ଝାନ୍ସୀରେ ଅଧରାତିରେ ଜଳିଗଲା ବସ୍‌; ଝରକାରୁ ଡେଇଁ ଜୀବନ ବଞ୍ଚାଇଲେ ଯାତ୍ରୀ

କନକ ବ୍ୟୁରୋ : ଉତ୍ତର ପ୍ରଦେଶର ଝାନ୍ସୀରେ ଯାତ୍ରୀମାନଙ୍କୁ ନେଇ ରତଲାମ ଯାଉଥିବା ଏକ ଶତାବ୍ଦୀ ବସରେ ହଠାତ୍ ଭୟଙ୍କର ନିଆଁ ଲାଗିଯାଇଥିଲା । ଏହାଫଳରେ ସେଠାରେ ଆତଙ୍କ ଖେଳିଯାଇଥିଲା । ସୌଭାଗ୍ୟବଶତଃ, ଡ୍ରାଇଭରଙ୍କ ସତର୍କତା ଯୋଗୁଁ ବସର ଯାତ୍ରୀମାନେ ଓହ୍ଲାଇ ନିଜ ଜୀବନ ବଞ୍ଚାଇବା ସହ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । କିଛି ଯାତ୍ରୀ ବସର ଝରକାରୁ ଡେଇଁ ନିଜ ଜୀବନ ରକ୍ଷା କରିଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ବେଳକୁ ବସଟି ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଥିଲା ଏବଂ ସେଥିରେ ଥିବା ଯାତ୍ରୀଙ୍କ ସମସ୍ତ ସାମଗ୍ରୀ ମଧ୍ୟ ପୋଡ଼ି ଯାଇଥିଲା । ସୂଚନା ଅନୁଯାୟୀ, ଶତାବ୍ଦୀ ଟ୍ରାଭେଲ୍ସର ଏହି ବସଟି ଲକ୍ଷ୍ନୌରୁ ଯାତ୍ରୀମାନଙ୍କୁ ନେଇ ରତଲାମ ଯାଉଥିଲା । ବସରେ ପ୍ରାୟ ୨୫ ରୁ ୩୦ ଜଣ ଯାତ୍ରୀ ଥିଲେ । ରାତି ପ୍ରାୟ ୧:୧୫ ମିନିଟ୍‌ରେ ବସଟି ଝାନ୍ସୀରେ ପହଞ୍ଚିଥିଲା ଏବଂ ଇଲାଇଟ୍ ଛକରୁ ଦୁଇଜଣ ଯାତ୍ରୀଙ୍କୁ ବସାଇ ରତଲାମ ଅଭିମୁଖେ ବାହାରିଥିଲା । ଡ୍ରାଇଭରଙ୍କ କହିବା ଅନୁଯାୟୀ, ବସ୍‌ଟି ପହୁଜ ପୋଲ ନିକଟରେ ଏକ ସ୍ପିଡ୍ ବ୍ରେକର ଉପରେ ଚଢ଼ିବା ସମୟରେ ହଠାତ୍ ଲାଇଟ୍ କଟିଯାଇଥିଲା । ଗାଡ଼ି ଅଟକାଇ ଯାଞ୍ଚ କରିବା ସମୟରେ ଇଞ୍ଜିନରୁ ଏକ ତାର ଟାଚ୍ ହୋଇ ନିଆଁ ଲାଗିଯାଇଥିଲା । ଏହା ଦେଖି ଡ୍ରାଇଭର ତୁରନ୍ତ ଚିତ୍କାର କରି ଯାତ୍ରୀମାନଙ୍କୁ ନିଦରୁ ଉଠାଇ ବସରୁ ଓହ୍ଲାଇ ଦେଇଥିଲେ । ଯାତ୍ରୀମାନେ ଓହ୍ଲାଇବା ମାତ୍ରେ ନିଆଁ ଭୟଙ୍କର ରୂପ ଧାରଣ କରି ପୁରା ବସକୁ କବଳିତ କରି ନେଇଥିଲା । ବସରେ ମହିଳା ଏବଂ ଶିଶୁମାନେ ମଧ୍ୟ ଥିଲେ। କେହି ଉଜ୍ଜୈନ ଯାଉଥିଲେ ତ କେହି ରତଲାମ । ନିଆଁ ଲାଗିବା ପରେ ସମସ୍ତେ ବହୁତ ଭୟଭୀତ ହୋଇଯାଇଥିଲେ । ସଠିକ୍ ସମୟରେ ଓହ୍ଲାଇ ନଥିଲେ ବଡ଼ ଧରଣର ଅଘଟଣ ଘଟିଥାନ୍ତା କିନ୍ତୁ ଦୁଃଖର କଥା ଯେ, ସେମାନଙ୍କର ସମସ୍ତ ଜିନିଷପତ୍ର ଜଳି ପାଉଁଶ ହୋଇଯାଇଛି ।

May 25, 2026 - 09:16
 0  0
ଝାନ୍ସୀରେ ଅଧରାତିରେ ଜଳିଗଲା ବସ୍‌; ଝରକାରୁ ଡେଇଁ ଜୀବନ ବଞ୍ଚାଇଲେ ଯାତ୍ରୀ

କନକ ବ୍ୟୁରୋ : ଉତ୍ତର ପ୍ରଦେଶର ଝାନ୍ସୀରେ ଯାତ୍ରୀମାନଙ୍କୁ ନେଇ ରତଲାମ ଯାଉଥିବା ଏକ ଶତାବ୍ଦୀ ବସରେ ହଠାତ୍ ଭୟଙ୍କର ନିଆଁ ଲାଗିଯାଇଥିଲା । ଏହାଫଳରେ ସେଠାରେ ଆତଙ୍କ ଖେଳିଯାଇଥିଲା । ସୌଭାଗ୍ୟବଶତଃ, ଡ୍ରାଇଭରଙ୍କ ସତର୍କତା ଯୋଗୁଁ ବସର ଯାତ୍ରୀମାନେ ଓହ୍ଲାଇ ନିଜ ଜୀବନ ବଞ୍ଚାଇବା ସହ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । କିଛି ଯାତ୍ରୀ ବସର ଝରକାରୁ ଡେଇଁ ନିଜ ଜୀବନ ରକ୍ଷା କରିଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ବେଳକୁ ବସଟି ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଥିଲା ଏବଂ ସେଥିରେ ଥିବା ଯାତ୍ରୀଙ୍କ ସମସ୍ତ ସାମଗ୍ରୀ ମଧ୍ୟ ପୋଡ଼ି ଯାଇଥିଲା ।

ସୂଚନା ଅନୁଯାୟୀ, ଶତାବ୍ଦୀ ଟ୍ରାଭେଲ୍ସର ଏହି ବସଟି ଲକ୍ଷ୍ନୌରୁ ଯାତ୍ରୀମାନଙ୍କୁ ନେଇ ରତଲାମ ଯାଉଥିଲା । ବସରେ ପ୍ରାୟ ୨୫ ରୁ ୩୦ ଜଣ ଯାତ୍ରୀ ଥିଲେ । ରାତି ପ୍ରାୟ ୧:୧୫ ମିନିଟ୍‌ରେ ବସଟି ଝାନ୍ସୀରେ ପହଞ୍ଚିଥିଲା ଏବଂ ଇଲାଇଟ୍ ଛକରୁ ଦୁଇଜଣ ଯାତ୍ରୀଙ୍କୁ ବସାଇ ରତଲାମ ଅଭିମୁଖେ ବାହାରିଥିଲା । ଡ୍ରାଇଭରଙ୍କ କହିବା ଅନୁଯାୟୀ, ବସ୍‌ଟି ପହୁଜ ପୋଲ ନିକଟରେ ଏକ ସ୍ପିଡ୍ ବ୍ରେକର ଉପରେ ଚଢ଼ିବା ସମୟରେ ହଠାତ୍ ଲାଇଟ୍ କଟିଯାଇଥିଲା । ଗାଡ଼ି ଅଟକାଇ ଯାଞ୍ଚ କରିବା ସମୟରେ ଇଞ୍ଜିନରୁ ଏକ ତାର ଟାଚ୍ ହୋଇ ନିଆଁ ଲାଗିଯାଇଥିଲା । ଏହା ଦେଖି ଡ୍ରାଇଭର ତୁରନ୍ତ ଚିତ୍କାର କରି ଯାତ୍ରୀମାନଙ୍କୁ ନିଦରୁ ଉଠାଇ ବସରୁ ଓହ୍ଲାଇ ଦେଇଥିଲେ । ଯାତ୍ରୀମାନେ ଓହ୍ଲାଇବା ମାତ୍ରେ ନିଆଁ ଭୟଙ୍କର ରୂପ ଧାରଣ କରି ପୁରା ବସକୁ କବଳିତ କରି ନେଇଥିଲା ।

ବସରେ ମହିଳା ଏବଂ ଶିଶୁମାନେ ମଧ୍ୟ ଥିଲେ। କେହି ଉଜ୍ଜୈନ ଯାଉଥିଲେ ତ କେହି ରତଲାମ । ନିଆଁ ଲାଗିବା ପରେ ସମସ୍ତେ ବହୁତ ଭୟଭୀତ ହୋଇଯାଇଥିଲେ । ସଠିକ୍ ସମୟରେ ଓହ୍ଲାଇ ନଥିଲେ ବଡ଼ ଧରଣର ଅଘଟଣ ଘଟିଥାନ୍ତା କିନ୍ତୁ ଦୁଃଖର କଥା ଯେ, ସେମାନଙ୍କର ସମସ୍ତ ଜିନିଷପତ୍ର ଜଳି ପାଉଁଶ ହୋଇଯାଇଛି ।

What's Your Reaction?

like

dislike

love

funny

angry

sad

wow