ଭାରତୀୟଙ୍କ ପାଇଁ ଖୁସି ଖବର, ହର୍ମୁଜ ପ୍ରଣାଳୀ ପାର ହୋଇ ଭାରତ ପହଂଚିଲା ତୈଳ ଟ୍ୟାଙ୍କର

କନକ ବ୍ୟୁରୋ : ଭାରତୀୟ ପତାକା ବାଲା ତୈଳ ଟ୍ୟାଙ୍କର ‘ଜଗ ଲାଡକୀ’ ଗୁଜରାଟର ମୁନ୍ଦ୍ରାସ୍ଥିତ ଅଦାନୀ ବନ୍ଦରରେ ପହଞ୍ଚି ଯାଇଛି। ଏହା ୟୁଏଇର ଫୁଜେରାହ ବନ୍ଦରରୁ ହୋର୍ମୁଜ ପ୍ରଣାଳୀ ପାର କରି ୮୦,୮୮୬ ମେଟ୍ରିକ ଟନ୍‌ ଅଶୋଧିତ ‌ତୈଳ ନେଇ ଭାରତ ଆସିଛି। ଭାରତରେ ପ୍ରତିଦିନ ୫.୫ରୁ ୫.୬ ନିୟୁତ (ପାଖାପାଖି ୯୦ କୋଟି ଲିଟର) ତୈଳ ଆବଶ୍ୟକ ପଡ଼ୁଛି। ଏହାପୂର୍ବରୁ ମଙ୍ଗଳବାର ଭାରତରେ ନନ୍ଦା ଦେବୀ ଜାହାଜ ଗୁଜରାଟର ଭାଡିନାର ବନ୍ଦରରେ ପହଞ୍ଚି ଥିଲା। ଏହି ଜାହାଜରେ ପାଖାପାଖି ୪୬,୫୦୦ ମେଟ୍ରିକ ଟନ୍‌ ଏଲପିଜି ଅଣାଯାଇଥିଲା। ଭାରତୀୟ ଜାହାଜ ଶିବାଲିକ୍‌ ସୋମବାର ଏଲପିଜି ନେଇ ମୁନ୍ଦ୍ରା ବନ୍ଦରରେ ପହଞ୍ଚି ଥିଲା, ଯାହା ପାଖାପାଖି ୩୨.୪ ଲକ୍ଷ ଘରୋଇ ଗ୍ୟାସ ସିଲିଣ୍ଡର ସହିତ ସମାନ। ଭାରତ ପାଇଁ ଆଶ୍ୱସ୍ତି , ମୁନ୍ଦ୍ରା ବନ୍ଦରରେ ପହଞ୍ଚିଲା ‘ଜଗ ଲାଡକୀ’

Mar 18, 2026 - 19:36
 0  2
ଭାରତୀୟଙ୍କ ପାଇଁ ଖୁସି ଖବର, ହର୍ମୁଜ ପ୍ରଣାଳୀ ପାର ହୋଇ ଭାରତ ପହଂଚିଲା ତୈଳ ଟ୍ୟାଙ୍କର

କନକ ବ୍ୟୁରୋ : ଭାରତୀୟ ପତାକା ବାଲା ତୈଳ ଟ୍ୟାଙ୍କର ‘ଜଗ ଲାଡକୀ’ ଗୁଜରାଟର ମୁନ୍ଦ୍ରାସ୍ଥିତ ଅଦାନୀ ବନ୍ଦରରେ ପହଞ୍ଚି ଯାଇଛି। ଏହା ୟୁଏଇର ଫୁଜେରାହ ବନ୍ଦରରୁ ହୋର୍ମୁଜ ପ୍ରଣାଳୀ ପାର କରି ୮୦,୮୮୬ ମେଟ୍ରିକ ଟନ୍‌ ଅଶୋଧିତ ‌ତୈଳ ନେଇ ଭାରତ ଆସିଛି। ଭାରତରେ ପ୍ରତିଦିନ ୫.୫ରୁ ୫.୬ ନିୟୁତ (ପାଖାପାଖି ୯୦ କୋଟି ଲିଟର) ତୈଳ ଆବଶ୍ୟକ ପଡ଼ୁଛି। ଏହାପୂର୍ବରୁ ମଙ୍ଗଳବାର ଭାରତରେ ନନ୍ଦା ଦେବୀ ଜାହାଜ ଗୁଜରାଟର ଭାଡିନାର ବନ୍ଦରରେ ପହଞ୍ଚି ଥିଲା। ଏହି ଜାହାଜରେ ପାଖାପାଖି ୪୬,୫୦୦ ମେଟ୍ରିକ ଟନ୍‌ ଏଲପିଜି ଅଣାଯାଇଥିଲା। ଭାରତୀୟ ଜାହାଜ ଶିବାଲିକ୍‌ ସୋମବାର ଏଲପିଜି ନେଇ ମୁନ୍ଦ୍ରା ବନ୍ଦରରେ ପହଞ୍ଚି ଥିଲା, ଯାହା ପାଖାପାଖି ୩୨.୪ ଲକ୍ଷ ଘରୋଇ ଗ୍ୟାସ ସିଲିଣ୍ଡର ସହିତ ସମାନ।

ଭାରତ ପାଇଁ ଆଶ୍ୱସ୍ତି , ମୁନ୍ଦ୍ରା ବନ୍ଦରରେ ପହଞ୍ଚିଲା ‘ଜଗ ଲାଡକୀ’

What's Your Reaction?

like

dislike

love

funny

angry

sad

wow