ଲଗାଣ ବର୍ଷାରେ ଭାଙ୍ଗିଲା ଘର, ପର ବାରଣ୍ଡାରେ କଟୁଛି ଜୀବନ
କନକ ବ୍ୟୁରୋ: ଲଗାଣ ବର୍ଷା ଉଜାଡ଼ି ଦେଇଛି ଅନେକଙ୍କ ସଂସାର । ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ବୋରୋବାହାଲ ଗାଁରେ ଲଗାଣ ବର୍ଷା ଯୋଗୁଁ ଅନେକ ପରିବାରଙ୍କ ଘର ଭାଙ୍ଗିଯାଇଛି । ଘର ହରାଇଥିବା ଲୋକେ ଏବେ ପର ବାରଣ୍ଡାରେ ଆଶ୍ରୟ ନେଇ ଦିନ କାଟୁଛନ୍ତି । ଅଧିକ ପଢ଼ନ୍ତୁ...ବ୍ରାହ୍ମଣୀରେ ବନ୍ୟା: ୪ ପଞ୍ଚାୟତ ବିଚ୍ଛିନ୍ନ, ୫୦ ହଜାରରୁ ଅଧିକ ଲୋକ ଜଳବନ୍ଦୀଗାଁର ଜଗତ ପୁଟେଲଙ୍କ ଘର ଲଗାଣ ବର୍ଷାରେ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିବାବେଳେ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ମିଳିଛି । ଘର ଭାଙ୍ଗିଯିବା ପରେ ପରିବାରଟି ଅସହାୟ ଅବସ୍ଥାରେ ଜୀବନ ବିତାଉଛି । ଆର୍ଥିକ ଅନଟନ ଯୋଗୁଁ ଭାଙ୍ଗିଥିବା ଘରକୁ ମରାମତି କରିବାକୁ ସକ୍ଷମ ନଥିବା ଜଗତ ପୁଟେଲ ପକ୍କା ଘର ଖଣ୍ଡିଏ ପାଇଁ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହୋଇଥିବା କହିଛନ୍ତି । ହେଲେ ଏପର୍ଯ୍ୟନ୍ତ ସରକାରୀ ସହାୟତା କିମ୍ବା ଆବାସ ଯୋଜନାର ସୁବିଧା ମିଳିନଥିବାରୁ ବର୍ଷାରେ ତାଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି ।ବର୍ତ୍ତମାନ ପରିବାରଟି ବାର ଦୁଆରେ ଆଶ୍ରୟ ନେବାକୁ ବାଧ୍ୟ ହେଉଛନ୍ତି । ସେପଟେ ତୁରନ୍ତ ସରକାରୀ ସହାୟତା ଏବଂ ପକ୍କା ଘର ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

କନକ ବ୍ୟୁରୋ: ଲଗାଣ ବର୍ଷା ଉଜାଡ଼ି ଦେଇଛି ଅନେକଙ୍କ ସଂସାର । ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ବୋରୋବାହାଲ ଗାଁରେ ଲଗାଣ ବର୍ଷା ଯୋଗୁଁ ଅନେକ ପରିବାରଙ୍କ ଘର ଭାଙ୍ଗିଯାଇଛି । ଘର ହରାଇଥିବା ଲୋକେ ଏବେ ପର ବାରଣ୍ଡାରେ ଆଶ୍ରୟ ନେଇ ଦିନ କାଟୁଛନ୍ତି ।
ଅଧିକ ପଢ଼ନ୍ତୁ...ବ୍ରାହ୍ମଣୀରେ ବନ୍ୟା: ୪ ପଞ୍ଚାୟତ ବିଚ୍ଛିନ୍ନ, ୫୦ ହଜାରରୁ ଅଧିକ ଲୋକ ଜଳବନ୍ଦୀ
ଗାଁର ଜଗତ ପୁଟେଲଙ୍କ ଘର ଲଗାଣ ବର୍ଷାରେ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିବାବେଳେ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ମିଳିଛି । ଘର ଭାଙ୍ଗିଯିବା ପରେ ପରିବାରଟି ଅସହାୟ ଅବସ୍ଥାରେ ଜୀବନ ବିତାଉଛି । ଆର୍ଥିକ ଅନଟନ ଯୋଗୁଁ ଭାଙ୍ଗିଥିବା ଘରକୁ ମରାମତି କରିବାକୁ ସକ୍ଷମ ନଥିବା ଜଗତ ପୁଟେଲ ପକ୍କା ଘର ଖଣ୍ଡିଏ ପାଇଁ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହୋଇଥିବା କହିଛନ୍ତି । ହେଲେ ଏପର୍ଯ୍ୟନ୍ତ ସରକାରୀ ସହାୟତା କିମ୍ବା ଆବାସ ଯୋଜନାର ସୁବିଧା ମିଳିନଥିବାରୁ ବର୍ଷାରେ ତାଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି ।
ବର୍ତ୍ତମାନ ପରିବାରଟି ବାର ଦୁଆରେ ଆଶ୍ରୟ ନେବାକୁ ବାଧ୍ୟ ହେଉଛନ୍ତି । ସେପଟେ ତୁରନ୍ତ ସରକାରୀ ସହାୟତା ଏବଂ ପକ୍କା ଘର ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।
What's Your Reaction?



