ଯୁଦ୍ଧ ବେଳେ ଦେଶରେ ଆତଙ୍କ ସୃଷ୍ଟି ନେଇ କଂଗ୍ରେସକୁ ମୋଦୀଙ୍କ ସମାଲୋଚନା, ଆସାମ ଓ କୋଲକାତାରେ ଜନସଭାକୁ ସମ୍ବୋଧନ

କନକ ବ୍ୟୁରୋ : ମଧ୍ୟପ୍ରାଚ୍ୟ ଯୁଦ୍ଧ ସମୟରେ ଦେଶ ଭିତରେ କଂଗ୍ରେସ ଆତଙ୍କ ସୃଷ୍ଟି କରୁଥିବା  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିଯୋଗ କରିଛନ୍ତି। ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ଆସାମ ଓ ପଶ୍ଚିମବଙ୍ଗ ଗସ୍ତ କରି ଦୁଇରାଜ୍ୟକୁ ମୋଦୀ ବିଭିନ୍ନ ପ୍ରକଳ୍ପ ଭେଟି ଦେଇଥିବା ବେଳେ କଂଗ୍ରେସ ଓ ତୃଣମୂଳ କଂଗ୍ରେସକୁ ସମାଲୋଚନା କରିଥିଲେ। ଆସାମର ସିଲଚରରେ ଏକ କାର୍ୟ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, ଯୁଦ୍ଧ ପରିସ୍ଥିତି ମଧ୍ୟରେ କେନ୍ଦ୍ର ସରକାର ନାଗରିକଙ୍କ ଉପରେ ପ୍ରଭାବ ସର୍ବନିମ୍ନ ରଖିବା ପାଇଁ ଚେଷ୍ଟା କରୁଛନ୍ତି। କିନ୍ତୁ କଂଗ୍ରେସ ଦେଶ ଭିତରେ ଆତଙ୍କ ସୃଷ୍ଟି କରିବାକୁ ଏବଂ ସରକାରଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଛି। ଦେଶର ପ୍ରଗତିକୁ ସହି ପାରୁ ନଥିବା କିଛି ବିଦେଶୀ ଶକ୍ତିଙ୍କ ହାତରେ କଂଗ୍ରେସ କଣ୍ଢେଇ ସାଜିଥିବା ମୋଦୀ କହିଥିଲେ। ଉତ୍ତର- ପୂର୍ବ ରାଜ୍ୟକୁ କଂଗ୍ରେସ ଅବହେଳା କରି ଆସିଛି ବୋଲି କହିଥିଲେ ମୋଦୀ । ଏହି ଅବସରରେ ମୋଦୀ ଆସାମ ପାଇଁ ୨୪ ହଜାର କୋଟି ଟଙ୍କା ପ୍ରକଳ୍ପ ଭେଟି ଦେଇଥିଲେ । ସିଲଚର ପୂର୍ବରୁ ଗତକାଲି ଗୌହାଟୀ କାର୍ୟ୍ୟକ୍ରମରେ ଯୋଗଦେଇଥିଲେ ମୋଦୀ ।  ଅଧିକ ପଢ଼ନ୍ତୁ : ପୁଣି ଭାରତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶଂସା : କହିଲେ, ମୁଁ ଭାରତ ଓ ମୋଦୀଙ୍କର ଅତି ନିକଟତର  ଆସାମର ସିଲଚର ପରେ ପରେ ମୋଦୀ କୋଲକାତାରେ ପଶ୍ଚିମବଙ୍ଗ ପାଇଁ ୧୮ ହଜାର ୬୮୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦଘାଟନ କରିବା ସହିତ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ସେ  ବିଜେପିର ପରିବର୍ତ୍ତନ  ସଂକଳ୍ପ ସଭାରେ ଯୋଗଦେଇଥିଲେ। ପଶ୍ଚମବଙ୍ଗରେ   ପରିବର୍ତ୍ତନ ନେଇ ମୋଦୀ ଭବିଷ୍ୟବାଣୀ କରିବା ସହିତ ଏହି ରାଜ୍ୟରୁ ଦେଶ ବିକାଶର ନୂଆ ଅଧ୍ୟାୟ ଲେଖା  ଯାଉଥିବା କହିଥିଲେ ମୋଦୀ ।

Mar 15, 2026 - 08:56
 0  5
ଯୁଦ୍ଧ ବେଳେ ଦେଶରେ ଆତଙ୍କ ସୃଷ୍ଟି ନେଇ କଂଗ୍ରେସକୁ ମୋଦୀଙ୍କ ସମାଲୋଚନା, ଆସାମ ଓ କୋଲକାତାରେ ଜନସଭାକୁ ସମ୍ବୋଧନ

କନକ ବ୍ୟୁରୋ : ମଧ୍ୟପ୍ରାଚ୍ୟ ଯୁଦ୍ଧ ସମୟରେ ଦେଶ ଭିତରେ କଂଗ୍ରେସ ଆତଙ୍କ ସୃଷ୍ଟି କରୁଥିବା  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିଯୋଗ କରିଛନ୍ତି। ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ଆସାମ ଓ ପଶ୍ଚିମବଙ୍ଗ ଗସ୍ତ କରି ଦୁଇରାଜ୍ୟକୁ ମୋଦୀ ବିଭିନ୍ନ ପ୍ରକଳ୍ପ ଭେଟି ଦେଇଥିବା ବେଳେ କଂଗ୍ରେସ ଓ ତୃଣମୂଳ କଂଗ୍ରେସକୁ ସମାଲୋଚନା କରିଥିଲେ।

ଆସାମର ସିଲଚରରେ ଏକ କାର୍ୟ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, ଯୁଦ୍ଧ ପରିସ୍ଥିତି ମଧ୍ୟରେ କେନ୍ଦ୍ର ସରକାର ନାଗରିକଙ୍କ ଉପରେ ପ୍ରଭାବ ସର୍ବନିମ୍ନ ରଖିବା ପାଇଁ ଚେଷ୍ଟା କରୁଛନ୍ତି। କିନ୍ତୁ କଂଗ୍ରେସ ଦେଶ ଭିତରେ ଆତଙ୍କ ସୃଷ୍ଟି କରିବାକୁ ଏବଂ ସରକାରଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଛି। ଦେଶର ପ୍ରଗତିକୁ ସହି ପାରୁ ନଥିବା କିଛି ବିଦେଶୀ ଶକ୍ତିଙ୍କ ହାତରେ କଂଗ୍ରେସ କଣ୍ଢେଇ ସାଜିଥିବା ମୋଦୀ କହିଥିଲେ। ଉତ୍ତର- ପୂର୍ବ ରାଜ୍ୟକୁ କଂଗ୍ରେସ ଅବହେଳା କରି ଆସିଛି ବୋଲି କହିଥିଲେ ମୋଦୀ । ଏହି ଅବସରରେ ମୋଦୀ ଆସାମ ପାଇଁ ୨୪ ହଜାର କୋଟି ଟଙ୍କା ପ୍ରକଳ୍ପ ଭେଟି ଦେଇଥିଲେ । ସିଲଚର ପୂର୍ବରୁ ଗତକାଲି ଗୌହାଟୀ କାର୍ୟ୍ୟକ୍ରମରେ ଯୋଗଦେଇଥିଲେ ମୋଦୀ । 

ଅଧିକ ପଢ଼ନ୍ତୁ : ପୁଣି ଭାରତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶଂସା : କହିଲେ, ମୁଁ ଭାରତ ଓ ମୋଦୀଙ୍କର ଅତି ନିକଟତର

 ଆସାମର ସିଲଚର ପରେ ପରେ ମୋଦୀ କୋଲକାତାରେ ପଶ୍ଚିମବଙ୍ଗ ପାଇଁ ୧୮ ହଜାର ୬୮୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦଘାଟନ କରିବା ସହିତ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ସେ  ବିଜେପିର ପରିବର୍ତ୍ତନ  ସଂକଳ୍ପ ସଭାରେ ଯୋଗଦେଇଥିଲେ। ପଶ୍ଚମବଙ୍ଗରେ   ପରିବର୍ତ୍ତନ ନେଇ ମୋଦୀ ଭବିଷ୍ୟବାଣୀ କରିବା ସହିତ ଏହି ରାଜ୍ୟରୁ ଦେଶ ବିକାଶର ନୂଆ ଅଧ୍ୟାୟ ଲେଖା  ଯାଉଥିବା କହିଥିଲେ ମୋଦୀ ।

What's Your Reaction?

like

dislike

love

funny

angry

sad

wow