ଚାରିଆଡ଼େ ବନ୍ୟା; ଭୁଟୁଭୁଟିରେ ବସି ବାହା ହେବାକୁ ଗଲେ ପ୍ରମୋଦ
କନକ ବ୍ୟୁରୋ: ଚାରିଆଡ଼େ ବନ୍ୟା, ଏ ବନ୍ୟାରେ ଡଙ୍ଗା ଆଉ ଡଙ୍ଗାରେ ବର! ଏମାନେ ତ ବରଯାତ୍ରୀ । ବର ଆଉ ବରଯାତ୍ରୀଙ୍କ ମନ ଖୁସି ଯେ କାହିଁରେ କ’ଣ । ବନ୍ୟା ହଉ ପଛେ ବାହାଘର ହବ ମାନେ ହବ । ଏ ଦୃଶ୍ୟ ଯାଜପୁର ସିମୁଳିଆ ଅଞ୍ଚଳର … ଯୁଆଡେ ଅନେଇଲେ ପାଣି ଆଉ ପାଣି । ବନ୍ୟା ଜଳରେ ଚାରିଆଡ ଭାସୁଛି। ହେଲେ ତାରି ଭିତରେ ଅଟକିନି ପ୍ରମୋଦଙ୍କ ବାହାଘର। ଯାଜପୁର ସଦର ବ୍ଲକ ସିମିଳିଆ ଗ୍ରାମରୁ ଭୁଟୁଭୁଟିରେ ବରଯାତ୍ରୀଙ୍କୁ ନେଇ ଢେଙ୍କାନାଳର ଭୁବନ ଅଞ୍ଚଳକୁ ବାହାରିଛନ୍ତି ପ୍ରମୋଦ । ଆଉ ତାଙ୍କ ସହ ବରଯାତ୍ରୀ । ଏ ବାହାଘରକୁ ନେଇ ଏବେ ସେ ଅଞ୍ଚଳରେ ଚର୍ଚ୍ଚା ।ବନ୍ୟାରେ ରାସ୍ତାଘଟ ଦିଶୁନି । ସବୁଠି ଯେମିତି ସମୁଦ୍ର । ଲୋକେ ରାହା ପାଉନାହାନ୍ତି କିନ୍ତୁ ଅନେକ ଆଗରୁ ବିବାହ ତାରିଖ ଓ ଶୁଭ ଲଗ୍ନ ସ୍ଥିର ହୋଇଯାଇଥିଲା । ଭୁଟୁଭୁଟିରେ ବରଯାତ୍ରୀଙ୍କୁ ନେଇ ବିବାହ ପାଇଁ ବାହାରିଥିଲେ ପ୍ରମୋଦ । ଏହି ଦୃଶ୍ୟ ସ୍ଥାନୀୟ ବାସିନ୍ଦା ଓ ପଥଚାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଅଧିକ ପଢ଼ନ୍ତୁ: ପେଟପାଟଣା ପାଇଁ ମୁମ୍ବାଇ ଯାଇଥିଲେ ହସ୍ତା; ସେଠି ଦଲାଲକୁ ବିକିଦେଲା ସ୍ବାମୀସତରେ ବନ୍ୟାର କଷ୍ଟ ଭିତରେ ବି ବରଯାତ୍ରୀଙ୍କ ଉତ୍ସାହ କମିନଥିଲା। ଛୋଟ ପିଲାଙ୍କ ମୁହଁରେ ଥିଲା ବରଯାତ୍ରୀର ଖୁସି । ବର ବେଶ ହୋଇଥିବା ପ୍ରମୋଦ କହିଛନ୍ତି, ଏଭଳି ପରିସ୍ଥିତିରେ ବିବାହକୁ ଯିବା ତାଙ୍କ ଜୀବନର ଏକ ସ୍ମରଣୀୟ ଅନୁଭୂତି ହୋଇ ରହିବ। ବନ୍ୟା ଭିତରେ ଭୁଟୁଭୁଟିରେ ବର ଯିବା ସବୁଠୁ ଅଲଗା । ବନ୍ୟାର ବିପତ୍ତି ସମୟରେ ବର ଓ ବରଯାତ୍ରୀଙ୍କ ଏହି ଜଳଯାତ୍ରାକୁ ନେଇ ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ଜୋର ।

କନକ ବ୍ୟୁରୋ: ଚାରିଆଡ଼େ ବନ୍ୟା, ଏ ବନ୍ୟାରେ ଡଙ୍ଗା ଆଉ ଡଙ୍ଗାରେ ବର! ଏମାନେ ତ ବରଯାତ୍ରୀ । ବର ଆଉ ବରଯାତ୍ରୀଙ୍କ ମନ ଖୁସି ଯେ କାହିଁରେ କ’ଣ । ବନ୍ୟା ହଉ ପଛେ ବାହାଘର ହବ ମାନେ ହବ । ଏ ଦୃଶ୍ୟ ଯାଜପୁର ସିମୁଳିଆ ଅଞ୍ଚଳର …
ଯୁଆଡେ ଅନେଇଲେ ପାଣି ଆଉ ପାଣି । ବନ୍ୟା ଜଳରେ ଚାରିଆଡ ଭାସୁଛି। ହେଲେ ତାରି ଭିତରେ ଅଟକିନି ପ୍ରମୋଦଙ୍କ ବାହାଘର। ଯାଜପୁର ସଦର ବ୍ଲକ ସିମିଳିଆ ଗ୍ରାମରୁ ଭୁଟୁଭୁଟିରେ ବରଯାତ୍ରୀଙ୍କୁ ନେଇ ଢେଙ୍କାନାଳର ଭୁବନ ଅଞ୍ଚଳକୁ ବାହାରିଛନ୍ତି ପ୍ରମୋଦ । ଆଉ ତାଙ୍କ ସହ ବରଯାତ୍ରୀ । ଏ ବାହାଘରକୁ ନେଇ ଏବେ ସେ ଅଞ୍ଚଳରେ ଚର୍ଚ୍ଚା ।
ବନ୍ୟାରେ ରାସ୍ତାଘଟ ଦିଶୁନି । ସବୁଠି ଯେମିତି ସମୁଦ୍ର । ଲୋକେ ରାହା ପାଉନାହାନ୍ତି କିନ୍ତୁ ଅନେକ ଆଗରୁ ବିବାହ ତାରିଖ ଓ ଶୁଭ ଲଗ୍ନ ସ୍ଥିର ହୋଇଯାଇଥିଲା । ଭୁଟୁଭୁଟିରେ ବରଯାତ୍ରୀଙ୍କୁ ନେଇ ବିବାହ ପାଇଁ ବାହାରିଥିଲେ ପ୍ରମୋଦ । ଏହି ଦୃଶ୍ୟ ସ୍ଥାନୀୟ ବାସିନ୍ଦା ଓ ପଥଚାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ।
ଅଧିକ ପଢ଼ନ୍ତୁ: ପେଟପାଟଣା ପାଇଁ ମୁମ୍ବାଇ ଯାଇଥିଲେ ହସ୍ତା; ସେଠି ଦଲାଲକୁ ବିକିଦେଲା ସ୍ବାମୀ
ସତରେ ବନ୍ୟାର କଷ୍ଟ ଭିତରେ ବି ବରଯାତ୍ରୀଙ୍କ ଉତ୍ସାହ କମିନଥିଲା। ଛୋଟ ପିଲାଙ୍କ ମୁହଁରେ ଥିଲା ବରଯାତ୍ରୀର ଖୁସି । ବର ବେଶ ହୋଇଥିବା ପ୍ରମୋଦ କହିଛନ୍ତି, ଏଭଳି ପରିସ୍ଥିତିରେ ବିବାହକୁ ଯିବା ତାଙ୍କ ଜୀବନର ଏକ ସ୍ମରଣୀୟ ଅନୁଭୂତି ହୋଇ ରହିବ। ବନ୍ୟା ଭିତରେ ଭୁଟୁଭୁଟିରେ ବର ଯିବା ସବୁଠୁ ଅଲଗା ।
ବନ୍ୟାର ବିପତ୍ତି ସମୟରେ ବର ଓ ବରଯାତ୍ରୀଙ୍କ ଏହି ଜଳଯାତ୍ରାକୁ ନେଇ ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ଜୋର ।
What's Your Reaction?



