ଓଡ଼ିଶାରେ ଜମିବ ଆଇପିଏଲ୍ କ୍ରେଜ୍: ଭୁବନେଶ୍ୱର, ରାଉରକେଲାରେ ହେବ ‘ଫ୍ୟାନ୍ ପାର୍କ’
କନକ ବ୍ୟୁରୋ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ବା କ୍ରିକେଟର ଏହି ମହାକୁମ୍ଭକୁ ନେଇ ଏବେ ସାରା ଦେଶ ଉତ୍ସବମୁଖର । ଯଦିଓ ଚଳିତ ବର୍ଷ ଓଡ଼ିଶାର କୌଣସି ଷ୍ଟାଡିୟମରେ ଆଇପିଏଲ୍ ମ୍ୟାଚ୍ ଅନୁଷ୍ଠିତ ହେଉନାହିଁ, କିନ୍ତୁ ଓଡ଼ିଆ କ୍ରିକେଟ୍ ପ୍ରେମୀଙ୍କ ଉତ୍ସାହରେ କୌଣସି କମି ଦେଖାଯାଇ ନାହିଁ । ପ୍ରଶଂସକଙ୍କୁ ଷ୍ଟାଡିୟମ୍ ଭଳି ଅନୁଭୂତି ଦେବା ପାଇଁ ବିସିସିଆଇ ପକ୍ଷରୁ ଓଡ଼ିଶାର ଦୁଇଟି ପ୍ରମୁଖ ସହର ଭୁବନେଶ୍ୱର ଏବଂ ରାଉରକେଲାରେ 'ଆଇପିଏଲ୍ ଫ୍ୟାନ୍ ପାର୍କ'ର ଆୟୋଜନ କରାଯାଉଛି । ଫଳରେ ଖେଳପଡ଼ିଆ ବାହାରେ ରହି ମଧ୍ୟ ପ୍ରଶଂସକମାନେ ଷ୍ଟାଡିୟମର ମଜା ନେଇପାରିବେ। ରାଜଧାନୀ ଭୁବନେଶ୍ୱରରେ ଏପ୍ରିଲ ୪ ଏବଂ ୫ ତାରିଖରେ କିଟ୍ ବିଶ୍ୱବିଦ୍ୟାଳୟ ଷ୍ଟାଡିୟମରେ ଏହି ଫ୍ୟାନ୍ ପାର୍କର ବ୍ୟବସ୍ଥା କରାଯାଇଛି । ଏଠାରେ ବଡ଼ ଏଲ୍ଇଡି ସ୍କ୍ରିନ୍ ମାଧ୍ୟମରେ ମ୍ୟାଚ୍ର ସିଧା ପ୍ରସାରଣ କରାଯିବ । ହଜାର ହଜାର କ୍ରିକେଟ୍ ପ୍ରେମୀ ଏକାଠି ବସି ନିଜ ପ୍ରିୟ ଦଳ ଓ ଖେଳାଳିଙ୍କୁ ଚିୟର କରିବାର ସୁଯୋଗ ପାଇବେ। ଚଳିତ ବର୍ଷ ଇସ୍ପାତ ସହର ରାଉରକେଲା ପାଇଁ ଏକ ଖୁସିର ଖବର ରହିଛି । ପ୍ରଥମ ଥର ପାଇଁ ରାଉରକେଲାର ସେକ୍ଟର-୧୭ ପଡ଼ିଆରେ ଆଇପିଏଲ୍ ଫ୍ୟାନ୍ ପାର୍କ ଆୟୋଜିତ ହେବାକୁ ଯାଉଛି । ପୂର୍ବରୁ କେବଳ ବଡ଼ ବଡ଼ ମେଟ୍ରୋ ସହରରେ ଏହିପରି ସୁବିଧା ମିଳୁଥିବା ବେଳେ ଏବେ ରାଉରକେଲା ବାସୀ ମଧ୍ୟ ଏହି ରୋମାଞ୍ଚର ଅଂଶବିଶେଷ ହୋଇପାରିବେ । ରାଉରକେଲାରେ କ୍ରିକେଟ୍କୁ ନେଇ ଥିବା ପାଗଳାମିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଆହୁରି ପଢ଼ନ୍ତୁ... ଚିନି ଛାଡ଼ି ଦେଖନ୍ତୁ: ଶରୀରରେ ଆସିବ ଚମତ୍କାର ପରିବର୍ତ୍ତନ ! ଆଇପିଏଲ୍ ଫ୍ୟାନ୍ ପାର୍କ କେବଳ ମ୍ୟାଚ୍ ଦେଖିବା ପାଇଁ ନୁହେଁ, ବରଂ ଏହା ଏକ ମନୋରଞ୍ଜନର ପେଡ଼ି । ଏଠାରେ ପ୍ରଶଂସକଙ୍କ ପାଇଁ ବିଭିନ୍ନ ପ୍ରକାରର ଖାଦ୍ୟ ଷ୍ଟଲ୍, ମ୍ୟୁଜିକ୍, ଗେମ୍ ଜୋନ୍ ଏବଂ ଲକି ଡ୍ର' ଭଳି ସୁବିଧା ରହିଥାଏ । ଉଚ୍ଚକ୍ଷମତା ସମ୍ପନ୍ନ ସାଉଣ୍ଡ ସିଷ୍ଟମ୍ ଏବଂ ଉଜ୍ଜ୍ୱଳ ଆଲୋକମାଳା ପ୍ରଶଂସକଙ୍କୁ ଷ୍ଟାଡିୟମରେ ବସିଥିବା ଭଳି ଅନୁଭୂତି ଦେଇଥାଏ । ବିଶେଷ କରି ପରିବାର ଏବଂ ବନ୍ଧୁମାନଙ୍କ ସହ ମିଶି ମ୍ୟାଚ୍ ଉପଭୋଗ କରିବା ପାଇଁ ଏହା ଏକ ଉପଯୁକ୍ତ ସ୍ଥାନ। ସୂଚନାଯୋଗ୍ୟ ଯେ, ଆଇପିଏଲ୍ର ତୃତୀୟ ସପ୍ତାହରେ ସାରା ଦେଶର ପ୍ରାୟ ୧୩ଟି ସହରରେ ଏହିପରି ଫ୍ୟାନ୍ ପାର୍କର ଆୟୋଜନ କରାଯାଇଛି । ଯେଉଁ ସହରରେ ଆଇପିଏଲ୍ ମ୍ୟାଚ୍ ହେଉନାହିଁ, ସେଠାକାର ପ୍ରଶଂସକଙ୍କ ପାଖରେ କ୍ରିକେଟ୍ର ରୋମାଞ୍ଚ ପହଞ୍ଚାଇବା ବିସିସିଆଇର ମୁଖ୍ୟ ଲକ୍ଷ୍ୟ। ତେବେ ଏପ୍ରିଲ ୪ ଓ ୫ ରେ ଓଡ଼ିଶାର ଏହି ଦୁଇ ସହର କ୍ରିକେଟ୍ ରଙ୍ଗରେ ରଙ୍ଗେଇ ହେବାକୁ ପ୍ରସ୍ତୁତ । ସନ୍ଧ୍ୟା ହେଲେ ପଡ଼ିଆରେ "ଚୌକା-ଛକା"ର ନାରା ଗୁଞ୍ଜରିତ ହେବ ଏବଂ ଓଡ଼ିଶାର କ୍ରିକେଟ୍ ପ୍ରେମୀମାନେ ପୁଣିଥରେ ପ୍ରମାଣିତ କରିବେ ଯେ ଷ୍ଟାଡିୟମ୍ ଥାଉ କି ନଥାଉ, ତାଙ୍କ ପାଇଁ କ୍ରିକେଟ୍ ହିଁ ସବୁକିଛି ।

କନକ ବ୍ୟୁରୋ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ବା କ୍ରିକେଟର ଏହି ମହାକୁମ୍ଭକୁ ନେଇ ଏବେ ସାରା ଦେଶ ଉତ୍ସବମୁଖର । ଯଦିଓ ଚଳିତ ବର୍ଷ ଓଡ଼ିଶାର କୌଣସି ଷ୍ଟାଡିୟମରେ ଆଇପିଏଲ୍ ମ୍ୟାଚ୍ ଅନୁଷ୍ଠିତ ହେଉନାହିଁ, କିନ୍ତୁ ଓଡ଼ିଆ କ୍ରିକେଟ୍ ପ୍ରେମୀଙ୍କ ଉତ୍ସାହରେ କୌଣସି କମି ଦେଖାଯାଇ ନାହିଁ । ପ୍ରଶଂସକଙ୍କୁ ଷ୍ଟାଡିୟମ୍ ଭଳି ଅନୁଭୂତି ଦେବା ପାଇଁ ବିସିସିଆଇ ପକ୍ଷରୁ ଓଡ଼ିଶାର ଦୁଇଟି ପ୍ରମୁଖ ସହର ଭୁବନେଶ୍ୱର ଏବଂ ରାଉରକେଲାରେ 'ଆଇପିଏଲ୍ ଫ୍ୟାନ୍ ପାର୍କ'ର ଆୟୋଜନ କରାଯାଉଛି । ଫଳରେ ଖେଳପଡ଼ିଆ ବାହାରେ ରହି ମଧ୍ୟ ପ୍ରଶଂସକମାନେ ଷ୍ଟାଡିୟମର ମଜା ନେଇପାରିବେ।
ରାଜଧାନୀ ଭୁବନେଶ୍ୱରରେ ଏପ୍ରିଲ ୪ ଏବଂ ୫ ତାରିଖରେ କିଟ୍ ବିଶ୍ୱବିଦ୍ୟାଳୟ ଷ୍ଟାଡିୟମରେ ଏହି ଫ୍ୟାନ୍ ପାର୍କର ବ୍ୟବସ୍ଥା କରାଯାଇଛି । ଏଠାରେ ବଡ଼ ଏଲ୍ଇଡି ସ୍କ୍ରିନ୍ ମାଧ୍ୟମରେ ମ୍ୟାଚ୍ର ସିଧା ପ୍ରସାରଣ କରାଯିବ । ହଜାର ହଜାର କ୍ରିକେଟ୍ ପ୍ରେମୀ ଏକାଠି ବସି ନିଜ ପ୍ରିୟ ଦଳ ଓ ଖେଳାଳିଙ୍କୁ ଚିୟର କରିବାର ସୁଯୋଗ ପାଇବେ।
ଚଳିତ ବର୍ଷ ଇସ୍ପାତ ସହର ରାଉରକେଲା ପାଇଁ ଏକ ଖୁସିର ଖବର ରହିଛି । ପ୍ରଥମ ଥର ପାଇଁ ରାଉରକେଲାର ସେକ୍ଟର-୧୭ ପଡ଼ିଆରେ ଆଇପିଏଲ୍ ଫ୍ୟାନ୍ ପାର୍କ ଆୟୋଜିତ ହେବାକୁ ଯାଉଛି । ପୂର୍ବରୁ କେବଳ ବଡ଼ ବଡ଼ ମେଟ୍ରୋ ସହରରେ ଏହିପରି ସୁବିଧା ମିଳୁଥିବା ବେଳେ ଏବେ ରାଉରକେଲା ବାସୀ ମଧ୍ୟ ଏହି ରୋମାଞ୍ଚର ଅଂଶବିଶେଷ ହୋଇପାରିବେ । ରାଉରକେଲାରେ କ୍ରିକେଟ୍କୁ ନେଇ ଥିବା ପାଗଳାମିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ।
ଆହୁରି ପଢ଼ନ୍ତୁ... ଚିନି ଛାଡ଼ି ଦେଖନ୍ତୁ: ଶରୀରରେ ଆସିବ ଚମତ୍କାର ପରିବର୍ତ୍ତନ !
ଆଇପିଏଲ୍ ଫ୍ୟାନ୍ ପାର୍କ କେବଳ ମ୍ୟାଚ୍ ଦେଖିବା ପାଇଁ ନୁହେଁ, ବରଂ ଏହା ଏକ ମନୋରଞ୍ଜନର ପେଡ଼ି । ଏଠାରେ ପ୍ରଶଂସକଙ୍କ ପାଇଁ ବିଭିନ୍ନ ପ୍ରକାରର ଖାଦ୍ୟ ଷ୍ଟଲ୍, ମ୍ୟୁଜିକ୍, ଗେମ୍ ଜୋନ୍ ଏବଂ ଲକି ଡ୍ର' ଭଳି ସୁବିଧା ରହିଥାଏ । ଉଚ୍ଚକ୍ଷମତା ସମ୍ପନ୍ନ ସାଉଣ୍ଡ ସିଷ୍ଟମ୍ ଏବଂ ଉଜ୍ଜ୍ୱଳ ଆଲୋକମାଳା ପ୍ରଶଂସକଙ୍କୁ ଷ୍ଟାଡିୟମରେ ବସିଥିବା ଭଳି ଅନୁଭୂତି ଦେଇଥାଏ । ବିଶେଷ କରି ପରିବାର ଏବଂ ବନ୍ଧୁମାନଙ୍କ ସହ ମିଶି ମ୍ୟାଚ୍ ଉପଭୋଗ କରିବା ପାଇଁ ଏହା ଏକ ଉପଯୁକ୍ତ ସ୍ଥାନ।
ସୂଚନାଯୋଗ୍ୟ ଯେ, ଆଇପିଏଲ୍ର ତୃତୀୟ ସପ୍ତାହରେ ସାରା ଦେଶର ପ୍ରାୟ ୧୩ଟି ସହରରେ ଏହିପରି ଫ୍ୟାନ୍ ପାର୍କର ଆୟୋଜନ କରାଯାଇଛି । ଯେଉଁ ସହରରେ ଆଇପିଏଲ୍ ମ୍ୟାଚ୍ ହେଉନାହିଁ, ସେଠାକାର ପ୍ରଶଂସକଙ୍କ ପାଖରେ କ୍ରିକେଟ୍ର ରୋମାଞ୍ଚ ପହଞ୍ଚାଇବା ବିସିସିଆଇର ମୁଖ୍ୟ ଲକ୍ଷ୍ୟ।
ତେବେ ଏପ୍ରିଲ ୪ ଓ ୫ ରେ ଓଡ଼ିଶାର ଏହି ଦୁଇ ସହର କ୍ରିକେଟ୍ ରଙ୍ଗରେ ରଙ୍ଗେଇ ହେବାକୁ ପ୍ରସ୍ତୁତ । ସନ୍ଧ୍ୟା ହେଲେ ପଡ଼ିଆରେ "ଚୌକା-ଛକା"ର ନାରା ଗୁଞ୍ଜରିତ ହେବ ଏବଂ ଓଡ଼ିଶାର କ୍ରିକେଟ୍ ପ୍ରେମୀମାନେ ପୁଣିଥରେ ପ୍ରମାଣିତ କରିବେ ଯେ ଷ୍ଟାଡିୟମ୍ ଥାଉ କି ନଥାଉ, ତାଙ୍କ ପାଇଁ କ୍ରିକେଟ୍ ହିଁ ସବୁକିଛି ।
What's Your Reaction?



