ଅନୁଗୁଳରେ ମହିଳା ହାବିଲଦାରଙ୍କୁ ନିର୍ଯାତନା ଘଟଣା ; ପିଟିସନ୍‌  ପରେ ତଦନ୍ତ ନିର୍ଦ୍ଦେଶ

କନକ ବ୍ୟୁରୋ : ଅନୁଗୁଳରେ ମହିଳା ହାବିଲଦାରଙ୍କୁ ଉପରିସ୍ଥ ଅଧିକାରୀଙ୍କ ନିର୍ଯାତନା ପ୍ରସଙ୍ଗ । ମହିଳା ହାବିଲଦାରଙ୍କ ପିଟିସନ ପରେ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ଅନୁଗୁଳ ଏସପି ରାହୁଲ ଜୈନ । ଜଣେ ବରିଷ୍ଠ ମହିଳା ଡିଏସପି ଏହାର ଇନକ୍ୱାରୀ କରିବେ । ଆଭ୍ୟନ୍ତରୀଣ ଅଭିଯୋଗ କମିଟିକୁ ମଧ୍ୟ ଏହାର ତଦନ୍ତ କରିବାକୁ ଦିଆଯାଇଛି । ଏହାର ରିପୋର୍ଟ ଆସିବା ପରେ ତାହା ଆଧାରରେ କାର୍ଯ୍ୟନୁଷ୍ଠାନ ନିଆଯିବ ।  ସୂଚନା ଅନୁସାରେ, ଉପରୀସ୍ଥ ଅଧିକାରୀଙ୍କ ନିର୍ଯାତନା ଅଭିଯୋଗରେ ମହିଳା ହାବିଲଦାର ଦୁଇଦିନ ତଳେ ଏସପିଙ୍କ ନିକଟକୁ ଇସ୍ତଫାପତ୍ର ଦେଇଥିଲେ । ରିଜର୍ଭ ଇନ୍ସପେକ୍ଟର ଗୋବିନ୍ଦ ମାହାରୀ ଓ ଫୋର୍ସ ରାଇଟର ଶୁଭକାନ୍ତ ସାହୁଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଥିଲେ ମହିଳା ହାବିଲଦାର ।

Apr 1, 2026 - 22:05
 0  2
ଅନୁଗୁଳରେ ମହିଳା ହାବିଲଦାରଙ୍କୁ ନିର୍ଯାତନା ଘଟଣା ; ପିଟିସନ୍‌  ପରେ ତଦନ୍ତ ନିର୍ଦ୍ଦେଶ

କନକ ବ୍ୟୁରୋ : ଅନୁଗୁଳରେ ମହିଳା ହାବିଲଦାରଙ୍କୁ ଉପରିସ୍ଥ ଅଧିକାରୀଙ୍କ ନିର୍ଯାତନା ପ୍ରସଙ୍ଗ । ମହିଳା ହାବିଲଦାରଙ୍କ ପିଟିସନ ପରେ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ଅନୁଗୁଳ ଏସପି ରାହୁଲ ଜୈନ । ଜଣେ ବରିଷ୍ଠ ମହିଳା ଡିଏସପି ଏହାର ଇନକ୍ୱାରୀ କରିବେ । ଆଭ୍ୟନ୍ତରୀଣ ଅଭିଯୋଗ କମିଟିକୁ ମଧ୍ୟ ଏହାର ତଦନ୍ତ କରିବାକୁ ଦିଆଯାଇଛି । ଏହାର ରିପୋର୍ଟ ଆସିବା ପରେ ତାହା ଆଧାରରେ କାର୍ଯ୍ୟନୁଷ୍ଠାନ ନିଆଯିବ । 

ସୂଚନା ଅନୁସାରେ, ଉପରୀସ୍ଥ ଅଧିକାରୀଙ୍କ ନିର୍ଯାତନା ଅଭିଯୋଗରେ ମହିଳା ହାବିଲଦାର ଦୁଇଦିନ ତଳେ ଏସପିଙ୍କ ନିକଟକୁ ଇସ୍ତଫାପତ୍ର ଦେଇଥିଲେ । ରିଜର୍ଭ ଇନ୍ସପେକ୍ଟର ଗୋବିନ୍ଦ ମାହାରୀ ଓ ଫୋର୍ସ ରାଇଟର ଶୁଭକାନ୍ତ ସାହୁଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଥିଲେ ମହିଳା ହାବିଲଦାର ।

What's Your Reaction?

like

dislike

love

funny

angry

sad

wow