ଆଜି ୬୬ ଜଣଙ୍କୁ ପଦ୍ମ ସମ୍ମାନରେ ସମ୍ମାନିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

କନକ ବ୍ୟୁରୋ : ଆଜି ୬୬ ଜଣଙ୍କୁ ପଦ୍ମ ସମ୍ମାନରେ ସମ୍ମାନିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ମାନିତ କରାଯିବ । ଓଡ଼ିଶାର ୪ ଜଣ ବିଶିଷ୍ଟ ବ୍ୟକ୍ତି ପଦ୍ମଶ୍ରୀ ପୁରସ୍କାର ପାଇବାକୁ ମନୋନିତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାର ପ୍ରହ୍ଲାଦ ନାଟକ, କଳାକାର ସୀମାଞ୍ଚଳ ପାତ୍ର ଏବଂ ସାନ୍ତାଳି ଭାଷାବିତ୍‌, ଆଦିବାସୀ ସାହିତ୍ୟ ଓ ସଂସ୍କୃତିର ଗବେଷକ ତଥା ସଂରକ୍ଷକ ଚରଣ ହେମ୍ବ୍ରମ୍‌ ଚଳିତ ବର୍ଷ ପଦ୍ମ ସମ୍ମାନ ପାଇବେ । ସେହିପରି ରାଜ୍ୟର ଜଣେ କୁଶଳୀ ବୁଣାକାର ଶରତ କୁମାର ପାତ୍ର ଏବଂ ଜନଜାତି ସାହିତ୍ୟିକ ଓ ଗବେଷକ ମହେନ୍ଦ୍ର କୁମାର ମିଶ୍ର ପଦ୍ମଶ୍ରୀ ପୁରସ୍କାର ପାଇବେ । ଅଧିକ ପଢ଼ନ୍ତୁ : ପୁରୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ : ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି  ୨୦୨୬ ବର୍ଷ ପାଇଁ କଳା, ସମାଜ ସେବା, ଲୋକସେବା, ବିଜ୍ଞାନ ଓ ଇଞ୍ଜିନିୟରିଂ, ବାଣିଜ୍ୟ ଓ ଶିଳ୍ପ, ଔଷଧ, ସାହିତ୍ୟ ଓ ଶିକ୍ଷା, କ୍ରୀଡା, ନାଗରିକ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ଦେଇଥିବା ମୋଟ୍‌ ୧୩୧ ଜଣ ବ୍ୟକ୍ତିବିଶେଷଙ୍କୁ ପଦ୍ମ ପୁରସ୍କାର ଦିଆଯିବ । ଆଜି ପ୍ରଥମ ପର୍ଯ୍ୟାୟରେ ୬୬ ଜଣଙ୍କୁ ସମ୍ମାନିତ କରାଯିବ । ଏମାନଙ୍କ ମଧ୍ୟରୁ ୫ ଜଣଙ୍କୁ ପଦ୍ମ ବିଭୂଷଣ, ୧୩ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୧୧୩ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯିବ । ପୁରସ୍କାର ବିଜେତାଙ୍କ ମଧ୍ୟରେ ୧୯ ଜଣ ମହିଳା ଏବଂ ୬ ଜଣ ବିଦେଶୀ ଓ ପ୍ରବାସୀ ନାଗରିକ ସାମିଲ ରହିଛନ୍ତି ।

May 25, 2026 - 09:16
 0  0
ଆଜି ୬୬ ଜଣଙ୍କୁ ପଦ୍ମ ସମ୍ମାନରେ ସମ୍ମାନିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

କନକ ବ୍ୟୁରୋ : ଆଜି ୬୬ ଜଣଙ୍କୁ ପଦ୍ମ ସମ୍ମାନରେ ସମ୍ମାନିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ମାନିତ କରାଯିବ । ଓଡ଼ିଶାର ୪ ଜଣ ବିଶିଷ୍ଟ ବ୍ୟକ୍ତି ପଦ୍ମଶ୍ରୀ ପୁରସ୍କାର ପାଇବାକୁ ମନୋନିତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାର ପ୍ରହ୍ଲାଦ ନାଟକ, କଳାକାର ସୀମାଞ୍ଚଳ ପାତ୍ର ଏବଂ ସାନ୍ତାଳି ଭାଷାବିତ୍‌, ଆଦିବାସୀ ସାହିତ୍ୟ ଓ ସଂସ୍କୃତିର ଗବେଷକ ତଥା ସଂରକ୍ଷକ ଚରଣ ହେମ୍ବ୍ରମ୍‌ ଚଳିତ ବର୍ଷ ପଦ୍ମ ସମ୍ମାନ ପାଇବେ । ସେହିପରି ରାଜ୍ୟର ଜଣେ କୁଶଳୀ ବୁଣାକାର ଶରତ କୁମାର ପାତ୍ର ଏବଂ ଜନଜାତି ସାହିତ୍ୟିକ ଓ ଗବେଷକ ମହେନ୍ଦ୍ର କୁମାର ମିଶ୍ର ପଦ୍ମଶ୍ରୀ ପୁରସ୍କାର ପାଇବେ ।

ଅଧିକ ପଢ଼ନ୍ତୁ : ପୁରୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ : ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି

 ୨୦୨୬ ବର୍ଷ ପାଇଁ କଳା, ସମାଜ ସେବା, ଲୋକସେବା, ବିଜ୍ଞାନ ଓ ଇଞ୍ଜିନିୟରିଂ, ବାଣିଜ୍ୟ ଓ ଶିଳ୍ପ, ଔଷଧ, ସାହିତ୍ୟ ଓ ଶିକ୍ଷା, କ୍ରୀଡା, ନାଗରିକ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ଦେଇଥିବା ମୋଟ୍‌ ୧୩୧ ଜଣ ବ୍ୟକ୍ତିବିଶେଷଙ୍କୁ ପଦ୍ମ ପୁରସ୍କାର ଦିଆଯିବ । ଆଜି ପ୍ରଥମ ପର୍ଯ୍ୟାୟରେ ୬୬ ଜଣଙ୍କୁ ସମ୍ମାନିତ କରାଯିବ । ଏମାନଙ୍କ ମଧ୍ୟରୁ ୫ ଜଣଙ୍କୁ ପଦ୍ମ ବିଭୂଷଣ, ୧୩ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୧୧୩ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯିବ । ପୁରସ୍କାର ବିଜେତାଙ୍କ ମଧ୍ୟରେ ୧୯ ଜଣ ମହିଳା ଏବଂ ୬ ଜଣ ବିଦେଶୀ ଓ ପ୍ରବାସୀ ନାଗରିକ ସାମିଲ ରହିଛନ୍ତି ।

What's Your Reaction?

like

dislike

love

funny

angry

sad

wow