ସରକାର ହଟାଇଲେ ଦେଶଦ୍ରୋହ ମାମଲା, ୧୭୦ ଦିନ ପରେ ଜେଲରୁ ମୁକୁଳିଲେ ସାମାଜିକ କର୍ମୀ ସୋନମ୍ ୱାଙ୍ଗଚୁକ୍
କନକ ବ୍ୟୁରୋ : ରାଜସ୍ଥାନର ଜୋଧପୁର ସେଣ୍ଟ୍ରାଲ ଜେଲରେ ବନ୍ଦ ଥିବା ଲଦାଖର ପରିଚିତ ପରିବେଶ କର୍ମୀ ତଥା ଶିକ୍ଷା ସୁଧାରକ ସୋନମ୍ ୱାଙ୍ଗଚୁକ୍ ଶନିବାର ଦିନ ମୁକ୍ତ ହୋଇଛନ୍ତି । ପାଖାପାଖି ୧୭୦ ଦିନ ପର୍ଯ୍ୟନ୍ତ ସେ ବିଚାର ବିଭାଗୀୟ ହାଜତରେ ରହିଥିଲେ । ଏବେ କେନ୍ଦ୍ର ସରକାର ତାଙ୍କ ବିରୋଧରେ ଲଗାଯାଇଥିବା ଦେଶଦ୍ରୋହ ମାମଲା ପ୍ରତ୍ୟାହାର କରିବା ପରେ ସେ ଜେଲରୁ ମୁକୁଳିଛନ୍ତି । ୱାଙ୍ଗଚୁକ୍ ୨୦୨୫ ସେପ୍ଟେମ୍ବର ୨୪ ତାରିଖରେ ଲଦାଖ ପ୍ରଶାସନ ଦ୍ୱାରା ଗିରଫ ହୋଇଥିଲେ । ଏହାର ଦୁଇଦିନ ପରେ ଅର୍ଥାତ ୨୬ ସେପ୍ଟେମ୍ବରରେ ତାଙ୍କୁ ଜୋଧପୁର ଜେଲକୁ ପଠାଇଦିଆଯାଇଥିଲା । ତାଙ୍କ ଉପରେ ଲଦାଖକୁ ପୂର୍ଣ୍ଣ ରାଜ୍ୟ ଓ ଷଷ୍ଠ ଅନୁସୂଚୀରେ ସାମିଲ କରିବା ଦାବିରେ ହୋଇଥିବା ଆନ୍ଦୋଳନ କ୍ରମରେ ହିଂସା ପାଇଁ ଦାୟୀ କରାଯାଇଥିଲା । ଏହି ହିଂସାରେ ୪ ଜଣଙ୍କ ଜୀବନ ଯାଇଥିବା ବେଳେ ୧୫୦ ରୁ ଅଧିକ ଲୋକ ଆହାତ ହୋଇଥିଲେ । କୁହାଯାଉଛି କି ୱାଙ୍ଗଚୁକଙ୍କ ପତ୍ନୀ ଗୀତାଞ୍ଜଳିଙ୍କ ଦ୍ୱାରା ଦାଖଲ କରାଯାଇଥିବା ଯାଚିକା ଉପରେ ମାର୍ଚ୍ଚ ୧୭ ତାରିଖରେ ସୁପ୍ରିମ କୋର୍ଟରେ ଶୁଣାରି ହେବାର ଥିଲା । ମାତ୍ର ଏହା ପୂର୍ବରୁ କେନ୍ଦ୍ର ସରକାର ୱାଙ୍ଗଚୁକଙ୍କ ଉପରୁ ଦେଶଦ୍ରୋହ ମାମଲା ପ୍ରତ୍ୟାହାର କରିନେଇଥିଲେ । ଗୃହମନ୍ତ୍ରଣାଳୟର କହିବା ମୁତାବକ ଲଦାଖରେ ଶାନ୍ତି, ସ୍ଥିରତା ଓ ବିଶ୍ୱାସ ଫେରାଇଅ୍ରାଣିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି । ଜେଲରୁ ବାହାରିବା ପୂର୍ବରୁ ସୋନମ ତାଙ୍କ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି କହିଥିଲେ କି, ମୁଁ ମୋର ଆନ୍ଦୋଳନ ଓ ସକ୍ରିୟତା ଜାରି ରଖିବି । ମୋର ସଂଘର୍ଷ ଲଦାଖର ସୁରକ୍ଷା, ଗାରିମା ଓ ଭବିଷ୍ୟତ ପାଇଁ ପୂର୍ବଭଳି ସକ୍ରିୟତା ଜାରି ରହିବ ।

କନକ ବ୍ୟୁରୋ : ରାଜସ୍ଥାନର ଜୋଧପୁର ସେଣ୍ଟ୍ରାଲ ଜେଲରେ ବନ୍ଦ ଥିବା ଲଦାଖର ପରିଚିତ ପରିବେଶ କର୍ମୀ ତଥା ଶିକ୍ଷା ସୁଧାରକ ସୋନମ୍ ୱାଙ୍ଗଚୁକ୍ ଶନିବାର ଦିନ ମୁକ୍ତ ହୋଇଛନ୍ତି । ପାଖାପାଖି ୧୭୦ ଦିନ ପର୍ଯ୍ୟନ୍ତ ସେ ବିଚାର ବିଭାଗୀୟ ହାଜତରେ ରହିଥିଲେ । ଏବେ କେନ୍ଦ୍ର ସରକାର ତାଙ୍କ ବିରୋଧରେ ଲଗାଯାଇଥିବା ଦେଶଦ୍ରୋହ ମାମଲା ପ୍ରତ୍ୟାହାର କରିବା ପରେ ସେ ଜେଲରୁ ମୁକୁଳିଛନ୍ତି ।
ୱାଙ୍ଗଚୁକ୍ ୨୦୨୫ ସେପ୍ଟେମ୍ବର ୨୪ ତାରିଖରେ ଲଦାଖ ପ୍ରଶାସନ ଦ୍ୱାରା ଗିରଫ ହୋଇଥିଲେ । ଏହାର ଦୁଇଦିନ ପରେ ଅର୍ଥାତ ୨୬ ସେପ୍ଟେମ୍ବରରେ ତାଙ୍କୁ ଜୋଧପୁର ଜେଲକୁ ପଠାଇଦିଆଯାଇଥିଲା । ତାଙ୍କ ଉପରେ ଲଦାଖକୁ ପୂର୍ଣ୍ଣ ରାଜ୍ୟ ଓ ଷଷ୍ଠ ଅନୁସୂଚୀରେ ସାମିଲ କରିବା ଦାବିରେ ହୋଇଥିବା ଆନ୍ଦୋଳନ କ୍ରମରେ ହିଂସା ପାଇଁ ଦାୟୀ କରାଯାଇଥିଲା । ଏହି ହିଂସାରେ ୪ ଜଣଙ୍କ ଜୀବନ ଯାଇଥିବା ବେଳେ ୧୫୦ ରୁ ଅଧିକ ଲୋକ ଆହାତ ହୋଇଥିଲେ ।
କୁହାଯାଉଛି କି ୱାଙ୍ଗଚୁକଙ୍କ ପତ୍ନୀ ଗୀତାଞ୍ଜଳିଙ୍କ ଦ୍ୱାରା ଦାଖଲ କରାଯାଇଥିବା ଯାଚିକା ଉପରେ ମାର୍ଚ୍ଚ ୧୭ ତାରିଖରେ ସୁପ୍ରିମ କୋର୍ଟରେ ଶୁଣାରି ହେବାର ଥିଲା । ମାତ୍ର ଏହା ପୂର୍ବରୁ କେନ୍ଦ୍ର ସରକାର ୱାଙ୍ଗଚୁକଙ୍କ ଉପରୁ ଦେଶଦ୍ରୋହ ମାମଲା ପ୍ରତ୍ୟାହାର କରିନେଇଥିଲେ । ଗୃହମନ୍ତ୍ରଣାଳୟର କହିବା ମୁତାବକ ଲଦାଖରେ ଶାନ୍ତି, ସ୍ଥିରତା ଓ ବିଶ୍ୱାସ ଫେରାଇଅ୍ରାଣିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି ।
ଜେଲରୁ ବାହାରିବା ପୂର୍ବରୁ ସୋନମ ତାଙ୍କ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି କହିଥିଲେ କି, ମୁଁ ମୋର ଆନ୍ଦୋଳନ ଓ ସକ୍ରିୟତା ଜାରି ରଖିବି । ମୋର ସଂଘର୍ଷ ଲଦାଖର ସୁରକ୍ଷା, ଗାରିମା ଓ ଭବିଷ୍ୟତ ପାଇଁ ପୂର୍ବଭଳି ସକ୍ରିୟତା ଜାରି ରହିବ ।
What's Your Reaction?



