ଉତ୍କେଲା-ଭୁବନେଶ୍ୱର ମଧ୍ୟରେ ସବୁଦିନ ଉଡ଼ିବ ଦୁଇଟି ବିମାନ
କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲା ଉତ୍କେଲା ଥିବା ବିମାନବନ୍ଦରଠାରୁ ଭୁବନେଶ୍ୱରକୁ ସପ୍ତାହର ସବୁଦିନ ଦୁଇଟି ବିମାନ ଉଡ଼ିବ । ଏ ସଂପର୍କରେ ଇଣ୍ଡିଆ ଏଆରୱାନ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଥମ ବିମାନ ଭୁବନେଶ୍ୱରରୁ ସକାଳ ୫ ଟା ୫୦ ମିନିଟରେ ଛାଡ଼ି ଉତ୍କେଲାରେ ସକାଳ ୭ଟାରେ ପହଞ୍ଚିବ । ସେହି ବିମାନ ଉତ୍କେଲାଠାରୁ ସକାଳ ୭ଟା ୧୫ ମିନିଟରେ ଛାଡ଼ି ଭୁବନେଶ୍ୱରରେ ୮ ଟା ୧୫ ମିନିଟରେ ପହଞ୍ଚିବ । ସେହିଭଳି ଦ୍ୱତୀୟ ବିମାନ ଭୁବନେଶ୍ୱରରୁ ସକାଳ ୧୧ ଟା ୨୦ ମିନିଟରେ ଛାଡ଼ି ଉତ୍କେଲା ବିମାନ ବନ୍ଦରକୁ ଅପରାହ୍ନ ୧୨ଟା ୩୦ ମିନିଟରେ ପହଞ୍ଚିବ । ଅଧିକ ପଢ଼ନ୍ତୁ : ଭୁବନେଶ୍ୱର ଏୟାରପୋର୍ଟରେ ‘ଇବୋଲା ’କୁ ନେଇ ସତର୍କତା, ବିମାନ ଯାତ୍ରୀଙ୍କର ହେବ ଥର୍ମାଲ୍ ସ୍କ୍ରିନିଂ ସେହି ବିମାନ ଉତ୍କେଲାଠାରୁ ଅପରାହ୍ନ ୧୨ ଟା ୪୫ ମିନିଟରେ ଛାଡି ଭୁବନେଶ୍ୱରରେ ୧ ଟା ୫୫ ମିନିଟରେ ପହଞ୍ଚିବ । ଟିକେଟର ମୂଲ୍ୟ ଜୀଏସଟି ମିଶାଇ ୩୨୮୭ ଟଙ୍କା ରହିଛି । ପୂର୍ବରୁ ଉତ୍କେଲାରୁ ଭୁବନେଶ୍ବରକୁ ୬ ଦିନ ବିମାନ ଉଡ଼ାଣ ହେଉଥିଲା । ବର୍ତ୍ତମାନ ସବୁଦିନ ବିମାନ ଉଡ଼ିବା ଫଳରେ ଯାତ୍ରୀମାନେ ସପ୍ତାହକୁ ୭ ଦିନ ବିମାନ ସୁବିଧା ପାଇବେ ।

କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲା ଉତ୍କେଲା ଥିବା ବିମାନବନ୍ଦରଠାରୁ ଭୁବନେଶ୍ୱରକୁ ସପ୍ତାହର ସବୁଦିନ ଦୁଇଟି ବିମାନ ଉଡ଼ିବ । ଏ ସଂପର୍କରେ ଇଣ୍ଡିଆ ଏଆରୱାନ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଥମ ବିମାନ ଭୁବନେଶ୍ୱରରୁ ସକାଳ ୫ ଟା ୫୦ ମିନିଟରେ ଛାଡ଼ି ଉତ୍କେଲାରେ ସକାଳ ୭ଟାରେ ପହଞ୍ଚିବ । ସେହି ବିମାନ ଉତ୍କେଲାଠାରୁ ସକାଳ ୭ଟା ୧୫ ମିନିଟରେ ଛାଡ଼ି ଭୁବନେଶ୍ୱରରେ ୮ ଟା ୧୫ ମିନିଟରେ ପହଞ୍ଚିବ । ସେହିଭଳି ଦ୍ୱତୀୟ ବିମାନ ଭୁବନେଶ୍ୱରରୁ ସକାଳ ୧୧ ଟା ୨୦ ମିନିଟରେ ଛାଡ଼ି ଉତ୍କେଲା ବିମାନ ବନ୍ଦରକୁ ଅପରାହ୍ନ ୧୨ଟା ୩୦ ମିନିଟରେ ପହଞ୍ଚିବ ।
ଅଧିକ ପଢ଼ନ୍ତୁ : ଭୁବନେଶ୍ୱର ଏୟାରପୋର୍ଟରେ ‘ଇବୋଲା ’କୁ ନେଇ ସତର୍କତା, ବିମାନ ଯାତ୍ରୀଙ୍କର ହେବ ଥର୍ମାଲ୍ ସ୍କ୍ରିନିଂ
ସେହି ବିମାନ ଉତ୍କେଲାଠାରୁ ଅପରାହ୍ନ ୧୨ ଟା ୪୫ ମିନିଟରେ ଛାଡି ଭୁବନେଶ୍ୱରରେ ୧ ଟା ୫୫ ମିନିଟରେ ପହଞ୍ଚିବ । ଟିକେଟର ମୂଲ୍ୟ ଜୀଏସଟି ମିଶାଇ ୩୨୮୭ ଟଙ୍କା ରହିଛି । ପୂର୍ବରୁ ଉତ୍କେଲାରୁ ଭୁବନେଶ୍ବରକୁ ୬ ଦିନ ବିମାନ ଉଡ଼ାଣ ହେଉଥିଲା । ବର୍ତ୍ତମାନ ସବୁଦିନ ବିମାନ ଉଡ଼ିବା ଫଳରେ ଯାତ୍ରୀମାନେ ସପ୍ତାହକୁ ୭ ଦିନ ବିମାନ ସୁବିଧା ପାଇବେ ।
What's Your Reaction?



