାୟର ଶେଷ ମ୍ୟାଚ୍ରେ ହଂକଂକୁ ପରାସ୍ତ କରିଥିଲା । ଏହି ବିଜୟ ଭାରତକୁ ଫିଫା ମାନ୍ୟତାର ୫ଟି ସ୍ଥାନ ଉପରକୁ ଉଠାଇ ଦେଇଛି । ପୂର୍ବରୁ ୧୪୧ତମ ସ୍ଥାନରେ ଥିବା ଭାରତ ବୁଧବାର ପ୍ରକାଶିତ ବିଶ୍ବ ମାନ୍ୟତାରେ ୧୩୬ତମ ସ୍ଥାନରେ ପହଞ୍ଚିଛି । ଏଥିସହ ଏସିଆ ମହାଦେଶରେ ମିଆଁମାର ଓ ଲାଓସ୍ ସହ ଯୁଗ୍ମ ଭାବେ ତୃତୀୟ ସ୍ଥାନରେ ରହିଛି । ଏସୀୟ ଯୋଗ୍ୟତା ପର୍ଯ୍ୟାୟରେ ଭାରତ (୫ ପଏଣ୍ଟ୍) ନିଜ ଗ୍ରୁପ୍ରେ ଚତୁର୍ଥ ସ୍ଥାନରେ ରହିଥିଲା । ଏହା ଆଗରେ ବାଂଲାଦେଶ ସମାନ ପଏଣ୍ଟ ପାଇଥିଲେ ମଧ୍ୟ ଗୋଲ୍ ବ୍ୟବଧାନରେ ଆଗରେ ରହି ତୃତୀୟ ଏବଂ ହଂକଂ (୮ ପଏଣ୍ଟ୍) ଦ୍ବିତୀୟ ସ୍ଥାନରେ ରହିଥିଲା । ସିଙ୍ଗାପୁର (୧୪ ପଏଣ୍ଟ୍) ଶୀର୍ଷରେ ରହି ଏସୀୟ କପ୍ରେ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲା ।
ଏହା ବି ପଢ଼ନ୍ତୁ: କ୍ବାର୍ଟରଫାଇନାଲରେ ବିବିସିଏ, ଆଇଆଇସି
What's Your Reaction?



