ଦୋକାନ ଆଗରେ ଫୋପାଡୁଛନ୍ତି ମଇଳା ପାଣି... କାରଣ ଜାଣି ଆପଣ ଆଶ୍ଚର୍ୟ୍ୟ ହେବେ
କନକ ବ୍ୟୁରୋ : ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ଜୋରରେ ଭାଇରାଲ ହେଉଛି , ଯେଉଁଥିରେ ମହିଳା ମାନେ ଦୋକାନ ସାମ୍ନାରେ ମଇଳା ପାଣିର ମାଠିଆ ଫୋପାଡୁ ଥିବା ଦେଖିବାକୁ ମିଳୁଛି । ପ୍ରଥମ ନଜରରେ ଏହା କୌଣସି ବିବାଦ ଭଳି ଲାଗଛି ନା ? କ’ଣରହିଛି ଏହା ପଛର ସତ୍ୟତା , ଆସନ୍ତୁ ଜାଣିବା । ରାଜସ୍ଥାନର ଉଦୟପୁରର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡାଆରେ ଖୁବ ଜୋରରେ ଭାଇରାଲ ହେଉଛି । ଉଦୟପୁରର ମେୱାଡ଼ ଅଞ୍ଚଳରେ ରଙ୍ଗ ବେରଙ୍ଗର ପୋଷାକ ପିନ୍ଧି ଅନେକ ମହିଳା ମୁଣ୍ଡରେ ବଡ ବଡ ମାଠିଆ ଧରି ବଜାର ଅଡେ ଆସୁଥିବା ଦେଖିବାକୁ ମିଳିଥିଲା । ଏହି ମାଠିଆରେ ମଇଳା ପାଣି ଆଣି ସେମାନେ ବଜାରରେ ଥିବା ଦୋକାନ ଆଗରେ ଫୋପାଡୁଥିଲେ । ପ୍ରଥମ ନଜରରେ ଏହା କୌଣସି ରାଗ କିମ୍ୱା ଆକ୍ରୋଷର କାରଣ ଲାଗୁଥିଲାବେଳେ ଏହାର ଅସଲ କାରଣ ଜାଣି ଆପଣ ଆଶ୍ଚର୍ୟ୍ୟ ହେବେ । ପ୍ରକୃତରେ ଏହା କୌଣସି ରାଗ କିମ୍ୱା ଝଗଡା ନୁହଁ ଏହା ମେୱାଡ ଅଞ୍ଚଳର ଏକ ପୁରାତନ ଲୋକ ପରମ୍ପରା । ଲୋକଙ୍କ ବିଶ୍ୱାସ କି ଏପରି କରିବା ଦ୍ୱାରା ଇନ୍ଦ୍ରଦେବ ପ୍ରଶନ୍ନ ହେବେ ଏବଂ ଭଲ ବର୍ଷା ହୋଇଥାଏ। ଏହି କାରଣରୁ ପ୍ରତିବର୍ଷ ମୌସୁମୀ ସମୟରେ ଏପରି ଏକ ବିଚିତ୍ତ୍ର ପରମ୍ପରାକୁ ଲୋକମାନେ କୋଣସି ପୂଜା ପରି ମନାଇଥାନ୍ତି । ରାଜସ୍ଥାନର ଅନେକ ଅଞ୍ଚଳରେ ଭିନ୍ନ ଭିନ୍ନ ପ୍ରକାରର ଲୋକ ପରମ୍ପରା ପାଳନ କରାଯାଏ । ସେଥିମଧ୍ୟରୁ ଏହି ପରମ୍ପରା ଅନ୍ୟତମ । ଏଥିରେ ସ୍ତ୍ରୀ ଲୋକମାନେ ନୂଆଁ ନୂଆଁ ପାରମ୍ପରିକ ପୋଷାକ ପିନ୍ଧି , ମୁଣ୍ଡ ଉପରେ ବଡ ବଡ ମାଠିଆ ଧରି , ଢୋଲ ବଜାଇ ,ଲୋକଗୀତ ଗାଇ ଭିଡଥିବା ବଜାରକୁ ଯାଇ ଦୋକାନ ବାହାରେ ପାଣି ଫୋପଡି ଥାନ୍ତି । ଇନଷ୍ଟାଗ୍ରାମରେ ଭାଇରାଲ ଏହି ଭିଡିଓଟିକୁ ଲକ୍ଷ ଲକ୍ଷ ଲୋକ ଦେଖିସାରିଲେଣି । ଆଜିକାଲି ଆଧୁନିକ ସମୟରେ ମଧ୍ୟ ଭାରତର ଅନେକ ଅଞ୍ଚଳରେ ଏପରି ଅନେକ ଲୋକ ପରମ୍ପରା ଜୀବିତ ରହିଛି ଯାହାକୁ ଲୋକମାନେ ଆନନ୍ଦ ଏବଂ ଉତ୍ସାହର ସହ ପାଳନ କରୁଛନ୍ତି ।

କନକ ବ୍ୟୁରୋ : ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ଜୋରରେ ଭାଇରାଲ ହେଉଛି , ଯେଉଁଥିରେ ମହିଳା ମାନେ ଦୋକାନ ସାମ୍ନାରେ ମଇଳା ପାଣିର ମାଠିଆ ଫୋପାଡୁ ଥିବା ଦେଖିବାକୁ ମିଳୁଛି । ପ୍ରଥମ ନଜରରେ ଏହା କୌଣସି ବିବାଦ ଭଳି ଲାଗଛି ନା ? କ’ଣରହିଛି ଏହା ପଛର ସତ୍ୟତା , ଆସନ୍ତୁ ଜାଣିବା ।
ରାଜସ୍ଥାନର ଉଦୟପୁରର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡାଆରେ ଖୁବ ଜୋରରେ ଭାଇରାଲ ହେଉଛି । ଉଦୟପୁରର ମେୱାଡ଼ ଅଞ୍ଚଳରେ ରଙ୍ଗ ବେରଙ୍ଗର ପୋଷାକ ପିନ୍ଧି ଅନେକ ମହିଳା ମୁଣ୍ଡରେ ବଡ ବଡ ମାଠିଆ ଧରି ବଜାର ଅଡେ ଆସୁଥିବା ଦେଖିବାକୁ ମିଳିଥିଲା । ଏହି ମାଠିଆରେ ମଇଳା ପାଣି ଆଣି ସେମାନେ ବଜାରରେ ଥିବା ଦୋକାନ ଆଗରେ ଫୋପାଡୁଥିଲେ । ପ୍ରଥମ ନଜରରେ ଏହା କୌଣସି ରାଗ କିମ୍ୱା ଆକ୍ରୋଷର କାରଣ ଲାଗୁଥିଲାବେଳେ ଏହାର ଅସଲ କାରଣ ଜାଣି ଆପଣ ଆଶ୍ଚର୍ୟ୍ୟ ହେବେ ।
ପ୍ରକୃତରେ ଏହା କୌଣସି ରାଗ କିମ୍ୱା ଝଗଡା ନୁହଁ ଏହା ମେୱାଡ ଅଞ୍ଚଳର ଏକ ପୁରାତନ ଲୋକ ପରମ୍ପରା । ଲୋକଙ୍କ ବିଶ୍ୱାସ କି ଏପରି କରିବା ଦ୍ୱାରା ଇନ୍ଦ୍ରଦେବ ପ୍ରଶନ୍ନ ହେବେ ଏବଂ ଭଲ ବର୍ଷା ହୋଇଥାଏ। ଏହି କାରଣରୁ ପ୍ରତିବର୍ଷ ମୌସୁମୀ ସମୟରେ ଏପରି ଏକ ବିଚିତ୍ତ୍ର ପରମ୍ପରାକୁ ଲୋକମାନେ କୋଣସି ପୂଜା ପରି ମନାଇଥାନ୍ତି ।
ରାଜସ୍ଥାନର ଅନେକ ଅଞ୍ଚଳରେ ଭିନ୍ନ ଭିନ୍ନ ପ୍ରକାରର ଲୋକ ପରମ୍ପରା ପାଳନ କରାଯାଏ । ସେଥିମଧ୍ୟରୁ ଏହି ପରମ୍ପରା ଅନ୍ୟତମ । ଏଥିରେ ସ୍ତ୍ରୀ ଲୋକମାନେ ନୂଆଁ ନୂଆଁ ପାରମ୍ପରିକ ପୋଷାକ ପିନ୍ଧି , ମୁଣ୍ଡ ଉପରେ ବଡ ବଡ ମାଠିଆ ଧରି , ଢୋଲ ବଜାଇ ,ଲୋକଗୀତ ଗାଇ ଭିଡଥିବା ବଜାରକୁ ଯାଇ ଦୋକାନ ବାହାରେ ପାଣି ଫୋପଡି ଥାନ୍ତି ।
ଇନଷ୍ଟାଗ୍ରାମରେ ଭାଇରାଲ ଏହି ଭିଡିଓଟିକୁ ଲକ୍ଷ ଲକ୍ଷ ଲୋକ ଦେଖିସାରିଲେଣି । ଆଜିକାଲି ଆଧୁନିକ ସମୟରେ ମଧ୍ୟ ଭାରତର ଅନେକ ଅଞ୍ଚଳରେ ଏପରି ଅନେକ ଲୋକ ପରମ୍ପରା ଜୀବିତ ରହିଛି ଯାହାକୁ ଲୋକମାନେ ଆନନ୍ଦ ଏବଂ ଉତ୍ସାହର ସହ ପାଳନ କରୁଛନ୍ତି ।
What's Your Reaction?



