ମଦ୍ୟପାନ କରି ପିଣ୍ଡାରେ ଶୋଇଥିଲା ଯୁବକ, ଆଖିରେ ଏସିଡ ପକାଇଦେଲେ ମହିଳା

କନକ ବ୍ୟୁରୋ : ବର୍ବର ମହିଳାଙ୍କ ଅମାନୁଷିକ କାଣ୍ଡ, ନିଶାସକ୍ତ ଅବସ୍ଥାରେ ଯୁବକ ପିଣ୍ଡାରେ ଶୋଇଥିବା ବେଳେ ତାଙ୍କ ଆଖିରେ ପକାଇଦେଲେ ଏସିଡ, ଆଖି ସମ୍ପୂର୍ଣ୍ଣ ହୋଇଯାଇଛି ନଷ୍ଟ । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରରେ । କବିସୂର୍ଯ୍ୟନଗର ୱାର୍ଡ ନମ୍ବର ୪ର ବୁଡ଼ୁ ଦାସ ନିଶାସକ୍ତ ଅବସ୍ଥାରେ ଅନ୍ୟଜଣଙ୍କ ପିଣ୍ଡାରେ ଶୋଇଥିବା ବେଳେ ଜଣେ ମହିଳା ତାଙ୍କ ମୁହଁକୁ ଏସିଡ ପକାଇ ଦେଇଥିଲେ । ଏନେଇ ବୁଡ଼ୁଙ୍କୁ ତୁରନ୍ତ କବିସୂର୍ଯ୍ୟନଗର ମେଡିକାଲକୁ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରିଥିଲେ । ହେଲେ ସେଠାରେ ଗୋଟିଏ ଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା କଥା ଡାକ୍ତର କହିଛନ୍ତି । ଏନେଇ କବିସୂର୍ଯ୍ୟନଗର ଥାନାରେ ଅଭିଯୋଗ ପରେ ପୁଲିସ ତଦନ୍ତ ଜାରି ରଖିଛି ।   

Mar 15, 2026 - 08:56
 0  2

What's Your Reaction?

like

dislike

love

funny

angry

sad

wow