ରଥଯାତ୍ରା ପାଇଁ ଆସିଲା ପୁରୀ ମ୍ୟୁନିସିପାଲିଟିର ଡ୍ରାଫ୍ଟ ଆକ୍ସନ ପ୍ଲାନ୍

କନକ ବ୍ୟୁରୋ: ୨୦୨୬ ରଥଯାତ୍ରା ପାଇଁ ପୁରୀ ମ୍ୟୁନିସିପାଲିଟିର ଡ୍ରାଫ୍ଟ ଆକ୍ସନ ପ୍ଲାନ୍ ପ୍ରସ୍ତୁତ ହୋଇଛି । ନଗର ଉନ୍ନୟନ ପ୍ରମୁଖ ସଚିବଙ୍କ ସମୀକ୍ଷା ପରେ ସ୍ବଚ୍ଛତା ଉପରେ ଫୋକସ୍ ଦିଆଯାଇଛି । ଚଳିତ ବର୍ଷ ଶ୍ରୀଗୁଣ୍ଡିଚା ଓ ବାହୁଡ଼ା ଯାତ୍ରା ସମୟରେ ବଡ଼ଦାଣ୍ଡରେ ରନ୍ଧା ଖାଦ୍ୟ ନ ବାଣ୍ଟିବାକୁ ନିଆଯାଇଛି ନିଷ୍ପତ୍ତି ।  ରଥଯାତ୍ରା ସମୟରେ ସ୍ବଚ୍ଛତା ଓ ପବିତ୍ରତା ଉପରେ ରହିବ ଫୋକସ୍‌ । ସହରର ବିଭିନ୍ନ ଗଳି ରାସ୍ତା, ବଡ଼ଦାଣ୍ଡ, ବେଳାଭୂମିକୁ ସ୍ୱଚ୍ଛ ରଖିବା ସହ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ସଚିବଙ୍କ ନିର୍ଦ୍ଦେଶ । ଆଗୁଆ ପ୍ରସ୍ତୁତ ରହିବ ପାର୍କିଂ ବ୍ୟବସ୍ଥା । ସଫେଇ ପାଇଁ ଅନୁଷ୍ଠାନଗୁଡ଼ିକୁ ନେବାକୁ ପଡ଼ିବ ଅନୁମତି । ଆସିବ ଏସଓପି । ରଥଯାତ୍ରା ସମୟରେ ବଡ଼ଦାଣ୍ଡରେ ରନ୍ଧା ଖାଦ୍ୟ ବଣ୍ଟନ ଉପରେ ରୋକ ଲଗାଯାଇଛି । ଫଳରେ ବଡ଼ଦାଣ୍ଡରେ ଅଇଁଠା ପତ୍ର, ପାଣି ବୋତଲ ପଡ଼ିବନି। ବଡ଼ଦାଣ୍ଡ ସଂଲଗ୍ନ ଅନ୍ୟ ଗଳିରେ ଅନୁମତି ନେଇ ଖାଦ୍ୟ ବାଣ୍ଟିପାରିବେ ଶ୍ରଦ୍ଧାଳୁ ।   ଅଧିକ ପଢନ୍ତୁ :ଓଡ଼ିଶା ଖଣି ନିଗମ ପକ୍ଷରୁ ଭୁବନେଶ୍ୱରରେ କର୍ପୋରେଟ୍ ସ୍ତରୀୟ ତ୍ରିପାକ୍ଷିକ ସୁରକ୍ଷା ସମିତି ବୈଠକ ଆୟୋଜିତ  ଡ୍ରାଫ୍ଟ ଆକ୍ସନରେ ରହିଛି ଟଏଲେଟ୍ ବ୍ୟବସ୍ଥା । ଗତଥର ୫୯୪ ଅସ୍ଥାୟୀ ଟଏଲେଟ୍ ହୋଇଥିବା ବେଳେ ଚଳିତ ଥର ହଜାରେ ଟଏଲେଟର ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ହୋଇଛି। ସେପଟେ ଅତିରିକ୍ତ ଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଦିଆଯାଇଛି ପୁଲିସର ଓଭର ଅଲ୍ ଇନ୍ ଚାର୍ଜ ଦାୟିତ୍ଵ। ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ପାଇଁ ବିଭିନ୍ନ ଟିମ୍ ଗଠନ କରିବାକୁ ତାଙ୍କୁ ଚିଠି ହୋଇଛି। ଏଥିସହ ରଥଯାତ୍ରା ପାଇଁ  ଇଣ୍ଟିଗ୍ରେଟେଡ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର୍ ହେବ । ସିସିଟିଭି ନଜରରେ ରହିବ ବଡ଼ଦାଣ୍ଡ, ସମୁଦ୍ରକୂଳ ଅଞ୍ଚଳ। ଉତ୍ତରାଛକ ଠାରୁ ପୁରୀ, ପୁରୀରୁ କୋଣାର୍କ ପର୍ଯ୍ୟନ୍ତ ଲାଗିବ ସିସିଟିଭି ।  ଆସନ୍ତା ରଥଯାତ୍ରାକୁ ଶାନ୍ତି ଓ ଶୃଙ୍ଖଳାର ସହ କରିବାକୁ ପ୍ରଶାସନ ଅଣ୍ଟା ଭିଡ଼ିଛି। ଏହାକୁ ସ୍ବାଗତ କରିଛନ୍ତି ବୁଦ୍ଧିଜୀବୀ ଓ ସ୍ଥାନୀୟ ଭକ୍ତ। 

Mar 15, 2026 - 08:56
 0  2
ରଥଯାତ୍ରା ପାଇଁ ଆସିଲା ପୁରୀ ମ୍ୟୁନିସିପାଲିଟିର ଡ୍ରାଫ୍ଟ ଆକ୍ସନ ପ୍ଲାନ୍

କନକ ବ୍ୟୁରୋ: ୨୦୨୬ ରଥଯାତ୍ରା ପାଇଁ ପୁରୀ ମ୍ୟୁନିସିପାଲିଟିର ଡ୍ରାଫ୍ଟ ଆକ୍ସନ ପ୍ଲାନ୍ ପ୍ରସ୍ତୁତ ହୋଇଛି । ନଗର ଉନ୍ନୟନ ପ୍ରମୁଖ ସଚିବଙ୍କ ସମୀକ୍ଷା ପରେ ସ୍ବଚ୍ଛତା ଉପରେ ଫୋକସ୍ ଦିଆଯାଇଛି । ଚଳିତ ବର୍ଷ ଶ୍ରୀଗୁଣ୍ଡିଚା ଓ ବାହୁଡ଼ା ଯାତ୍ରା ସମୟରେ ବଡ଼ଦାଣ୍ଡରେ ରନ୍ଧା ଖାଦ୍ୟ ନ ବାଣ୍ଟିବାକୁ ନିଆଯାଇଛି ନିଷ୍ପତ୍ତି । 

ରଥଯାତ୍ରା ସମୟରେ ସ୍ବଚ୍ଛତା ଓ ପବିତ୍ରତା ଉପରେ ରହିବ ଫୋକସ୍‌ । ସହରର ବିଭିନ୍ନ ଗଳି ରାସ୍ତା, ବଡ଼ଦାଣ୍ଡ, ବେଳାଭୂମିକୁ ସ୍ୱଚ୍ଛ ରଖିବା ସହ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ସଚିବଙ୍କ ନିର୍ଦ୍ଦେଶ । ଆଗୁଆ ପ୍ରସ୍ତୁତ ରହିବ ପାର୍କିଂ ବ୍ୟବସ୍ଥା । ସଫେଇ ପାଇଁ ଅନୁଷ୍ଠାନଗୁଡ଼ିକୁ ନେବାକୁ ପଡ଼ିବ ଅନୁମତି । ଆସିବ ଏସଓପି । ରଥଯାତ୍ରା ସମୟରେ ବଡ଼ଦାଣ୍ଡରେ ରନ୍ଧା ଖାଦ୍ୟ ବଣ୍ଟନ ଉପରେ ରୋକ ଲଗାଯାଇଛି । ଫଳରେ ବଡ଼ଦାଣ୍ଡରେ ଅଇଁଠା ପତ୍ର, ପାଣି ବୋତଲ ପଡ଼ିବନି। ବଡ଼ଦାଣ୍ଡ ସଂଲଗ୍ନ ଅନ୍ୟ ଗଳିରେ ଅନୁମତି ନେଇ ଖାଦ୍ୟ ବାଣ୍ଟିପାରିବେ ଶ୍ରଦ୍ଧାଳୁ । 

 ଅଧିକ ପଢନ୍ତୁ :ଓଡ଼ିଶା ଖଣି ନିଗମ ପକ୍ଷରୁ ଭୁବନେଶ୍ୱରରେ କର୍ପୋରେଟ୍ ସ୍ତରୀୟ ତ୍ରିପାକ୍ଷିକ ସୁରକ୍ଷା ସମିତି ବୈଠକ ଆୟୋଜିତ

 
ଡ୍ରାଫ୍ଟ ଆକ୍ସନରେ ରହିଛି ଟଏଲେଟ୍ ବ୍ୟବସ୍ଥା । ଗତଥର ୫୯୪ ଅସ୍ଥାୟୀ ଟଏଲେଟ୍ ହୋଇଥିବା ବେଳେ ଚଳିତ ଥର ହଜାରେ ଟଏଲେଟର ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ହୋଇଛି। ସେପଟେ ଅତିରିକ୍ତ ଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଦିଆଯାଇଛି ପୁଲିସର ଓଭର ଅଲ୍ ଇନ୍ ଚାର୍ଜ ଦାୟିତ୍ଵ। ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ପାଇଁ ବିଭିନ୍ନ ଟିମ୍ ଗଠନ କରିବାକୁ ତାଙ୍କୁ ଚିଠି ହୋଇଛି। ଏଥିସହ ରଥଯାତ୍ରା ପାଇଁ  ଇଣ୍ଟିଗ୍ରେଟେଡ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର୍ ହେବ । ସିସିଟିଭି ନଜରରେ ରହିବ ବଡ଼ଦାଣ୍ଡ, ସମୁଦ୍ରକୂଳ ଅଞ୍ଚଳ। ଉତ୍ତରାଛକ ଠାରୁ ପୁରୀ, ପୁରୀରୁ କୋଣାର୍କ ପର୍ଯ୍ୟନ୍ତ ଲାଗିବ ସିସିଟିଭି ।  ଆସନ୍ତା ରଥଯାତ୍ରାକୁ ଶାନ୍ତି ଓ ଶୃଙ୍ଖଳାର ସହ କରିବାକୁ ପ୍ରଶାସନ ଅଣ୍ଟା ଭିଡ଼ିଛି। ଏହାକୁ ସ୍ବାଗତ କରିଛନ୍ତି ବୁଦ୍ଧିଜୀବୀ ଓ ସ୍ଥାନୀୟ ଭକ୍ତ। 

What's Your Reaction?

like

dislike

love

funny

angry

sad

wow