ପରିତ୍ୟକ୍ତ ସ୍କୁଲଘରେ ପଞ୍ଚାୟତ କାର୍ଯ୍ୟାଳୟ; କେବେ ନିର୍ମାଣ ହେବ ନିଜସ୍ୱ ଗୃହ ?

କନକ ବ୍ୟୁରୋ : ଭଙ୍ଗା ପରିତ୍ୟକ୍ତ ବିଦ୍ୟାଳୟ ଗୃହରେ ଚାଲିଛି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ । ୯ ବର୍ଷ ପୁରିଲା, ହେଲେ ଆଜି ପର୍ଯ୍ୟନ୍ତ ନିଜସ୍ୱ ଘର ତିଆରି ହୋଇପାରିନି । ନୂତନ ଗୃହ ନିର୍ମାଣ ପାଇଁ ଟଙ୍କା ଆସିଥିଲେ ମଧ୍ୟ କଣ ପାଇଁ କାମ ଆରମ୍ଭ ହୋଇପାରୁନି ତାକୁ ନେଇ ପ୍ରଶ୍ନ କରିଛନ୍ତି ପଞ୍ଚାୟତବାସୀ । କାନ୍ଥ ଭାଙ୍ଗଗଲାଣି । ଛାତରୁ କଂକ୍ରିଟ୍‌ ସ୍ଲାବ୍‌ ଖସୁଛି । ରଡ୍‌ ସବୁ ଜଳଜଳ ହୋଇ ଦେଖାଯାଉଛି । ଭଙ୍ଗାଦଦରା ବିଦ୍ୟାଳୟ ଘରେ ଚାଲିଛି କେନ୍ଦ୍ରାପଡ଼ାର ହିନ୍ଦୁଳିଆ ପଞ୍ଚାୟତ କାର୍ଯ୍ୟାଳୟ । ପୂର୍ବରୁ ମାର୍ଶାଘାଇ ବ୍ଲକରେ ୨୩ଟି ଗ୍ରାମ ପଞ୍ଚାୟତ ଥିଲା । ୨୦୧୭ରେ ପଞ୍ଚାୟତ ପୁନଃଗଠନ ହୋଇ ହିନ୍ଦୁଳିଆ ନୂତନ ପଞ୍ଚାୟତ ଭାବେ ଗଠନ ହେଲା । ଏହାରି ଭିତରେ ୯ ବର୍ଷ ବିତିଗଲାଣି, ଆଜି ପର୍ଯ୍ୟନ୍ତ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ହୋଇପାରିନି । ଗାଁରେ ଥିବା ଏକ ପୁରୁଣା ପ୍ରାଥମିକ ବିଦ୍ୟାଳୟ କୋଠାରେ ବିପଦସଙ୍କୁଳ ଭାବେ କାମ କରୁଛନ୍ତି କର୍ମଚାରୀ ଓ ସରପଞ୍ଚ । ଅଧିକ ପଢ଼ନ୍ତୁ : ସୁକ୍‌ତେଲ ପାଇଁ ଶିକ୍ଷା ଅନ୍ଧାର ! ୩ ବର୍ଷ ହେଲା ବନ୍ଦ ପଡ଼ିଛି ବିଦ୍ୟାଳୟ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ପାଇଁ ପ୍ରାୟ ୧୫ ଲକ୍ଷ ଟଙ୍କା ଅନୁଦାନ ଆସିଛି । ଗାଁ ଲୋକ ପ୍ରାୟ ୧୪ ଡିସିମିଲି ଜମି ପଞ୍ଚାୟତ ନାଁରେ ରେଜେଷ୍ଟ୍ରି କରିଛନ୍ତି । ଏପରିକି ୨୦୨୧ରେ କାର୍ଯ୍ୟାଳୟ ପାଇଁ ଶିଳାନ୍ୟାସ ମଧ୍ୟ କରାଯାଇଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ ଇଟା ଖଣ୍ଡିଏ ଯୋଡ଼ା ହୋଇପାରିନି । ଟଙ୍କା, ଜାଗା ସବୁ ଥାଇ କାହିଁକି କାର୍ଯ୍ୟାଳୟ ନିର୍ମାଣ ହୋଇପାରୁନି ? ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପଞ୍ଚାୟତ କାର୍ଯ୍ୟାଳୟକୁ ଦୈନିକ ଲୋକ ବିଭିନ୍ନ କାର୍ଯ୍ୟରେ ଆସୁଥିବା ବେଳେ ବସିବା ପାଇଁ ଜାଗା ମିଳୁନି । ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଓ ବୈଠକ ଭଙ୍ଗା ଦଦରା ଘରେ ହେବା କଷ୍ଟକର ହୋଇପଡ଼ୁଛି । ତୁରନ୍ତ ପଞ୍ଚାୟତ କାର୍ଯ୍ୟାଳୟର ନିଜସ୍ୱ ଘର ନିର୍ମାଣ ପାଇଁ ଦାବି ହୋଇଛି ।

Mar 15, 2026 - 08:56
 0  2
ପରିତ୍ୟକ୍ତ ସ୍କୁଲଘରେ ପଞ୍ଚାୟତ କାର୍ଯ୍ୟାଳୟ; କେବେ ନିର୍ମାଣ ହେବ ନିଜସ୍ୱ ଗୃହ ?

କନକ ବ୍ୟୁରୋ : ଭଙ୍ଗା ପରିତ୍ୟକ୍ତ ବିଦ୍ୟାଳୟ ଗୃହରେ ଚାଲିଛି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ । ୯ ବର୍ଷ ପୁରିଲା, ହେଲେ ଆଜି ପର୍ଯ୍ୟନ୍ତ ନିଜସ୍ୱ ଘର ତିଆରି ହୋଇପାରିନି । ନୂତନ ଗୃହ ନିର୍ମାଣ ପାଇଁ ଟଙ୍କା ଆସିଥିଲେ ମଧ୍ୟ କଣ ପାଇଁ କାମ ଆରମ୍ଭ ହୋଇପାରୁନି ତାକୁ ନେଇ ପ୍ରଶ୍ନ କରିଛନ୍ତି ପଞ୍ଚାୟତବାସୀ ।

କାନ୍ଥ ଭାଙ୍ଗଗଲାଣି । ଛାତରୁ କଂକ୍ରିଟ୍‌ ସ୍ଲାବ୍‌ ଖସୁଛି । ରଡ୍‌ ସବୁ ଜଳଜଳ ହୋଇ ଦେଖାଯାଉଛି । ଭଙ୍ଗାଦଦରା ବିଦ୍ୟାଳୟ ଘରେ ଚାଲିଛି କେନ୍ଦ୍ରାପଡ଼ାର ହିନ୍ଦୁଳିଆ ପଞ୍ଚାୟତ କାର୍ଯ୍ୟାଳୟ । ପୂର୍ବରୁ ମାର୍ଶାଘାଇ ବ୍ଲକରେ ୨୩ଟି ଗ୍ରାମ ପଞ୍ଚାୟତ ଥିଲା । ୨୦୧୭ରେ ପଞ୍ଚାୟତ ପୁନଃଗଠନ ହୋଇ ହିନ୍ଦୁଳିଆ ନୂତନ ପଞ୍ଚାୟତ ଭାବେ ଗଠନ ହେଲା । ଏହାରି ଭିତରେ ୯ ବର୍ଷ ବିତିଗଲାଣି, ଆଜି ପର୍ଯ୍ୟନ୍ତ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ହୋଇପାରିନି । ଗାଁରେ ଥିବା ଏକ ପୁରୁଣା ପ୍ରାଥମିକ ବିଦ୍ୟାଳୟ କୋଠାରେ ବିପଦସଙ୍କୁଳ ଭାବେ କାମ କରୁଛନ୍ତି କର୍ମଚାରୀ ଓ ସରପଞ୍ଚ ।

ଅଧିକ ପଢ଼ନ୍ତୁ : ସୁକ୍‌ତେଲ ପାଇଁ ଶିକ୍ଷା ଅନ୍ଧାର ! ୩ ବର୍ଷ ହେଲା ବନ୍ଦ ପଡ଼ିଛି ବିଦ୍ୟାଳୟ

ନୂତନ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ପାଇଁ ପ୍ରାୟ ୧୫ ଲକ୍ଷ ଟଙ୍କା ଅନୁଦାନ ଆସିଛି । ଗାଁ ଲୋକ ପ୍ରାୟ ୧୪ ଡିସିମିଲି ଜମି ପଞ୍ଚାୟତ ନାଁରେ ରେଜେଷ୍ଟ୍ରି କରିଛନ୍ତି । ଏପରିକି ୨୦୨୧ରେ କାର୍ଯ୍ୟାଳୟ ପାଇଁ ଶିଳାନ୍ୟାସ ମଧ୍ୟ କରାଯାଇଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ ଇଟା ଖଣ୍ଡିଏ ଯୋଡ଼ା ହୋଇପାରିନି । ଟଙ୍କା, ଜାଗା ସବୁ ଥାଇ କାହିଁକି କାର୍ଯ୍ୟାଳୟ ନିର୍ମାଣ ହୋଇପାରୁନି ? ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ପଞ୍ଚାୟତ କାର୍ଯ୍ୟାଳୟକୁ ଦୈନିକ ଲୋକ ବିଭିନ୍ନ କାର୍ଯ୍ୟରେ ଆସୁଥିବା ବେଳେ ବସିବା ପାଇଁ ଜାଗା ମିଳୁନି । ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଓ ବୈଠକ ଭଙ୍ଗା ଦଦରା ଘରେ ହେବା କଷ୍ଟକର ହୋଇପଡ଼ୁଛି । ତୁରନ୍ତ ପଞ୍ଚାୟତ କାର୍ଯ୍ୟାଳୟର ନିଜସ୍ୱ ଘର ନିର୍ମାଣ ପାଇଁ ଦାବି ହୋଇଛି ।

What's Your Reaction?

like

dislike

love

funny

angry

sad

wow