ତାମିଲନାଡୁରେ ସରକାର ଗଢ଼ିବାକୁ ବିଜେପିର ମାଷ୍ଟରପ୍ଲାନ, ବିଜୟଙ୍କୁ ୯୦ ଆସନ ସହ ମୁଖ୍ୟମନ୍ତ୍ରୀ ପଦ ଅଫର

କନକ ବ୍ୟୁରୋ : ତାମିଲନାଡ଼ୁରେ ବିଧାନସଭା ନିର୍ବାଚନ ଆଗକୁ ଥିବାବେଳେ ବିଜେପି ଏଠାରେ କ୍ଷମତାକୁ ଆସିବାକୁ ଜୋରଦାର ପ୍ରୟାସ ଆରମ୍ଭ କରିଦେଇଛି। ବିଜେପି ଟିଭିକେ ମୁଖ୍ୟ ତଥା ଅଭିନେତା ବିଜୟଙ୍କ ସହିତ ମେଣ୍ଟ କରିବାକୁ ଲକ୍ଷ୍ୟ ରଖିଛି। ଟିଭିକେକୁ ବିଜେପି ନିଜ ସହିତ ମେଣ୍ଟ କରିବାକୁ ଅଢେଇ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ପଦ ଓ ୯୦ ଆସନରେ ଲଢିବାକୁ ପ୍ରସ୍ତାବ ଦେଇଥିବା ଟିଭିକେ ନିର୍ବାଚନ ପ୍ରଚାର ପରିଚାଳନା ଦାୟିତ୍ବରେ ଥିବା ଅଧବ ଅର୍ଜୁନ ମଙ୍ଗଳବାର ସୂଚନା ଦେଇଛନ୍ତି। ତଥାପି ବିଜୟ ଏଥିରେ ରାଜି ହୋଇନଥିବା ଅଧବ କହିଛନ୍ତି। ଅଧବ ଏକ ଜନସଭାରେ ଏହା କହିଥିଲେ ମଧ୍ୟ ବିଜେପି ପକ୍ଷରୁ ଏନେଇ କିଛି ସ୍ପଷ୍ଟ କରାଯାଇନି। ବିଜେପି ଟିଭିକେକୁ ଏନ୍‌ଡିଏରେ ସାମିଲ କରିବାକୁ ଚାହୁଛି। ତେବେ ବିଜୟ ନିରପେକ୍ଷ ତଥା ସାମାଜିକ ନ୍ୟାୟ ଆଧାରରେ ଦଳକୁ ଅଧିକ ଶକ୍ତିଶାଳୀ କରିବାକୁ ଚାହୁଁଥିବାରୁ ବିଜେପିର ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିବା ଅଧବ କହିଛନ୍ତି। ଟିଭିକେ ସମସ୍ତ ୨୩୪ ଆସନରେ ଲଢ଼ିବ ବୋଲି ବିଜୟ ଚାହୁଛନ୍ତି। ଏହାପୂର୍ବରୁ ଅଧବ ଅଭିନେତା ରଜନୀକାନ୍ତଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଅଧିକ ପଢ଼ନ୍ତୁ : ତାମିଲନାଡ଼ୁରେ ବଢ଼ୁଛି ଡିଏମକେ-କଂଗ୍ରେସ ମଧ୍ୟରେ ଦୂରତା, ହୋଇପାରୁନି ଆସନ ବୁଝାମଣା, କଂଗ୍ରେସକୁ ଷ୍ଟାଲିନଙ୍କ ଚରମବାଣୀ

Mar 18, 2026 - 19:36
 0  2
ତାମିଲନାଡୁରେ ସରକାର ଗଢ଼ିବାକୁ ବିଜେପିର ମାଷ୍ଟରପ୍ଲାନ, ବିଜୟଙ୍କୁ ୯୦ ଆସନ ସହ ମୁଖ୍ୟମନ୍ତ୍ରୀ ପଦ ଅଫର

କନକ ବ୍ୟୁରୋ : ତାମିଲନାଡ଼ୁରେ ବିଧାନସଭା ନିର୍ବାଚନ ଆଗକୁ ଥିବାବେଳେ ବିଜେପି ଏଠାରେ କ୍ଷମତାକୁ ଆସିବାକୁ ଜୋରଦାର ପ୍ରୟାସ ଆରମ୍ଭ କରିଦେଇଛି। ବିଜେପି ଟିଭିକେ ମୁଖ୍ୟ ତଥା ଅଭିନେତା ବିଜୟଙ୍କ ସହିତ ମେଣ୍ଟ କରିବାକୁ ଲକ୍ଷ୍ୟ ରଖିଛି। ଟିଭିକେକୁ ବିଜେପି ନିଜ ସହିତ ମେଣ୍ଟ କରିବାକୁ ଅଢେଇ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ପଦ ଓ ୯୦ ଆସନରେ ଲଢିବାକୁ ପ୍ରସ୍ତାବ ଦେଇଥିବା ଟିଭିକେ ନିର୍ବାଚନ ପ୍ରଚାର ପରିଚାଳନା ଦାୟିତ୍ବରେ ଥିବା ଅଧବ ଅର୍ଜୁନ ମଙ୍ଗଳବାର ସୂଚନା ଦେଇଛନ୍ତି। ତଥାପି ବିଜୟ ଏଥିରେ ରାଜି ହୋଇନଥିବା ଅଧବ କହିଛନ୍ତି। ଅଧବ ଏକ ଜନସଭାରେ ଏହା କହିଥିଲେ ମଧ୍ୟ ବିଜେପି ପକ୍ଷରୁ ଏନେଇ କିଛି ସ୍ପଷ୍ଟ କରାଯାଇନି। ବିଜେପି ଟିଭିକେକୁ ଏନ୍‌ଡିଏରେ ସାମିଲ କରିବାକୁ ଚାହୁଛି। ତେବେ ବିଜୟ ନିରପେକ୍ଷ ତଥା ସାମାଜିକ ନ୍ୟାୟ ଆଧାରରେ ଦଳକୁ ଅଧିକ ଶକ୍ତିଶାଳୀ କରିବାକୁ ଚାହୁଁଥିବାରୁ ବିଜେପିର ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିବା ଅଧବ କହିଛନ୍ତି। ଟିଭିକେ ସମସ୍ତ ୨୩୪ ଆସନରେ ଲଢ଼ିବ ବୋଲି ବିଜୟ ଚାହୁଛନ୍ତି। ଏହାପୂର୍ବରୁ ଅଧବ ଅଭିନେତା ରଜନୀକାନ୍ତଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ।

ଅଧିକ ପଢ଼ନ୍ତୁ : ତାମିଲନାଡ଼ୁରେ ବଢ଼ୁଛି ଡିଏମକେ-କଂଗ୍ରେସ ମଧ୍ୟରେ ଦୂରତା, ହୋଇପାରୁନି ଆସନ ବୁଝାମଣା, କଂଗ୍ରେସକୁ ଷ୍ଟାଲିନଙ୍କ ଚରମବାଣୀ

What's Your Reaction?

like

dislike

love

funny

angry

sad

wow