’ନାଳର ପୋକ ହୋଇଗଲେଣି’ ; ଏଭଳି କହି କକ୍ରୋଚ୍ ପାର୍ଟି ଉପରେ ରାଗିଲେ ଶକ୍ତିମାନ୍

କନକ ବ୍ୟୁରୋ: କଙ୍ଗନା ରଣାୱତଙ୍କ ପରେ ଏବେ ମହାଭାରତର ପିତାମହ ଭୀଷ୍ମ ମୁକେଶ ଖନ୍ନା ସିଜେପି ଉପରେ ବର୍ଷିଛନ୍ତି । ଚେତାବନୀ ଦେଲା ଭଳି କହିଛନ୍ତି, ଏମାନେ ସତରେ ଅସରପା ଭଳି ହେଉଛନ୍ତି, ଏମାନଙ୍କୁ କାଢ଼ି ଫିଙ୍ଗିଦେବା ଦରକାର । କକରୋଚ୍ ଜନତା ପାର୍ଟି ବା ସିଜେପି ଏବଂ ଛାତ୍ର ଦିଲ୍ଲୀ ଯନ୍ତରମନ୍ତ୍ରରେ ଚଳାଇଥିବା ଆନ୍ଦୋଳନକୁ ନେଇ ବଲିଉଡ୍ ଦିଫାଳ ହେବା ଭଳି ଦେଖାଯାଉଛି । ଆନ୍ଦୋଳନ ସମୟରେ ଅନେକ ସେଲିବ୍ରିଟି ଏହାକୁ ସର୍ଥନ ଦେଇଥିବାବେଳେ ଅନେକ ସେଲିବ୍ରିଟି ସିଜେପିରେ ସାମିଲ ହୋଇଥିବା ପ୍ରଦର୍ଶନକାରୀଙ୍କ 'ଗଟର ଛାପ୍' ବୋଲି କହି ଭର୍ତ୍ସନା କରିଛନ୍ତି । ଏବେ ତ ମହାଭାରତର ପିତାମହ ଭୀଷ୍ମ ତଥା ବରିଷ୍ଠ କଳାକାର ମୁକେଶ ଖନ୍ନା ବି ସିଜେପି ଆନ୍ଦୋଳନକାରୀଙ୍କ ଉପରେ ବର୍ଷିଛନ୍ତି ।  ଇନଷ୍ଟାରେ ଭିଡ଼ିଓ ପୋଷ୍ଟ କରି କହିଛନ୍ତି, ’ ମୋତେ ଲାଗୁଛି ଆନ୍ଦୋଳନ କରୁଥିବା ପିଲାମାନେ ସତରେ ଅସରପା । ଯେବେ ଆମ ଘରେ ଅସରପା ପଶିଯାଏ ତାକୁ ଆମେ ଖୋଜି ଖୋଲି ବାହାର କରି ଫିଙ୍ଗିଦେଉ । ମୁଁ ଚାହୁଁଛି ଏ ଯେଉଁ ସବୁ ଅସରପାଙ୍କୁ ବି କାଢ଼ି ଫିଙ୍ଗିଦେବା ଉଚିତ । ଆନ୍ଦୋଳନ ପରେ , ମନ୍ତ୍ରୀଙ୍କ ଇସ୍ଥଫା ପରେ ଛାତ୍ରମାନେ ଯେପରି କ୍ଲବରେ ଯାଇ ନାଚୁଥିବାର ଦେଖିବାକୁ ମିଳୁଛି, ଦେଖିଲେ ଖରାପ ଲାଗୁଛି । ଏମାନେ ଜେନ୍ ଜି… ଯଦି ଏମାନେ ଜେନ୍ ଜି ତାହେଲେ ଏମାନଙ୍କ କାନ୍ଧରେ ଦେଶର ଭବିଷ୍ୟତ ରହିବା ଅସମ୍ଭବ ।    ମୁକେଶ ଏକଥା ବି କହିଛନ୍ତି, ’ମୋ ମତରେ ସିଜେପି ପ୍ରକୃତରେ ନିଟ୍ ପେପର ଲିକ୍ ବିରୋଧରେ ଆନ୍ଦୋଳନ କରିନଥିଲା। ଇଏ ପ୍ରକୃତରେ ସ୍ପନ୍ସର୍ଡ ଆନ୍ଦୋଳନ ଥିଲା । ଏଥିପାଇଁ ପ୍ରଚୂର ପଇସା ଖର୍ଚ୍ଚ କରାଯାଇଥିଲା । ଏମାନେ ଆମ ଦେଶର ଛାତ୍ର ନଥିଲେ । କାରଣ ଆମ ଦେଶର ପ୍ରକୃତ ଛାତ୍ର ଏତେ ଖରାପ କଥା କହିବେନି । ମୋତେ ଲାଗୁଛି ଏମାନେ ବିକ୍ରି ହୋଇଯାଇଥିଲେ ।  ଅଧିକ ପଢ଼ନ୍ତୁ:ଚାରିଆଡ଼େ ବନ୍ୟା; ଭୁଟୁଭୁଟିରେ ବସି ବାହା ହେବାକୁ ଗଲେ ପ୍ରମୋଦ ମୁକେଶ ଖାନ୍ନା ଛାତ୍ରଙ୍କୁ ବୁଝାଇବାକୁ ଯାଇ କହିଛନ୍ତି, ’ମୁଁ ମୋ ଦେଶର ଛାତ୍ରଙ୍କୁ କହୁଛି, ଆପଣମାନେ କାହା ପ୍ରରୋଚନାରେ ଯାହା କହିଛନ୍ତି ସେଥିପାଇଁ ଭବିଷ୍ୟତରେ ବଡ଼ ମୂଲ୍ୟ ଦେବାକୁ ପଡ଼ିବ । ତୁମ ଜୀବନର ଏହି ଅରାନ୍ଦୋଳନ ଖରାପ ପ୍ରଭାବ ପଡ଼ିବ । ଭବିଷ୍ୟତରେ ତୁମମାନଙ୍କୁ ନା ଚାକିରି ମିଳିବ , ନା ବିଦେଶ ଯିବାକୁ ଭିସା ମିଳିବ ନା ସରକାରୀ ସୁବିଧା । କ୍ୟାରିଅର୍ ବର୍ବାଦ ହୋଇଯିବ । ତେଣୁ ଯେଉଁମାନେ ପେପର୍ ଲିକ୍ ନାଁରେ ଶସ୍ତା ରାଜନୀତି କରି ନାଁ କମେଇବାକୁ ଚାହୁଁଛନ୍ତି ତାଙ୍କ କବଳରୁ ମୁକ୍ତ ହୋଇଯାଅ ନହେଲେ କେହି ସାହାଯ୍ୟ କରିବେନି ।    ଦିଲ୍ଲୀ ଜନ୍ତର ମନ୍ତରରେ ସିଜେପି ଛାତ୍ରଙ୍କ ସହ ମିଶି ଯେଉଁ ଆନ୍ଦୋଳନ କରିଥିଲା ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ ସେଥିରେ ଜୁନ୍ ୨୦ରେ ଛାତ୍ର ଓ ପୁଲିସ ମୁହାଁମୁହିଁ ହୋଇଥିଲେ । ହେଲେ ଏହାକୁ ନେଇ ଅନେକ ସମର୍ଥନ କରୁଥିବାବେଳେ ଅନେକ ଏହାକୁ ଫାର୍ସ ବୋଲି କହିଛନ୍ତି ।   

Aug 1, 2026 - 18:58
 0  5
’ନାଳର ପୋକ ହୋଇଗଲେଣି’ ;  ଏଭଳି କହି କକ୍ରୋଚ୍ ପାର୍ଟି ଉପରେ ରାଗିଲେ ଶକ୍ତିମାନ୍

କନକ ବ୍ୟୁରୋ: କଙ୍ଗନା ରଣାୱତଙ୍କ ପରେ ଏବେ ମହାଭାରତର ପିତାମହ ଭୀଷ୍ମ ମୁକେଶ ଖନ୍ନା ସିଜେପି ଉପରେ ବର୍ଷିଛନ୍ତି । ଚେତାବନୀ ଦେଲା ଭଳି କହିଛନ୍ତି, ଏମାନେ ସତରେ ଅସରପା ଭଳି ହେଉଛନ୍ତି, ଏମାନଙ୍କୁ କାଢ଼ି ଫିଙ୍ଗିଦେବା ଦରକାର ।

କକରୋଚ୍ ଜନତା ପାର୍ଟି ବା ସିଜେପି ଏବଂ ଛାତ୍ର ଦିଲ୍ଲୀ ଯନ୍ତରମନ୍ତ୍ରରେ ଚଳାଇଥିବା ଆନ୍ଦୋଳନକୁ ନେଇ ବଲିଉଡ୍ ଦିଫାଳ ହେବା ଭଳି ଦେଖାଯାଉଛି । ଆନ୍ଦୋଳନ ସମୟରେ ଅନେକ ସେଲିବ୍ରିଟି ଏହାକୁ ସର୍ଥନ ଦେଇଥିବାବେଳେ ଅନେକ ସେଲିବ୍ରିଟି ସିଜେପିରେ ସାମିଲ ହୋଇଥିବା ପ୍ରଦର୍ଶନକାରୀଙ୍କ 'ଗଟର ଛାପ୍' ବୋଲି କହି ଭର୍ତ୍ସନା କରିଛନ୍ତି । ଏବେ ତ ମହାଭାରତର ପିତାମହ ଭୀଷ୍ମ ତଥା ବରିଷ୍ଠ କଳାକାର ମୁକେଶ ଖନ୍ନା ବି ସିଜେପି ଆନ୍ଦୋଳନକାରୀଙ୍କ ଉପରେ ବର୍ଷିଛନ୍ତି । 

ଇନଷ୍ଟାରେ ଭିଡ଼ିଓ ପୋଷ୍ଟ କରି କହିଛନ୍ତି, ’ ମୋତେ ଲାଗୁଛି ଆନ୍ଦୋଳନ କରୁଥିବା ପିଲାମାନେ ସତରେ ଅସରପା । ଯେବେ ଆମ ଘରେ ଅସରପା ପଶିଯାଏ ତାକୁ ଆମେ ଖୋଜି ଖୋଲି ବାହାର କରି ଫିଙ୍ଗିଦେଉ । ମୁଁ ଚାହୁଁଛି ଏ ଯେଉଁ ସବୁ ଅସରପାଙ୍କୁ ବି କାଢ଼ି ଫିଙ୍ଗିଦେବା ଉଚିତ । ଆନ୍ଦୋଳନ ପରେ , ମନ୍ତ୍ରୀଙ୍କ ଇସ୍ଥଫା ପରେ ଛାତ୍ରମାନେ ଯେପରି କ୍ଲବରେ ଯାଇ ନାଚୁଥିବାର ଦେଖିବାକୁ ମିଳୁଛି, ଦେଖିଲେ ଖରାପ ଲାଗୁଛି । ଏମାନେ ଜେନ୍ ଜି… ଯଦି ଏମାନେ ଜେନ୍ ଜି ତାହେଲେ ଏମାନଙ୍କ କାନ୍ଧରେ ଦେଶର ଭବିଷ୍ୟତ ରହିବା ଅସମ୍ଭବ ।  


 
ମୁକେଶ ଏକଥା ବି କହିଛନ୍ତି, ’ମୋ ମତରେ ସିଜେପି ପ୍ରକୃତରେ ନିଟ୍ ପେପର ଲିକ୍ ବିରୋଧରେ ଆନ୍ଦୋଳନ କରିନଥିଲା। ଇଏ ପ୍ରକୃତରେ ସ୍ପନ୍ସର୍ଡ ଆନ୍ଦୋଳନ ଥିଲା । ଏଥିପାଇଁ ପ୍ରଚୂର ପଇସା ଖର୍ଚ୍ଚ କରାଯାଇଥିଲା । ଏମାନେ ଆମ ଦେଶର ଛାତ୍ର ନଥିଲେ । କାରଣ ଆମ ଦେଶର ପ୍ରକୃତ ଛାତ୍ର ଏତେ ଖରାପ କଥା କହିବେନି । ମୋତେ ଲାଗୁଛି ଏମାନେ ବିକ୍ରି ହୋଇଯାଇଥିଲେ । 

ଅଧିକ ପଢ଼ନ୍ତୁ:ଚାରିଆଡ଼େ ବନ୍ୟା; ଭୁଟୁଭୁଟିରେ ବସି ବାହା ହେବାକୁ ଗଲେ ପ୍ରମୋଦ

ମୁକେଶ ଖାନ୍ନା ଛାତ୍ରଙ୍କୁ ବୁଝାଇବାକୁ ଯାଇ କହିଛନ୍ତି, ’ମୁଁ ମୋ ଦେଶର ଛାତ୍ରଙ୍କୁ କହୁଛି, ଆପଣମାନେ କାହା ପ୍ରରୋଚନାରେ ଯାହା କହିଛନ୍ତି ସେଥିପାଇଁ ଭବିଷ୍ୟତରେ ବଡ଼ ମୂଲ୍ୟ ଦେବାକୁ ପଡ଼ିବ । ତୁମ ଜୀବନର ଏହି ଅରାନ୍ଦୋଳନ ଖରାପ ପ୍ରଭାବ ପଡ଼ିବ । ଭବିଷ୍ୟତରେ ତୁମମାନଙ୍କୁ ନା ଚାକିରି ମିଳିବ , ନା ବିଦେଶ ଯିବାକୁ ଭିସା ମିଳିବ ନା ସରକାରୀ ସୁବିଧା । କ୍ୟାରିଅର୍ ବର୍ବାଦ ହୋଇଯିବ । ତେଣୁ ଯେଉଁମାନେ ପେପର୍ ଲିକ୍ ନାଁରେ ଶସ୍ତା ରାଜନୀତି କରି ନାଁ କମେଇବାକୁ ଚାହୁଁଛନ୍ତି ତାଙ୍କ କବଳରୁ ମୁକ୍ତ ହୋଇଯାଅ ନହେଲେ କେହି ସାହାଯ୍ୟ କରିବେନି । 

 

ଦିଲ୍ଲୀ ଜନ୍ତର ମନ୍ତରରେ ସିଜେପି ଛାତ୍ରଙ୍କ ସହ ମିଶି ଯେଉଁ ଆନ୍ଦୋଳନ କରିଥିଲା ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ ସେଥିରେ ଜୁନ୍ ୨୦ରେ ଛାତ୍ର ଓ ପୁଲିସ ମୁହାଁମୁହିଁ ହୋଇଥିଲେ । ହେଲେ ଏହାକୁ ନେଇ ଅନେକ ସମର୍ଥନ କରୁଥିବାବେଳେ ଅନେକ ଏହାକୁ ଫାର୍ସ ବୋଲି କହିଛନ୍ତି । 

 

What's Your Reaction?

like

dislike

love

funny

angry

sad

wow