‘ପ୍ରଧାନମନ୍ତ୍ରୀଙ୍କୁ ଭିକ୍ଟିମ୍ କାର୍ଡ ଖେଳିବାକୁ ଭଲ ଲାଗେ’: ଜୟରାମ ରମେଶ

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିକ୍ଟିମ୍‌ କାର୍ଡ଼ (ନିଜକୁ ପୀଡ଼ିତ ଦର୍ଶାଇବାକୁ) ବନ୍ଦ କରନ୍ତୁ ବୋଲି କଂଗ୍ରେସ ପାର୍ଟିର ବରିଷ୍ଠ ନେତା ଜୟରାମ ରମେଶ ଶନିବାର କହିଛନ୍ତି । ରମେଶ କହିଛନ୍ତି, ମୋଦୀ ନିଜକୁ ପୀଡ଼ିତ ଦର୍ଶାଇବା ପରିବର୍ତ୍ତେ ସେ ନିଟ୍‌ ୟୁଜି ପ୍ରଶ୍ନପତ୍ର ଲିକ୍‌, ରାମ ମନ୍ଦିର ଦାନ ଚୋରି ଓ ୨୦୧୬ ବିମୁଦ୍ରୀକରଣ ପରି ପ୍ରସଙ୍ଗମାନଙ୍କରେ ଦେଶବାସୀଙ୍କୁ କ୍ଷମା ମାଗନ୍ତୁ । ଅଧିକ ପଢ଼ନ୍ତୁ:୧୫୦ ବର୍ଷ ପରେ ଫେରିଲା ପୁସ୍ତକ, ଲାଗିଲା ୧୮ ଲକ୍ଷ ଟଙ୍କା ଜରିମାନା ରମେଶ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ପୋ‌ଷ୍ଟ କରି କହିଛନ୍ତି, ପ୍ରଧାନମନ୍ତ୍ରୀ ଅନେକ ସମୟରେ ତାଙ୍କ ପୂର୍ବର ଶାସକମାନଙ୍କୁ ଓ ରାଜନୈତିକ ବିରୋଧୀଙ୍କୁ ଟାର୍ଗେଟ କରୁଥିବାବେଳେ ନିଜକୁ ପୀଡ଼ିତ ବୋଲି ଦେଖାଇବାକୁ ଭଲ ପାଆନ୍ତି । ‘ଏକ୍ସ’ରେ ରମେଶ ଲେଖିଛନ୍ତି, ଆତ୍ମଘୋଷିତ ଅଣ-ଜୈବିକ ପ୍ରଧାନମନ୍ତ୍ରୀ ପୀଡିତ କାର୍ଡ ଖେଳିବାକୁ ଉପଭୋଗ କରନ୍ତି । ସେ ତାଙ୍କର ପୂର୍ବପୁରୁଷ ଓ ରାଜନୈତିକ ବିରୋଧୀଙ୍କ ବିରୋଧରେ ଘୃଣ୍ୟ ଆକ୍ଷେପ କରନ୍ତି । ମୋଦୀ କେବଳ ତାଙ୍କର ସାର୍ବଜନୀନ ଭାଷଣରେ ନୁହେଁ ବରଂ ସଂସଦରେ ମଧ୍ୟ ସେମାନଙ୍କୁ ବଦନାମ କରିବା ପାଇଁ ପ୍ରାୟତଃ ମିଛ ପ୍ରଚାର କରନ୍ତି ବୋଲି ରମେଶ ଅଭିଯୋଗ କରିଛନ୍ତି । ସେ ସଂସଦ ଓ ସଂସଦ ବାହାରେ ରାଜନୈତିକ ବିରୋଧୀଙ୍କୁ ଦୁର୍ବ୍ୟବହାର କରୁଥିବା ଏକ ଦଳ ରଖିଛନ୍ତି, ସେମାନଙ୍କୁ ପୂର୍ଣ୍ଣ ସୁରକ୍ଷା ଦିଅନ୍ତି ବୋଲି ରମେଶ ଅଭିଯୋଗ କରିଛନ୍ତି । କଂଗ୍ରେସ ମହାସଚିବ ନିଟ୍‌ ୟୁଜି ପ୍ରଶ୍ନପ୍ରତ ଲିକ୍‌ ଓ ବିରୋଧ ପ୍ରଦର୍ଶନକାରୀ ଛାତ୍ରଙ୍କ ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନକୁ ତୀବ୍ର ବିରୋଧ କରିଛନ୍ତି ।    

Aug 1, 2026 - 18:58
 0  5
‘ପ୍ରଧାନମନ୍ତ୍ରୀଙ୍କୁ ଭିକ୍ଟିମ୍ କାର୍ଡ ଖେଳିବାକୁ ଭଲ ଲାଗେ’: ଜୟରାମ ରମେଶ

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିକ୍ଟିମ୍‌ କାର୍ଡ଼ (ନିଜକୁ ପୀଡ଼ିତ ଦର୍ଶାଇବାକୁ) ବନ୍ଦ କରନ୍ତୁ ବୋଲି କଂଗ୍ରେସ ପାର୍ଟିର ବରିଷ୍ଠ ନେତା ଜୟରାମ ରମେଶ ଶନିବାର କହିଛନ୍ତି । ରମେଶ କହିଛନ୍ତି, ମୋଦୀ ନିଜକୁ ପୀଡ଼ିତ ଦର୍ଶାଇବା ପରିବର୍ତ୍ତେ ସେ ନିଟ୍‌ ୟୁଜି ପ୍ରଶ୍ନପତ୍ର ଲିକ୍‌, ରାମ ମନ୍ଦିର ଦାନ ଚୋରି ଓ ୨୦୧୬ ବିମୁଦ୍ରୀକରଣ ପରି ପ୍ରସଙ୍ଗମାନଙ୍କରେ ଦେଶବାସୀଙ୍କୁ କ୍ଷମା ମାଗନ୍ତୁ ।

ଅଧିକ ପଢ଼ନ୍ତୁ:୧୫୦ ବର୍ଷ ପରେ ଫେରିଲା ପୁସ୍ତକ, ଲାଗିଲା ୧୮ ଲକ୍ଷ ଟଙ୍କା ଜରିମାନା

ରମେଶ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ପୋ‌ଷ୍ଟ କରି କହିଛନ୍ତି, ପ୍ରଧାନମନ୍ତ୍ରୀ ଅନେକ ସମୟରେ ତାଙ୍କ ପୂର୍ବର ଶାସକମାନଙ୍କୁ ଓ ରାଜନୈତିକ ବିରୋଧୀଙ୍କୁ ଟାର୍ଗେଟ କରୁଥିବାବେଳେ ନିଜକୁ ପୀଡ଼ିତ ବୋଲି ଦେଖାଇବାକୁ ଭଲ ପାଆନ୍ତି । ‘ଏକ୍ସ’ରେ ରମେଶ ଲେଖିଛନ୍ତି, ଆତ୍ମଘୋଷିତ ଅଣ-ଜୈବିକ ପ୍ରଧାନମନ୍ତ୍ରୀ ପୀଡିତ କାର୍ଡ ଖେଳିବାକୁ ଉପଭୋଗ କରନ୍ତି । ସେ ତାଙ୍କର ପୂର୍ବପୁରୁଷ ଓ ରାଜନୈତିକ ବିରୋଧୀଙ୍କ ବିରୋଧରେ ଘୃଣ୍ୟ ଆକ୍ଷେପ କରନ୍ତି । ମୋଦୀ କେବଳ ତାଙ୍କର ସାର୍ବଜନୀନ ଭାଷଣରେ ନୁହେଁ ବରଂ ସଂସଦରେ ମଧ୍ୟ ସେମାନଙ୍କୁ ବଦନାମ କରିବା ପାଇଁ ପ୍ରାୟତଃ ମିଛ ପ୍ରଚାର କରନ୍ତି ବୋଲି ରମେଶ ଅଭିଯୋଗ କରିଛନ୍ତି । ସେ ସଂସଦ ଓ ସଂସଦ ବାହାରେ ରାଜନୈତିକ ବିରୋଧୀଙ୍କୁ ଦୁର୍ବ୍ୟବହାର କରୁଥିବା ଏକ ଦଳ ରଖିଛନ୍ତି, ସେମାନଙ୍କୁ ପୂର୍ଣ୍ଣ ସୁରକ୍ଷା ଦିଅନ୍ତି ବୋଲି ରମେଶ ଅଭିଯୋଗ କରିଛନ୍ତି । କଂଗ୍ରେସ ମହାସଚିବ ନିଟ୍‌ ୟୁଜି ପ୍ରଶ୍ନପ୍ରତ ଲିକ୍‌ ଓ ବିରୋଧ ପ୍ରଦର୍ଶନକାରୀ ଛାତ୍ରଙ୍କ ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନକୁ ତୀବ୍ର ବିରୋଧ କରିଛନ୍ତି ।

 

 

What's Your Reaction?

like

dislike

love

funny

angry

sad

wow