ଗରମରେ ସିଝୁଛି ଓଡ଼ିଶା , ଉପକୂଳରେ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ

କନକ ବ୍ୟୁରୋ : ଆକାଶରୁ ନିଆଁ ବର୍ଷୁଛି । ଜଳୁଛି ପଶ୍ଚିମ ଓଡ଼ିଶା । ଲଗାତାର ୪୫ ଡିଗ୍ରି ଉପରେ ରହୁଛି ତାପମାତ୍ରା । ଏପଟେ ଉପକୂଳରେ ତାତିର ପ୍ରକୋପ ସେଭଳି ନାହିଁ । ହେଲେ ଆର୍ଦ୍ରତା ବୃଦ୍ଧି କାରଣରୁ ଦହଗଞ୍ଜ କରୁଛି ଗୁଳଗୁଳି । ଭୀଷଣ ଗରମରେ ଜନଜୀବନ ଅସ୍ତବ୍ୟସ୍ତ । ସପ୍ତାହେ ହେଲାଣି ଏ ସ୍ଥିତିରେ ପରିବର୍ତ୍ତନ ଘଟୁନି । ଝାରସୁଗୁଡ଼ାର ତାପମାତ୍ରା ଲଗାତାର ୪୫ ଡିଗ୍ରି ଉପରେ ରହୁଛି ।  ଅଧିକ ପଢ଼ନ୍ତୁ : ଆକାଶରୁ ନିଆଁ ବର୍ଷା : ୪୬ ଡିଗ୍ରି ସହ ଝାରସୁଗୁଡ଼ା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ମେ ୨୮ ପରେ ପ୍ରବଳ ତାତିର ପ୍ରଭାବ କମିପାରେ । ଆଭ୍ୟନ୍ତରୀଣ ଓଡ଼ିଶାରେ ସର୍ବୋଚ୍ଚ ତାପମାତ୍ରା ପ୍ରାୟ ୨ରୁ ୪ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ । ହେଲେ ଗରମ ଓ ଗୁଳୁଗୁଳି ଲାଗି ରହିବ  । କାଳବୈଶାଖୀର ପ୍ରଭାବ ବୃଦ୍ଧି ପାଇବ । ଜୁନ୍ ୭ରୁ ଜୁନ୍ ୧୧ ମଧ୍ୟରେ ଓଡ଼ିଶାର କେତେକ ଅଞ୍ଚଳକୁ ମୌସୁମୀ ପ୍ରବେଶ କରିବାର ସମ୍ଭାବନା ରହିଛି କିନ୍ତୁ ବର୍ଷା ସେଭଳି ହେବନି । ଆଗକୁ ଏଲନିନୋ ପ୍ରଭାବରେ ଅଭାବୀ ବର୍ଷା ଓ ମରୁଡ଼ି ପରିସ୍ଥିତି ସୃଷ୍ଟି ଆଶଙ୍କା ରହିଥିବା କହିଛନ୍ତି କୃଷିପାଣ ବିଜ୍ଞାନୀ । 

May 25, 2026 - 09:16
 0  0
ଗରମରେ ସିଝୁଛି ଓଡ଼ିଶା , ଉପକୂଳରେ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ

କନକ ବ୍ୟୁରୋ : ଆକାଶରୁ ନିଆଁ ବର୍ଷୁଛି । ଜଳୁଛି ପଶ୍ଚିମ ଓଡ଼ିଶା । ଲଗାତାର ୪୫ ଡିଗ୍ରି ଉପରେ ରହୁଛି ତାପମାତ୍ରା । ଏପଟେ ଉପକୂଳରେ ତାତିର ପ୍ରକୋପ ସେଭଳି ନାହିଁ । ହେଲେ ଆର୍ଦ୍ରତା ବୃଦ୍ଧି କାରଣରୁ ଦହଗଞ୍ଜ କରୁଛି ଗୁଳଗୁଳି । ଭୀଷଣ ଗରମରେ ଜନଜୀବନ ଅସ୍ତବ୍ୟସ୍ତ । ସପ୍ତାହେ ହେଲାଣି ଏ ସ୍ଥିତିରେ ପରିବର୍ତ୍ତନ ଘଟୁନି । ଝାରସୁଗୁଡ଼ାର ତାପମାତ୍ରା ଲଗାତାର ୪୫ ଡିଗ୍ରି ଉପରେ ରହୁଛି । 

ଅଧିକ ପଢ଼ନ୍ତୁ : ଆକାଶରୁ ନିଆଁ ବର୍ଷା : ୪୬ ଡିଗ୍ରି ସହ ଝାରସୁଗୁଡ଼ା ରାଜ୍ୟର ସବୁଠୁ ଉତ୍ତପ୍ତ ସହର

ମେ ୨୮ ପରେ ପ୍ରବଳ ତାତିର ପ୍ରଭାବ କମିପାରେ । ଆଭ୍ୟନ୍ତରୀଣ ଓଡ଼ିଶାରେ ସର୍ବୋଚ୍ଚ ତାପମାତ୍ରା ପ୍ରାୟ ୨ରୁ ୪ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ । ହେଲେ ଗରମ ଓ ଗୁଳୁଗୁଳି ଲାଗି ରହିବ  । କାଳବୈଶାଖୀର ପ୍ରଭାବ ବୃଦ୍ଧି ପାଇବ । ଜୁନ୍ ୭ରୁ ଜୁନ୍ ୧୧ ମଧ୍ୟରେ ଓଡ଼ିଶାର କେତେକ ଅଞ୍ଚଳକୁ ମୌସୁମୀ ପ୍ରବେଶ କରିବାର ସମ୍ଭାବନା ରହିଛି କିନ୍ତୁ ବର୍ଷା ସେଭଳି ହେବନି । ଆଗକୁ ଏଲନିନୋ ପ୍ରଭାବରେ ଅଭାବୀ ବର୍ଷା ଓ ମରୁଡ଼ି ପରିସ୍ଥିତି ସୃଷ୍ଟି ଆଶଙ୍କା ରହିଥିବା କହିଛନ୍ତି କୃଷିପାଣ ବିଜ୍ଞାନୀ । 

What's Your Reaction?

like

dislike

love

funny

angry

sad

wow