ରୋଚକ ହେଉଛି ରାଜ୍ୟସଭା ନିର୍ବାଚନ, ଶାସକ ଦଳକୁ ବି କ୍ରସ ଭୋଟିଂ ଭୟ, ପାରାଦୀପ ଯିବେ ବିଜେପି ବିଧାୟକ
କନକ ବ୍ୟୁରୋ : ସୋମବାର ରାଜ୍ୟସଭା ନିର୍ବାଚନ ନେଇ ଭୋଟିଂ ହେବ । ଏହା ପୂର୍ବରୁ ରାଜ୍ୟର ପ୍ରମୁଖ ୩ ରାଜନୈତିକଦଳକୁ ଘାରିଛି କ୍ରସ ଭୋଟିଂ ଡର । ଏହି କ୍ରମରେ କଂଗ୍ରେସ ତା'ର କିଛି ବିଧାୟକଙ୍କୁ କିଛିଦିନ ହେବ ବେଙ୍ଗାଲୁରୁ ନେଇ ଯାଇଥିବା ବେଳେ, ବିଜେଡି ମଧ୍ୟ ତାର ବିଧାୟକମାନଙ୍କୁ ଏକାଠି ରଖିବାକୁ ହ୍ୱିପ୍ ଜାରି କରିଛି । ଏଥିରେ ଭୋଟ ପର୍ଯ୍ୟନ୍ତ ଦଳର ସମସ୍ତ ବିଧାୟକ ରାଜଧାନୀ ଛାଡ଼ି କୁଆଡେ ଯାଇପାରିବେ ନାହିଁ ବୋଲି ବିଜେଡିର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ହ୍ୱିପ୍ ଜାରି କରିସାରିଛନ୍ତି । ସେପଟେ ଶାସକ ଦଳକୁ ମଧ୍ୟ ଏହି ଭୟ ଗ୍ରାସ କରିଛି । ଏହି କ୍ରମରେ ବିଜେପି ତାର ସମସ୍ତ ବିଧାୟକଙ୍କୁ ପାରାଦୀପରେ ରଖିବାକୁ ନିଷ୍ପତ୍ତି ନେଇଛି । ଏନେଇ ଆଜି ରାଜ୍ୟ କାର୍ଯ୍ୟାଳୟରେ ଏସଆଇଆରକୁ ନେଇ ଏକ ବୈଠକ ଅନୁଷ୍ଠିତ ହେଉଛି । ଏଥିରେ କେବଳ ଏସଆଇଆର ନୁହେଁ ବରଂ ଏହା ସହ ରାଜ୍ୟସଭା ନିର୍ବାଚନ ଓ ଭୋଟିଂକୁ ନେଇ ମଧ୍ୟ ଆଲୋଚନା ହେବ । ଏହାସହ ରାଜ୍ୟସଭା ଭୋଟ ନେଇ ବିଧାୟକମାନଙ୍କୁ ଟ୍ରେନିଂ ଦିଆଯିବ । ବୈଠକରେ ରାଜ୍ୟ ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀ, ବିଧାୟକ, ସାଂସଦମାନେ ଉପସ୍ଥିତ ଅଛନ୍ତି । କେବଳ ସେତିକି ନୁହେଁ ସବୁ ଜିଲ୍ଲା ଏବଂ ନିର୍ବାଚନମଣ୍ଡଳୀରେ ବିଜେପି ଏସଆଇଆରକୁ ନେଇ କର୍ମଶାଳା କରିବ ବୋଲି ନିଷ୍ପତ୍ତି ହୋଇଛି । ଏହି ବୈଠକ ପରେ ବସ୍ ମାଧ୍ୟମରେ ବିଜେପିର ସମସ୍ତ ବିଧାୟକ ପାରାଦୀପ ଯିବାର କାର୍ଯ୍ୟକ୍ରମ ରହିଛି । ଅଧିକ ପଢ଼ନ୍ତୁ: ରୋଚକ ହେଲାଣି ରାଜ୍ୟସଭା ରଣନୀତି, ବିଧାୟକଙ୍କୁ ଆସିଲାଣି ଫୋନ୍ କଲ୍

କନକ ବ୍ୟୁରୋ : ସୋମବାର ରାଜ୍ୟସଭା ନିର୍ବାଚନ ନେଇ ଭୋଟିଂ ହେବ । ଏହା ପୂର୍ବରୁ ରାଜ୍ୟର ପ୍ରମୁଖ ୩ ରାଜନୈତିକଦଳକୁ ଘାରିଛି କ୍ରସ ଭୋଟିଂ ଡର । ଏହି କ୍ରମରେ କଂଗ୍ରେସ ତା'ର କିଛି ବିଧାୟକଙ୍କୁ କିଛିଦିନ ହେବ ବେଙ୍ଗାଲୁରୁ ନେଇ ଯାଇଥିବା ବେଳେ, ବିଜେଡି ମଧ୍ୟ ତାର ବିଧାୟକମାନଙ୍କୁ ଏକାଠି ରଖିବାକୁ ହ୍ୱିପ୍ ଜାରି କରିଛି । ଏଥିରେ ଭୋଟ ପର୍ଯ୍ୟନ୍ତ ଦଳର ସମସ୍ତ ବିଧାୟକ ରାଜଧାନୀ ଛାଡ଼ି କୁଆଡେ ଯାଇପାରିବେ ନାହିଁ ବୋଲି ବିଜେଡିର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ହ୍ୱିପ୍ ଜାରି କରିସାରିଛନ୍ତି । ସେପଟେ ଶାସକ ଦଳକୁ ମଧ୍ୟ ଏହି ଭୟ ଗ୍ରାସ କରିଛି । ଏହି କ୍ରମରେ ବିଜେପି ତାର ସମସ୍ତ ବିଧାୟକଙ୍କୁ ପାରାଦୀପରେ ରଖିବାକୁ ନିଷ୍ପତ୍ତି ନେଇଛି । ଏନେଇ ଆଜି ରାଜ୍ୟ କାର୍ଯ୍ୟାଳୟରେ ଏସଆଇଆରକୁ ନେଇ ଏକ ବୈଠକ ଅନୁଷ୍ଠିତ ହେଉଛି । ଏଥିରେ କେବଳ ଏସଆଇଆର ନୁହେଁ ବରଂ ଏହା ସହ ରାଜ୍ୟସଭା ନିର୍ବାଚନ ଓ ଭୋଟିଂକୁ ନେଇ ମଧ୍ୟ ଆଲୋଚନା ହେବ । ଏହାସହ ରାଜ୍ୟସଭା ଭୋଟ ନେଇ ବିଧାୟକମାନଙ୍କୁ ଟ୍ରେନିଂ ଦିଆଯିବ । ବୈଠକରେ ରାଜ୍ୟ ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀ, ବିଧାୟକ, ସାଂସଦମାନେ ଉପସ୍ଥିତ ଅଛନ୍ତି । କେବଳ ସେତିକି ନୁହେଁ ସବୁ ଜିଲ୍ଲା ଏବଂ ନିର୍ବାଚନମଣ୍ଡଳୀରେ ବିଜେପି ଏସଆଇଆରକୁ ନେଇ କର୍ମଶାଳା କରିବ ବୋଲି ନିଷ୍ପତ୍ତି ହୋଇଛି । ଏହି ବୈଠକ ପରେ ବସ୍ ମାଧ୍ୟମରେ ବିଜେପିର ସମସ୍ତ ବିଧାୟକ ପାରାଦୀପ ଯିବାର କାର୍ଯ୍ୟକ୍ରମ ରହିଛି ।
ଅଧିକ ପଢ଼ନ୍ତୁ: ରୋଚକ ହେଲାଣି ରାଜ୍ୟସଭା ରଣନୀତି, ବିଧାୟକଙ୍କୁ ଆସିଲାଣି ଫୋନ୍ କଲ୍
What's Your Reaction?



