ନେତାନ୍ୟାହୁଙ୍କ ୬ ଆଙ୍ଗୁଠି ଥିବା ଭିଡିଓକୁ ନେଇ ଚିନ୍ତା, କୁଆଡ଼େ ଗଲେ ‘ବିବି’?
କନକ ବ୍ୟୁରୋ : ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ମାର୍ଚ୍ଚ ୧୩ ଭିଡିଓକୁ ନେଇ ଏକ ନୂଆ ବିବାଦ ଆରମ୍ଭ ହୋଇଯାଇଛି। ଅନଲାଇନରେ ଏହି ଭିଡିଓକୁ ନେଇ ନେତାନ୍ୟାହୁ ବଞ୍ଚିଛନ୍ତି କି ମୃତ ସେ ନେଇ ଆକଳନ ବଢ଼ିବାରେ ଲାଗିଛି। ‘ବିବି’ (ନେତାନ୍ୟାହୁଙ୍କ ଉପନାମ) ଏବେ କେଉଁଠି ଅଛନ୍ତି ବୋଲି ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ‘ଏକ୍ସ’ରେ ହଜାର ହଜାର ୟୁଜର୍ସ ପ୍ରଶ୍ନ କରିଛନ୍ତି। ଏହି ଭିଡିଓର ସ୍କ୍ରିନ୍ସଟ୍କୁ ଅତି ନିକଟରେ ଦେଖିଲେ ନେତାନ୍ୟାହୁଙ୍କ ହାତରେ ଛଅଟି ଆଙ୍ଗୁଠି ଥିବା ଦେଖାଯାଉଛି। ଏହା ସାଧାରଣତଃ ଏଆଇ ଜେନେରେଟେଡ ଭିଡିଓରେ ଦେଖାଯାଇଥାଏ। ଏଆଇ ଟୁଲ୍ ମଣିଷର ଆଙ୍ଗୁଠି କରିବାରେ ଏବେବି ସିଦ୍ଧହସ୍ତ ହୋଇପାରିନି। ଏଥିରୁ ହିଁ ପ୍ରକୃତ ଭିଡିଓ ଓ ଏଆଇ ଭିଡିଓର ଫରକ୍ ଜଣାପଡ଼ିଥାଏ। ଇସ୍ରାଏଲ କ’ଣ ପାଇଁ ନେତାନ୍ୟାହୁଙ୍କ ଏଆଇ ଭାଷଣ ଜାରି କରୁଛି ବୋଲି ଶହ ଶହ ୟୁଜର୍ସ ପ୍ରଶ୍ନ କରିଛନ୍ତି। ଯୁଦ୍ଧବେଳେ ନେତାମାନେ ଏଆଇ ଅବତାରରେ ଆସୁଥିବା କେତେକ ୟୁଜର୍ସ କହୁଥିବାବେଳେ ଅନେକ ଅନଭେରିଫାଇଡ ଆକାଉଣ୍ଟରେ ନେତାନ୍ୟାହୁ ମରି ଯାଇଥିବା କହୁଛନ୍ତି। ଆମେରିକାର କଞ୍ଜରଭେଟିଭ ରାଜନୈତିକ ବିଶ୍ଳେଷକ କାନଡେସ୍ ୱେନ୍ସ ମଧ୍ୟ ‘ଏକ୍ସ’ରେ ବିବି କୁଆଡ଼େ ଗଲେ ବୋଲି ପ୍ରଶ୍ନ କରିଛନ୍ତି। କାହିଁକି ତାଙ୍କ କାର୍ୟ୍ୟାଳୟ ଏଆଇ ଭିଡିଓ ଜାରି କରୁଛନ୍ତି ଓ ଡିଲିଟ୍ କରୁଛନ୍ତି। ହ୍ବାଇଟ୍ ହାଉସ୍ରେ ଏତେ ଭୟର ବାତାବରଣ କାହିଁକି ସୃଷ୍ଟି ହୋଇଛି ବୋଲି ପ୍ରଶ୍ନ କରିଛନ୍ତି। କେତେକ ୟୁଜର୍ସ ସାମାଜିକ ଗଣମାଧ୍ୟମରେ ସର୍ବଦା ସକ୍ରିୟ ରହୁଥିବା ନେତାନ୍ୟାହୁଙ୍କ ପୁଅ ୟେର୍ ନେତାନ୍ୟାହୁଙ୍କ ସାମାଜିକ ଗଣମାଧ୍ୟମ ‘ଏକ୍ସ’ ଆକାଉଣ୍ଟ ମାର୍ଚ୍ଚ ୯ ତାରିଖରୁ କାହିଁକି ବନ୍ଦ ରହିଛି ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି।

କନକ ବ୍ୟୁରୋ : ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ମାର୍ଚ୍ଚ ୧୩ ଭିଡିଓକୁ ନେଇ ଏକ ନୂଆ ବିବାଦ ଆରମ୍ଭ ହୋଇଯାଇଛି। ଅନଲାଇନରେ ଏହି ଭିଡିଓକୁ ନେଇ ନେତାନ୍ୟାହୁ ବଞ୍ଚିଛନ୍ତି କି ମୃତ ସେ ନେଇ ଆକଳନ ବଢ଼ିବାରେ ଲାଗିଛି। ‘ବିବି’ (ନେତାନ୍ୟାହୁଙ୍କ ଉପନାମ) ଏବେ କେଉଁଠି ଅଛନ୍ତି ବୋଲି ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ‘ଏକ୍ସ’ରେ ହଜାର ହଜାର ୟୁଜର୍ସ ପ୍ରଶ୍ନ କରିଛନ୍ତି।
ଏହି ଭିଡିଓର ସ୍କ୍ରିନ୍ସଟ୍କୁ ଅତି ନିକଟରେ ଦେଖିଲେ ନେତାନ୍ୟାହୁଙ୍କ ହାତରେ ଛଅଟି ଆଙ୍ଗୁଠି ଥିବା ଦେଖାଯାଉଛି। ଏହା ସାଧାରଣତଃ ଏଆଇ ଜେନେରେଟେଡ ଭିଡିଓରେ ଦେଖାଯାଇଥାଏ। ଏଆଇ ଟୁଲ୍ ମଣିଷର ଆଙ୍ଗୁଠି କରିବାରେ ଏବେବି ସିଦ୍ଧହସ୍ତ ହୋଇପାରିନି। ଏଥିରୁ ହିଁ ପ୍ରକୃତ ଭିଡିଓ ଓ ଏଆଇ ଭିଡିଓର ଫରକ୍ ଜଣାପଡ଼ିଥାଏ। ଇସ୍ରାଏଲ କ’ଣ ପାଇଁ ନେତାନ୍ୟାହୁଙ୍କ ଏଆଇ ଭାଷଣ ଜାରି କରୁଛି ବୋଲି ଶହ ଶହ ୟୁଜର୍ସ ପ୍ରଶ୍ନ କରିଛନ୍ତି। ଯୁଦ୍ଧବେଳେ ନେତାମାନେ ଏଆଇ ଅବତାରରେ ଆସୁଥିବା କେତେକ ୟୁଜର୍ସ କହୁଥିବାବେଳେ ଅନେକ ଅନଭେରିଫାଇଡ ଆକାଉଣ୍ଟରେ ନେତାନ୍ୟାହୁ ମରି ଯାଇଥିବା କହୁଛନ୍ତି। ଆମେରିକାର କଞ୍ଜରଭେଟିଭ ରାଜନୈତିକ ବିଶ୍ଳେଷକ କାନଡେସ୍ ୱେନ୍ସ ମଧ୍ୟ ‘ଏକ୍ସ’ରେ ବିବି କୁଆଡ଼େ ଗଲେ ବୋଲି ପ୍ରଶ୍ନ କରିଛନ୍ତି। କାହିଁକି ତାଙ୍କ କାର୍ୟ୍ୟାଳୟ ଏଆଇ ଭିଡିଓ ଜାରି କରୁଛନ୍ତି ଓ ଡିଲିଟ୍ କରୁଛନ୍ତି। ହ୍ବାଇଟ୍ ହାଉସ୍ରେ ଏତେ ଭୟର ବାତାବରଣ କାହିଁକି ସୃଷ୍ଟି ହୋଇଛି ବୋଲି ପ୍ରଶ୍ନ କରିଛନ୍ତି। କେତେକ ୟୁଜର୍ସ ସାମାଜିକ ଗଣମାଧ୍ୟମରେ ସର୍ବଦା ସକ୍ରିୟ ରହୁଥିବା ନେତାନ୍ୟାହୁଙ୍କ ପୁଅ ୟେର୍ ନେତାନ୍ୟାହୁଙ୍କ ସାମାଜିକ ଗଣମାଧ୍ୟମ ‘ଏକ୍ସ’ ଆକାଉଣ୍ଟ ମାର୍ଚ୍ଚ ୯ ତାରିଖରୁ କାହିଁକି ବନ୍ଦ ରହିଛି ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି।
What's Your Reaction?



