ଛାତ୍ରୀର ଗର୍ଭଧାରଣ ଘଟଣା ପରେ ବିଦ୍ୟାଳୟର କର୍ମଚାରୀଙ୍କୁ ନିଲମ୍ବିତ
କନକ ବ୍ୟୁରୋ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଆଦିବାସୀ ବାଳିକା ଉଚ୍ଚ ବିଦ୍ୟାଳୟ ହଷ୍ଟେଲରେ ରହି ପାଠ ପଢୁଥିବା ନବମ ଶ୍ରେଣୀ ଛାତ୍ରୀ ପୁତ୍ର ସନ୍ତାନ ଜନ୍ମ ଦେବା ଘଟଣାରେ ଜିଲ୍ଲାପାଳଙ୍କ କାର୍ଯ୍ୟାନୁଷ୍ଠାନ । ଘଟଣାରେ ଅବହେଳା ପ୍ରଦର୍ଶନ କରିଥିବା ଅଭିଯୋଗରେ ବିଦ୍ୟାଳୟ କାର୍ଯ୍ୟରତ ମହିଳା ସ୍ୱାସ୍ଥ୍ୟ କର୍ମୀ ତୃପ୍ତିମୟୀ ପ୍ରଧାନଙ୍କୁ ଚାକିରିରୁ କରାଗଲା ନିଳମ୍ବିତ । ଓ୍ବାର୍ଡେନ୍ ଦାୟିତ୍ୱରେ ଥିବା ରିଙ୍ଗିମା ପ୍ରଧାନଙ୍କୁ ଅନ୍ୟତ୍ର ବଦଳି କରାଯାଇଛି । ସେହିପରି ଏହି ଘଟଣାରେ ହଷ୍ଟେଲ ପରିଚାଳନା ଦାୟିତ୍ୱରେ ଥିବା ବିଦ୍ୟାଳୟର ପାଞ୍ଚ ଶିକ୍ଷୟିତ୍ରୀଙ୍କୁ ମଧ୍ୟ ଅନ୍ୟତ୍ର ବଦଳି କରାଯାଇଛି । ସେମାନେ ହେଲେ ରାଧାରାଣୀ ଗାଣ୍ଠିଆ, ଶକୁନ୍ତଳା ସ୍ୱାଇଁ, ଏସପି ପ୍ରିୟଦର୍ଶିନୀ, ସସ୍ମିତା ଦାଶ ଓ କଲ୍ୟାଣୀ କହଁର । ଅଧିକ ପଢନ୍ତୁ : ଶ୍ରମିକ ଚାଲାଣ କରୁଥିବା ବସ୍ ଉପରେ କାର୍ଯ୍ୟାନୁଷ୍ଠାନ , ୨୦ହଜାର ଟଙ୍କାର କଟିଲା ଚାଲାଣ ଏଥିସହ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଂଜନ କୁମାର ପାଢ଼ୀଙ୍କୁ ମଧ୍ୟ ଅନ୍ୟତ୍ର ବଦଳି କରିବା ପାଇଁ ଜିଲ୍ଲାପାଳ ବିଭାଗକୁ ଚିଠି କରିଥିବା ସୂଚନା ମିଳିଛି । ଗତ ଏକ ତାରିଖରେ ବିଦ୍ୟାଳୟର ହଷ୍ଟେଲରେ ରହି ପାଠ ପଢୁଥିବା ନବମ ଶ୍ରେଣୀ ନାବାଳିକା ଛାତ୍ରୀ ନିଜ ଘରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ତେବେ ଏହା ଆଗରୁ ନାବାଳିକା ଜଣକ ଗର୍ଭ ଧାରଣ କରିବାର ଆଠ ମାସ ଯାଏ ବିଦ୍ୟାଳୟର ହଷ୍ଟେଲରେ ରହି ଆସୁଥିଲେ ଏନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ କିପରି ଜାଣି ପାରିନଥିଲେ ପରିବାର ଲୋକ ପ୍ରଶ୍ନ ଉଠାଇଛନ୍ତି । ଘଟଣାକୁ ନେଇ ନାବାଳିକା ର ପରିବାର ପକ୍ଷରୁ ଗୋଛାପଡ଼ା ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଥିଲା । ସ୍କୁଲ ପ୍ରଧାନ ଶିକ୍ଷକ ମଧ୍ୟ ଫିରିଙ୍ଗିଆ ଥାନାରେ ଘଟଣା ବିଷୟରେ ଲିଖିତ ଅଭିଯୋଗ କରିଥିଲେ । ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଗୋଛାପଡ଼ା ଥାନା ପୁଲିସ ସେହି ଗୋଛାପଡ଼ା ଅଂଚଳର ଜଣେ ବିବାହିତ ଯୁବକଙ୍କ ନାଁରେ ମାମଲା ମଧ୍ୟ ରୁଜୁ କରାଯାଇଛି ।

କନକ ବ୍ୟୁରୋ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଆଦିବାସୀ ବାଳିକା ଉଚ୍ଚ ବିଦ୍ୟାଳୟ ହଷ୍ଟେଲରେ ରହି ପାଠ ପଢୁଥିବା ନବମ ଶ୍ରେଣୀ ଛାତ୍ରୀ ପୁତ୍ର ସନ୍ତାନ ଜନ୍ମ ଦେବା ଘଟଣାରେ ଜିଲ୍ଲାପାଳଙ୍କ କାର୍ଯ୍ୟାନୁଷ୍ଠାନ । ଘଟଣାରେ ଅବହେଳା ପ୍ରଦର୍ଶନ କରିଥିବା ଅଭିଯୋଗରେ ବିଦ୍ୟାଳୟ କାର୍ଯ୍ୟରତ ମହିଳା ସ୍ୱାସ୍ଥ୍ୟ କର୍ମୀ ତୃପ୍ତିମୟୀ ପ୍ରଧାନଙ୍କୁ ଚାକିରିରୁ କରାଗଲା ନିଳମ୍ବିତ । ଓ୍ବାର୍ଡେନ୍ ଦାୟିତ୍ୱରେ ଥିବା ରିଙ୍ଗିମା ପ୍ରଧାନଙ୍କୁ ଅନ୍ୟତ୍ର ବଦଳି କରାଯାଇଛି । ସେହିପରି ଏହି ଘଟଣାରେ ହଷ୍ଟେଲ ପରିଚାଳନା ଦାୟିତ୍ୱରେ ଥିବା ବିଦ୍ୟାଳୟର ପାଞ୍ଚ ଶିକ୍ଷୟିତ୍ରୀଙ୍କୁ ମଧ୍ୟ ଅନ୍ୟତ୍ର ବଦଳି କରାଯାଇଛି । ସେମାନେ ହେଲେ ରାଧାରାଣୀ ଗାଣ୍ଠିଆ, ଶକୁନ୍ତଳା ସ୍ୱାଇଁ, ଏସପି ପ୍ରିୟଦର୍ଶିନୀ, ସସ୍ମିତା ଦାଶ ଓ କଲ୍ୟାଣୀ କହଁର ।
ଅଧିକ ପଢନ୍ତୁ : ଶ୍ରମିକ ଚାଲାଣ କରୁଥିବା ବସ୍ ଉପରେ କାର୍ଯ୍ୟାନୁଷ୍ଠାନ , ୨୦ହଜାର ଟଙ୍କାର କଟିଲା ଚାଲାଣ
ଏଥିସହ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଂଜନ କୁମାର ପାଢ଼ୀଙ୍କୁ ମଧ୍ୟ ଅନ୍ୟତ୍ର ବଦଳି କରିବା ପାଇଁ ଜିଲ୍ଲାପାଳ ବିଭାଗକୁ ଚିଠି କରିଥିବା ସୂଚନା ମିଳିଛି । ଗତ ଏକ ତାରିଖରେ ବିଦ୍ୟାଳୟର ହଷ୍ଟେଲରେ ରହି ପାଠ ପଢୁଥିବା ନବମ ଶ୍ରେଣୀ ନାବାଳିକା ଛାତ୍ରୀ ନିଜ ଘରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ତେବେ ଏହା ଆଗରୁ ନାବାଳିକା ଜଣକ ଗର୍ଭ ଧାରଣ କରିବାର ଆଠ ମାସ ଯାଏ ବିଦ୍ୟାଳୟର ହଷ୍ଟେଲରେ ରହି ଆସୁଥିଲେ ଏନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ କିପରି ଜାଣି ପାରିନଥିଲେ ପରିବାର ଲୋକ ପ୍ରଶ୍ନ ଉଠାଇଛନ୍ତି । ଘଟଣାକୁ ନେଇ ନାବାଳିକା ର ପରିବାର ପକ୍ଷରୁ ଗୋଛାପଡ଼ା ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଥିଲା । ସ୍କୁଲ ପ୍ରଧାନ ଶିକ୍ଷକ ମଧ୍ୟ ଫିରିଙ୍ଗିଆ ଥାନାରେ ଘଟଣା ବିଷୟରେ ଲିଖିତ ଅଭିଯୋଗ କରିଥିଲେ । ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଗୋଛାପଡ଼ା ଥାନା ପୁଲିସ ସେହି ଗୋଛାପଡ଼ା ଅଂଚଳର ଜଣେ ବିବାହିତ ଯୁବକଙ୍କ ନାଁରେ ମାମଲା ମଧ୍ୟ ରୁଜୁ କରାଯାଇଛି ।
What's Your Reaction?



