ଉତ୍ତର ପ୍ରଦେଶରେ ଜଘନ୍ୟକାଣ୍ଡ; ଯମଜ ଭଉଣୀକୁ ୮୪ ଥର ଛୁରିଭୁସି ହତ୍ୟା

କନକ ବ୍ୟୁରୋ : ଉତ୍ତର ପ୍ରଦେଶର ମୋରାଦାବାଦରେ ଜଣେ ଯୁବ ଇଞ୍ଜିନିୟର ନିଜ ଯମଜ ଭଉଣୀଙ୍କୁ ୮୪ ଥର ଛୁରି ଭୁସି ହତ୍ୟା କରିବା ପରି ଜଘନ୍ୟକାଣ୍ଡ ଘଟାଇବା ପରେ ମା’ଙ୍କୁ ମଧ୍ୟ ଆକ୍ରମଣ କରି ଗୁରୁତର କରିଦେଇଛନ୍ତି। ସାମାଜିକ ଗଣମାଧ୍ୟମ ଓ ପ୍ରେମ ସମ୍ପର୍କରୁ ଦୂରେଇ ରହି କ୍ୟାରିୟର ଉପରେ ଧ୍ୟାନ ଦେବାକୁ ମା’ ଓ ଭଉଣୀଙ୍କ ପରାମର୍ଶରେ ଅତିଷ୍ଠ ହୋଇପଡ଼ିଥିଲେ ୨୫ ବର୍ଷୀୟ ହାର୍ଦ୍ଦିକ । ହାର୍ଦ୍ଦିକ ଓ ତାଙ୍କ ଭଉଣୀ ହିମାଶିଖା ଉଭୟ ଇଞ୍ଜିନିୟର। ଗୁରୁଗ୍ରାମର ଏକ କମ୍ପାନିରେ ଉଭୟ କାମ କରୁଥିଲେ। ହିମାଶିଖା ଇଞ୍ଜିନିୟରିଂ ସହିତ ଏମ୍‌ବିଏ ମଧ୍ୟ କରୁଥିଲେ। କିନ୍ତୁ ହାର୍ଦ୍ଦିକ ଚାକିରି ଛାଡ଼ି ଘରେ ବସି ବସି ସାମାଜିକ ଗଣମାଧ୍ୟମରେ ଅଧିକ ସମୟ ବିତାଉଥିଲେ। ମୋବାଇଲ ଫୋନରେ କାହା ସହିତ ବିଳମ୍ବିତ ରାତି ପର୍ୟ୍ୟନ୍ତ ଚାଟିଂ କରୁଥିଲେ। ପରିବାର ଲୋକ ତାଙ୍କ ବ୍ୟବହାର ପରିବର୍ତ୍ତନ ଦେଖିଥିଲେ। ପୁଲିସ ତଦନ୍ତରୁ ହାର୍ଦ୍ଦିକ ସାମାଜିକ ଗଣମାଧ୍ୟମରେ ପୁଣେର ଜଣେ ମୁସଲମାନ ମହିଳାଙ୍କ ସହିତ ଚାଟିଂ କରୁଥିବା ଓ ତାଙ୍କୁ ବିବାହ କରିବାକୁ ଚାହୁଥିବା ଜାଣିବାକୁ ପାଇଛି। ହାର୍ଦ୍ଦିକଙ୍କୁ ଏସବୁ ଦୂରେଇବା ପାଇଁ ମା’ ନିଳିମା ଓ ଭଉଣୀ ବହୁ ସମୟ ବୁଝାସୁଝା କରୁଥିଲେ। ମାର୍ଚ୍ଚ ୬ ତାରିଖରେ ଭାଇଭଉଣୀ କଥାବାର୍ତ୍ତା ହେଉଥିବାବେଳେ ଦୁଇ ଜଣଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇ ହାର୍ଦ୍ଦିକ ପରିବା କଟା ଛୁରିରେ ଉଭଣୀ ହିମାଶିଖାଙ୍କୁ ଆକ୍ରମଣ କରିଥିଲେ। ତାଙ୍କର ମୃତ୍ୟୁ ହୋଇଥିବାବେଳେ ଶବ ବ୍ୟବଚ୍ଛେଦରୁ ହାର୍ଦ୍ଦିକ ଭଉଣୀକୁ ୮୪ ଥର ଛୁରାମାଡ଼ କରିବାକୁ ଜଣାପଡ଼ିଥିଲା। ଏତିକିରେ ସନ୍ତୁଷ୍ଟ ନହୋଇ ହାର୍ଦ୍ଦିକ ଏକ ବୀମା କମ୍ପାନୀରେ ଆସିଷ୍ଟାଣ୍ଟ ମ୍ୟାନେଜର ଭାବେ କାମ କରୁଥିବା ମା’ ନିଳିମାଙ୍କୁ ଅଫିସରୁ ଆସ କିଛି ଆଶ୍ଚର୍ୟ୍ୟ ଦେଖାଇବାର ଅଛି ବୋଲି କହିଥିଲେ। ମା’ ଆସିବା ପରେ ସେ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ନିଳିମାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ନିଳିମା ଏବେ ସୁସ୍ଥ ଅଛନ୍ତି। ପୁଲିସ ହାର୍ଦ୍ଦିକଙ୍କୁ ହତ୍ୟାକାଣ୍ଡର ୨୪ ଘଣ୍ଟା ମଧ୍ୟରେ ଗିରଫ କରିଥିଲା। ପୁଲିସ ଜେରାରୁ ମା’ ଓ ଭଉଣୀ ତାଙ୍କୁ କ୍ୟାରିୟରକୁ ନେଇ ଲଗାତର ପରାମର୍ଶ ଦେବା ଓ ପ୍ରେମ ସମ୍ପର୍କରୁ ଦୂରେଇ ରହିବା ପରାମର୍ଶରେ ଅତିଷ୍ଠ ହୋଇ ଏପରି ଜଘନ୍ୟକାଣ୍ଡ ଘଟାଇଥିବା କହିଛନ୍ତି।

Mar 15, 2026 - 08:56
 0  2

What's Your Reaction?

like

dislike

love

funny

angry

sad

wow