ବ୍ରହ୍ମପୁରରେ ପୁଣି ଏନକାଉଣ୍ଟର! ପୁଲିସ ଗୁଳିରେ ଆହତ ଜଗା ସାହୁ
କନକ ବ୍ୟୁରୋ : ବ୍ରହ୍ମପୁରରେ ପୁଣି ଏକ ଏନକାଉଣ୍ଟର୍ । ପୁଲିସ ଗୁଳିରେ ଆହତ ମଙ୍ଗଳା ବେହେରାଙ୍କ ଆକ୍ରମଣକାରୀ ତଥା ଅଭିଯୁକ୍ତ ଜଗା ସାହୁ । ଅଭିଯୁକ୍ତ ଜଗା ବାଉରୀ ସୁକୁଣ୍ଡାରେ ଥିବା ସୁରାକ ପାଇ ପୁଲିସ ଟିମ ଚଢ଼ାଉ କରିବାବେଳେ ଜଗା ପୁଲିସ ଉପରକୁ ବୋମା ଫିଙ୍ଗି ଖସିଯିବାକୁ ଉଦ୍ୟମ କରିଥିଲା । ପୁଲିସର ପାଲଟା ଗୁଳି ଚାଳନାରେ ଜଗା ଆହତ ହୋଇଛି । ଆହତ ଜଗାଙ୍କୁ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଅଧିକ ପଢ଼ନ୍ତୁ : ସତ୍ୟବାଦୀର ଆଳିଶରେ ସିରିଜ ଲୁଟ୍ , ଗୋଟିଏ ରାତିରେ ୫ ଘରୁ ଲକ୍ଷାଧିକ ଟଙ୍କାର ଚୋରି ଗତକାଲି ରାତିରେ ମଙ୍ଗଳାଙ୍କୁ ବଡ଼ ବଜାର ଅମ୍ବିକା ନଗର ଅଞ୍ଚଳରେ ଖଣ୍ଡାରେ ହାଣିଥିଲେ ଜଗା ଓ ବଳିଆ । ଯାହାର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ୍ ହୋଇଥିଲା । ପୂର୍ବରୁ ଦୁଇଟି ଏନକାଉଣ୍ଟର୍ ହୋଇଥିବା ବେଳେ ବିଳମ୍ବରେ ଆଉ ଏକ ଏନକାଉଣ୍ଟର ହୋଇଛି ।

କନକ ବ୍ୟୁରୋ : ବ୍ରହ୍ମପୁରରେ ପୁଣି ଏକ ଏନକାଉଣ୍ଟର୍ । ପୁଲିସ ଗୁଳିରେ ଆହତ ମଙ୍ଗଳା ବେହେରାଙ୍କ ଆକ୍ରମଣକାରୀ ତଥା ଅଭିଯୁକ୍ତ ଜଗା ସାହୁ । ଅଭିଯୁକ୍ତ ଜଗା ବାଉରୀ ସୁକୁଣ୍ଡାରେ ଥିବା ସୁରାକ ପାଇ ପୁଲିସ ଟିମ ଚଢ଼ାଉ କରିବାବେଳେ ଜଗା ପୁଲିସ ଉପରକୁ ବୋମା ଫିଙ୍ଗି ଖସିଯିବାକୁ ଉଦ୍ୟମ କରିଥିଲା । ପୁଲିସର ପାଲଟା ଗୁଳି ଚାଳନାରେ ଜଗା ଆହତ ହୋଇଛି । ଆହତ ଜଗାଙ୍କୁ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।
ଅଧିକ ପଢ଼ନ୍ତୁ : ସତ୍ୟବାଦୀର ଆଳିଶରେ ସିରିଜ ଲୁଟ୍ , ଗୋଟିଏ ରାତିରେ ୫ ଘରୁ ଲକ୍ଷାଧିକ ଟଙ୍କାର ଚୋରି
ଗତକାଲି ରାତିରେ ମଙ୍ଗଳାଙ୍କୁ ବଡ଼ ବଜାର ଅମ୍ବିକା ନଗର ଅଞ୍ଚଳରେ ଖଣ୍ଡାରେ ହାଣିଥିଲେ ଜଗା ଓ ବଳିଆ । ଯାହାର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ୍ ହୋଇଥିଲା । ପୂର୍ବରୁ ଦୁଇଟି ଏନକାଉଣ୍ଟର୍ ହୋଇଥିବା ବେଳେ ବିଳମ୍ବରେ ଆଉ ଏକ ଏନକାଉଣ୍ଟର ହୋଇଛି ।
What's Your Reaction?



