କନ୍ଦାଇଲା କାନଝରୀ, ଚାଷୀଙ୍କ ନଜଣାଇ ଡ୍ୟମର ଗେଟ୍ ଖୋଲିଥିବା ଅଭିଯୋଗ, ପାଣି ସୁଅରେ ଧୋଇଗଲା ଚାଷ
କନକ ବ୍ୟୁରୋ : ଚାଷଜମିରେ ହସି ଫୁଟିଥିଲା ସୁନାର ଫସଲ। ଚାଷଜମି ଦେଖି ପେଟ ପୂରିଯାଉଥିଲା ଚାଷୀର। କିନ୍ତୁ ବନ୍ୟା ପାଣି ସାରିଦେଲା ସବୁ। ମୂଳ ତ’ ଦୁର କଥା ସୁଧ ସହ ତାଡ଼ି ନେଲା ବନ୍ୟାଜଳ। ଏବେ ଯୁଆଡ଼େ ଦେଖିବ ଖାଲି ବାଲିଚର। ବାଲି ଏମିତି ଚରିଛି ଯେ ନିଜ ଜମି ବି ଖୋଜିପାଉନି ଚାଷୀ। କେନ୍ଦୁଝର ସଦରବ୍ଲକ ରଘୁନାଥପୁର ପଞ୍ଚାୟତର ଖାଡ଼ିଆଡ଼ିହା ଗାଁ । କାନିଝରୀ ଡ୍ୟାମର ତଳ ଗାଁ ପାଇଁ ଏମାନଙ୍କ ମନରେ ଅନେକ ଉତ୍ସାହ। ଧାନ ସହ ଅନ୍ୟାନ୍ୟ ଚାଷ କରି ବେଶ ଖୁସିରେ ବଞ୍ଚନ୍ତି। କିନ୍ତୁ ଚଳିତ ବର୍ଷର ଲଗାଣ ବର୍ଷା ସବୁକିଛି ସାରିଦେଲା। ଏମାନଙ୍କୁ କିଛି ନଜଣାଇ କାନଝାରୀ ଡ୍ୟାମର ଏକାଥରେ ୬ଟି ଗେଟ୍ ଖୋଲିଦିଆଗଲା। ରାତିରେ ଶୋଇଥିବା ଚାଷୀ ସକାଳୁ ଉଠି ଦେଖିଲା ବେଳକୁ ତାର ଚାଷ ଜମିରେ ଆଉ କିଛି ନାହିଁ। କେହି କିଛି ଜାଣିବା ପୂର୍ବରୁ ସବୁ ଚାଷ ପାଣି ସୁଅରେ ଧୋଇଯାଇଛି। କଥାରେ ଅଛି ଚାଷ କାମ ଯାହାର କି ଆନନ୍ଦ ତାହାର। କିନ୍ତୁ ଆଜି ଏହି ଚାଷ କେତେବେଳେ କେମିତି ଦୁଃଖ ଦେଇଯାଏ ଏମାନଙ୍କ ମୁଁହରେ ତାହା ବେଶ ବାରିହୋଇପଡ଼ିଛି। କାହାରି ଆଖିରୁ ଶୁଖୁନାହିଁ ଲୁହ। ଆଗକୁ କେମିତି ଏହି ଜମିରୁ ବାଲି ଉଠିବ ପୁଣି ଖେଳିଉଠିବ ସୁନାର ଫସଲ ସେଇ ଚିନ୍ତାରେ ଭାଙ୍ଗିପଡ଼ିଛି ଚଷା ପୁଅ। ଲୋକଙ୍କୁ ନଜଣାଇ କେମିତି ଡ୍ୟାମ୍ର ଗେଟ୍ ଖୋଲିଦେଲା ସମ୍ପୃକ୍ତ ବିଭାଗ?ଏ ଅବହେଳା ପାଇଁ କେଉଁ ବିଭାଗୀୟ ଅଧିକାରୀ ରହିବେ ଉତ୍ତରଦାୟୀ?ସବୁଠୁ ବଡ଼ ପ୍ରଶ୍ନ, ବର୍ଷ ସାରା କେମିତି ଚଳିବ ଚାଷୀ?ଉଜୁଡ଼ା କ୍ଷେତକୁ ସଜାଡ଼ିବାକୁ କେଉଁଠୁ ଆଣିବ ଟଙ୍କା?କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଯୋଗାଇଦେବାକୁ ଦାବି ହୋଇଛି।

କନକ ବ୍ୟୁରୋ : ଚାଷଜମିରେ ହସି ଫୁଟିଥିଲା ସୁନାର ଫସଲ। ଚାଷଜମି ଦେଖି ପେଟ ପୂରିଯାଉଥିଲା ଚାଷୀର। କିନ୍ତୁ ବନ୍ୟା ପାଣି ସାରିଦେଲା ସବୁ। ମୂଳ ତ’ ଦୁର କଥା ସୁଧ ସହ ତାଡ଼ି ନେଲା ବନ୍ୟାଜଳ।
ଏବେ ଯୁଆଡ଼େ ଦେଖିବ ଖାଲି ବାଲିଚର। ବାଲି ଏମିତି ଚରିଛି ଯେ ନିଜ ଜମି ବି ଖୋଜିପାଉନି ଚାଷୀ। କେନ୍ଦୁଝର ସଦରବ୍ଲକ ରଘୁନାଥପୁର ପଞ୍ଚାୟତର ଖାଡ଼ିଆଡ଼ିହା ଗାଁ । କାନିଝରୀ ଡ୍ୟାମର ତଳ ଗାଁ ପାଇଁ ଏମାନଙ୍କ ମନରେ ଅନେକ ଉତ୍ସାହ। ଧାନ ସହ ଅନ୍ୟାନ୍ୟ ଚାଷ କରି ବେଶ ଖୁସିରେ ବଞ୍ଚନ୍ତି। କିନ୍ତୁ ଚଳିତ ବର୍ଷର ଲଗାଣ ବର୍ଷା ସବୁକିଛି ସାରିଦେଲା। ଏମାନଙ୍କୁ କିଛି ନଜଣାଇ କାନଝାରୀ ଡ୍ୟାମର ଏକାଥରେ ୬ଟି ଗେଟ୍ ଖୋଲିଦିଆଗଲା। ରାତିରେ ଶୋଇଥିବା ଚାଷୀ ସକାଳୁ ଉଠି ଦେଖିଲା ବେଳକୁ ତାର ଚାଷ ଜମିରେ ଆଉ କିଛି ନାହିଁ। କେହି କିଛି ଜାଣିବା ପୂର୍ବରୁ ସବୁ ଚାଷ ପାଣି ସୁଅରେ ଧୋଇଯାଇଛି।
କଥାରେ ଅଛି ଚାଷ କାମ ଯାହାର କି ଆନନ୍ଦ ତାହାର। କିନ୍ତୁ ଆଜି ଏହି ଚାଷ କେତେବେଳେ କେମିତି ଦୁଃଖ ଦେଇଯାଏ ଏମାନଙ୍କ ମୁଁହରେ ତାହା ବେଶ ବାରିହୋଇପଡ଼ିଛି। କାହାରି ଆଖିରୁ ଶୁଖୁନାହିଁ ଲୁହ। ଆଗକୁ କେମିତି ଏହି ଜମିରୁ ବାଲି ଉଠିବ ପୁଣି ଖେଳିଉଠିବ ସୁନାର ଫସଲ ସେଇ ଚିନ୍ତାରେ ଭାଙ୍ଗିପଡ଼ିଛି ଚଷା ପୁଅ।
ଲୋକଙ୍କୁ ନଜଣାଇ କେମିତି ଡ୍ୟାମ୍ର ଗେଟ୍ ଖୋଲିଦେଲା ସମ୍ପୃକ୍ତ ବିଭାଗ?
ଏ ଅବହେଳା ପାଇଁ କେଉଁ ବିଭାଗୀୟ ଅଧିକାରୀ ରହିବେ ଉତ୍ତରଦାୟୀ?
ସବୁଠୁ ବଡ଼ ପ୍ରଶ୍ନ, ବର୍ଷ ସାରା କେମିତି ଚଳିବ ଚାଷୀ?
ଉଜୁଡ଼ା କ୍ଷେତକୁ ସଜାଡ଼ିବାକୁ କେଉଁଠୁ ଆଣିବ ଟଙ୍କା?
କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଯୋଗାଇଦେବାକୁ ଦାବି ହୋଇଛି।
What's Your Reaction?



