ଯୁଦ୍ଧ ଯୋଗୁଁ ମାନବୀୟ ସଂକଟ, ମା' ଦୁବାଇ ଆଇସିୟୁରେ, ୧.୨୫ କୋଟିର ବିଲ, ସାହଯ୍ୟ ପାଇଁ ଭାରତୀୟ ଯୁବକ କଲେ ଗୁହାରି
କନକ ବ୍ୟୁରୋ : ଦୁବାଇ ସର୍ବଦା ପ୍ରବାସୀ ଏବଂ ପର୍ୟ୍ୟଟକଙ୍କ ପାଇଁ ସୁରକ୍ଷିତ ସ୍ଥାନ ହୋଇ ରହିଆସୁଥିଲା। କିନ୍ତୁ ମଧ୍ୟପ୍ରାଚ୍ୟରେ ଇରାନ ଉପରେ ଆମେରିକା ଓ ଇସ୍ରାଏଲର ଆକ୍ରମଣ ପରେ ଏହି ଧାରଣାରେ ବ୍ୟାପକ ପରିବର୍ତ୍ତନ ହୋଇଛି। ଯୁଦ୍ଧ ଯୋଗୁଁ ଘନ ଘନ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ମାଡ଼ରେ ଦୁବାଇର ବ୍ୟସ୍ତବହୁଳ ଜନଜୀବନ ଥମି ଯାଇଛି। ସବୁଆଡ଼େ ଧୂଆଁ ଓ ବିସ୍ଫୋରଣ ଶବ୍ଦ ଲୋକଙ୍କ ଭିତରେ ଭୟ ସଂଚାର କରୁଛି। ବିମାନ ଉଡ଼ାଣ ବାତିଲ, ବଢ଼ୁଥିବା ଦରଦାମ ଓ ଅସ୍ଥିରତା ଭୂରାଜନୈତିକ ସମସ୍ୟା ମଧ୍ୟରେ ମାନବୀୟ ସଙ୍କଟ ସୃଷ୍ଟି କରିଛି। ଥିଲକକୁମାର ଜଲାଥୁ ଅନିରୁଥରାଜ ଓ ତାଙ୍କ ପତ୍ନୀ ଶ୍ୟାମିନି ରମେଶ ଆଠ ବର୍ଷ ପୂର୍ବେ ଉନ୍ନତ ଜୀବନ ଆଶାରେ ତାମିଲନାଡ଼ୁରୁ ଦୁବାଇ ଚାଲି ଯାଇଥିଲେ। ବର୍ତ୍ତମାନ ଥିଲକକୁମାର ଯୁଦ୍ଧ ଯୋଗୁଁ ନିଜ ମା’କୁ ବଞ୍ଚେଇବା ପାଇଁ ସଂଘର୍ଷ କରୁଛନ୍ତି। ଥିଲକକୁମାରଙ୍କ ମା’ ୪୦ ଦିନ ହେଲା ଆଇସିୟୁରେ ଅଛନ୍ତି। ଦୁବାଇ ନିଜ ପିଲାଙ୍କ ପାଖକୁ ବୁଲିବାକୁ ଯାଇଥିବାବେଳେ ଜୀବାଣୁଜନିତ ଗମ୍ଭୀର ସଂକ୍ରମଣରେ ପୀଡ଼ିତ ହୋଇ ସେ ଭେଣ୍ଟିଲେଣ୍ଟରରେ ଅଛନ୍ତି। ଆହୁରି ଦୁଇ ମାସ ତାଙ୍କ ମା’କୁ ଭେଣ୍ଟିଲେଟର ରହିବାକୁ ପଡ଼ିବ ବୋଲି ଡାକ୍ତର କହିଥିବା ଥିଲକକୁମାର କହିଛନ୍ତି। ହସ୍ପିଟାଲରେ ଦିନକୁ ୩ ଲକ୍ଷ ଟଙ୍କାର ବିଲ୍ ଆସୁଛି। ଏପର୍ୟ୍ୟନ୍ତ ମୋଟ ବିଲ ୧ କୋଟି ୨୫ ଲକ୍ଷ ଟଙ୍କା ହେଲାଣି। ଜଣେ ବେତନଭୋଗୀଙ୍କ ପାଇଁ ଏତେ ଟଙ୍କା ଖର୍ଚ୍ଚ କରିବା ଖୁବ୍ କଷ୍ଟକର ହୋଇପଡ଼ିଛି। ମା’ ତାଙ୍କୁ ଏକୁଟିଆ ବଡ଼ କରିବାରେ ଅନେକ କଷ୍ଟ ସହିଥିବାରୁ ସେ ଭାରତକୁ ଆଣି ତାଙ୍କର ଚିକିତ୍ସା କରିବାକୁ ଚାହୁଛନ୍ତି। ଡାକ୍ତର ମାର୍ଚ୍ଚ ୪ରେ ବ୍ୟବସାୟିକ ମେଡିକାଲ ଏସ୍କର୍ଟ ବିମାନରେ ସେମାନଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ଅନୁମତି ଦେଇଥିଲେ ମଧ୍ୟ ଯୁଦ୍ଧ ଯୋଗୁ ସେମାନେ ଫେରି ପାରୁନାହାନ୍ତି। ଏବେ ସେମାନଙ୍କ ପାଖରେ ଏକମାତ୍ର ବିକଳ୍ପ ଭାବେ ଘରୋଇ ଏୟାର ଆମ୍ବୁଲାନ୍ସର ବିକଳ୍ପ ରହିଛି। କିନ୍ତୁ ଯୁଦ୍ଧ ଯୋଗୁଁ ଏହାର ଦାମ୍ ୭ ଗୁଣ ବଢ଼ି ୫୦ ଲକ୍ଷ ଟଙ୍କାରେ ପହଞ୍ଚି ଗଲାଣି। ଦମ୍ପତି ଦୁବାଇରେ ଅନେକ ଦାତବ୍ୟ ସଙ୍ଗଠନକୁ ଏଥିପାଇଁ ଯୋଗାଯୋଗ କରିଛନ୍ତି। ଯଦି ସେମାନେ ଟଙ୍କା ଯୋଗାଡ଼ କରିପାରିବେ, କିନ୍ତୁ ଯୁଦ୍ଧ ସ୍ଥିତିରେ ଏୟାର ଆମ୍ବୁଲାନ୍ସ ମିଳିବା ମଧ୍ୟ କଷ୍ଟକର ହୋଇପଡ଼ିବ। ଏପରିସ୍ଥଳେ ତାଙ୍କୁ ସାହାଯ୍ୟ କରିବାକୁ ସେ ଗୁହାରି କରିଛନ୍ତି।

କନକ ବ୍ୟୁରୋ : ଦୁବାଇ ସର୍ବଦା ପ୍ରବାସୀ ଏବଂ ପର୍ୟ୍ୟଟକଙ୍କ ପାଇଁ ସୁରକ୍ଷିତ ସ୍ଥାନ ହୋଇ ରହିଆସୁଥିଲା। କିନ୍ତୁ ମଧ୍ୟପ୍ରାଚ୍ୟରେ ଇରାନ ଉପରେ ଆମେରିକା ଓ ଇସ୍ରାଏଲର ଆକ୍ରମଣ ପରେ ଏହି ଧାରଣାରେ ବ୍ୟାପକ ପରିବର୍ତ୍ତନ ହୋଇଛି। ଯୁଦ୍ଧ ଯୋଗୁଁ ଘନ ଘନ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ମାଡ଼ରେ ଦୁବାଇର ବ୍ୟସ୍ତବହୁଳ ଜନଜୀବନ ଥମି ଯାଇଛି। ସବୁଆଡ଼େ ଧୂଆଁ ଓ ବିସ୍ଫୋରଣ ଶବ୍ଦ ଲୋକଙ୍କ ଭିତରେ ଭୟ ସଂଚାର କରୁଛି।
ବିମାନ ଉଡ଼ାଣ ବାତିଲ, ବଢ଼ୁଥିବା ଦରଦାମ ଓ ଅସ୍ଥିରତା ଭୂରାଜନୈତିକ ସମସ୍ୟା ମଧ୍ୟରେ ମାନବୀୟ ସଙ୍କଟ ସୃଷ୍ଟି କରିଛି। ଥିଲକକୁମାର ଜଲାଥୁ ଅନିରୁଥରାଜ ଓ ତାଙ୍କ ପତ୍ନୀ ଶ୍ୟାମିନି ରମେଶ ଆଠ ବର୍ଷ ପୂର୍ବେ ଉନ୍ନତ ଜୀବନ ଆଶାରେ ତାମିଲନାଡ଼ୁରୁ ଦୁବାଇ ଚାଲି ଯାଇଥିଲେ। ବର୍ତ୍ତମାନ ଥିଲକକୁମାର ଯୁଦ୍ଧ ଯୋଗୁଁ ନିଜ ମା’କୁ ବଞ୍ଚେଇବା ପାଇଁ ସଂଘର୍ଷ କରୁଛନ୍ତି। ଥିଲକକୁମାରଙ୍କ ମା’ ୪୦ ଦିନ ହେଲା ଆଇସିୟୁରେ ଅଛନ୍ତି। ଦୁବାଇ ନିଜ ପିଲାଙ୍କ ପାଖକୁ ବୁଲିବାକୁ ଯାଇଥିବାବେଳେ ଜୀବାଣୁଜନିତ ଗମ୍ଭୀର ସଂକ୍ରମଣରେ ପୀଡ଼ିତ ହୋଇ ସେ ଭେଣ୍ଟିଲେଣ୍ଟରରେ ଅଛନ୍ତି। ଆହୁରି ଦୁଇ ମାସ ତାଙ୍କ ମା’କୁ ଭେଣ୍ଟିଲେଟର ରହିବାକୁ ପଡ଼ିବ ବୋଲି ଡାକ୍ତର କହିଥିବା ଥିଲକକୁମାର କହିଛନ୍ତି। ହସ୍ପିଟାଲରେ ଦିନକୁ ୩ ଲକ୍ଷ ଟଙ୍କାର ବିଲ୍ ଆସୁଛି। ଏପର୍ୟ୍ୟନ୍ତ ମୋଟ ବିଲ ୧ କୋଟି ୨୫ ଲକ୍ଷ ଟଙ୍କା ହେଲାଣି। ଜଣେ ବେତନଭୋଗୀଙ୍କ ପାଇଁ ଏତେ ଟଙ୍କା ଖର୍ଚ୍ଚ କରିବା ଖୁବ୍ କଷ୍ଟକର ହୋଇପଡ଼ିଛି। ମା’ ତାଙ୍କୁ ଏକୁଟିଆ ବଡ଼ କରିବାରେ ଅନେକ କଷ୍ଟ ସହିଥିବାରୁ ସେ ଭାରତକୁ ଆଣି ତାଙ୍କର ଚିକିତ୍ସା କରିବାକୁ ଚାହୁଛନ୍ତି। ଡାକ୍ତର ମାର୍ଚ୍ଚ ୪ରେ ବ୍ୟବସାୟିକ ମେଡିକାଲ ଏସ୍କର୍ଟ ବିମାନରେ ସେମାନଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ଅନୁମତି ଦେଇଥିଲେ ମଧ୍ୟ ଯୁଦ୍ଧ ଯୋଗୁ ସେମାନେ ଫେରି ପାରୁନାହାନ୍ତି। ଏବେ ସେମାନଙ୍କ ପାଖରେ ଏକମାତ୍ର ବିକଳ୍ପ ଭାବେ ଘରୋଇ ଏୟାର ଆମ୍ବୁଲାନ୍ସର ବିକଳ୍ପ ରହିଛି। କିନ୍ତୁ ଯୁଦ୍ଧ ଯୋଗୁଁ ଏହାର ଦାମ୍ ୭ ଗୁଣ ବଢ଼ି ୫୦ ଲକ୍ଷ ଟଙ୍କାରେ ପହଞ୍ଚି ଗଲାଣି। ଦମ୍ପତି ଦୁବାଇରେ ଅନେକ ଦାତବ୍ୟ ସଙ୍ଗଠନକୁ ଏଥିପାଇଁ ଯୋଗାଯୋଗ କରିଛନ୍ତି। ଯଦି ସେମାନେ ଟଙ୍କା ଯୋଗାଡ଼ କରିପାରିବେ, କିନ୍ତୁ ଯୁଦ୍ଧ ସ୍ଥିତିରେ ଏୟାର ଆମ୍ବୁଲାନ୍ସ ମିଳିବା ମଧ୍ୟ କଷ୍ଟକର ହୋଇପଡ଼ିବ। ଏପରିସ୍ଥଳେ ତାଙ୍କୁ ସାହାଯ୍ୟ କରିବାକୁ ସେ ଗୁହାରି କରିଛନ୍ତି।
What's Your Reaction?



