ପେଟପାଟଣା ପାଇଁ ମୁମ୍ବାଇ ଯାଇଥିଲେ ହସ୍ତା; ସେଠି ଦଲାଲକୁ ବିକିଦେଲା ସ୍ବାମୀ
କନକ ବ୍ୟୁରୋ: ଯାହା ଉପରେ ମଣିଷ ଭରସା କରେ ଯଦି ସେ ହିଁ ଭରସା ଭାଙ୍ଗେ… କହିବ କାହାକୁ … ଆଖିର ଲୁହ, ମନର କୋହରେ ଖାଲି ଭିଜିବାକୁ ହୁଏ । ଭିଜି ଭିଜି ଶେଷରେ ସଳଖି ହୋଇ ଛିଡ଼ା ହେବାକୁ ବାଟ ଖୋଜେ । ନିଜ ଉପରେ ନିଜେ ଭରସା କରି ବଞ୍ଚିବାକୁ ଶିଖେ । ଏମିତି ଉଠିପଡ଼ି ଜୀବନ ଯନ୍ତ୍ରଣାରୁ ମୁକୁଳିଥିବା ଜଣେ ମହିଳା ହସ୍ତା… ବଲାଙ୍ଗୀର ଟିଟିଲାଗଡ଼ ବ୍ଲକ୍ ଜଗୁଆ ଗାଁର ହସ୍ତା ମହାନନ୍ଦ । ଅଭାବ ଅସୁବିଧାକୁ ସୁଧାରିବାକୁ ହସ୍ତା ନିଜ ସ୍ବାମୀଙ୍କ ସହ ମୁମ୍ବାଇ ଯାଇଥିଲେ କାମ କରିବାକୁ । ପାଖରେ ଛୋଟ ଛୋଟ ପିଲା । ହେଲେ ସେଠି ତାଙ୍କ ସ୍ବାମୀ ହିଁ ତାଙ୍କ ସହ କଲେ ବଡ଼ ବିଶ୍ବାସଘାତକତା । ହସ୍ତାଙ୍କୁ ଦୁବାଇର ଜଣେ ଦଲାଲଙ୍କୁ ବିକିଦେଲେ । ହସ୍ତା … ଗାଁର ଜଣେ ସରଳ ନୀରିହ ମହିଳା… ଦଲାଲ୍ ମୁମ୍ବାଇରେ କିଛି ଦିନ ରଖିବା ପରେ ନେଇଗଲା ଦୁବାଇ । ଆଉ ସେଠି ହସ୍ତାଙ୍କ ସହ ଯାହା ଘଟିଲା ସେକଥା କହିବା ବେଳକୁ ଲୋମ ଟାଙ୍କୁରି ଯାଉଛି । ଦରିଆ ପାରି ଦୁବାଇ,ନିଜର ବୋଲି କେହି ନାହିଁ । ଆହା କହିବାକୁ ବି କେହି ନାହିଁ । ସବୁ ଅଜଣା। ଆଉ ଦିନ ରାତି ଖାଲି କାମ , ଖଟଣି । ବିଶ୍ରାମ ପାଇଁ ସମୟ ମିଳିବା ବି କଷ୍ଟ । ଏତେ ପରେ ବି ହାତରେ ପଇସା ଟିଏ ନଥିବ । ସବୁ ପଇସା ଦଲାଲ୍ ହସ୍ତାଙ୍କ ସ୍ବାମୀଙ୍କ ପାଖକୁ ପଠାଇଦିଏ । ଆଉ ନିଷ୍ଠୁର ସ୍ବାମୀ ଯାଇ ଗାଁରେ କହିବୁଲେ ହସ୍ତା କାଳେ ନିଖୋଜ । ୟା ଭିତରେ ତ ସ୍ବାମୀ ଆଉ କାହାକୁ ବାହା ବି ହେଇଗଲେଣି । ଏକଥା କହିବା ବେଳକୁ ହସ୍ତାଙ୍କ ଆଖି ବୋଲ ମାନୁନି… ଅଧିକ ପଢ଼ନ୍ତୁ:HIV କବଳରେ କଲେଜ ପଢ଼ୁଆ ପିଲା ! ଏବେ ଟେନସନରେ ସରକାର ଦୁବାଇରେ ୭ ବର୍ଷର ଯନ୍ତ୍ରଣା । ତା ଭିତରେ ହସ୍ତାଙ୍କ ମୁଣ୍ଡକୁ ବୁଦ୍ଧି ଜୁଟିଲା । ଭିଡ଼ିଓ କରି ଭଉଣୀ ପାଖକୁ ପଠାଇଲେ । ତାଙ୍କୁ ନିଜର ସବୁ କଷ୍ଟ କହିବା ସହ ତାଙ୍କୁ ସେଠୁ ଉଦ୍ଧାର କରିବାକୁ ନେହୁରା ହେଲେ । ଭଉଣୀ ଏବଂ ତାଙ୍କ ବାପା, ମା’ ପୁଲିସକୁ ଏବଂ କିଛି ସମାଜସେବୀଙ୍କୁ ଏ ଭିଡିଓ ଦେଖାଇଲେ । ଉଭୟ ସ୍ବେଚ୍ଛାସେବୀ ଏବଂ ପ୍ରଶାସନ ମିଶି ଶେଷରେ ହସ୍ତାଙ୍କୁ ଉଦ୍ଧାର କଲେ । ଏ ଖାଲି ହସ୍ତାଙ୍କ ଦୁଃଖ ନୁହେଁ । ପେଟପାଟଣା ପାଇଁ ଏମିତି କେତେ ହସ୍ତା ବାହାରକୁ ଯାଉଛନ୍ତି ପାଇଟି କରିବାକୁ ଆଉ ଦଲାଲଙ୍କ ହାତରେ ପଡ଼ି କଲବଲ୍ ହେଉଛନ୍ତି ।ଶେଷରେ ଜୀବନ ବି ହାରିଯାଏ… ସମୟ ବଦଳୁଛି, ହେଲେ କେବେ ବଦଳିବ ରାଜ୍ୟର ଏ ଦାଦନ ଦୁଃଖ?

କନକ ବ୍ୟୁରୋ: ଯାହା ଉପରେ ମଣିଷ ଭରସା କରେ ଯଦି ସେ ହିଁ ଭରସା ଭାଙ୍ଗେ… କହିବ କାହାକୁ … ଆଖିର ଲୁହ, ମନର କୋହରେ ଖାଲି ଭିଜିବାକୁ ହୁଏ । ଭିଜି ଭିଜି ଶେଷରେ ସଳଖି ହୋଇ ଛିଡ଼ା ହେବାକୁ ବାଟ ଖୋଜେ । ନିଜ ଉପରେ ନିଜେ ଭରସା କରି ବଞ୍ଚିବାକୁ ଶିଖେ । ଏମିତି ଉଠିପଡ଼ି ଜୀବନ ଯନ୍ତ୍ରଣାରୁ ମୁକୁଳିଥିବା ଜଣେ ମହିଳା ହସ୍ତା…
ବଲାଙ୍ଗୀର ଟିଟିଲାଗଡ଼ ବ୍ଲକ୍ ଜଗୁଆ ଗାଁର ହସ୍ତା ମହାନନ୍ଦ । ଅଭାବ ଅସୁବିଧାକୁ ସୁଧାରିବାକୁ ହସ୍ତା ନିଜ ସ୍ବାମୀଙ୍କ ସହ ମୁମ୍ବାଇ ଯାଇଥିଲେ କାମ କରିବାକୁ । ପାଖରେ ଛୋଟ ଛୋଟ ପିଲା । ହେଲେ ସେଠି ତାଙ୍କ ସ୍ବାମୀ ହିଁ ତାଙ୍କ ସହ କଲେ ବଡ଼ ବିଶ୍ବାସଘାତକତା । ହସ୍ତାଙ୍କୁ ଦୁବାଇର ଜଣେ ଦଲାଲଙ୍କୁ ବିକିଦେଲେ । ହସ୍ତା … ଗାଁର ଜଣେ ସରଳ ନୀରିହ ମହିଳା… ଦଲାଲ୍ ମୁମ୍ବାଇରେ କିଛି ଦିନ ରଖିବା ପରେ ନେଇଗଲା ଦୁବାଇ । ଆଉ ସେଠି ହସ୍ତାଙ୍କ ସହ ଯାହା ଘଟିଲା ସେକଥା କହିବା ବେଳକୁ ଲୋମ ଟାଙ୍କୁରି ଯାଉଛି ।
ଦରିଆ ପାରି ଦୁବାଇ,ନିଜର ବୋଲି କେହି ନାହିଁ । ଆହା କହିବାକୁ ବି କେହି ନାହିଁ । ସବୁ ଅଜଣା। ଆଉ ଦିନ ରାତି ଖାଲି କାମ , ଖଟଣି । ବିଶ୍ରାମ ପାଇଁ ସମୟ ମିଳିବା ବି କଷ୍ଟ । ଏତେ ପରେ ବି ହାତରେ ପଇସା ଟିଏ ନଥିବ । ସବୁ ପଇସା ଦଲାଲ୍ ହସ୍ତାଙ୍କ ସ୍ବାମୀଙ୍କ ପାଖକୁ ପଠାଇଦିଏ । ଆଉ ନିଷ୍ଠୁର ସ୍ବାମୀ ଯାଇ ଗାଁରେ କହିବୁଲେ ହସ୍ତା କାଳେ ନିଖୋଜ । ୟା ଭିତରେ ତ ସ୍ବାମୀ ଆଉ କାହାକୁ ବାହା ବି ହେଇଗଲେଣି । ଏକଥା କହିବା ବେଳକୁ ହସ୍ତାଙ୍କ ଆଖି ବୋଲ ମାନୁନି…
ଅଧିକ ପଢ଼ନ୍ତୁ:HIV କବଳରେ କଲେଜ ପଢ଼ୁଆ ପିଲା ! ଏବେ ଟେନସନରେ ସରକାର
ଦୁବାଇରେ ୭ ବର୍ଷର ଯନ୍ତ୍ରଣା । ତା ଭିତରେ ହସ୍ତାଙ୍କ ମୁଣ୍ଡକୁ ବୁଦ୍ଧି ଜୁଟିଲା । ଭିଡ଼ିଓ କରି ଭଉଣୀ ପାଖକୁ ପଠାଇଲେ । ତାଙ୍କୁ ନିଜର ସବୁ କଷ୍ଟ କହିବା ସହ ତାଙ୍କୁ ସେଠୁ ଉଦ୍ଧାର କରିବାକୁ ନେହୁରା ହେଲେ । ଭଉଣୀ ଏବଂ ତାଙ୍କ ବାପା, ମା’ ପୁଲିସକୁ ଏବଂ କିଛି ସମାଜସେବୀଙ୍କୁ ଏ ଭିଡିଓ ଦେଖାଇଲେ । ଉଭୟ ସ୍ବେଚ୍ଛାସେବୀ ଏବଂ ପ୍ରଶାସନ ମିଶି ଶେଷରେ ହସ୍ତାଙ୍କୁ ଉଦ୍ଧାର କଲେ ।
ଏ ଖାଲି ହସ୍ତାଙ୍କ ଦୁଃଖ ନୁହେଁ । ପେଟପାଟଣା ପାଇଁ ଏମିତି କେତେ ହସ୍ତା ବାହାରକୁ ଯାଉଛନ୍ତି ପାଇଟି କରିବାକୁ ଆଉ ଦଲାଲଙ୍କ ହାତରେ ପଡ଼ି କଲବଲ୍ ହେଉଛନ୍ତି ।ଶେଷରେ ଜୀବନ ବି ହାରିଯାଏ… ସମୟ ବଦଳୁଛି, ହେଲେ କେବେ ବଦଳିବ ରାଜ୍ୟର ଏ ଦାଦନ ଦୁଃଖ?
What's Your Reaction?



