କାହିଁକି ସଂକଟ ସମୟରେ ଯୁବରାଜଙ୍କ ପାଖକୁ ଯାଆନ୍ତି ଯୁବ କ୍ରିକେଟର, ସଫଳ ହୋଇଛନ୍ତି ଅଭିଷେକ ଓ ଶୁବମନ

କନକ ବ୍ୟୁରୋ : କାହିଁକି ସଙ୍କଟ ସମୟରେ ଯୁବରାଜଙ୍କ ପାଖକୁ ଯାଆନ୍ତି କ୍ରିକେଟର? ମଇଦାନରେ ବିସ୍ଫୋରକ ବ୍ୟାଟିଂ ହେଉ କି କ୍ୟାନ୍ସର ଭଳି ମାରାତ୍ମକ ରୋଗ ସହ ଲଢ଼େଇ, ଯୁବରାଜ ସିଂହ ସବୁବେଳେ ବିଜେତା। ଆଉ ଏବେ ସେ ପାଲଟିଛନ୍ତି ଟିମ୍ ଇଣ୍ଡିଆର ଯୁବ ତାରକାଙ୍କ ପାଇଁ 'ଅଘୋଷିତ ମେଣ୍ଟର'।  ଅଧିକ ପଢ଼ନ୍ତୁ :  ଶ୍ରେୟାସଙ୍କ ଉପରେ ଖପ୍ପା ଯୁବରାଜ ସିଂହ । ରାହୁଲଙ୍କୁ ୪ ନମ୍ବରରେ ବ୍ୟାଟିଂ କରିବାକୁ ଦେଲେ ପରାମର୍ଶ ।  ଭାରତୀୟ କ୍ରିକେଟର ଜଣେ ସର୍ବକାଳୀନ ଶ୍ରେଷ୍ଠ ହ୍ୱାଇଟ୍-ବଲ୍ ଖେଳାଳି ଯୁବରାଜ ସିଂହ ଏବେ ନୂଆ ପିଢ଼ିର କ୍ରିକେଟରଙ୍କ ପାଇଁ ‘ସଙ୍କଟମୋଚକ’ ସାଜିଛନ୍ତି। ଯେତେବେଳେ ଜଣେ ଖେଳାଳି ନିଜ ଫର୍ମ କିମ୍ବା ମାନସିକ ସ୍ଥିତିକୁ ନେଇ ସଂଘର୍ଷ କରନ୍ତି, ସେତେବେଳେ ସେମାନେ ଯୁବରାଜଙ୍କ ଦ୍ୱାରସ୍ଥ ହେଉଥିବା ଦେଖିବାକୁ ମିଳୁଛି।ଋଷଭ ପନ୍ତ ଭୟଙ୍କର ଦୁର୍ଘଟଣାରୁ ଫେରିବା ପରେ ନିଜକୁ ପ୍ରସ୍ତୁତ କରିବା ପାଇଁ ପୂର୍ବରୁ ଯୁବରାଜଙ୍କ ସହାୟତା ନେଇଥିଲେ। ଆଉ ଏବେ ନିକଟରେ ମୁମ୍ବାଇରେ ପନ୍ଥ ଯୁବରାଜଙ୍କ ଠାରୁ ଟିପ୍ସ ନେଇଛନ୍ତି। ୱିକେଟକିପର ବ୍ୟାଟ୍ସର ପନ୍ତଙ୍କୁ ସାହାଯ୍ୟର ଆବଶ୍ୟକତା ଅଛି; ଦୀର୍ଘଦିନ ହେବ ପନ୍ତ ଜାତୀୟ ଦଳରେ ସ୍ଥାନ ପାଇଁ ସଂଘର୍ଷ କରିଚାଲିଛନ୍ତି। ଦିନିକିଆରେ, କେଏଲ ରାହୁଲଙ୍କ ଭଲ ପ୍ରଦର୍ଶନ ପାଇଁ ପନ୍ତଙ୍କୁ ଚାହୁଁନାହାନ୍ତି ଚୟନକର୍ତ୍ତା। ଟି-୨୦ରେ, ଏବେ ଇଶାନ କିଶାନ ଏବଂ ସଞ୍ଜୁ ସାମସନ , ଉଭୟ ବ୍ୟାଟର ଦମଦାର ପ୍ରଦର୍ଶନ କରୁଛନ୍ତି ଆଉ ଏହି ସର୍ଟ ଫର୍ମାଟରେ ପନ୍ତ ଦଳକୁ ଫେରିବା ସେତେ ସହଜ ହେବନି ।ଏବେ ଖାଲି ପନ୍ତଙ୍କ ପାଖରେ ଟେଷ୍ଟ କ୍ରିକେଟ୍ ବାକି ଅଛି। ଏହି ଅସୁବିଧାର ସମୟରେ, ଯୁବରାଜଙ୍କ ଠାରୁ ଭଲ ମାର୍ଗଦର୍ଶକ ଆଉ କେହି ନାହାନ୍ତି ବୋଲି ପନ୍ତ ବୁଝିପାରିଛନ୍ତି । ସେହିଭଳି ଅଭିଷେକ ଶର୍ମା, ଶୁବମନ ଗିଲ୍, ପ୍ରଭସିମରନ ସିଂହ ଏବଂ ନିକଟରେ ଘରୋଇ କ୍ରିକେଟରେ ଚମକିଥିବା ପ୍ରିୟାଂଶ ଆର୍ୟ୍ୟ ମଧ୍ୟ ଯୁବରାଜଙ୍କ ପ୍ରଶିକ୍ଷଣରୁ ଉପକୃତ ହୋଇଛନ୍ତି। ଯୁବରାଜ କେବଳ ବ୍ୟାଟିଂ ଟେକନିକ ନୁହେଁ, ବରଂ ଖେଳାଳିଙ୍କ ମଧ୍ୟରେ ସେହି ‘ଲଢୁଆ ମନୋଭାବ’ ଭରିବାରେ ମାହିର, ଯାହା ପାଇଁ ସେ ନିଜେ ପରିଚିତ।ବିଶ୍ୱକପ୍ ବିଜେତା ଯୁବରାଜଙ୍କ ପାଖରେ ଥିବା ଅଭିଜ୍ଞତା ଏବଂ ବଡ଼ ମ୍ୟାଚରେ ଚାପକୁ କିପରି ନିୟନ୍ତ୍ରଣ କରାଯାଏ, ସେହି କଳା ଶିଖିବା ପାଇଁ ଯୁବ ତାରକାମାନେ ତାଙ୍କୁ ନିଜର ଆଦର୍ଶ ମାନୁଛନ୍ତି। ଯୁବରାଜଙ୍କ ମାର୍ଗଦର୍ଶନରେ ଅଭିଷେକ ଓ ଗିଲ୍‌ଙ୍କ ଭଳି ଖେଳାଳି ଆଜି ଭାରତୀୟ ଦଳର ପ୍ରମୁଖ ସ୍ତମ୍ଭ ଭାବେ ଉଭା ହୋଇଛନ୍ତି।    

Mar 15, 2026 - 08:56
 0  3
କାହିଁକି ସଂକଟ ସମୟରେ ଯୁବରାଜଙ୍କ ପାଖକୁ ଯାଆନ୍ତି ଯୁବ କ୍ରିକେଟର, ସଫଳ ହୋଇଛନ୍ତି ଅଭିଷେକ ଓ ଶୁବମନ

କନକ ବ୍ୟୁରୋ : କାହିଁକି ସଙ୍କଟ ସମୟରେ ଯୁବରାଜଙ୍କ ପାଖକୁ ଯାଆନ୍ତି କ୍ରିକେଟର? ମଇଦାନରେ ବିସ୍ଫୋରକ ବ୍ୟାଟିଂ ହେଉ କି କ୍ୟାନ୍ସର ଭଳି ମାରାତ୍ମକ ରୋଗ ସହ ଲଢ଼େଇ, ଯୁବରାଜ ସିଂହ ସବୁବେଳେ ବିଜେତା। ଆଉ ଏବେ ସେ ପାଲଟିଛନ୍ତି ଟିମ୍ ଇଣ୍ଡିଆର ଯୁବ ତାରକାଙ୍କ ପାଇଁ 'ଅଘୋଷିତ ମେଣ୍ଟର'। 

ଅଧିକ ପଢ଼ନ୍ତୁ :  ଶ୍ରେୟାସଙ୍କ ଉପରେ ଖପ୍ପା ଯୁବରାଜ ସିଂହ । ରାହୁଲଙ୍କୁ ୪ ନମ୍ବରରେ ବ୍ୟାଟିଂ କରିବାକୁ ଦେଲେ ପରାମର୍ଶ ।

 ଭାରତୀୟ କ୍ରିକେଟର ଜଣେ ସର୍ବକାଳୀନ ଶ୍ରେଷ୍ଠ ହ୍ୱାଇଟ୍-ବଲ୍ ଖେଳାଳି ଯୁବରାଜ ସିଂହ ଏବେ ନୂଆ ପିଢ଼ିର କ୍ରିକେଟରଙ୍କ ପାଇଁ ‘ସଙ୍କଟମୋଚକ’ ସାଜିଛନ୍ତି। ଯେତେବେଳେ ଜଣେ ଖେଳାଳି ନିଜ ଫର୍ମ କିମ୍ବା ମାନସିକ ସ୍ଥିତିକୁ ନେଇ ସଂଘର୍ଷ କରନ୍ତି, ସେତେବେଳେ ସେମାନେ ଯୁବରାଜଙ୍କ ଦ୍ୱାରସ୍ଥ ହେଉଥିବା ଦେଖିବାକୁ ମିଳୁଛି।ଋଷଭ ପନ୍ତ ଭୟଙ୍କର ଦୁର୍ଘଟଣାରୁ ଫେରିବା ପରେ ନିଜକୁ ପ୍ରସ୍ତୁତ କରିବା ପାଇଁ ପୂର୍ବରୁ ଯୁବରାଜଙ୍କ ସହାୟତା ନେଇଥିଲେ। ଆଉ ଏବେ ନିକଟରେ ମୁମ୍ବାଇରେ ପନ୍ଥ ଯୁବରାଜଙ୍କ ଠାରୁ ଟିପ୍ସ ନେଇଛନ୍ତି। ୱିକେଟକିପର ବ୍ୟାଟ୍ସର ପନ୍ତଙ୍କୁ ସାହାଯ୍ୟର ଆବଶ୍ୟକତା ଅଛି; ଦୀର୍ଘଦିନ ହେବ ପନ୍ତ ଜାତୀୟ ଦଳରେ ସ୍ଥାନ ପାଇଁ ସଂଘର୍ଷ କରିଚାଲିଛନ୍ତି। ଦିନିକିଆରେ, କେଏଲ ରାହୁଲଙ୍କ ଭଲ ପ୍ରଦର୍ଶନ ପାଇଁ ପନ୍ତଙ୍କୁ ଚାହୁଁନାହାନ୍ତି ଚୟନକର୍ତ୍ତା। ଟି-୨୦ରେ, ଏବେ ଇଶାନ କିଶାନ ଏବଂ ସଞ୍ଜୁ ସାମସନ , ଉଭୟ ବ୍ୟାଟର ଦମଦାର ପ୍ରଦର୍ଶନ କରୁଛନ୍ତି ଆଉ ଏହି ସର୍ଟ ଫର୍ମାଟରେ ପନ୍ତ ଦଳକୁ ଫେରିବା ସେତେ ସହଜ ହେବନି ।ଏବେ ଖାଲି ପନ୍ତଙ୍କ ପାଖରେ ଟେଷ୍ଟ କ୍ରିକେଟ୍ ବାକି ଅଛି। ଏହି ଅସୁବିଧାର ସମୟରେ, ଯୁବରାଜଙ୍କ ଠାରୁ ଭଲ ମାର୍ଗଦର୍ଶକ ଆଉ କେହି ନାହାନ୍ତି ବୋଲି ପନ୍ତ ବୁଝିପାରିଛନ୍ତି । ସେହିଭଳି ଅଭିଷେକ ଶର୍ମା, ଶୁବମନ ଗିଲ୍, ପ୍ରଭସିମରନ ସିଂହ ଏବଂ ନିକଟରେ ଘରୋଇ କ୍ରିକେଟରେ ଚମକିଥିବା ପ୍ରିୟାଂଶ ଆର୍ୟ୍ୟ ମଧ୍ୟ ଯୁବରାଜଙ୍କ ପ୍ରଶିକ୍ଷଣରୁ ଉପକୃତ ହୋଇଛନ୍ତି। ଯୁବରାଜ କେବଳ ବ୍ୟାଟିଂ ଟେକନିକ ନୁହେଁ, ବରଂ ଖେଳାଳିଙ୍କ ମଧ୍ୟରେ ସେହି ‘ଲଢୁଆ ମନୋଭାବ’ ଭରିବାରେ ମାହିର, ଯାହା ପାଇଁ ସେ ନିଜେ ପରିଚିତ।ବିଶ୍ୱକପ୍ ବିଜେତା ଯୁବରାଜଙ୍କ ପାଖରେ ଥିବା ଅଭିଜ୍ଞତା ଏବଂ ବଡ଼ ମ୍ୟାଚରେ ଚାପକୁ କିପରି ନିୟନ୍ତ୍ରଣ କରାଯାଏ, ସେହି କଳା ଶିଖିବା ପାଇଁ ଯୁବ ତାରକାମାନେ ତାଙ୍କୁ ନିଜର ଆଦର୍ଶ ମାନୁଛନ୍ତି। ଯୁବରାଜଙ୍କ ମାର୍ଗଦର୍ଶନରେ ଅଭିଷେକ ଓ ଗିଲ୍‌ଙ୍କ ଭଳି ଖେଳାଳି ଆଜି ଭାରତୀୟ ଦଳର ପ୍ରମୁଖ ସ୍ତମ୍ଭ ଭାବେ ଉଭା ହୋଇଛନ୍ତି।

 

 

What's Your Reaction?

like

dislike

love

funny

angry

sad

wow